ବନବିଭାଗର ଦୋମୁହାଁ ନୀତି, କୁମ୍ଭୀର ପ୍ରଜନନ କେନ୍ଦ୍ରରେ କଣ କରୁଥିଲେ VIP ଟୁରିଷ୍ଟ ?
Advertisement
Article Detail0/zeeodisha/odisha1061933

ବନବିଭାଗର ଦୋମୁହାଁ ନୀତି, କୁମ୍ଭୀର ପ୍ରଜନନ କେନ୍ଦ୍ରରେ କଣ କରୁଥିଲେ VIP ଟୁରିଷ୍ଟ ?

କୁମ୍ଭୀର ଗଣନା ପାଇଁ ସାଧାରଣତଃ ୪ରୁ୫ ଦିନ ବୋଟ ଚଳାଚଳ ବନ୍ଦ ରହିବା ପରେ କୁମ୍ଭୀର ଗଣନା କରାଯାଇଥାଏ ।କାରଣ ପର୍ଯ୍ୟଟକମାନଙ୍କୁ ନେଇ ବୋଟ ଯାଉଥିବା ବେଳେ ନଦୀପଠାରେ ଶୋଇ ଖରା ଖାଉଥିବା କୁମ୍ଭୀର ଗୁଡିକ ଭୟରେ ନଦୀ ଭିତରକୁ ଚାଲି ଆସନ୍ତି। 

ବନବିଭାଗର ଦୋମୁହାଁ ନୀତି, କୁମ୍ଭୀର ପ୍ରଜନନ କେନ୍ଦ୍ରରେ କଣ କରୁଥିଲେ VIP ଟୁରିଷ୍ଟ ?

ତ୍ରିଲୋଚନ ଦାସ, ପଟ୍ଟାମୁଣ୍ଡାଇ: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପାଇଁ ବନବିଭାଗ ଦୁଇଟି ନିୟମ ପ୍ରଣୟନ କରିଛି । ସାଧାରଣ ପର୍ଯ୍ୟଟକଙ୍କୁ କୁମ୍ଭୀର ଗଣନା ପାଇଁ ବନ୍ଦ କରାଯାଇଥିବା ବେଳେ ପେଣ୍ଠ ଇକୋରିଟ୍ରିଟକୁ ଆସୁଥିବା ପର୍ଯ୍ୟଟକମାନେ ଭିତରକନିକା ବୁଲି ପାରିବେ ବୋଲି ବିଭାଗ ସ୍ଥିର କରିଥିବା ଦେଖିବାକୁ ମିଳିଛି । ଚଳିତବର୍ଷ କୁମ୍ଭୀର ଗଣନା ପାଇଁ ଜାନୁୟାରୀ ୨ତାରିଖରୁ ୧୧ତାରିଖ ଯାଏ ୧୦ଦିନ ଧରି ଭିତରକନିକା ବନ୍ଦ ରହିବ ବୋଲି ବନଖଣ୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । 

ଭିତରକନିକା (Bhitarkanika) ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବା ପାଇଁ ବନଖଣ୍ଡ କାର୍ଯ୍ୟାଳୟ, ଡାଙ୍ଗମାଳର ମୁଖ୍ୟ ଗେଟ, ଗୁପ୍ତି, ଖୋଳା ପ୍ରଭୃତି ସ୍ଥାନରେ ନୋଟିସ ମରାଯାଇଛି । କୁମ୍ଭୀର ଗଣନା ପାଇଁ ସାଧାରଣତଃ ୪ରୁ୫ ଦିନ ବୋଟ ଚଳାଚଳ ବନ୍ଦ ରହିବା ପରେ କୁମ୍ଭୀର ଗଣନା କରାଯାଇଥାଏ । କାରଣ ପର୍ଯ୍ୟଟକମାନଙ୍କୁ ନେଇ ବୋଟ ଯାଉଥିବା ବେଳେ ନଦୀପଠାରେ ଶୋଇ ଖରା ଖାଉଥିବା କୁମ୍ଭୀର ଗୁଡିକ ଭୟରେ ନଦୀ ଭିତରକୁ ଚାଲି ଆସନ୍ତି । ମୁଖ୍ୟତଃ ଅମାବାସ୍ୟା ତିଥି ବିଶେଷ କରି ଅଧିକ ଶୀତ ରହୁଥିବା ସମୟରେ ନଦୀପଠା ଜୁଆର ପାଣିରେ ବୁଡୁନଥିବାରୁ କୁମ୍ଭୀର ଗଣନା ପାଇଁ ପାଗ ଅନୁକୂଳ ହୋଇଥାଏ । 

Also Read: Work From Home ପାଇଁ ଆସିବ ନୂଆ ନିୟମ, ସରକାର ପ୍ରସ୍ତୁତ କଲେ ଏହି ପ୍ଲାନ୍

ଏହି ସସମୟରେ ପର୍ଯ୍ୟଟକ ଆସୁନଥିବାରୁ ଖରା ଖାଇବା ପାଇଁ ନଦୀପଠାରେ କୁମ୍ଭୀର(Crocodile) ମାନେ ଶୋଇ ରହିଥାନ୍ତି । ସେଥିପାଇଁ କୁମ୍ଭୀର ଗଣନା ପୂର୍ବରୁ ଭିତରକନିକା ନଦୀନାଳଗୁଡିକରେ କୁମ୍ଭୀର ଚଳାଚଳରେ ବ୍ୟାଘାତ ସୃଷ୍ଟି ନହେବା ପାଇଁ ଗଣନାର ପ୍ରାୟ ସପ୍ତାହେ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ ଆସିବା ପାଇଁ ବାରଣ କରାଯାଇଥାଏ । ବନବିଭାଗର ଘୋଷଣା ଅନୁଯାୟୀ ୨ତାରିଖ ରୁ୧୧ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଭିତରକନିକାକୁ ବାରଣ କରାଯାଇଥିବାରୁ ଡାଙ୍ଗମାଳ ମୁଖ୍ୟ ଗେଟ ନିକଟରେ ଜାଣିନପାରି ବୁଲିବା ପାଇଁ ଯାଇଥିବା କିଛି ପର୍ଯ୍ୟଟକଙ୍କୁ ବନକର୍ମଚାରୀମାନେ ଗେଟରେ ଲାଗିଥିବା ବନ୍ଦ ନୋଟିସକୁ ଦେଖାଇ ଫେରାଇ ଦେଇଥିଲେ । 

Also Read: ଯୁବତୀଙ୍କୁ ଦୁଷ୍କର୍ମ ପରେ ଚୁଟି ଧରି ଦେଢ଼ଶହ ମିଟର ଘୋଷାଡ଼ି ନେଲେ ଦୁର୍ବୃତ

ଅପରପକ୍ଷରେ ଗୁପ୍ତିରୁ ବନବିଭାଗର କାଶ୍ୟପ ବୋଟରେ ୧୨ଜଣ ପର୍ଯ୍ୟଟକ ଭିତରକନିକା ବୁଲିଥିଲେ । ଏନେଇ ପର୍ଯ୍ୟଟକମାନେ କୌଣସି ପ୍ରତିକ୍ରିୟା ନଦେଇ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗାଡିରେ ବସି ପଳାଇ ଯାଇଥିଲେ । ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନବିଭାଗ (Forest Department)ର ଗୋଟିଏ ନିୟମ କରିଥିବା ବେଳେ ଭିଆପି ପର୍ଯ୍ୟଟକଙ୍କ ପାଇଁ ଅଲଗା ନିୟମ ରହିଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷରେ ଏନେଇ ବନଖଣ୍ଡ ଅଧିକାରୀ ଡଃ ଯଜ୍ଞଦତ ପତିଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ଡଃ ପତି ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। 

Also Read: ପାକିସ୍ତାନରେ ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ଉପରେ ଗୁଳିମାଡ଼

ଇକୋରିଟ୍ରିଟକୁ ଆସୁଥିବା ପର୍ଯ୍ୟଟକ (Tourist) ଙ୍କୁ ଭିତରକନିକାକୁ ବୁଲିବା ପାଇଁ ସ୍ୱତନ୍ତ୍ର ସରକାରୀ ବୋଟର ବ୍ୟବସ୍ଥା କରାଯାଇଛି । ଗୋଟିଏ ଦିନ ଗୁପ୍ତିରୁ ଏହି ପର୍ଯ୍ୟଟକମାନେ ଡାଙ୍ଗମାଳ ପର୍ଯ୍ୟନ୍ତ ବୋଟରେ ଯାଇ ଡାଙ୍ଗମାଳଠାରୁ ଇକୋରିଟ୍ରିଟର ଗାଡିରେ ଫେରିବାର ବ୍ୟବସ୍ଥା କରାଯାଇଛି । ସେହିପରି ଅନ୍ୟଦିନ ଇକୋରିଟ୍ରିଟର ଗାଡିରେ ଯାଇ ଡାଙ୍ଗମାଳଠାରେ ପହଞ୍ଚି ଭିତରେ ବୁଲିବା ପରେ ବୋଟରେ ଗୁପ୍ତିକୁ ଫେରିବାର ବ୍ୟବସ୍ଥା କରାଯାଇଛି । ବନଖଣ୍ଡ ଅଧିକାରୀ ଡଃ ପତିଙ୍କ ଏଭଳି ପ୍ରତିକ୍ରିୟାକୁ ବୁଦ୍ଧିଜୀବୀ ଓ ପରିବେଶବିତମାନେ ନାପସନ୍ଦ କରିଛନ୍ତି । 

Also Read: ୟଙ୍ଗ୍ ଇଣ୍ଡିଆକୁ କୋରୋନା କବଚ, ଆଜିଠୁ ପନ୍ଦର ପ୍ଲସଙ୍କ ଟିକାକରଣ

ପୂର୍ବରୁ ବନଖଣ୍ଡ ଅଧିକାରୀ ଡଃ ପତି କୁମ୍ଭୀର ଗଣନାର ୫ଦିନ ପୂର୍ବରୁ ପର୍ଯ୍ୟଟକମାନଙ୍କ ଯାତାୟତ ପାଇଁ ବୋଟ ବନ୍ଦ ହେଲେ କୁମ୍ଭୀର ଗଣନା (Crocodile census) ରେ ବ୍ୟାଘାତ ସୃଷ୍ଟି ହେବନାହିଁ ବୋଲି କହିଥିଲେ । ଗତବର୍ଷ ଇକୋରିଟ୍ରିଟ ପାଇଁ କୁମ୍ଭୀର ଗଣନାକୁ ଏକାଧିକବାର ଘୁଞ୍ଚା ଯାଇଥିବା ବେଳେ ଚଳିତବର୍ଷ ମଧ୍ୟ ଇକୋରିଟ୍ରିଟ୍‌କୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନିୟମ ଉଲ୍ଲଂଘନ କରି ଭିତରକନିକାରେ ବୁଲାଇବା ଘଟଣା ସଠିକ୍ କୁମ୍ଭୀର ଗଣନା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନବିଭାଗର ଏହି କମ୍ପାନୀ ପ୍ରୀତି ଯୋଗୁଁ କୁମ୍ଭୀର ଗଣନା ସଠିକ୍ ହେବା ନେଇ ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।