Budh Guru Yuti 2024: ମେଷ ରାଶିରେ ବୁଧ-ବୃହସ୍ପତିଙ୍କ ମହାମିଳନ, ଧନବାନ୍ ହେବେ ଏହି ସବୁ ରାଶି
Advertisement

Budh Guru Yuti 2024: ମେଷ ରାଶିରେ ବୁଧ-ବୃହସ୍ପତିଙ୍କ ମହାମିଳନ, ଧନବାନ୍ ହେବେ ଏହି ସବୁ ରାଶି

Mercury-Jupiter Conjunction: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ (Devguru Jupiter) ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ବୋଲି ବିବେଚନା କରାଯାଏ। ତେବେ, ଦିର୍ଘ ୧୨ ବର୍ଷ ପରେ ଗୋଟିଏ ରାଶିରେ ବୁଧ-ଦେବଗୁରୁ ବୃହସ୍ପତିଙ୍କ ମିଳନ ବୁଧ -ବୃହସ୍ପତି ୟୁତି (Budh Guru Yuti 2024) ଯୋଗ ସୃଷ୍ଟି କରୁଛି। ତେବେ, ଆସନ୍ତୁ ଜାଣିବା ବୁଧ-ବୃହସ୍ପତିଙ୍କ ଏହି ମହାମିଳନ କେଉଁ ସବୁ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ।

Budh Guru Yuti 2024: ମେଷ ରାଶିରେ ବୁଧ-ବୃହସ୍ପତିଙ୍କ ମହାମିଳନ, ଧନବାନ୍ ହେବେ ଏହି ସବୁ ରାଶି

Mercury-Jupiter Conjunction: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ (Devguru Jupiter) ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ବୋଲି ବିବେଚନା କରାଯାଏ।  ଏହି କ୍ରମରେ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଅଛନ୍ତି । ସେହି ରାଶିକୁ ମାର୍ଚ୍ଚ ୨୬ ତାରିଖରେ ଗ୍ରହମାନଙ୍କର ରାଜକୁମାର ବୁଧ ଚଳନ କରିବେ।  ବୁଧଙ୍କୁ ଅର୍ଥ, ବ୍ୟବସାୟ, ବକ୍ତବ୍ୟ ଏବଂ ଯୋଗାଯୋଗର କାରକ ବୋଲି କୁହାଯାଏ। ଜାତକରେ ବୁଧ- ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ରହିଲେ । ମଣିଷ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ବାସ୍ କରାଯାଏ। ତେବେ, ଦିର୍ଘ ୧୨ ବର୍ଷ ପରେ ଗୋଟିଏ ରାଶିରେ ବୁଧ-ଦେବଗୁରୁ ବୃହସ୍ପତିଙ୍କ ମିଳନ ବୁଧ -ବୃହସ୍ପତି ୟୁତି (Budh Guru Yuti 2024) ଯୋଗ ସୃଷ୍ଟି କରୁଛି। ତେବେ, ଆସନ୍ତୁ ଜାଣିବା ବୁଧ-ବୃହସ୍ପତିଙ୍କ ଏହି ମହାମିଳନ କେଉଁ ସବୁ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ।

ALSO READ: Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ମେଷ ରାଶି: ବୁଧ-ଗୁରୁ ୟୁତି (Budh-Guru Yuti 2024) ଏହି ରାଶିଙ୍କୁ ମାଲେମାଲ୍ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆକସ୍ମିକ ଧନଲାଭର ଯୋଗ ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଯେଉଁମାନେ ଚାକିରି କରୁଛନ୍ତି । ସେମାନଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି।  ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଏହି ସମୟରେ ଆପଣ କୌଣସି ବି ବ୍ୟବସାୟ ଆରମ୍ଭ କଲେ ଶୁଭଫଳ ପ୍ରାପ୍ତ କରିପାରିବେ। ନିଜ ସନ୍ତାନ ସନ୍ତତିଙ୍କ ଠାରୁ ଭଲ ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ଏହି ଅବଧି ମଧ୍ୟରେ, ଷ୍ଟକ୍ ମାର୍କେଟରେ ଆପଣ ଟଙ୍କା ଲଗାଇପାରିବେ। 

କର୍କଟ ରାଶି:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଯେଉଁମାନେ ସାମାଜିକ କାର୍ଯ୍ୟରେ ଜଡି଼ତ ସେମାନଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ବୈବାହିତ ଜୀବନ ସୁଖମୟ ହେବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବ।

ତୁଳା ରାଶି : ବୁଧ-ଗୁରୁ ୟୁତି (Budh-Guru Yuti 2024) ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ପ୍ରେମ ଜୀବନରେ ମଧୁରତା ବଢିବ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଅଫର ମିଳିବ। କାର୍ଯ୍ୟାଳୟର ପ୍ରମୋସନ ହେବାର ମଧ୍ୟ ସମ୍ଭାବନା ରହିଛି। ଆୟ ବଢିବା ସହ ବ୍ୟବସାୟରେ ଲାଭ ହେବ। ପରିବାର ଲୋକଙ୍କ ସମର୍ଥନ ପାଇବେ। ନୂଆ ଗାଡି଼ -ଜମି କିଣିବାର ସ୍ୱପ୍ନ ପୂରଣ ହେବ । 

ସିଂହ ରାଶି : ଏହି ରାଶିର ନବମ ଘରେ ବୁଧ-ଗୁରୁ ଚଳନ କରିବେ। ଫଳରେ ଏହି ରାଶିର ଲୋକଙ୍କ ପାଇଁ ବୁଧ-ଗୁରୁ ୟୁତି  ବେଶ୍ ଲାଭଦାୟୀ ରହିବ। ଏହି ଅବଧି ମଧ୍ୟରେ ଆର୍ଥିକ ଲାଭ ମିଳିବ । ଧନରେ ବୃଦ୍ଧି । ବ୍ୟବସାୟରେ ଆର୍ଥିକ ଲାଭ । ଦୂରସ୍ଥାନକୁ ଯାତ୍ରା ନେଇ ଯୋଗ ରହିଛି । ପରିବାରରେ ହସଖୁସି ଲାଗି ରହିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)