ଇସ୍ରାଏଲ୍ ବନାମ ପାଲେଷ୍ଟାଇନ୍,କାହା ଶକ୍ତି କେତେ
Advertisement
Article Detail0/zeeodisha/odisha1907061

ଇସ୍ରାଏଲ୍ ବନାମ ପାଲେଷ୍ଟାଇନ୍,କାହା ଶକ୍ତି କେତେ

ମଧ୍ଯପ୍ରାଚ୍ୟରେ ପୁଣି ସୃଷ୍ଟି ହୋଇଛି ଯୁଦ୍ଧର ଘନଘଟା । ବିଗତ ୫୦ ବର୍ଷର ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଦେଖିଛି ଇସ୍ରାଏଲ । ଇହୁଦିଙ୍କ ଧାର୍ମିକ ଛୁଟିଦିନକୁ ହମାସ ଟାର୍ଗେଟ୍ କରିଥିଲା । ଆକାଶରୁ ଯେଉଁ ଭଳି ରକେଟ୍ ବର୍ଷ କରିଥିଲା ତା’ର ନଜିର କେବଳ ଦ୍ୱିତୀୟ ବିଶ୍ୱଯୁଦ୍ଧର ପର୍ଲ ହର୍ରବର ଆକ୍ରମଣ ହିଁ ଥିଲା । ଆକ୍ରମଣ ସହିତ ଅପହରଣ ଓ ହତ୍ୟାର ତାଣ୍ଡବ ଖେଳାଇଛି

SOCIAL MEDIA

ମଧ୍ଯପ୍ରାଚ୍ୟରେ ପୁଣି ସୃଷ୍ଟି ହୋଇଛି ଯୁଦ୍ଧର ଘନଘଟା । ବିଗତ ୫୦ ବର୍ଷର ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଦେଖିଛି ଇସ୍ରାଏଲ । ଇହୁଦିଙ୍କ ଧାର୍ମିକ ଛୁଟିଦିନକୁ ହମାସ ଟାର୍ଗେଟ୍ କରିଥିଲା । ଆକାଶରୁ ଯେଉଁ ଭଳି ରକେଟ୍ ବର୍ଷ କରିଥିଲା ତା’ର ନଜିର କେବଳ ଦ୍ୱିତୀୟ ବିଶ୍ୱଯୁଦ୍ଧର ପର୍ଲ ହର୍ରବର ଆକ୍ରମଣ ହିଁ ଥିଲା । ଆକ୍ରମଣ ସହିତ ଅପହରଣ ଓ ହତ୍ୟାର ତାଣ୍ଡବ ଖେଳାଇଛି ହମାସ । ଏମିତିରେ ଇସ୍ରାଏଲ ଚୁପ୍ ରହିବ ନାହିଁ । ଏହାର ରାଜନୈତିକ ନେତୃତ୍ୱ ମଧ୍ଯ ଗାଜାକୁ ନିର୍ଜନ ଦ୍ୱିପରେ ପରିଣତ କରିବାର ଧମକ ଦେଇ ସାରିଲେଣି । ଏମିତିରେ ପାଲେଷ୍ଟାଇନ୍ ଓ ଇସ୍ରାଏଲ ମଧ୍ଯରେ ସାମରିକ ଶକ୍ତିର ତୁଳନା ହେବ ହିଁ ହେବ । ଆପଣଙ୍କ ମନରେ ମଧ୍ଯ ପ୍ରଶ୍ନ ଉଠୁଥିବା ଯୁଦ୍ଧରେ କିଏ କାହା ଉପରେ ଭାରି ପଡ଼ିବ । ଯଦିଓ ଯୁଦ୍ଧର ଫଳାଫଳ  ସବୁବେଳେ ଅନିଶ୍ଚିତ ତଥାପି ଶକ୍ତିର ଆକଳନ ବି ଜରୁରୀ ହୋଇଥାଏ । ଆସନ୍ତୁ ନଜର ପକାଇବା ପାୱାର ସ୍କେଲରେ କିଏ କେଉଁଠି ଅଛି ।

ଇସ୍ରାଏଲ ଗ୍ଲୋବାଲ ପାୱାର ତାଲିକାରେ ଇସ୍ରାଏଲ ୧୮ ନମ୍ବରରେ ଅଛି । ଅନ୍ଯପକ୍ଷରେ ପାଲେଷ୍ଟାଇନ୍ ଏହି ତାଲିକାରେ ୧୨୨ତମ ସ୍ଥାନରେ ଅଛି । ଅର୍ଥନୈତିକ,ସାମରିକ ଓ କୂଟନୈତିକ ଶକ୍ତି ଗୋଟିଏ ଦେଶକୁ ଗ୍ଲୋବାଲ ପାୱାର କରିଥାଏ । ବିଦେଶୀ ସହାୟତା ଉପରେ ନିର୍ଭର କରୁଥିବା ପାଲେଷ୍ଟାଇନ ଏହି ମାମଲାରେ ଇସ୍ରାଏଲଠାରୁ ଢେର ପଛରେ । ଇସ୍ରାଏଲ ପଛରେ ଆମେରିକା ଭଳି ସୁପରପାୱାର ରହିଛି । ପାଲେଷ୍ଟାଇନ ପଛରେ ହାତଗଣତି ଆରବ ରାଷ୍ଟ୍ର,ଯେଉଁମାନେ ଠିକଣା ସମୟରେ ସାମ୍ନାକୁ ଆସିବେ କି ନାହିଁ ତାହ ମଧ୍ଯ ଗୋଟିଏ ବଡ଼ ପ୍ରଶ୍ନ ।

ଇସ୍ରାଏଲ ଅଘୋଷିତ ପରମାଣୁ ଶକ୍ତି । ଏହାପାଖେ ପାଖାପାଖି ୯୦ ପରମାଣୁ ବୋମା ଅଛି ବୋଲି କୁହାଯାଏ । ଅନ୍ୟପକ୍ଷରେ ଆରବ ଦୁନିଆରେ ପାଲେଷ୍ଟାଇନ ସହିତ କୌଣସି ଇସଲାମିକ ରାଷ୍ଟ୍ରଙ୍କ ପାଖରେ ପରମାଣୁ ଅସ୍ତ୍ର ନାହିଁ । ଏହି ମାମଲାରେ ଇସ୍ରାଏଲର ପଲା ଭାରି ।

ପ୍ରତିରକ୍ଷା ଖର୍ଚ୍ଚ ମାମଲାରେ ଇସ୍ରାଏଲ ପାଲେଷ୍ଟାଇନଠାରୁ ଢେର ଆଗରେ । ଇସ୍ରାଏଲର ପ୍ରତିରକ୍ଷା ବଜେଟ୍ ୨୪ ବିଲିୟନ ହୋଇଥିବା ବେଳେ ପାଲେଷ୍ଟାଇନର ବଜେଟ୍ ପାଖାପାଖି ୩ ବିଲିୟନ ।

ଇସ୍ରାଏଲର ଜନସଂଖ୍ୟା ୮.୯୧ ମିଲିୟନ ହୋଇଥିବା ବେଳେ ପାଲେଷ୍ଟାଇନ୍ ଜନସଂଖ୍ଯା ୫.୪୦ ମିଲିୟନ । ଜନସଂଖ୍ୟା ମାମଲାରେ ବି ଇସ୍ରାଏଲ ପାଲେଷ୍ଟାଇନଠାରୁ ଆଗରେ ।

ଏବେ ଆସନ୍ତୁ ସକ୍ରୀୟ ସୈନିକଙ୍କ ସଂଖ୍ୟା ଉପରେ ନଜର ପକାଇବା । ଇସ୍ରାଏଲର ସକ୍ରୀୟ ସୈନିକଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର । ଅନ୍ୟପକ୍ଷରେ ପାଲେଷ୍ଟାଇନର ସୈନିକ ସଂଖ୍ଯା ଏକ ଲକ୍ଷ ୫ଶହ ।

ରିଜର୍ଭ ସୈନିକଙ୍କ ସଂଖ୍ୟା ମାମଲାରେ ମଧ୍ଯ ଇସ୍ରାଏଲ ପାଲେଷ୍ଟାଇନଠାରୁ ଆଗରେ ରହିଛି । ଇସ୍ରାଏଲରେ ସାମରିକ ଟ୍ରେନିଂ ବାଧ୍ଯତାମୁଳକ  ।ତେଣୁ ଏହାର ସବୁ ନାଗରିକ ଯୁଦ୍ଧ ପାଇଁ ପ୍ରଶିକ୍ଷିତ । ଇସ୍ରାଏଲର ସବୁ ନାଗରିକ ୩ ବର୍ଷ ପାଇଁ ସେନାରେ ବାଧ୍ଯତାମୁଳକ ଭାବେ କାର୍ଯ୍ୟ କରନ୍ତି । ଇସ୍ରାଏଲର ରିଜର୍ଭ ଆର୍ମି ସଂଖ୍ୟା ୪ ଲକ୍ଷ ୬୫ ହଜାର ହୋଇଥିବା ବେଳେ ପାଲେଷ୍ଟାଇନର ରିଜର୍ଭ ସୈନିକଙ୍କ ସଂଖ୍ଯା ମାତ୍ର ୪୮ ହଜାର ୫୬୮ ।

ତେବେ ଗୋଟିଏ ମାମଲାରେ ପାଲେଷ୍ଟାଇନ୍ ଇସ୍ରାଏଲଠାରୁ ଆଗରେ ଅଛି । ଅର୍ଦ୍ଧସାମରିକ ବାହିନି ବା ପାରା ମିଲିଟାରୀ ପର୍ସନାଲଙ୍କ ସଂଖ୍ଯା ଇସ୍ରାଏଲରେ ୮ ହଜାର ହୋଇଥିବା ବେଳେ ପାଲେଷ୍ଟାଇନ ପାଖରେ ଅଛନ୍ତି ୫୭ ହଜାର ପାରାମିଲିଟାରି ପର୍ସନାଲ ।

ଯୁଦ୍ଧ ବିମାନ ମାମଲାରେ ମଧ୍ଯ ଇସ୍ରାଏଲ ଆଗରେ ଅଛି । ଇସ୍ରାଏଲ ପାଖରେ ୬ଶହରୁ ଅଧିକ ବିମାନ ଥିବା ବେଳେ ପାଲେଷ୍ଟାଇନ ପାଖରେ ଅଛି ମାତ୍ର ୧୨୫ ବିମାନ । ଇସ୍ରାଏଲୀ ବାୟୁସେନା ଦୁନିଆର ନାମି ବାୟୁସେନା ମଧ୍ଯରୁ ଗୋଟିଏ । ଇସ୍ରାଏଲ ପାଖରେ ୨୪୧ ଲଢୁଆ ବିମାନ ରହିଛି ଅନ୍ୟପକ୍ଷରେ ପାଲେଷ୍ଟାଇନ୍ ପାଖରେ ଅଛି ୭୦ ଲଢୁଆ ବିମାନ । ସେହିଭଳି ଇସ୍ରାଏଲ ପାଖରେ ୩୨ ଆଟାକ ଏୟାରକ୍ରାଫ୍ଟ ଥିବା ବେଳେ ପାଲେଷ୍ଟାଇନ୍ ପାଖରେ ଅଛି ୨୮ । ଇସ୍ରାଏଲୀ ବାୟୁସେନା ପାଖରେ ୧୫ ପରିବହନ ବିମାନ ରହିଛି । ଅନ୍ୟପକ୍ଷରେ ପାଲେଷ୍ଟାଇନ ପାଖରେ ମାତ୍ର ୩ଟି । ଟ୍ରେନର ଏୟାରକ୍ରାଫ୍ଟ ମାମଲାରେ ବି ଇସ୍ରାଏଲ ପାଲେଷ୍ଟାଇନଠାରୁ ଆଗରେ । ଏହି ସଂଖ୍ୟା ହେଉଛି ୧୫୩ ବନାମ ୨୦ । ଇସ୍ରାଏଲ ପାଖରେ ୨୩ଟି ସ୍ପେଶାଲ ମିଶନ୍ ଏୟାରକ୍ରାଫ୍ଟ ରହିଛି । ପାଲେଷ୍ଟାଇନ ପାଖରେ ଗୋଟିଏ ବି ନାହିଁ । ଆକାଶରେ ଇନ୍ଧନ ଭରିବା ପାଇଁ ଇସ୍ରାଏଲ ପାଖରେ ୧୧ଟି ଏୟାର ଟ୍ୟାଙ୍କର ରହିଛି । ପାଲେଷ୍ଟାଇନ୍ ପାଖରେ ଗୋଟିଏ ବି ନାହିଁ । ଇସ୍ରାଏଲ ପାଖରେ ୧୨୬ ହେଲିକପ୍ଟର ଥିବା ବେଳେ ପାଲେଷ୍ଟାଇନ୍ ପାଖରେ ଅଛି ୫୮ଟି ହେଲିକପ୍ଟର । ଆଟାକ ହେଲିକପ୍ଟର ସଂଖ୍ୟାରେ ବି ଇସ୍ରାଏଲ ଆଗରେ  । ଇସ୍ରାଏଲ ପାଖରେ ୪୮ଟି ଆଟାକ ହେଲିକପ୍ଟର ଅଛି  ।ଅନ୍ୟପକ୍ଷରେ ପାଲେଷ୍ଟାଇନ୍ ପାଖରେ ୩୪ଟି ।

ଟ୍ୟାଙ୍କ ଯୁଦ୍ଧରେ ମଧ୍ଯ ଇସ୍ରାଏଲର ପଲ୍ଲା ଭାରି ରହିବ । ଇସ୍ରାଏଲ ପାଖରେ ୨୨ଶହ ଟ୍ୟାଙ୍କ ରହିଛି । ପାଲେଷ୍ଟାଇନ ପାଖରେ ଅଛି ଏହାର ଅଧା,ଅର୍ଥାତ ୧୧୫୯ ଟ୍ୟାଙ୍କ । ଇସ୍ରାଏଲ ପାଖରେ ୫୬ ହଜାରରୁ ଅଧିକ ସାଂଜୁଆ ଗାଡି଼ ଥିବା ବେଳେ ପାଲେଷ୍ଟାଇନ ପାଖରେ ଅଛି ପାଖାପାଖି ୧୬ ହଜାର ସାଂଜୁଆ ଗାଡି ।ତେବେ ଆର୍ଟିଲାରି ମାମଲାରେ ପାଲେଷ୍ଟାଇନ୍ ଆଗରେ ଅଛି । ଏସବୁ ତୁଳନାକୁ ଦେଖିଲେ ନିଶ୍ଚୟ ଏହା ସଫା ଯେ, ଇସ୍ରାଏଲ ପାଲେଷ୍ଟାଇନ୍ ଉପରେ ଭାରି ପଡିବ । ଆଉ ସବୁଠାରୁ ବଡ଼ କଥା ହେଉଛି ଇସ୍ରାଏଲ ଯୁଦ୍ଧ ଇତିହାସ । ଏହା ଗତ ୭୫ ବର୍ଷ ମଧ୍ଯରେ ଗୋଟିଏ ବି ଯୁଦ୍ଧ ହାରିନାହିଁ । ଯୁଦ୍ଧରୁ ଜନ୍ମ ଏହି ଦେଶର ଯୁଦ୍ଧ ଜିତିବା ଏକରକମ ଅଭ୍ୟାସ ।