Walking control blood sugar: ମଧୁମେହ ରୋଗୀଙ୍କ ପକ୍ଷରେ ଦୈନିକ କେତେ ଦୂରତା ଚାଲିବା ଠିକ ?
Advertisement
Article Detail0/zeeodisha/odisha1957644

Walking control blood sugar: ମଧୁମେହ ରୋଗୀଙ୍କ ପକ୍ଷରେ ଦୈନିକ କେତେ ଦୂରତା ଚାଲିବା ଠିକ ?

  ମଧୁମେହ ଏକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ପ୍ରାୟ ସବୁ ବୟସର ଲୋକଙ୍କଠାରେ ଏହି ରୋଗ ହେବାର ଆଶଙ୍କା ବଢୁଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ ଯଦି ରକ୍ତରେ ଶର୍କରା ବୃଦ୍ଧି ହେତୁ ହୋଇଥିବା ମଧୁମେହକୁ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେବ

SOCIAL MEDIA

Walking control blood sugar: 

ମଧୁମେହ ଏକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ପ୍ରାୟ ସବୁ ବୟସର ଲୋକଙ୍କଠାରେ ଏହି ରୋଗ ହେବାର ଆଶଙ୍କା ବଢୁଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ ଯଦି ରକ୍ତରେ ଶର୍କରା ବୃଦ୍ଧି ହେତୁ ହୋଇଥିବା ମଧୁମେହକୁ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବଢିଯାଏ ।

ଅନିୟନ୍ତ୍ରିତ ମଧୁମେହ ହୃଦୟ, ଆଖି ଠାରୁ କିଡନୀ ଏବଂ ମେଟାବୋଲିଜିମ୍ ପର୍ଯ୍ୟନ୍ତ ସମସ୍ୟା ବୃଦ୍ଧି କରିଥାଏ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ମଧୁମେହକୁ ରୋକିବା ପାଇଁ ସବୁ ବୟସର ଲୋକମାନେ ନିରନ୍ତର ଉଦ୍ୟମ କରିବା ଉଚିତ।

ଶାରୀରିକ କାର୍ଯ୍ୟକଳାପ ବୃଦ୍ଧିରେ  ମଧୁମେହ ଏବଂ ହୃଦରୋଗ ଭଳି କ୍ରନିକ ରୋଗର ଆଶଙ୍କା କମିଯାଏ। ଯଦି ଆପଣ ନିୟମିତ ଭାବରେ ଚାଲିବା-ଦୌଡ଼ିବ ପରି ବ୍ୟାୟାମ କରନ୍ତି, ତେବେ ଏହା ଆପଣଙ୍କ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧୁମେହ ରୋଗୀଙ୍କୁ ପ୍ରତିଦିନ କ’ଣ ଶାରିରିକ ବ୍ୟୟାମ କରିବାକୁ କହୁଛନ୍ତି ।

ଜୀବନଶୈଳୀରେ ଉପଯୁକ୍ତ ପରିବର୍ତ୍ତନ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ମଧୁମେହକୁ ନିୟନ୍ତ୍ରଣ କରିବା ଏବଂ ଏହାର ବିଭିନ୍ନ ଜଟିଳତାକୁ ରୋକିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ହେଉଛି ଅନ୍ୟତମ ପ୍ରଭାବଶାଳୀ ଉପାୟ । ଏହି କ୍ରମରେ, ପ୍ରତିଦିନ ଚାଲିବାର ଅଭ୍ୟାସ କରିବା ଟାଇପ୍-୨ ମଧୁମେହ ରୋଗୀଙ୍କ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି ଯେ, ପ୍ରତିଦିନ ୩୦ରୁ ୪୫  ମିନିଟ୍ ଚାଲିବା ଅଭ୍ୟାସ ଜଣେ ଡାଇବେଟିକ୍ସ ରୋଗୀଙ୍କ ପାଇଁ ସକରାତ୍ମକ ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ କ’ଣ କୁହନ୍ତି?

ରକ୍ତରେ ଶର୍କରାସ୍ତର ନିୟନ୍ତ୍ରଣ ପାଇଁ ମଧୁମେହ ରୋଗୀମାନେ ନିରନ୍ତର ଉଦ୍ୟମ କରିବା ଆବଶ୍ୟକ। ନିୟମିତ ଶାରୀରିକ କାର୍ଯ୍ୟକଳାପ, ଯେପରିକି ଚାଲିବା ଏବଂ ଦୌଡିବା । , ଦୈନିକ ପ୍ରାୟ ୧୦, ୦୦୦ ପାଦ ଚାଲିବା  ସ୍ୱାସ୍ଥ୍ୟ ପାଇଁ ଆଦର୍ଶ ବୋଲି ବିବେଚନା କରାଯାଏ ।  ଏହା କେବଳ ମଧୁମେହକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ନାହିଁ ବରଂ ହୃଦ୍ ରୋଗ ଏବଂ ମେଟାବୋଲିକ୍ ସମସ୍ୟା ଭଳି ଅନେକ କ୍ରନିକ୍ ରୋଗ ହ୍ରାସ କରିବାରେ ମଧ୍ୟ  ଲାଭଦାୟକ ହୋଇଥାଏ ।

ମଧୁମେହ ରୋଗୀଙ୍କ ପାଇଁ ଏରୋବିକ ବ୍ୟାୟାମ ଉପକାରୀ

ଶରୀରକୁ ସୁସ୍ଥ ରଖିବାରେ ଏରୋବିକ ବ୍ୟାୟାମର ଅଭ୍ୟାସ କରିବା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ମଧୁମେହ ରୋଗୀଙ୍କ ଜଟିଳତା ହ୍ରାସ କରିବାରେ ଏହାର ବିଶେଷ ଲାଭ ଦେଖିବାକୁ ମିଳିଛି । ଦ୍ରୁତ ଗତିରେ ଚାଲିବାର ଅଭ୍ୟାସ କରିବା ଆପଣଙ୍କ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ଏବଂ ହୃଦୟକୁ ସୁସ୍ଥ ରଖିଥାଏ ।  ଯାହା ଦ୍ୱାରା ମଧୁମେହ ହେବାର ଆଶଙ୍କା ମଧ୍ୟ କମିଯାଏ।

ଆମେରିକୀୟ କଲେଜ ଅଫ୍ ସ୍ପୋର୍ଟସ୍ ମେଡିସିନ୍ ଏବଂ ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ ଅନୁଯାୟୀ, ଯେଉଁମାନେ ସପ୍ତାହରେ ଅତି କମରେ ପାଞ୍ଚ ଦିନ 30 ମିନିଟ୍ ଚାଲନ୍ତି, ସେମାନଙ୍କଠାରେ ମଧୁମେହ ଜନିତ ଜଟିଳତା କମ୍ ଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଜୀବନଶୈଳୀରେ ବ୍ୟାଘାତ ହେତୁ ସବୁ ବୟସର ଲୋକଙ୍କଠାରେ ମଧୁମେହ ହେବାର ଆଶଙ୍କା ଦେଖାଯାଉଛି। ବିଶେଷଜ୍ଞଙ୍କ ଆଶଙ୍କା ଯେ,ଯେଉଁ ହାରରେ ମଧୁମେହ ରୋଗ ବଢୁଛି ୨୦୫୦ସୁଧା ବିଶ୍ୱେରେ ମଧୁମେହ ରୋଗୀଙ୍କ ସଂଖ୍ଯା ୧୩୦ କୋଟିରୁ ଅଧିକ ହେବାର ଆଶଙ୍କା ରହିଛି । ମଧୁମେହ ହେତୁ ଶରୀରର ଅନ୍ୟାନ୍ୟ ଅଙ୍ଗ ପ୍ରଭାବିତ ହେବାକୁ ଲାଗେ, ତେଣୁ ଏହି ସମସ୍ୟାକୁ ଆରମ୍ଭରୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ ।