Apple Fines: iPhonesରେ ଚାର୍ଜର ନ ଦେଇ ଫସିଲା କମ୍ପାନୀ, ଏହି ଦେଶରେ ଲାଗିଲା ୨୪ ଲକ୍ଷ ଫାଇନ୍
Advertisement

Apple Fines: iPhonesରେ ଚାର୍ଜର ନ ଦେଇ ଫସିଲା କମ୍ପାନୀ, ଏହି ଦେଶରେ ଲାଗିଲା ୨୪ ଲକ୍ଷ ଫାଇନ୍

Apple Fine For Selling iPhones Without Charger: ବ୍ରାଜିଲର ନ୍ୟାୟ ଏବ ନାଗରିକ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆମେରିକୀୟ କମ୍ପାନୀ Appleକୁ ଜରିମାନା ଲଗାଯାଇଛି। ସ୍ଥାନୀୟ ମୂଦ୍ରାନୁସାରେ ଜରିମାନାର ପରିମାଣ ୧୨.୨୮ ମିଲିୟନ ରାଇସ ବା ପ୍ରାୟ ୨୪ ଲକ୍ଷ ଟଙ୍କା ହେବ। 

Apple Fines: iPhonesରେ ଚାର୍ଜର ନ ଦେଇ ଫସିଲା କମ୍ପାନୀ, ଏହି ଦେଶରେ ଲାଗିଲା ୨୪ ଲକ୍ଷ ଫାଇନ୍

Apple Fine For Selling iPhones Without Charger: ବିନା ଚାର୍ଜରରେ iPhone ବିକିବା Apple କମ୍ପାନୀକୁ ମହଙ୍ଗା ପଡିଛି। ଭେଦଭାବ ନୀତି ଆପଣାଉଥିବା ଅଭିଯୋଗରେ କମ୍ପାନୀ ଉପରେ ବ୍ରାଜିଲ ସରକାର କାର୍ଯ୍ୟାନୁଷ୍ଠାନ ନେଇଠନ୍ତି। ତତ୍କାଳ ଡିଷ୍ଟ୍ରିବୁଟରକୁ ନିଲମ୍ବନ କରିବା ସହ Apple କମ୍ପାନୀକୁ ୨୦ ଲକ୍ଷରୁ ଅଧକ ଟଙ୍କାର ଜରିମାନା ଲଗାଯାଇଛି। iPhoneର କିଛି ମଡେଲ ବା ଜେନେରେସନରେ ବ୍ୟାଟେରୀ ଚାର୍ଜର ଆସୁନଥିବା ନେଇ ଅଭିଯୋଗ ହୋଇଛି। ମଙ୍ଗଳବାର ବ୍ରାଜିଲ କର୍ତ୍ତୃପକ୍ଷଙ୍କ ତରଫରୁ ଆପଲକୁ ଜରିମାନା ଲଗାଯାଇଥିବା ସୂଚନା ଦେଇଛନ୍ତି।

ବ୍ରାଜିଲର ନ୍ୟାୟ ଏବ ନାଗରିକ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆମେରିକୀୟ କମ୍ପାନୀ Appleକୁ ଜରିମାନା ଲଗାଯାଇଛି। ସ୍ଥାନୀୟ ମୂଦ୍ରାନୁସାରେ ଜରିମାନାର ପରିମାଣ ୧୨.୨୮ ମିଲିୟନ ରାଇସ ବା ପ୍ରାୟ ୨୪ ଲକ୍ଷ ଟଙ୍କା ହେବ। ଏହା ସହ iPhone 12 ଓ iPhone 13 ମଡେଲର ବିକ୍ରି ଉପରେ କଟକଣା ଲଗାଯାଇଛି। ଏକ ଅଭିଯୋଗକୁ ଭିତ୍ତି କରି ଗତ ବର୍ଷ ଡିସେମ୍ବରରୁ ଆପଲ ଉପରେ ତଦନ୍ତ କରାଯାଉଥିଲା। କମ୍ପାନୀ ମୋବାଇଲ ସହ କିଛି ଆବଶ୍ୟକୀୟ ଉପକରଣ ଦେଉନଥିବା ଅଭିଯୋଗ ହୋଇଥିଲା। 

Also Read: ୬ବର୍ଷ ପୂର୍ତ୍ତି ଅବସରରେ Jioର ଧମାକାଦାର ଅଫର, ୭୫GB ଫ୍ରିଡାଟା ସହ ସପିଂ ଉପରେ ବମ୍ପର ଡିସ୍କାଉଣ୍ଟ

ଆପଲ କମ୍ପାନୀ ବିରୋଧରେ ଗ୍ରାହକଙ୍କୁ ଭେଦଭାବ କରିବା ସହ ଗ୍ରାହକଙ୍କ ସମସ୍ୟା ସମାଧାନ ପାଇଁ ତୃତୀୟ ପକ୍ଷକୁ ଦାୟୀତ୍ୱ ଦେଉଥିବା ଅଭିଯୋଗ ହୋଇଥିଲା। ଆପଲର ଆଉଟଲେଟରେ iPhone 12ର ନୂଆ ମଡେଲର ସହ ଚାର୍ଜର ଦେଉନଥିବା ବ୍ରାଜିଲର ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି। ତେବେ ବ୍ରାଜିଲ ସରକାର ଆମେରିକୀୟ କମ୍ପାନୀ ଉପରେ ଜରିମାନା ଲଗାଇବା ସହ ନିର୍ଦ୍ଧିଷ୍ଟ ମଡେଲର ବ୍ରିକ୍ରି ବନ୍ଦ କରିଛି। କିନ୍ତୁ କମ୍ପାନୀର ଅନ୍ୟ ଉତ୍ପାଦ ଗୁଡିକର ବିକ୍ରି ଉପରେ କୌଣସି ପ୍ରକାରର କଟକଣା ଲଗାଯାଇନାହିଁ। 

ସୂଚନାଯୋଗ୍ୟ, ପରିବେଶ ଉପରେ କୁପ୍ରଭାବ ପକାଉଥିବା ବାହାନା କରି ଆପଲ ତାହାର ମୋବାଇଲ ସହ ଚାର୍ଜର ବିକ୍ରି କରୁନଥିଲା। ତେବେ ଯାଞ୍ଚ ବେଳେ ସେଭଳି କିଛି କାରଣ ନଥିବା ବ୍ରାଜିଲ ଅଧିକାରୀମାନେ ଜାଣିବାକୁ ପାଇଲେ। ପରେ ଗ୍ରାହକଙ୍କୁ ଠକେଇ କରୁଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିଲା। ଯେଉଁଥିପାଇଁ ଆପଲ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବ୍ରାଜିଲ ଅଧିକାରୀ କହିଛନ୍ତି।