Shani Uday 2024: ମାର୍ଚ୍ଚ ୧୮ରେ ଶନି ହେବେ ଉଦୟ, ଜାଣନ୍ତୁ କେଉଁ ରାଶି ପାଇଁ ଲାଭ ଆଉ କାହା ପାଇଁ ବଢିପାରେ ଚିନ୍ତା
Advertisement
Article Detail0/zeeodisha/odisha2152745

Shani Uday 2024: ମାର୍ଚ୍ଚ ୧୮ରେ ଶନି ହେବେ ଉଦୟ, ଜାଣନ୍ତୁ କେଉଁ ରାଶି ପାଇଁ ଲାଭ ଆଉ କାହା ପାଇଁ ବଢିପାରେ ଚିନ୍ତା

Shani Uday 2024: ଚଳିତ ମାସ ୧୮ରେ ସେହି ରାଶିରେ ଉଦୟ ହେବାକୁ ଯାଉଛନ୍ତି। ଶନିଙ୍କ ଏହି ଉଦୟ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ଶନି ଉଦୟ କେଉଁ କେଉଁ ରାଶି ରାଶିର ଭାଗ୍ୟ ପରିବର୍ତ୍ତନ କରିବାରେ ସହାୟକ ହେବ।...

Shani Uday 2024: ମାର୍ଚ୍ଚ ୧୮ରେ ଶନି ହେବେ ଉଦୟ, ଜାଣନ୍ତୁ କେଉଁ ରାଶି ପାଇଁ ଲାଭ ଆଉ କାହା ପାଇଁ ବଢିପାରେ ଚିନ୍ତା

Shani Uday 2024: ଜ୍ୟୋତିଶ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ଶନି ମଣିଷକୁ ତାର କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି । ଏହି କ୍ରମରେ ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ପୁଣି ଚଳିତ ମାସ ୧୮ରେ ସେହି ରାଶିରେ ଉଦୟ ହେବାକୁ ଯାଉଛନ୍ତି। ଶନିଙ୍କ ଏହି ଉଦୟ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ଶନି ଉଦୟ କେଉଁ କେଉଁ ରାଶି ରାଶିର ଭାଗ୍ୟ ପରିବର୍ତ୍ତନ କରିବାରେ ସହାୟକ ହେବ।...

ALSO READ: Lunar Eclipse 2024: ହୋଲିରେ ପଡୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ

ମେଷ ରାଶି:  ଶନିଙ୍କ ଉଦୟ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ପାରିବାରିକ ସମ୍ପର୍କ ମଜବୁତ୍ ହେବା ସହ ପ୍ରତ୍ୟକ କାର୍ଯ୍ୟରେ ପିତାମାତାଙ୍କ ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ସମାଜରେ ସମ୍ମାନ ବୃଦ୍ଧି ପାଇବ । ଯଦି ଆପଣ କୌଣସି ରୋଗରେ ପିଡି଼ତ ଅଛନ୍ତି । ତେବେ, ଏହି ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ। ଶନିଦେବଙ୍କ କୃପାରୁ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। 

ସିଂହ ରାଶି: ଶନିଦେବଙ୍କ କୃପାରୁ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଅଟକି ରହିଥିବା ଚଙ୍କା ଫେରସ୍ତ ପାଇବେ। ପାରିବାରିକ ସମ୍ପର୍କ ମଜବୁତ୍ ହେବ। ବୈବାହିକ ଜୀବନରେ ଲାଗିଥିବା ସମସ୍ୟା ଦୂର ହେବ। ନିଜ ଜୀବନ ସାଥୀଙ୍କ ସହିତ ସମୟ ଅତିବାହିତ କରିବେ। 

ମିଥୁନ ରାଶି:  ଶନିଙ୍କ ଉଦୟ ଏହି ରାଶିକୁ ମାଲେମାଲ୍ କରିଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି । ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବ।ଆପଣ ଏହି ସମୟରେ ଏକ ନୂତନ ଯାନ କିଣିବାର ସମ୍ଭାବନା ରହିଛି।

କନ୍ୟା ରାଶି:  ଶନିଙ୍କ ଆର୍ଶିବାଦରୁ କନ୍ୟା ରାଶିର ଭାଗ୍ୟ ବଦଳିବ। କାର୍ଯ୍ୟରେ ଆସୁଥିବା ସମସ୍ତ ପ୍ରତିବନ୍ଧକ ଦୂର ହେବ। ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। ବ୍ୟବସାୟ ପାଇଁ ନୂତନ ଡିଲ୍ ଫାଇନାଲ୍ ହୋଇପାରେ। ଚାକିରି ଖୋଜୁଥିବା ଲୋକମାନେ କିଛି ଭଲ ଖବର ପାଇବାର ସମ୍ଭାବନା ରହିଛି । କାର୍ଯ୍ୟ କରୁଥିବା ଲୋକମାନେ ପଦୋନ୍ନତି ପାଇପାରନ୍ତି ଏବଂ ଦରମା ମଧ୍ୟ ବୃଦ୍ଧି ହୋଇପାରେ।

କୁମ୍ଭ ରାଶି:  ଆକସ୍ମିକ ଧନଲାଭର ଯୋଗ ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀମାନେ ଆପଣଙ୍କୁ କାର୍ଯ୍ୟ ଦେଖି ପ୍ରଂଶସା କରିବେ।  ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ଆର୍ଥିକ ଲାଭର ବିଶେଷ ସମ୍ଭାବନା ମଧ୍ୟ ଅଛି । ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)