Shukra Gochar 2024: ମାର୍ଚ୍ଚ ଶେଷ ଯାଏଁ ସାବଧାନ୍ ରୁହନ୍ତୁ ମିଥୁନ ସହ ଏହି ୬ ରାଶି, ଧନହାନୀ ସହ ବିଗିଡ଼ିବ କାମ!
Advertisement
Article Detail0/zeeodisha/odisha2147759

Shukra Gochar 2024: ମାର୍ଚ୍ଚ ଶେଷ ଯାଏଁ ସାବଧାନ୍ ରୁହନ୍ତୁ ମିଥୁନ ସହ ଏହି ୬ ରାଶି, ଧନହାନୀ ସହ ବିଗିଡ଼ିବ କାମ!

Shukra Gochar 2024 Nakaratmak Prabhav: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଶୁକ୍ର ମାର୍ଚ୍ଚ ୭ ତାରିଖ ସକାଳ ୧୦ଟା ୫୫ ମିନିଟ୍ ସମୟରେ କୁମ୍ଭ ରାଶିକୁ ଚଳନ କରିଛନ୍ତି । ଶୁକ୍ରଙ୍କ ଏହି ଚଳନ କିଛି ରାଶି ପାଇଁ ସମସ୍ୟା ସୃଷ୍ଟି କରିବ। କାହିଁକିନା କୁମ୍ଭ ରାଶିରେ ଶନି ପୂର୍ବରୁ ବିରାଜମାନ ଅଛନ୍ତି । ସେହି ରାଶିରେ ପୁଣି ଥରେ ଶୁକ୍ର ଚଳନ ୬ ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। 

Shukra Gochar 2024: ମାର୍ଚ୍ଚ ଶେଷ ଯାଏଁ ସାବଧାନ୍ ରୁହନ୍ତୁ ମିଥୁନ ସହ ଏହି ୬ ରାଶି,  ଧନହାନୀ ସହ ବିଗିଡ଼ିବ କାମ!

Shukra Gochar 2024 Nakaratmak Prabhav: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଶୁକ୍ର ମାର୍ଚ୍ଚ ୭ ତାରିଖ ସକାଳ ୧୦ଟା ୫୫ ମିନିଟ୍ ସମୟରେ କୁମ୍ଭ ରାଶିକୁ ଚଳନ କରିଛନ୍ତି । ଶୁକ୍ରଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରୁଥିବା ବେଳେ ଆଉ କିଛି ରାଶି ପାଇଁ ସମସ୍ୟା ସୃଷ୍ଟି କରିବ। କାହିଁକିନା କୁମ୍ଭ ରାଶିରେ ଶନି ପୂର୍ବରୁ ବିରାଜମାନ ଅଛନ୍ତି । ସେହି ରାଶିରେ ପୁଣି ଥରେ ଶୁକ୍ର ଚଳନ ୬ ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଏହି ରାଶିମାନଙ୍କୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ  ସାବଧାନତାର ସହକାରେ ଚଳିବାକୁ ପଡି଼ବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ସାବଧାନ୍ ରୁହନ୍ତୁ ଏହି ସବୁ ରାଶି: 

ମିଥୁନ ରାଶି: ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ଏହି ରାଶି ପାଇଁ ବିପଦ ଡାକି ଆଣିବ। ଆପଣଙ୍କୁ ବୁଦ୍ଧି ବିଚାରି କାମ କରିବାକୁ ପଡିବ। ତରବରିଆ ଭାବେ କୌଣସି ନିଷ୍ପତି ନିଅନ୍ତୁ ନାହିଁ। ନଚେତ୍ ପରବର୍ତ୍ତି ଅବସ୍ଥାରେ ଏହା ଆପଣଙ୍କୁ ମହଙ୍ଗା ପଡିପାରେ। ଏହି ଅବଧି ମଧ୍ୟରେ ଆପଣଙ୍କ ପିତାମାତାଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ରହିପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ କିନ୍ତୁ କାର୍ଯ୍ୟରେ ଆତ୍ମସନ୍ତୋଷ ମିଳିବ ନାହିଁ। ପରିବାରରେ ଅଶାନ୍ତି ଲାଗି ରହିବ।

ସିଂହ ରାଶି:  ଶୁକ୍ରଙ୍କ ଏହି ଚଳନ ଆପଣଙ୍କ ପ୍ରେମ ଜୀବନ ଉପରେ ପ୍ରଭାବ ପକାଇବ।  ସାଥୀଙ୍କ ସହ ମନୋମାଳନ୍ୟ ଦେଖାଦେଇପାରେ। ପାରିବାରିକ ଜୀବନରେ ଝଡ଼ ଆସିପାରେ। ତେଣୁ ଆପଣ କଥା କହିବା ସମୟରେ ନିଜ ବାଣୀ ଉପରେ କାବୁ ରଖନ୍ତୁ। ନଚେତେ ବିବାଦ ଦେଖାଦେଇପାରେ। ବ୍ୟବସାୟୀମାନେ କୌଣସି ପ୍ରକାର ଡିଲ୍ ଏବେ ଫାଇନାଲ୍ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିପାରନ୍ତି। 

କନ୍ୟା ରାଶି: ଶୁକ୍ରଙ୍କ ରାଶି ପରିବର୍ତ୍ତନ କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିବ।  ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ।   ଅବିବାହିତ ଲୋକଙ୍କୁ ବିବାହ ଯୋଗେ ଆହୁରି ବିଳମ୍ବ ହୋଇପାରେ। ବ୍ୟବସାୟୀ ମାନଙ୍କ ପାଇଁ ସମୟ ଆଦୌ ଭଲ ନାହିଁ। ଆପଣଙ୍କ ଶତ୍ରୃମାନେ ମିତ୍ର ମାନଙ୍କ ସହ ମିଶି ବଡ଼ ଷଡଯନ୍ତ୍ର କରିପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। 

ବିଛା ରାଶି :  ଏହି ରାଶିର ଲୋକମାନଙ୍କ ପାଇଁ ସମୟ ଆଦୌ ଭଲ ନାହିଁ। ସମସ୍ତ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷତ୍ରରେ ବିବାଦ ଦେଖାଦେଇପାରେ।  କୌଣସି କାମକୁ ନେଇ ଆପଣ ଚିନ୍ତାରେ ରହିବେ। କୌଣସି କ୍ଷେତ୍ରରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ। ନଚେତ୍ ବିରାଟ କ୍ଷତି ସହିବେ। ଛାତ୍ରଛାତ୍ରୀଙ୍କ ପାଠପଢାରେ ମନ ଲାଗିବ ନାହିଁ। 

ମକର ରାଶି:  ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ବିରାଟ କ୍ଷତି ସହିବାକୁ ପଡିବ। ଆୟ କମିବା ସହ ଖର୍ଚ୍ଚ ବଢିବ।  ଆପଣଙ୍କ ଚର୍ମ ସମ୍ବନ୍ଧୀୟ କିଛି ସମସ୍ୟା ଦେଖାଦେଇପାରେ।  ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ।  ସାବଧାନତାର ସହିତ ଗାଡି ଚଲାନ୍ତୁ, ନଚେତ୍ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। 

କୁମ୍ଭ: ଶୁକ୍ରର ରାଶିର ପରିବର୍ତ୍ତନ ଆପଣଙ୍କ ମନକୁ ବିଶେଷ କରି ବିବ୍ରତ କରିପାରେ। ଅର୍ଥହାନୀର ଯୋଗ ରହିଛି । କୌଣସି କାରଣରୁ ଆୟ କମିବାର ସମ୍ଭାବନା ରହିଛି । ଯାହାକୁ ନେଇ ଆପଣ ଚିନ୍ତିତ୍ ରହିବେ। ପାରିବାରିକ ବିବାଦ ଦେଖାଦେବ। ଯାହାକୁ ନେଇ ଆପଣ ଟେନସନରେ ରହିବେ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)