ଡାଇରିଆ କବଳରେ କଲବଲ ଝାରସୁଗୁଡ଼ା, ପୁଣି ନେଲା ଆଉ ଏକ ଜୀବନ
Advertisement

ଡାଇରିଆ କବଳରେ କଲବଲ ଝାରସୁଗୁଡ଼ା, ପୁଣି ନେଲା ଆଉ ଏକ ଜୀବନ

ଡାଇରିଆ (Diarrhea) କବଳରୁ ମୁକ୍ତି ପାଉନି ଝାରସୁଗୁଡ଼ା (Jharsuguda)। ନିକଟରେ ଲଗାତାର ଜୀବନ ନେଇଥିବା ଡାଇରିଆ (Diarrhea) ବେଳେ ଆଜି ପୁଣି ଆଉ ଏକ ଜୀବନ ଯାଇଛି। ସେପଟେ ବର୍ତ୍ତମାନ ସୁଦ୍ଧା ୪୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଲଖନପୁରର BDO, ତହସିଲଦାର ଏବଂ ସ୍ୱାସ୍ଥ୍ୟ ବିଭାଗ ପହଂଚି ସ୍ଥିତି ଅନୁଧ୍ୟ

ଡାଇରିଆ କବଳରେ କଲବଲ ଝାରସୁଗୁଡ଼ା, ପୁଣି ନେଲା ଆଉ ଏକ ଜୀବନ

ଝାରସୁଗୁଡ଼ା: ଡାଇରିଆ (Diarrhea) କବଳରୁ ମୁକ୍ତି ପାଉନି ଝାରସୁଗୁଡ଼ା (Jharsuguda)। ନିକଟରେ ଲଗାତାର ଜୀବନ ନେଇଥିବା ଡାଇରିଆ (Diarrhea) ବେଳେ ଆଜି ପୁଣି ଆଉ ଏକ ଜୀବନ ଯାଇଛି। ସେପଟେ ବର୍ତ୍ତମାନ ସୁଦ୍ଧା ୪୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଲଖନପୁରର BDO, ତହସିଲଦାର ଏବଂ ସ୍ୱାସ୍ଥ୍ୟ ବିଭାଗ ପହଂଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଆଜି CDMO ଘଟଣାସ୍ଥଳକୁ ପହଂଚି ସ୍ଥିତି ପରଖିଛନ୍ତି। 

ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅଂଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଲଖନପୁର ବ୍ଲକର ବାଦିମାଲ ଓ ପିଥିଣ୍ଡା ଏବଂ କୋଲଜାମକାନି ଗ୍ରାମରେ ଝାଡାବାନ୍ତି ବ୍ୟାପି ୪୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି l ବାଦିମାଲ ଗ୍ରାମରେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ବାଦିମାଲର ପ୍ରିୟଙ୍କା ପ୍ରଧାନ ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସେହିପରି ପିଥିଣ୍ଡା ଗ୍ରାମରେ ୨୬ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ବେଳେ ୧୮ ଜଣ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। କୋଲ ଜାମକାନିର ମଧ୍ୟ ୩ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ସଂକ୍ରମିତ ହୋଇଛନ୍ତି। 

ତେବେ ଗ୍ରାମାବାସୀମାନେ କହିଛନ୍ତି ଯେ ଗତ ଚାରି ଦିନ ପୂର୍ବରୁ ଗାଁରେ ଝାଡ଼ାବାନ୍ତି ଦେଖା ଦେଇଥିଲା। ସେ ମଧ୍ୟରୁ କିଛି ଚିକିତ୍ସା ପାଇଁ ହସ୍ପିଟାଲକୁ ମଧ୍ୟ ଯାଇଥିଲେ। ଅନ୍ୟ ପକ୍ଷରେ ତିନି ଦିନ ମଧ୍ୟରେ ଏହି ସଂଖ୍ୟା ୪୦ ପାର ହୋଇଗଲା। ଜଣକର ଜୀବନ ମଧ୍ୟ ଚାଲିଯାଇଛି। ବାଦିମାଲର କିଛି ଲୋକଙ୍କର କହିବା କଥା ହେଲା ଗାଁରେ ଅନେକ ଦିନରୁ ଥିବା ନଳକୂପଟି ଅଚଳ ହୋଇଯାଇଛି ଏବଂ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ ମଧ୍ୟ କରାଯାଇଛି। କିନ୍ତୁ ଏଯାଏଁ ନଳକୂପ ମରାମତି ହୋଇନଥିବାରୁ ଗାଁବାସୀ କୂଅ ପାଣି ଉପରେ ନିର୍ଭର କରୁଛନ୍ତି। ବର୍ଷା ଜଳରେ କୂଅକୁ ବିଶୋଧନ ଦେଇ ପରିଷ୍କାର କରିବାର ଆବଶ୍ୟକତା ରହିଛି କିନ୍ତୁ ତାହା ମଧ୍ୟ ହୋଇପାରିନାହିଁ। ଯାହା ଫଳରେ ପାଣି ପ୍ରଦୂଷିତ ହୋଇଥିବାର ଗାଁବାସୀମାନେ ଅନୁମାନ କରୁଛନ୍ତି। 

ଅନ୍ୟ ପକ୍ଷରେ CDMO କହିଛନ୍ତି କିଛି ବ୍ୟକ୍ତି ଙ୍କର ଖାଦ୍ୟରେ ବିଷକ୍ରିୟା ହେବା ପରେ ପ୍ରଥମେ ସେମାନଙ୍କ ନିକଟରେ ଝାଡ଼ାବାନ୍ତି ଦେଖାଦେଇଥିଲା। ତାହା ବ୍ୟକ୍ତିଙ୍କୁ ବ୍ୟାପିଥିଲା। ବାଦୀମାଲର ପ୍ରିୟଙ୍କା ମୃତ୍ୟୁ ମଧ୍ୟ ବିଷକ୍ରିୟା କାରଣରୁ ହୋଇଥିବା ନେଇ CDMO ଅନୁମାନ କରୁଛନ୍ତି। ତେବେ ଏଯାଏଁ ଜଳ ନମୁନା ସଂଗ୍ରହ କରାଯାଇ ସଂକ୍ରମଣ ର ଉତ୍ସ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଗତ ୩୦ ତାରିଖରେ ଏପରି ଭାବରେ ଝାଡ଼ାବାନ୍ତି ରେ ଝାରସୁଗୁଡା ମ୍ୟୁନିସିପାଳିଟି ଅଂଚଳର ଦେବାଡ଼ିହି ଠାରେ ପୁଅ ର ମୃତ୍ୟୁ ପରେ ଶବ ଦାହ ସତ୍କାର ପରେ ବାପା ସଂକ୍ରମିତ ହୋଇ ପୁଅ ର ମୃତ୍ୟୁ ର  ଦୁଇ ଦିନ ପରେ ବାପା ଙ୍କର ମୃତ୍ୟୁ  ହୋଇଥିଲା ଯାହା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା। ଝାରସୁଗୁଡ଼ା ମ୍ୟୁନିସିପାଳିଟି ଅଂଚଳରେ 10 ରୁ ଉର୍ଧ୍ଵ ବ୍ୟକ୍ତି ଝାଡ଼ାବାନ୍ତି ର ଶିକାର ହୋଇଥିଲେ। ଏବଂ ଏହାର 5 ଦିନ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ସେହି ଗାଁ ବୁଲି ପରିଦର୍ଶନ କରିଥିଲେ ଏବଂ ମୃତକ ଙ୍କ ପରିବାର କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏବେ ଲଖନପୁର ବ୍ଲକ ଅଞ୍ଚଳର ସମସ୍ତ ଗାଁ ର  ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ସହିତ ଚିକିତ୍ସା ବ୍ୟବସ୍ଥା ଉପରେ ଟିକିନିଖି ଯାଞ୍ଚ ର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।