Brahmapur Ragging Case: ଭାଇରାଲ୍ ଭିଡ଼ିଓରେ ସମୟରେ ମଜା ନେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷା ଚିହ୍ନଟ କରିଛନ୍ତି । ତେବେ ଭିଡିଓରେ ଥିବା ୧୨-୧୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ସମସ୍ତଙ୍କୁ କଲେଜରୁ ବହିଷ୍କୃତ କରିବା ପାଇଁ ନିଷ୍ପତି ନିଆଯାଇଛି କଲେଜ ଅଧ୍ୟକ୍ଷା ଓ ଆଣ୍ଟି ରାଙ୍ଗିଙ୍ଗ କମିଟିର ସଦସ୍ୟ କହିଛନ୍ତି ।
Trending Photos
Brahmapur Ragging Case: ବ୍ରହ୍ମପୁର ଏକ କଲେଜରେ ରାଗିଂ ମାମଲା ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ଏହାକୁ ନେଇ ପୋଲିସ ଆକ୍ସନ ମୁଡ଼କୁ ଆସିଛି । ବ୍ରହ୍ମପୁର ଜିଲ୍ଲା ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଜଣେ ଛାତ୍ରୀଙ୍କୁ ରାଗିଂ ଘଟଣାର ଭିଜୁଆଲ୍ ଭାଇରାଲ୍ ହେବା ପରେ ବର୍ତ୍ତମାନ ୫ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଗିରଫ ହୋଇଥିବା ୫ ଜଣ ଛାତ୍ରଙ୍କ ମଧ୍ଯରେ ଦୁଇଜଣ ନାବାଳକ ଅଛନ୍ତି । ଅନ୍ୟ ତିନିଜଣ ସାବାଳକ ଅଟନ୍ତି ।
ବ୍ରହ୍ମପୁର ଏସପିଙ୍କ ଅନୁସାରେ ଭାଇରାଲା ଭିଡିଓ ରେ ଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ କଲେଜ୍ ଆଣ୍ଟି ରାଗିଂ ଓ ଶୃଙ୍ଖଳା ଗତ କମିଟିର ତଦନ୍ତ ରିପୋର୍ଟ ପ୍ରଦାନ ପରେ କଲେଜ୍ ଅଧ୍ଯକ୍ଷା, ଗିରଫ ଦୁଇ ଛାତ୍ରଙ୍କ ସମେତ ଘଟଣାରେ ସଂପୃକ୍ତ ଏକାଧିକ ଛାତ୍ର ଛାତ୍ରୀଙ୍କୁ କଲେଜ୍ ରୁ ବିତାଡିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଶୁକରବର ଦିନ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରାଗୀଙ୍ଗ ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାହକ ଓ ଅନ୍ୟ ଜଣେ ଛାତ୍ର ବବୁଲୁ ପଣ୍ଡାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି କହିଛନ୍ତି । ଗିରଫଙ୍କ ମଧ୍ଯରେ ଦୁଇଜଣ ନାବାଳକ ଥିବାରୁ ଜୁଭେଲାଇନ୍ ବୋର୍ଡରେ ହାଜର କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଏହା ସେ କହିଛନ୍ତି ଭାଇରାଲ୍ ଭିଡିଓରେ ଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମସ୍ଥଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପଟେ ଆଜି ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଣ୍ଟି ରାଗିଙ୍ଗ କମିଟି ଏବଂ ଶୃଙ୍ଖାଲାଗତ କମିଟି ସହ ଆଲୋଚନା କରିଛନ୍ତି । କମିଟି ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି । ଗିରଫ ହୋଇଥିବା ଦୁଇ ଛାତ୍ରଙ୍କୁ କଲେଜରୁ ବହିଷ୍କୃତ କରାଯିବ । ଘଟଣାରେ ସଂପୃକ୍ତ ଅନ୍ଯ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ବାଧ୍ୟତା ମୂଳକ ଟିସି ପ୍ରଦାନ କରି କଲେଜରୁ ବିତାଡିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଲେଜ୍ ଅଧ୍ଯକ୍ଷା ପ୍ରମିଳା ଖାଡଙ୍ଗା କହିଛନ୍ତି ।
ଏହା ସହ ଅଧ୍ଯକ୍ଷା କହିଛନ୍ତି ଏହି ଘଟଣାରେ ସଂପୃକ୍ତ ଛାତ୍ର ଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାରୁ ନିବୃତ୍ତ ରଖାଯିବାକୁ କଲେଜ ନିଷ୍ପତ୍ତି ନେଇଛି । ଗିରଫ ଛାତ୍ର ଆଭିଷେକ କଲେଜ ରେ କେବେ ବିଶୃଙ୍ଖଳା କରିବି ନାହିଁ ଓ ଯେବେ ବିଶୃଙ୍ଖଳା କରିବି କଲେଜରୁ ବିତାଡିତ କରିବ ବୋଲି ଚଳିତ ବର୍ଷ ମାର୍ଚ୍ଚ ମାସ ୨୨ ତାରିଖରେ ଏକ ଅଣ୍ଡର୍ ଟେକିଙ୍ଗ୍ ଲେଖି ଦେଇଥିବା କଲେଜ୍ କର୍ତ୍ତୃପକ୍ଷ କହିଛନ୍ତି ।
ଏହା ସହ ଭାଇରାଲ୍ ଭିଡ଼ିଓରେ ସମୟରେ ମଜା ନେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷା ଚିହ୍ନଟ କରିଛନ୍ତି । ତେବେ ଭିଡିଓରେ ଥିବା ୧୨ ରୁ ୧୩ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ସମସ୍ତଙ୍କୁ କଲେଜରୁ ବହିଷ୍କୃତ କରିବା ପାଇଁ ନିଷ୍ପତି ନିଆଯାଇଥିବା କଲେଜ ଅଧ୍ୟକ୍ଷା ଓ ଆଣ୍ଟି ରାଙ୍ଗିଙ୍ଗ କମିଟିର ସଦସ୍ୟ କହିଛନ୍ତି ।