ଗଛ କଟାକୁ ନେଇ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଲେ ହାଇକୋର୍ଟ
Advertisement
Article Detail0/zeeodisha/odisha1205730

ଗଛ କଟାକୁ ନେଇ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Bhubaneswar Tree Cutting: ସରକାର କୋର୍ଟରେ ନିଜ ଜବାବ ରଖି କହିଥିଲେ ଯାହା ହୋଇଛି ଏବଂ କରାଯାଉଛି ନିୟମ ଅନୁସାରେ ହୋଇଛି । ଏ ନେଇ ସିଟି ଫରେଷ୍ଟ ଡିଭିଜନକୁ ଚିଠି ଲେଖି ଅବଗତା କରାଯାଇ ଗଛ କାଟିବା ପାଇଁ ଅନୁମିତ ଅଣାଯାଇଛି । 

ସାଙ୍କେତିକ ଫଟୋ

କଟକ: ବିଧାୟକଙ୍କ ସରକାରୀ କ୍ବାଟର ନିର୍ମାଣ ପାଇଁ କଟା ଯାଉଥିବା ଗଛ ମାମଲାରେ ମାନ୍ୟବର କୋର୍ଟ ଗୁରୁତ୍ବ ପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଗଛ କଟା ବନ୍ଦ ସହ ପୁରା ନିର୍ମାଣ ସଂପର୍କିତ ନକ୍ସା ଓ ଯୋଜନା ସତ୍ୟପାଠ ଆକାରରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ସରକାର ମଧ୍ୟ ମାନି ନେଇଛନ୍ତି ।
  
ଗଛ କଟା ପ୍ରସଙ୍ଗରେ ହାଇକୋର୍ଟ ଆଜି ଶୁଣାଣି କରି ନିଜ ରାୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଗଛ ନ କାଟି ଏହାର ବିକଳ୍ପ ବାହାର କରି ଗୃହ ନିର୍ମାଣ କାମ କରିହେବ । ସମାଜସେବୀ ଜୟନ୍ତ ଦାସଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜବାବ ରଖିବା ପୂର୍ବରୁ ସରକାରୀଙ୍କ ପକ୍ଷରୁ ନିଯୁକ୍ତ ଓକିଲ ବିତଣ୍ଡା ଯୁକ୍ତି ଉପସ୍ଥାପନା ରଖିଥିଲେ । 

ସରକାର କୋର୍ଟରେ ନିଜ ଜବାବ ରଖି କହିଥିଲେ ଯାହା ହୋଇଛି ଏବଂ କରାଯାଉଛି ନିୟମ ଅନୁସାରେ ହୋଇଛି । ଏ ନେଇ ସିଟି ଫରେଷ୍ଟ ଡିଭିଜନକୁ ଚିଠି ଲେଖି ଅବଗତା କରାଯାଇ ଗଛ କାଟିବା ପାଇଁ ଅନୁମିତ ଅଣାଯାଇଛି । ବିଧାୟକଙ୍କ ସରକାରୀ କ୍ବାଟର ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଜାଗାରେ 870ଟି ଗଛ ରହିଛି । ଏ ସବୁ କାଟିବା ଦରକାର ଥିଲା ବୋଲି ସରକାର କହିଥିଲେ । କିନ୍ତୁ ପୂରା ଯୋଜନା ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ ସରକାର ନିଜ ଆଡୁ ତୁରନ୍ତ ପ୍ରସ୍ତାବ ଦେଇଥିଲେ । କୋର୍ଟ ବି ତୁରନ୍ତ ଏ ନେଇ ନିର୍ମାଣ ସଂପର୍କିତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
 
MLA କ୍ବାଟର ପାଇଁ କଣ ଯୋଜନା ରହିଛି? ସେ ସମ୍ପର୍କିତ ସମସ୍ତ ନକ୍ସା, ପ୍ଲାନ୍, ଲେ ଆଉଟ ସମେତ ଏ ସମ୍ପର୍କିତ ସମସ୍ତ ତଥ୍ୟ କୋର୍ଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ପାଇଁ ସତ୍ୟପାଠ ମାଧ୍ୟମରେ ତଥ୍ୟ ରଖିବାକୁ ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ହାଇକୋର୍ଟ ଦେଇଛନ୍ତି । କେତେ ଗଛ କଟାଯାଇଛି, କେଉଁ ଉଦ୍ଧେଶ୍ୟରେ କଟାଯାଇଛି, ଏହା ଆଇନ ଅନୁଯାୟୀ କଟାଯାଇଛି କି ନାହିଁ ସମସ୍ତ ତଥ୍ୟକୁ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି । ଜୁନ ୨୭ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଧେଶରେ କହିଛନ୍ତି । 

କୋର୍ଟ ୨୭ ଜୁନରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । କହିରଖୁଛୁ ଯେ ଗଛ କାଟିବା ବନ୍ଦ କରିବାକୁ ନେଇ ସମାଜସେବୀ ଜୟନ୍ତ ଦାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ଗଛ କାଟିବା ବନ୍ଦ କରିବା ସହ କଟା ଯାଇଥିବା ଗଛ ଗୁଡିକର କ୍ଷତିପୂରଣ ଦେବାକୁ ଜୟନ୍ତ ଦାସ କୋର୍ଟରେ ପିଟିସନ ଦାଖଲ କରିଥିଲେ  । ରାଜ୍ୟ ସରକାର,କେନ୍ଦ୍ର ସରକାରଙ୍କ ସମେତ ମୋଟ ୧୦ ଜଣଙ୍କୁ ପକ୍ଷଭୁକ୍ତ କରାଯାଇ ଏହି ମାମଲା ରୁଜୁ କରାଯାଇଛି । ଯଦି ସରକାର ପୁଣି ଗଛ କାଟନ୍ତି, ତାହେଲେ ପରବର୍ତ୍ତୀ ସମୟରେ ଆଉ ଏକ ମାମଲା କରି ପୁନର୍ବାର ଶୁଣାଣି କରିବା ପାଇଁ ପ୍ରତିପକ୍ଷ ଚେତାବନି ଦେଇଛି ।

ଏହା ବି ପଢ଼ନ୍ତୁ: Eating Habits: ଏହି ଦିଗକୁ ଅନାଇ କରନ୍ତୁ ନାହିଁ ଭୋଜନ, ବଢ଼ିବ ପାରିବାରିକ ଋଣ