Health News : Adenosine Therapyରେ ଭଲ ହେବ ଏସବୁ ରୋଗ, ୩ ମାସରେ ହେବେ ସମ୍ପୁର୍ଣ୍ଣ ସୁସ୍ଥ, ଜାଣନ୍ତୁ କେମିତି ?
Advertisement
Article Detail0/zeeodisha/odisha1375652

Health News : Adenosine Therapyରେ ଭଲ ହେବ ଏସବୁ ରୋଗ, ୩ ମାସରେ ହେବେ ସମ୍ପୁର୍ଣ୍ଣ ସୁସ୍ଥ, ଜାଣନ୍ତୁ କେମିତି ?


Adenosine Therapy : ଆଡେନୋସାଇନ୍ ଥେରାପି (Adenosine Therapy) । ୮ ସପ୍ତାହରେ ଥରେ ଆପଣ ଏହି ଥେରାପି ନିଜ ଶରୀର ଉପରେ କରିପାରିବେ। ଯାହା ଆପଣଙ୍କୁ ବିଭିନ୍ନ ପ୍ରକାର ଦୂରାରୋଗରୁ ମୁକ୍ତି ଦେବ ।  

ସୌଜନ୍ୟ : ସୋସିଆଲ ମିଡିଆ

Adenosine Therapy : ଆଡେନୋସାଇନ୍ ଥେରାପି (Adenosine Therapy) । କୋଭିଡ ସଂକ୍ରମଣ ଦୂର କରିବା ପାଇଁ ଏହା ବେଶ ଉପାଦେୟ । 
ଏହି ଥେରାପି କୋରୋନା ସଂକ୍ରମଣ କମ୍ କରିବା ସହ ଆସ୍ତମା, ଫୁସଫୁସ ଜନିତ ରୋଗ ଓ ଶ୍ବାସ ଜନିତ ସମସ୍ୟାକୁ ମଧ୍ୟ ଛୁ କରିଥାଏ । ପ୍ରତ୍ୟକ ମଣିଷଙ୍କୁ ଏହି ଥେରାପିର ଆବଶ୍ୟକତା ରହିଛି। ୮ ସପ୍ତାହରେ ଥରେ ଆପଣ ଏହି ଥେରାପି ନିଜ ଶରୀର ଉପରେ କରିପାରିବେ। ଯାହା ଆପଣଙ୍କୁ ବିଭିନ୍ନ ପ୍ରକାର ଦୂରାରୋଗରୁ ମୁକ୍ତି ଦେବ ।  

ଏକ ସର୍ଭେରୁ ଜଣାପଡିଛି ଯେ, (Adenosine Therapy ) ଆଡେନୋସାଇନ୍ ଥେରାପି ଜଣେ ଆସ୍ତମା ରୋଗୀଙ୍କୁ କିଭଳି ସୁସ୍ଥ କରି ପାରିଛି। ଆସ୍ତମାରେ ପୀଡିତ ଥିବା ଲୋକେ ଏହି ଥେରାପିକୁ ଆପଣାଇଲେ ଏକ ସୁସ୍ଥ ଜୀବନ ପାଇ ପାରିବେ । ବିଶେଷ କରି ଶୀତଦିନରେ ଆସ୍ତରୋଗୀମାନେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହୋଇଥାଏ । ଆଉ କେତେକ ଗୁରୁତର ରୋଗୀ ଇନହେଲର ମଧ୍ୟ ବ୍ୟବହାର କରିଥାନ୍ତି । ଯାହା ରୋଗୀମାନଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ସାହାର୍ଯ୍ୟ କରିଥାଏ। ଏବଂ ରୋଗୀଙ୍କୁ କିଛି ସମୟ ପାଇଁ ଆରାମ ପ୍ରଦାନ କରିଥାଏ ।  କିନ୍ତୁ ଏହା ସ୍ଥାୟୀ ପ୍ରତିକାର ନୁହେଁ । 

 ଏହାବି ପଢନ୍ତୁ : Health Tips : Plastic Bottleରେ ପିଅନ୍ତୁ ନାହିଁ ପାଣି, ହୋଇପାରେ ଏସବୁ ବଡ ରୋଗ

 

ହେଲେ ଆପଣ ଯଦି ଆଡେନୋସାଇନ୍ ଥେରାପି (Adenosine Therapy ) ନେବେ ,ତେବେ ଏହି ରୋଗ କିଛି ଦିନ ମଧ୍ୟରେ ଦୂର ହେବାର ସମ୍ଭାବନା ମଧ୍ୟ ରହିଛି । ଆଡେନୋସାଇନ୍ ଥେରାପି ଆସ୍ତମା ରୋଗୀଙ୍କ ପାଇଁ ବେଶ ଉପାଦେୟ । ଅସ୍ତମା ସମ୍ବନ୍ଧୀୟ ଲକ୍ଷଣ ଓ ଅସ୍ତମା ଆରମ୍ଭରୁ ଏହାର ଚିକିତ୍ସା କରାଗଲେ । ରୋଗୀ ଏକ ସୁସ୍ଥ ଜୀବନ ପାଇପାରିବ। ତେବେ ଏହି ଚିକିତ୍ସାରେ ରୋଗୀଙ୍କୁ ସମ୍ପୁର୍ଣ୍ଣ ସୁସ୍ଥ ହେବା ପାଇଁ ତିନି ମାସ ସମୟ ଲାଗିଥାଏ । ଆସ୍ତମା ହେଉଛି ଏପରି ଏକ ରୋଗ ,ଯେଉଁଥିରେ ରୋଗୀଙ୍କୁ ନିଶ୍ବାସ ନେବାରେ କଷ୍ଚ ଅନୁଭବ ହୋଇଥାଏ । ଶ୍ବାସନଳୀର ସଂକିର୍ଣ୍ଣ ହୋଇଯାଏ । ଏବଂ ନିଶ୍ବାସ ନେବା ବେଳେ କାଶ ହେବା ସହ ଅସୁସ୍ଥତା ମଧ୍ୟ ଅନୁଭବ କରେ । କିଛି ଲୋକଙ୍କ ପାଇଁ ଆସ୍ତମା ଏକ ସାମାନ୍ୟ ରୋଗ  ହୋଇଥିବା ବେଳେ ଅନ୍ୟମାନଙ୍କ ପାଇଁ ଏହା ଏକ ପ୍ରମୁଖ ସମସ୍ୟା । ଏହି ରୋଗ ଦୈନନ୍ଦିନ  ଜୀବନର କାର୍ଯ୍ୟକଳାପରେ ବାଧା ସୃଷ୍ଟି କରେ। କେବେ ଏହି ରୋଗ ବଡ ବିପଦ ହୋଇ ଜୀନନ ମଧ୍ୟ ନେଇପାରେ। ଆସ୍ତମା ରୋଗର ଔଷଧ ବାହାରି ଥିଲେ ସୁଧା ରୋଗୀ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ପାରୁ ନାହାଁନ୍ତି । 

ଆସ୍ତମାର ଲକ୍ଷଣ 

ନିଶ୍ୱାସ ନେବାରେ ସମସ୍ୟା ।
ଛାତିରେ ବାରମ୍ବାର ଯନ୍ତ୍ରଣା ଅନୁଭବ କରିବା  ।
ନିଶ୍ୱାସ ନେବାବେଳେ ମୁଣ୍ତ ବୁଲେଇବା ।
ନିଶ୍ୱାସ ନେବା ସମୟରେ ବାରମ୍ବାର କାଶ ଆସିବା ।
 
ଯଦି ଆପଣଙ୍କ ଠାରେ ଏଭଳି ସମସ୍ୟା ଦେଖାଦେଉଛି ,ତେବେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)