International Workshop: ପାଣ୍ଡୁଲିପି, ପ୍ରାଚୀନ ଲିପି ତତ୍ତ୍ୱ ଓ ଏହାର ସଂରକ୍ଷଣ ଉପରେ ଅନ୍ତର୍ଜାତୀୟ କର୍ମଶାଳା
Advertisement
Article Detail0/zeeodisha/odisha2430157

International Workshop: ପାଣ୍ଡୁଲିପି, ପ୍ରାଚୀନ ଲିପି ତତ୍ତ୍ୱ ଓ ଏହାର ସଂରକ୍ଷଣ ଉପରେ ଅନ୍ତର୍ଜାତୀୟ କର୍ମଶାଳା

କଟକ: ଭାରତୀୟ ଅଧ୍ୟୟନ ବିଭାଗ ଅଧୀନରେ ତଥା ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସହଯୋଗରେ ଓ ସ୍ଥାନୀୟ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ସଂସ୍କୃତ କାର୍ଯ୍ୟକ୍ରମ କଳା, ଯୋଗାଯୋଗ ବିଭାଗ ଦ୍ୱାରା 'ପାଣ୍ଡୁଲିପି ରଚନା ଓ ପୁରାତନ ଲିପି ତତ୍ତ୍ୱ (ବିଜ୍ଞାନ)' ଶୀର୍ଷକ ଏକ ଅନ୍ତର୍ଜାତୀୟ କର୍ମଶାଳା ଗୁରୁବାରଠାରୁ ଆରମ୍ଭ ହୋଇଛି।

International Workshop: ପାଣ୍ଡୁଲିପି, ପ୍ରାଚୀନ ଲିପି ତତ୍ତ୍ୱ ଓ ଏହାର ସଂରକ୍ଷଣ ଉପରେ ଅନ୍ତର୍ଜାତୀୟ କର୍ମଶାଳା

International Workshop: କଟକ: ଭାରତୀୟ ଅଧ୍ୟୟନ ବିଭାଗ ଅଧୀନରେ ତଥା ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସହଯୋଗରେ ଓ ସ୍ଥାନୀୟ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ସଂସ୍କୃତ କାର୍ଯ୍ୟକ୍ରମ କଳା, ଯୋଗାଯୋଗ ବିଭାଗ ଦ୍ୱାରା 'ପାଣ୍ଡୁଲିପି ରଚନା ଓ ପୁରାତନ ଲିପି ତତ୍ତ୍ୱ (ବିଜ୍ଞାନ)' ଶୀର୍ଷକ ଏକ ଅନ୍ତର୍ଜାତୀୟ କର୍ମଶାଳା ଗୁରୁବାରଠାରୁ ଆରମ୍ଭ ହୋଇଛି। ଚଳିତ ମାସ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସାତ ଦିନିଆ କାର୍ଯ୍ୟକ୍ରମ ଗବେଷଣାରେ ରୁଚି ରଖୁଥିବା ପଣ୍ଡିତ ଏବଂ ଗବେଷକମାନଙ୍କୁ ପ୍ରାଚୀନ ପାଣ୍ଡୁଲିପି ଓ ଲିପିର ସଂରକ୍ଷଣ ତଥା ଅଧ୍ୟୟନରେ ନିୟୋଜିତ ହେବାର ଏକ ବିରଳ ସୁଯୋଗ ପ୍ରଦାନ କରିଛି।

ଉଦଘାଟନୀ ଉତ୍ସବରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ିଙ୍କ ସମେତ ବହୁ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଭାରତର ସାଂସ୍କୃତିକ ଐତିହ୍ୟସଂରକ୍ଷଣରେ ସମ୍ପୃକ୍ତ କର୍ମଶାଳାର ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ କାର୍ଯ୍ୟକ୍ରମ ପଛରେ ନିହିତ ରହିଥିବା ସହଯୋଗୀ ମନୋଭାବକୁ ପ୍ରଶଂସା କରିଥିବା ବେଳେ ମୁଖ୍ୟ ଅତିଥି ତିରୁପତିସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ନିଜର ସାରଗର୍ଭକ ଅଭିଭାଷଣ ଦ୍ୱାରା ଏଥିରେ ଯୋଗ ଦେଇଥିବା ଅଂଶଗ୍ରହଣକାରୀମାନଙ୍କର ଅନେକ ସନ୍ଦେହ ମୋଚନ କରିଥିଲେ।

ସମ୍ମାନିତ ଅତିଥି ଡ. ଶିଶିର କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମରେ ଶୀର୍ଷକ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ପ୍ରାଚୀନ ଲିପି ତତ୍ତ୍ୱ ଅଧ୍ୟୟନରେ ପାରଦର୍ଶିତା ବୃଦ୍ଧି କରିବାକୁ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହାଦ୍ୱାରା ବହୁ ବିରଳ ପାଣ୍ଡୁଲିପି ରଚନା ହୋଇପାରିବା ସହ ପ୍ରାଚୀନ ଲିପି ମଧ୍ୟ ମାର୍ଜିତ ଓ ସମୃଦ୍ଧ ହେବ ବୋଲି ସେ ଆଶା କରିଥିଲେ । ତେଣୁ ସେ ଏଭଳି ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଜାତୀୟ ପାଣ୍ଡୁଲିପି ମିଶନର ନିର୍ଦ୍ଦେଶକ ଡ. ଅନିର୍ବାଣ ଦାଶ ପାଣ୍ଡୁଲିପିର ଡିଜିଟାଇଜେସନ୍ ଓ ସଂରକ୍ଷଣ ଉପରେ ଏକ ସଂକ୍ଷିପ୍ତ ତଥା ମୂଲ୍ୟବାନ ବକ୍ତବ୍ୟ ଦେଇ ଆଲୋଚନାକୁ ଆହୁରି ସମୃଦ୍ଧ କରିଥିଲେ। ଆଜିର ସମାଜରେ ପାଣ୍ଡୁଲିପିକୁ ଡିଜିଟାଲ ଫର୍ମାଟରେ ହିଁ ସବୁଦିନ ପାଇଁ ଓ ସମସ୍ତଙ୍କ ପାଇଁ ସଂରକ୍ଷଣ କରାଯାଇ ପାରିବ ବୋଲି ସେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶାରଦମାନଙ୍କ ଦ୍ୱାରା ରଚିତ ପୁସ୍ତକ 'ପ୍ରତିଲିପିଏବଂ ପାଣ୍ଡୁଲିପି'ର ଉନ୍ମୋଚନ କରାଯାଇଥିଲା, ଯାହା ଏହି କ୍ଷେତ୍ରରେ ଗବେଷକମାନଙ୍କ ପାଇଁ ଗବେଷଣା କ୍ଷେତ୍ରରେ ଏକ ପ୍ରମୁଖ ସମ୍ବଳ ପାଲଟିବାକୁ ଯାଉଛି ।

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ବିଭାଗୀୟ ସହକାରୀ ପ୍ରାଧ୍ୟାପିକା ଡଃ. ଝରଣାରାଣୀ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ବକ୍ତୃତା, ମତ ବିନିମୟ ଅଧିବେଶନ ଏବଂ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ସମେତ ଅଂଶଗ୍ରହଣକାରୀମାନେ ଉଭୟ ତାତ୍ତ୍ୱିକ ଓ ବ୍ୟାବହାରିକ ଦକ୍ଷତା ହାସଲ କରିପାରିବେ। ସେପ୍ଟେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସହଯୋଗୀ ଆବାହକ ଡ. ପ୍ରଶାନ୍ତ କୁମାର ଦାଶ ଏବଂ ଡଃ. ଗାୟତ୍ରୀ ରଥ ପ୍ରମୁଖ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ଏଥିରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ଏହା ଏକ ବୌଦ୍ଧିକ ଲାଭଦାୟକ ଅନୁଭୂତି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।