Bhadra Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ଭଦ୍ରା ରାଜଯୋଗ, ଧନଧାନ୍ୟରେ ଭରିଯିବ ଜୀବନ!
Advertisement
Article Detail0/zeeodisha/odisha2262825

Bhadra Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ଭଦ୍ରା ରାଜଯୋଗ, ଧନଧାନ୍ୟରେ ଭରିଯିବ ଜୀବନ!

Bhadra Rajyog 2024: ଜ୍ୟେଷ୍ଠ ମାସରେ ବୁଧଙ୍କ ଏହି ରାଶି ପରିବର୍ତ୍ତନ ଭଦ୍ରା ରାଜଯୋଗ ସୃଷ୍ଟି କରୁଛି। ଏହି ରାଜଯୋଗ କିଛି ରାଶି ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି ।  ତେବେ, ଆସନ୍ତୁ ଜାଣିବା ଏହି ଭଦ୍ରା ରାଜଯୋଗ କେଉଁ ରାଶିଙ୍କ ଉପରେ ଧନ ବର୍ଷା କରିବାକୁ ଯାଉଛି...

 

Bhadra Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ଭଦ୍ରା ରାଜଯୋଗ, ଧନଧାନ୍ୟରେ ଭରିଯିବ ଜୀବନ!

Bhadra Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହ ମାନଙ୍କର ରାଜକୁମାର ବୁଧ ଜୁନ୍ ୨ରେ (ଜ୍ୟୋଷ୍ଠ ମାସ) ମିଥୁନ ରାଶିରେ ପ୍ରବେଶ କରିବେ। ଜ୍ୟେଷ୍ଠ ମାସରେ ବୁଧଙ୍କ ଏହି ରାଶି ପରିବର୍ତ୍ତନ ଭଦ୍ରା ରାଜଯୋଗ ସୃଷ୍ଟି କରୁଛି। ଏହି ରାଜଯୋଗ କିଛି ରାଶି ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି । କାହିଁକିନା ବୁଧଙ୍କୁ ବକ୍ତବ୍ୟ, ଅର୍ଥ ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ଜାତକରେ ବା ରାଶିରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଧନ,ଐଶ୍ବର୍ଯ୍ୟ ବୃଦ୍ଧି ପାଇବା ସହ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା ଏହି ଭଦ୍ରା ରାଜଯୋଗ କେଉଁ ରାଶିଙ୍କ ଉପରେ ଧନ ବର୍ଷା କରିବାକୁ ଯାଉଛି...

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

ଲାଭରେ ରହିବା ଏହି ସବୁ ରାଶି :

ମିଥୁନ୍: ବୁଧ ମିଥୁନ ରାଶିରେ ଅଧିପତି ଅଟନ୍ତି। ତେଣୁ ଭଦ୍ରା ରାଜଯୋଗ ଏହି ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷକରି, ଏହି ଅବଧି ମଧ୍ୟରେ କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଚାକିରିରେ ଥିବା ଲୋକେ ପଦୋନ୍ନତି ପାଇବେ। ଆଉ ବେକାର ଲୋକେ ବି ଭଲ ନିଯୁକ୍ତି ପାଇବେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । କମ୍ ପରିଶ୍ରମ କରି ଅଧିକ ଲାଭ ପାଇବେ। ବ୍ୟବସାୟରେ ଭଲ ଆର୍ଥିକ ଲାଭ ହେବ। ଏହି ସମୟ ମଧ୍ୟରେ ନୂତନ ଘର ଓ ଗାଡି଼ କିଣିବାର ସମ୍ଭାବନା ଅଛି। ଆକସ୍ମିକ ଧନଲାଭର ଯୋଗ ବି ରହିଛି। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆୟ ବଢିବା ସହ ବାକି ପଡି଼ଥିବା ଟଙ୍କା ପାଇବେ। କୌଣସି ଶୁଭକାର୍ଯ୍ୟ ପାଇଁ ସମୟ ଭଲ ରହିଛି। ପୁରୁଣା ସମସ୍ୟାର ସମାଧାନ ହେବା ସହ ଚାପମୁକ୍ତ ରହିବ।

ସିଂହ: ଭଦ୍ରା ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ଖାସ୍ କରି ପ୍ରେମୀ ମାନଙ୍କ ପାଇଁ ଏହି ସମୟ ବେଶ୍ ଖାସ୍ ରହିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବା ସହ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ବ୍ୟବସାୟୀମାନେ ଲାଭବାନ୍ ରହିବେ। ଯଦି ଏହି ରାଶିର ଲୋକମାନେ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି। ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଅଧିକ ଲାଭ ପାଇବେ।  ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ନୂତନ କରି ବିବାହ କରିଥିବା ଲୋକେ ସନ୍ତାନପ୍ରାପ୍ତି ନେଇ ଭଲ ଖବର ପାଇପାରନ୍ତି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।

ମକର:  ରାଜଯୋଗ ମକର ଲୋକଙ୍କ ପାଇଁ ସବୁଠାରୁ ଶୁଭ ଅଟେ।  ଆତ୍ମବିଶ୍ୱାସ ବଢାଇବା ସହ ମାନ ସମ୍ମାନ ବଢିବ। ବ୍ୟବସାୟରେ ଏକ ଭଲ ଡିଲ୍ ହୋଇପାରିବ। ବିଦେଶ ଯାତ୍ରା କରିପାରନ୍ତି। ଦିର୍ଘ ଦିନର ଆଶା ପୂରଣ ହେବା ସହିତ ଆୟ ବଢିବ। ପ୍ରତ୍ୟେକ କାର୍ଯ୍ୟ ପରିବାର ସଦସ୍ୟଙ୍କ ସହଯୋଗ ପାଇବେ। ଲାଗି ରହିଥିବା ସମସ୍ୟା ଦୂର ହେବା ସହ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ । ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ସହ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଏକ ନୂତନ ଘର  କିଣିବାର ସମ୍ଭାବନା ରହିଛି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)