Health benefits of jaggery: ଗୁଡ଼ ସହିତ ଖାଆନ୍ତୁ ଏହି ଗୋଟିଏ ଜିନିଷ,ମିଳିବ ସାତ ଫାଇଦା
Advertisement

Health benefits of jaggery: ଗୁଡ଼ ସହିତ ଖାଆନ୍ତୁ ଏହି ଗୋଟିଏ ଜିନିଷ,ମିଳିବ ସାତ ଫାଇଦା

  ସୁସ୍ଥ ରହିବା ପାଇଁ ଖାଦ୍ୟ  ଏପରି ହେବା ଦରକାର, ଯେଉଁଥିରେ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ରହିଥିବ ।  ଗୁଡ଼ ଓ ଭଜା ଚଣା ମଧ୍ୟ ଏମିତି ଦୁଇଟି ଖାଦ୍ୟ, ଯେଉଁଥିରେ ଅନେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଗୁଡ଼ ଓ ଚଣା ଏକାସାଙ୍ଗରେ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାଏ । ଗ

SOCIAL MEDIA

Health benefits of jaggery: 

ସୁସ୍ଥ ରହିବା ପାଇଁ ଖାଦ୍ୟ  ଏପରି ହେବା ଦରକାର, ଯେଉଁଥିରେ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ରହିଥିବ ।  ଗୁଡ଼ ଓ ଭଜା ଚଣା ମଧ୍ୟ ଏମିତି ଦୁଇଟି ଖାଦ୍ୟ, ଯେଉଁଥିରେ ଅନେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଗୁଡ଼ ଓ ଚଣା ଏକାସାଙ୍ଗରେ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାଏ । ଗରମ ଗୁଡ଼ ଖାଇବା ଦ୍ୱାରା ଆପଣ ଶୀତକାଳୀନ ରୋଗରୁ ରକ୍ଷା ପାଇପାରିବେ । ଏଥିସହିତ ଭଜା ଚଣା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଚଣାରେ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଥାଏ, ଅନ୍ଯପକ୍ଷରେ ଗୁଡ଼ ଆଇରନର ସର୍ବୋତ୍ତମ ଉତ୍ସ ଅଟେ । ଏହା ଦ୍ୱାରା ଶରୀରରେ ରକ୍ତର ଅଭାବ ହୁଏ ନାହିଁ। ଆସନ୍ତୁ ଜାଣିବା, ଗୁଡ଼ ଓ ଭଜା ଚଣାକୁ ଏକାସାଙ୍ଗରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ'ଣ ଫାଇଦା ମିଳିଥାଏ।

ଗୁଡ଼ ଏବଂ ଚଣା ଖାଇବାର ସ୍ୱାସ୍ଥ୍ୟ ଉପକାରିତା

୧. indianexpress.com ପ୍ରକାଶିତ ଏକ ଖବର ଅନୁଯାୟୀ, ଭଜା ଚଣା ଶ୍ୱାସ ରୋଗର ଚିକିତ୍ସାରେ ଲାଭଦାୟକ ଅଟେ । ରାତିରେ ଶୋଇବା ପୂର୍ବରୁ ଅଳ୍ପ ଭଜା ଚଣା ଖାଆନ୍ତୁ ଏବଂ ତା'ପରେ ଏକ ଗ୍ଲାସ ଉଷୁମ କ୍ଷୀର ପିଅନ୍ତୁ । ଆପଣଙ୍କୁ ଅନେକ ଫାଇଦା ମିଳିବ । ଉଭୟ ଗୁଡ଼ ଏବଂ ଚଣା ଜିଙ୍କ୍ ଥାଏ, ଯାହା ତ୍ୱଚାର ସ୍ୱାସ୍ଥ୍ୟରେ ଚମକ ଆଣିଥାଏ।

୨. ଭଜା ଚଣା ଏବଂ ଗୁଡ଼ର ମିଶ୍ରଣ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ର ଏକ ପାୱାରହାଉସ୍, ଯାହା କେବଳ ପ୍ରଦୂଷଣ ଜନିତ ରୋଗରୁ ମୁକ୍ତି ପାଇବାରେ ସାହାଯ୍ୟ କରିନଥାଏ, ବରଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ, ଦାନ୍ତ କ୍ଷୟକୁ ରୋକିଥାଏ ।

୩. ଗୁଡ଼ ଓ ଚଣା ଏକାସାଙ୍ଗରେ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ଶୀତକାଳୀନ ରୋଗ ଯଥା ଭୂତାଣୁ ଜ୍ୱର, ଥଣ୍ଡା, କାଶ, ଗଳା ଯନ୍ତ୍ରଣା, ସଂକ୍ରମଣ ଇତ୍ୟାଦିରୁ ରକ୍ଷା କରିଥାଏ । ଶରୀରରେ ଜମା ହୋଇଥିବା ଚର୍ବିକୁ କମ୍ କରିଥାଏ।

୪. ପ୍ରତିଦିନ ସୀମିତ ପରିମାଣରେ ଗୁଡ଼ ଓ ଭାଜିଥିବା ଚଣା ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ଶକ୍ତି ମିଳିଥାଏ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ରକ୍ତହୀନତା ରେ ପୀଡିତ ଲୋକମାନେ ଏହାକୁ ନିଶ୍ଚୟ ସେବନ କରିବା ଉଚିତ୍ ।

୫. ଋତୁସ୍ରାବ ସମୟରେ ମହିଳାଙ୍କ ଶରୀରରେ ରକ୍ତର ଅଭାବ ରହିଥାଏ, ଏହାକୁ ପୂରଣ କରିବା ପାଇଁ ଗୁଡ଼ ଓ ଚଣାର ମିଶ୍ରଣ ଖାଇବା ନିହାତି ଆବଶ୍ୟକ । କାରଣ ଗୁଡ଼ ଆଇରନ୍ ଓ ଚଣା ପ୍ରୋଟିନ୍ ର ଭରପୂର ଉତ୍ସ।

୬. ଏହା ମଧ୍ୟ କୁହାଯାଏ ଯେ ଏଥିରେ ଥିବା ଭିଟାମିନ୍ ବି୬ କାରଣରୁ ଯଦି ଏହି ଦୁଇଟିକୁ ନିୟମିତ ସେବନ କରାଯାଏ ତେବେ ଏହା ସ୍ମରଣଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

୭. ଯଦି ଆପଣ ବ୍ୟାୟାମ କରୁଛନ୍ତି  ତେବେ ଗୁଡ଼ ଚଣା  ଉତ୍ତମ ଜଳଖିଆ ହୋଇପାରେ, କାରଣ ଏହା ଶରୀରର ଶକ୍ତି ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ଉଭୟଙ୍କୁ ଏକାଠି ଖାଇଲେ ପୋଟାସିୟମର ମାତ୍ରା ବଢିଥାଏ, ଯାହା ହୃଦଘାତର ଆଶଙ୍କାକୁ କମ୍ କରିଥାଏ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।