Jajpur Kali Puja: ପୂଜା କମିଟିକୁ ଜିଲ୍ଲାପାଳଙ୍କ ପରାମର୍ଶ, ସ୍ବଚ୍ଛତା ଉପରେ ଧ୍ୟାନ ଦିଅ, ମିଳିବ ଟଙ୍କା
Advertisement

Jajpur Kali Puja: ପୂଜା କମିଟିକୁ ଜିଲ୍ଲାପାଳଙ୍କ ପରାମର୍ଶ, ସ୍ବଚ୍ଛତା ଉପରେ ଧ୍ୟାନ ଦିଅ, ମିଳିବ ଟଙ୍କା

Jajpur Kali Puja: ରାତି ପାହିଲେ ଆଲୋକର ପର୍ବ ଦୀପାବଳୀ । ଆଉ ଦିପାବଳୀ ଦିନ ଠାରୁ ଆରମ୍ଭ ହୁଏ ଯାଜପୁରର ଗଣପର୍ବ କାଳୀପୂଜା । ସେଥିପାଇଁ ଚଳଚଞ୍ଚଳ ଯାଜପୁର ସହର । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ପାଳିତ ହେବ ଏହି କାଳୀପୂଜା ।

ସୌଜନ୍ୟ : ସୋସିଆଲ ମିଡିଆ

Jajpur Kali Puja: ରାତି ପାହିଲେ ଆଲୋକର ପର୍ବ ଦୀପାବଳୀ । ଆଉ ଦିପାବଳୀ ଦିନ ଠାରୁ ଆରମ୍ଭ ହୁଏ ଯାଜପୁରର ଗଣପର୍ବ କାଳୀପୂଜା । ସେଥିପାଇଁ ଚଳଚଞ୍ଚଳ ଯାଜପୁର ସହର । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ପାଳିତ ହେବ ଏହି କାଳୀପୂଜା । ଏଥିପାଇଁ ସହର ର ୪୫ ଟି ପୂଜା ମଣ୍ଡପରେ ଚାଲିଥିବା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭଳିକି ଭଳି ପୂଜା ମଣ୍ଡପ ବୁଲା ସାଙ୍ଗକୁ ସୁଉଚ୍ଚ ତୋରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ଯାଜପୁରବାସୀ । ଆଉ ସେପଟେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।ଚଳିତ ବର୍ଷ ସେହି କଟକଣା ହତିଥିବାରୁ ପୂଜା କମିଟି ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ମୂର୍ତ୍ତି ଗଢିବାରେ ଲାଗିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର କାରିଗର। ତୋରଣ ଓ ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ପ୍ରତ୍ୟେକ ପୂଜା ମଣ୍ଡପ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଚଳିତ ବର୍ଷ କାଳୀ ପୂଜାରେ ସହରରେ ୪୫ ଟି କାଳୀ ଓ ଲକ୍ଷ୍ମୀ ନାରାୟଣ ମେଢ଼ ଭିତରୁ ୧୧ ଟି ମେଢ଼ ଚାନ୍ଦୀ ଓ ୮ ଟି ସୁନା ମେଢ଼ ଭାବେ ପୂଜା ପାଇବେ ।

ପ୍ରତିବର୍ଷ ଏହି ପୂଜା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ ଜମେ । ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥାଏ । ଚଳିତ ବର୍ଷ ରାଜ୍ୟ ଓ ରାଜ୍ୟ ବାହାରର ମେଲୋଡି ଓ ସାଂସ୍କୃତିକ ଦଳ ବିଭିନ୍ନ ପୂଜା ମଣ୍ଡପରେ କଳା ପ୍ରଦର୍ଶନ କରିବେ। ସେଥିପାଇଁ ଦର୍ଶକ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । 

ଏହାବି ପଢନ୍ତୁ :Diwali 2022: ରାଜଧାନୀରେ ଫିକା ପଡିପାରେ ଦୀପାବଳି, କମିଶନରେଟ ପୋଲିସ ଜାରି କଲା ଏମିତି କିଛି କଟକଣା

ଏହାବି ପଢନ୍ତୁ :ଅର୍ଚ୍ଚନା ଓ ଧର୍ମେନ୍ଦ୍ର ସାହୁ ହତ୍ୟା ଘଟଣାରେ ମଞ୍ଜିକୁ ଧରିଲା ବିରୋଧୀ, ସରକାର ଛାନିଆ

ଅନ୍ୟପଟେ ପୂଜା ସମୟରେ ସମ୍ଭାବ୍ୟ ଭିଡ଼ ଓ ଭଷାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଏକାଧିକ ବାର ପ୍ରଶାସନ ସହିତ ପୂଜା କମିଟିର ବୈଠକ ସରିଛି। ପୋଲିସ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଚଳିତ ବର୍ଷ ଦୁଇଟି ଦିନରେ ଭସାଣ ଉତ୍ସବ କରିବାକୁ ମଧ୍ୟ ନିଷ୍ପତି ହୋଇଛି । ପରିବେଶ କୁ ସଫା ସୁତୁରା ରଖିବା ପାଇଁ ସମସ୍ତ ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯେଉଁ କମିଟି ଏହି ପରିବେଶ ଓ ସ୍ୱଚ୍ଛତା ଉପରେ ଭଲ କରିବ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ପୁରସ୍କୃତ କରାଯିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ।