ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ
Advertisement
Article Detail0/zeeodisha/odisha2345933

ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

Kamala pujari: ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଜାତୀୟ ପତାକାରେ ତାଙ୍କ ମରଶରୀରକୁ ଆଚ୍ଛାଦିତ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଏସ୍‌ସିବି ମେଡିକାଲ ପକ୍ଷରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମରଶରୀରକୁ କୋରାପୁଟ ପଠାଯାଇଥିଲା। 

ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ଗାଁ ପାତ୍ରପୁଟର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି। ପଞ୍ଚଭୂତରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀର ବିଲୀନ ହୋଇଛି। 

କମଳାଙ୍କ ଶେଷକୃତ୍ୟ ସଂପନ୍ନ ବେଳେ କୋରାପୁଟ ଜିଲ୍ଲାପାଳ ଭି. କିର୍ତ୍ତୀଭାସନ୍, ଏସପି ଅଭିନବ ସୋନାକର, ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ଏସଡିପିଓ ଅଙ୍କିତ ବର୍ମା, ବିଡିଓ ଶକ୍ତିପ୍ରସାଦ ମହାପାତ୍ରଙ୍କ ସହିତ ଅନେକ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ।

ଅନ୍ୟପଟେ ଶନିବାର କମଳା ପୂଜାରୀ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଜାତୀୟ ପତାକାରେ ତାଙ୍କ ମରଶରୀରକୁ ଆଚ୍ଛାଦିତ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଏସ୍‌ସିବି ମେଡିକାଲ ପକ୍ଷରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମରଶରୀରକୁ କୋରାପୁଟ ପଠାଯାଇଥିଲା। 

ପାରମ୍ପରିକ ରୀତିରେ ବିନା ସରକାରୀ ସହୟତାରେ କେବଳ ଗୋବର ଖତ ବ୍ୟବହାର କରି ସେ କଳାଜିରା, ହଳଦୀଗଣ୍ଠି, ଝିଲ୍ଲୀ, ଲଦିଆରି, ଉମୁରିଆଚୁଡି, ଲଲାଟ, ଘଣ୍ଟିଆ, ବରପକ, ସପୁରୀ, ଗଠିଆ, ପାରା, ମୋରା ଆଦି ଦେଶୀ ଧାନ ସଂରକ୍ଷଣ କରିଛନ୍ତି। ଏହି ବିହନ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ। 

କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି କମଳା ପୂଜାରୀଙ୍କର ଦେହାନ୍ତ ହୋଇଥିଲା। କିଡନୀ ଜନିତ ସମସ୍ୟା ଯୋଗୁ ଅସୁସ୍ଥ ହୋଇ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଗତକାଲି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା। ଶତାଧିକ ଲୁପ୍ତପ୍ରାୟ ଅନେକ ଦେଶୀ ଧାନ କିସମକୁ ସଂଗ୍ରହ କରି ପୁନର୍ଜନ୍ମ ଦେଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ। ଲୁପ୍ତପ୍ରାୟ ଦେଶୀ ଧାନ କିସମର ସଂରକ୍ଷଣ ହେଉ, କି ଜୈବିକ କୃଷିର ପ୍ରଚାର ପ୍ରସାର, ଦାରିଦ୍ର୍ୟ ଓ ବୟସକୁ ଖାତିର ନକରି ହାତଗୋଡ଼ ଚାଲିଥିବା ପର୍ଯ୍ୟନ୍ତ ଅଭିଯାନ ଜାରି ରଖିଥିଲେ କମଳା ପୂଜାରୀ।