Biraja Car Festival : ବିରଜାଙ୍କ ରଥଯାତ୍ରା, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏ ପରମ୍ପରା ?
Advertisement

Biraja Car Festival : ବିରଜାଙ୍କ ରଥଯାତ୍ରା, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏ ପରମ୍ପରା ?

Biraja Car Festival : ଶାରଦୀୟ ଦୂର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା (Biraja Car Festival) ଅନୁଷ୍ଠିତ ହୁଏ। ପରମ୍ପରା କ୍ରମେ ମାଆଙ୍କ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରୁ ଶ୍ରୀଜିଉଙ୍କ ପ୍ରଦତ୍ତ ବସ୍ତ୍ର ମା ବିରଜା ଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥାଏ। 

Biraja Car Festival : ବିରଜାଙ୍କ ରଥଯାତ୍ରା, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏ ପରମ୍ପରା ?

Biraja Car Festival : ଶାରଦୀୟ ଦୂର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା (Biraja Car Festival) ଅନୁଷ୍ଠିତ ହୁଏ। ପରମ୍ପରା କ୍ରମେ ମାଆଙ୍କ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରୁ ଶ୍ରୀଜିଉଙ୍କ ପ୍ରଦତ୍ତ ବସ୍ତ୍ର ମା ବିରଜା ଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥାଏ। ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ବିରଜା ମନ୍ଦିରକୁ ପ୍ରାପ୍ତ ହୋଇଥାଏ ବୋଲି କଥିତ ଅଛି। ଚଳିତ ବର୍ଷ ଆଜି ଏହି ବାରପାଟିଆ ନାମକ ବସ୍ତ୍ର ଓ ମହାପ୍ରସାଦକୁ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂ ରାଠୋରଙ୍କ ଉପସ୍ଥିତିରେ ବିରଜା ମନ୍ଦିରର ମୁଖ୍ୟ ସେବାୟତ ଦେବୀ ପ୍ରସାଦ ପାଣି ଓ ଅନ୍ୟାନ୍ୟ ସେବାୟତଙ୍କୁ ପୁରୀରୁ ଯାଇଥିବା ଶ୍ରୀ ସିଦ୍ଧାର୍ଥ ରାୟ ହସ୍ତାନ୍ତର କରିଛନ୍ତି।

ମା ବିରଜାଙ୍କ ସହ ପ୍ରଭୁ ଜଗନ୍ନାଥଙ୍କ ଆଧ୍ୟାତ୍ମିକ ସମ୍ପର୍କ ରହିଛି। ଅନେକ ରୀତିନୀତିରେ ସାମଞ୍ଜସ୍ୟ ମଧ୍ୟ ପରିଲକ୍ଷିତ ହୁଏ। ପ୍ରବାଦ ଅଛି ଯେ, ଛତିଆ ନିକଟସ୍ଥ ଗଲଗଲି କ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ ଓ ମା ବିରଜାଙ୍କ ସାକ୍ଷାତ ହୁଏ। ପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ରରୁ ଓ ମା ବିରଜା ବିରଜାକ୍ଷେତ୍ରରୁ ଆସି ଗଲଗଲି କ୍ଷେତ୍ରରେ ପରସ୍ପର କଥା ହୋଇ ଶେଷରେ ଜଣେ ଅପରକୁ ଗଲ ବୋଲି ପଚାରନ୍ତି ଓ ଉତ୍ତରରେ ଗଲି ବୋଲି ସୂଚନା ପାଆନ୍ତି। ବୋଧହୁଏ ଏହି ଗଲ ଓ ଗଲି ର ବାର୍ତ୍ତାଳାପକୁ ନେଇ ଗଲଗଲି ସ୍ଥଳର ନାମ କରଣ ହୋଇଛି ବୋଲି ପ୍ରବାଦ ରହିଛି। ଶ୍ରୀ ଜଗନ୍ନାଥଙ୍କ ବସ୍ତ୍ରପ୍ରାପ୍ତି ପରେ ବିରଜା ମନ୍ଦିରର ସେବାୟତ, ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ଶ୍ରୀମନ୍ଦିର ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି।

ଏହାବି ପଢନ୍ତୁ :  Durga Puja : ୧୫୬୦ ମସିହାରେ କଟକରେ ଦୁର୍ଗାପୂଜା କିଏ ଆରମ୍ଭ କଲା ? ମଣ୍ତପରେ ଲାଗିଛି ୧୦୦ କ୍ୟୁଣ୍ଟାଲ ଚାନ୍ଦି ଓ ସୁନା

ଆଶ୍ୱିନ ଶୁକ୍ଳ ପ୍ରତିପଦ ଦିନ ରଥ ପ୍ରତିଷ୍ଠା ପର୍ବ ଅନୁଷ୍ଠିତ ହୁଏ । ମହାପାର୍ବଣରେ ମାଙ୍କୁ ସୁସଜ୍ଜିତ ରଥରେ ପରିକ୍ରମଣ କରାଯାଏ । ତା ପୂର୍ବରୁ ଦେବୀଙ୍କ ରୌପ୍ୟ ଆଶାଦଣ୍ଡ ରଥ ମଣ୍ଡପକୁ ବିଜେ କରନ୍ତି । ସେଠାରେ ଗଣପତି ଓ ଦଶଦିଗପାଳଙ୍କ କଳସ ସ୍ଥାପନ କରାଯାଇ ପୂଜା କରାଯାଇଥାଏ । ଏହି ରଥର ନାମ ସିଂହଧ୍ୱଜ । ନବଦିବସ ବ୍ୟାପି ପ୍ରତିଦିନ ଅପରାହ୍ନରେ ଏହା ମନ୍ଦିର ପରିକ୍ରମଣ କରେ । ଏହାକୁ କୃଷ୍ଣ, ଲୋହିତ ଓ ଶ୍ୱେତବସ୍ତ୍ର ଆବରଣରେ ସୁସଜ୍ଜିତ କରାଯାଏ । ରଥର ଉଚ୍ଚତା ୪୫ ହାତ ୧୨ ଆଙ୍ଗୁଳି । ରଥର ସାରଥି ଚତୁର୍ମୁଖ ବ୍ରହ୍ମା, ରଥର ରଜୁର ନାମ ସ୍ୱର୍ଣ୍ଣ ଚୂଡ଼ ଓ ଶଙ୍ଖ ଚୁଡ଼ । ଏଥିରେ ଦୁଇଟି ଅଶ୍ୱ ଧାବମାନ ମୁଦ୍ରାରେ ସୁସଜ୍ଜିତ । ଏହି ଦିବ୍ୟ ରଥରେ ରଥାରୁଢ଼ା ହୋଇ ମାଆ ନଅ ଥର ବେଢ଼ା ପରିକ୍ରମଣ କରନ୍ତି । 

ମାଆ ବିରଜା ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାନ୍ତି । ଏହି ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭା ପାଏ । ଏଠାରେ ମହିଷାସୁର ମଇଁଷି ରୂପରେ ଖୋଦିତ ଯାହା ଭାରତରେ ବାକି ସ୍ଥାନ ଗୁଡିକରେ ଦେଖିବାକୁ ମିଳିନଥାଏ । ଦେବୀ ନିଜ ମୁକୁଟରେ ଗଣପତି, ଶିବଲିଙ୍ଗ, ଯୋନି, ନାଗରାଜ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରି ଅଛନ୍ତି । ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ) ଅନୁସାରେ ଏହି ବିରଜା କ୍ଷେତ୍ର ସମସ୍ତ ରଜୋଗୁଣକୁ ଧୋଇ ପକାଉଥିବାରୁ ଏହାର ନାମ ବିରଜା କ୍ଷେତ୍ର ହୋଇଛି । କେତେକ ତନ୍ତ୍ର ଗ୍ରନ୍ଥ ଅନୁସାରେ ଦକ୍ଷ ଯଜ୍ଞ ସମୟରେ ମାତା ସତୀଙ୍କ ନାଭି ଏହି ଉତ୍କଳସ୍ଥ ବିରଜା କ୍ଷେତ୍ରରେ ପଡ଼ିଥିଲା ।