Kim Jong Un love story:ଚିୟରଗର୍ଲଙ୍କୁ ଦେଖି ପ୍ରେମରେ ପଡିଥିଲେ କିମ୍ ଜୋଙ୍ଗ୍ ଉନ୍,ଭାବି ପତ୍ନୀ ବିବାହ ପୂର୍ବରୁ ନେଇଥିଲେ ୬ ମାସ ଟ୍ରେନିଂ
Advertisement

Kim Jong Un love story:ଚିୟରଗର୍ଲଙ୍କୁ ଦେଖି ପ୍ରେମରେ ପଡିଥିଲେ କିମ୍ ଜୋଙ୍ଗ୍ ଉନ୍,ଭାବି ପତ୍ନୀ ବିବାହ ପୂର୍ବରୁ ନେଇଥିଲେ ୬ ମାସ ଟ୍ରେନିଂ

କିମ ଜୋଙ୍ଗ ଉନ୍, ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ । କ୍ରୁରତାରେ ନିଜ ବାପା ଓ ଜେଜେବାପାଙ୍କୁ ଟକ୍କର ଦେଉଥିବା ଉତ୍ତର କୋରିଆର ଏହି ଏକଛତ୍ରବାଦୀ ଶାସକ ପ୍ରେମରେ ପଡିଥିବା କଥା ଶୁଣିଲେ ଯିଏ କେହି ଆଶ୍ଚର୍ଯ୍ୟ ହେବ । କିନ୍ତୁ ଏହା ସତ ।  ଜାନୁଆରୀ 8, 1982 ରେ ଜନ୍ମ ହୋଇଥିବା ଏହି ଏକଛତ୍ରବାଦୀ ଶାସକ ପ୍ରଥମ ଦେଖାରେ ଜଣଙ୍କ ପ

SOCIAL MEDIA

Kim Jong Un love story:

କିମ ଜୋଙ୍ଗ ଉନ୍, ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ । କ୍ରୁରତାରେ ନିଜ ବାପା ଓ ଜେଜେବାପାଙ୍କୁ ଟକ୍କର ଦେଉଥିବା ଉତ୍ତର କୋରିଆର ଏହି ଏକଛତ୍ରବାଦୀ ଶାସକ ପ୍ରେମରେ ପଡିଥିବା କଥା ଶୁଣିଲେ ଯିଏ କେହି ଆଶ୍ଚର୍ଯ୍ୟ ହେବ । କିନ୍ତୁ ଏହା ସତ ।  ଜାନୁଆରୀ 8, 1982 ରେ ଜନ୍ମ ହୋଇଥିବା ଏହି ଏକଛତ୍ରବାଦୀ ଶାସକ ପ୍ରଥମ ଦେଖାରେ ଜଣଙ୍କ ପ୍ରେମରେ ପଡିଥିଲେ । ନିଜ ପିତା ଏବଂ ଜେଜେବାପାଙ୍କ ପରି ଏକାଧିକ ବିବାହ କରିବା ପରିବର୍ତ୍ତେ କେବଳ ଜଣଙ୍କ ସହିତ ଜୀବନ ବିତାଉଛନ୍ତି କିମ୍ । କିମଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମଠାରୁ କମ ନୁହେଁ ।ଗୋଟିଏ  ଅର୍କେଷ୍ଟ୍ରା ରେ ଗୀତ ଗାଉଥିବା ଜଣେ ଝିଅକୁ ଦେଖି ସେ ପ୍ରେମରେ ପଡିଥିଲେ । ପରେ ସେହି ଝିଅ ତାଙ୍କ ପତ୍ନୀ ହୋଇଥିଲେ । ତେବେ ତାଙ୍କ ବିବାହ ଅନେକ ବର୍ଷ ପର୍ଯ୍ୟନ୍ତ ଦୁନିଆର ନଜର ଆଢୁଆଳରେ ଥିଲା ।

୨୦୧୨ରେ ଦୁନିଆ ଜାଣିଲା କିମ୍ ବିବାହିତ !

ଯଦିଓ ଉତ୍ତର କୋରିଆ ଏବଂ ଏହାର ଏକଛତ୍ରବାଦୀ ଶାସକଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କିଛି ସୂଚନା ନାହିଁ  ତଥାପି 2012 ମସିହାରେ ହଠାତ କିମ ଜଣେ ଝିଅ ସହିତ ଦୁନିଆ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ଘୋଷଣା କଲେ ଯେ ସେ ତାଙ୍କୁ ବିବାହ କରିଛନ୍ତି । ଏହା ପରେ ଅଧିକ ଖୋଳତାଡ଼ରୁ ଜଣା ପଡିଥିଲା ଯେ, କିମଙ୍କ ପତ୍ନୀଙ୍କ ନାମ ହେଉଛି ରି ସୋଲ୍ ଜୁ । ରି’ ଉତ୍ତର କୋରିଆର ପ୍ରସିଦ୍ଧ ଅର୍କେଷ୍ଟ୍ରାର ସଦସ୍ୟ ଥିଲେ ।  କିମ ଜୋଙ୍ଗ ଉନଙ୍କୁ ତାଙ୍କ ପିତା ଯେତେବେଳେ ତାଙ୍କୁ ଉତ୍ତରାଧିକାରୀ ଭାବରେ ପ୍ରସ୍ତୁତ କରୁଥିଲେ ସେତିକିବେଳେ ରି’ଙ୍କ ପ୍ରେମରେ ପଡିଥିଲେ କିମ୍ ।

ଏସୀୟ ଆଥଲେଟ୍ ଚାମ୍ପିଅନସିପର ଚିୟର ଗର୍ଲ

ଯେ ସେପ୍ଟେମ୍ବର 28, 1989 ରେ ଜନ୍ମତ ରି ସୋଲ ଜୁ ମଧ୍ୟ ଖୁବ୍ କମ୍ ବୟସରେ 2005 ରେ ଏସିଆନ୍ ଆଥଲେଟ୍ ଚାମ୍ପିଅନସିପରେ ଚିୟର ଗର୍ଲ  ଭାବରେ କାର୍ଯ୍ୟ କରିଥିଲେ। କୁହାଯାଏ ଯେ କିମ୍ ଓ ରି’ଙ୍କ ମଧ୍ଯରେ 2008 ରେ ସାକ୍ଷାତ ହୋଇଥିଲା  ଏବଂ 2009 ରେ ଉଭୟ ବିବାହ କରିଥିଲେ କିନ୍ତୁ ଏବାବଦରେ କିଛି ଘୋଷଣା ହୋଇନଥିଲା । କିମ୍ ପରିବାର ବିବାହକୁ ଗୁପ୍ତ ରଖିଥିଲା । ଏସୀୟ ଆଥଲେଟ୍ ଚାମ୍ପିଅନସିପ୍ ସମୟରେ କିମ ପ୍ରଥମ ଥର ପାଇଁ  ରି ସୋଲଙ୍କୁ ଦେଖିଥିଲେ। ତାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହେବାପରେ କିମ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

କିମଙ୍କୁ ବିବାହ କରିବା ପୂର୍ବରୁ ୬ ମାସ ଟ୍ରେନିଂ

ତେବେ କିମ ଜୋଙ୍ଗ ଉନଙ୍କୁ ବିବାହ କରିବା ଏତେ ସହଜ ନଥିଲା। ସେ ଉତ୍ତର କୋରିଆର ଭବିଷ୍ୟତର ରାଷ୍ଟ୍ରମୁଖ୍ୟ ହେବାକୁ ଯାଉଥିଲେ। ସେଥିପାଇଁ ରି ସୋଲଙ୍କୁ କିମଙ୍କୁ ବିବାହ କରିବା ପୂର୍ବରୁ ତାଲିମ ନେବାକୁ ପଡିଥିଲା। କୁହାଯାଏ ଯେ ଏହି ତାଲିମ ବହୁତ କଷ୍ଟସାଧ୍ୟ ଥିଲା ଏବଂ ଏହି ରି ସୋଲଙ୍କୁ ଏଥିପାଇଁ ୬ମାସର ଏକ ପାଠ୍ୟକ୍ରମ ଶେଷ କରିବାକୁ ପଡିଥିଲା । ଏହି ଟ୍ରେନିଂ ପାଇଁ ତାଙ୍କୁ ଉତ୍ତର କୋରିଆର ଇଲ୍ ସାଙ୍ଗ ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା ।

ଏହା ମଧ୍ୟ କୁହାଯାଏ ଯେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ପତ୍ନୀଙ୍କ ପ୍ରକୃତ ନାମ ରି ସୋଲ ନୁହେଁ। କିମ ଜୋଙ୍ଗ ଉନଙ୍କୁ ବିବାହ କରିବା ପୂର୍ବରୁ ରି ସୋଲଙ୍କ ଅତୀତ ଜୀବନ ବିଷୟରେ ସମସ୍ତ ତଥ୍ୟକୁ ଗାଏବ କରି ଦିଆଯାଇଥିଲା ।

sସ୍ୱିଜରଲ୍ୟାଣ୍ଡରେ ପାଠପଢା, ନାମ ପରିବର୍ତ୍ତନ କରି ଆଡମିଶନ

ପିତାଙ୍କ ମୃତ୍ୟୁ ପରେ ମାତ୍ର 27 ବର୍ଷ ବୟସରେ ଉତ୍ତର କୋରିଆର ଶାସନମୁଖ୍ୟ ହୋଇଥିବା  କିମ ଜୋଙ୍ଗ ଉନଙ୍କ ଶିକ୍ଷାର କାହାଣୀ ମଧ୍ୟ ରହସ୍ୟମୟ ଅଟେ। କୁହାଯାଏ କିମ ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବର୍ନସ୍ଥିତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି। ସେହି ସମୟରେ ତାଙ୍କର ଆମେରିକୀୟ କୂଟନୀତିଜ୍ଞଙ୍କ ପିଲାମାନଙ୍କ ସହ ଘନିଷ୍ଠ ବନ୍ଧୁତା ଥିଲା।

ବିଦ୍ୟାଳୟରେ ଲୋକମାନେ କିମ ଜୋଙ୍ଗ ଉନଙ୍କୁ ପୋକ୍ ଚୋଲ ବୋଲି ଜାଣିଥିଲେ। ସେଠାରେ ସେ ଜର୍ମାନ ଏବଂ ଫରାସୀ ଭାଷା ମଧ୍ୟ ଶିକ୍ଷା କରିଥିଲେ । ଲୋକଙ୍କୁ କୁହାଯାଇଥିଲା ଯେ ପୋକ୍ ଚୋଲ ସ୍ୱିଜରଲ୍ୟାଣ୍ଡରେ କୋରିଆ ଦୂତାବାସରେ କାର୍ଯ୍ୟ କରୁଥିବା ଡ୍ରାଇଭରଙ୍କ ପୁଅ। ଅଧ୍ୟୟନ ସମୟରେ ପୋକ୍ ଚୋଲ ପ୍ରକୃତରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ପୁଅ ବୋଲି କେହି ଜାଣି ନ ଥିଲେ। ବାସ୍ତବରେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଇଲ ତାଙ୍କ ପୁଅକୁ ବାହ୍ୟଶତ୍ରୁ  ଆକ୍ରମଣରୁ ରକ୍ଷା କରିବା ପାଇଁ ଏମିତି କରିଥିଲେ।

ଏପରିକି ଶିକ୍ଷକମାନେ ବି ଜାଣି ନଥିଲେ ପ୍ରକୃତ ପରିଚୟ

ଇଂରାଜୀ ଭାଷା ଆନ୍ତର୍ଜାତୀୟ ବିଦ୍ୟାଳୟ ପରେ କିମ ଜୋଙ୍ଗ ଉନ୍ ଅନ୍ୟ ଏକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ, ଯାହାର ନାମ ଲିବେଫେଲ୍ଡ ଷ୍ଟେନ୍ହୋଜଲି । ସେଠାରେ କିମ୍ ପୁଣି ଥରେ ତାଙ୍କ ନାମ ବଦଳାଇ ନାମ ଲେଖାଇଥିଲେ । ବିଦ୍ୟାଳୟର ଶିକ୍ଷକମାନେ ତାଙ୍କ ପିତାମାତାଙ୍କୁ କେବେ ମଧ୍ଯ ଦେଖି ନଥିଲେ । କୁହାଯାଏ ଯେ, ଏବାବଦରେ ଶିକ୍ଷକମାନେ ଜାଣିବାକୁ ଚାହିଁବାରୁ କିମ୍ ତାଙ୍କ ଶିକ୍ଷକମାନଙ୍କୁ କହିଥିଲେ ଯେ ତାଙ୍କ ପିତାମାତା ଜର୍ମାନ ଜାଣି ନାହାଁନ୍ତି। ସେଥିପାଇଁ ସେମାନେ ବିଦ୍ୟାଳୟକୁ ଆସନ୍ତି ନାହିଁ । କିମ ଜୋଙ୍ଗ ଉନ 2001 ରେ ନିଜ ଦେଶକୁ ଫେରିଥିଲେ।