Countries Without Trains: ବୁଲେଟ୍ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି ଭାରତ, ହେଲେ ଏହି ଦେଶରେ ଆଜି ପର୍ଯ୍ୟନ୍ତ ଚାଲିନାହିଁ ଟ୍ରେନ
Advertisement
Article Detail0/zeeodisha/odisha1690905

Countries Without Trains: ବୁଲେଟ୍ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି ଭାରତ, ହେଲେ ଏହି ଦେଶରେ ଆଜି ପର୍ଯ୍ୟନ୍ତ ଚାଲିନାହିଁ ଟ୍ରେନ

Countries Without Rail Network: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତ ସମେତ ସମଗ୍ର ବିଶ୍ୱରେ ବୁଲେଟ୍ ଟ୍ରେନ୍ ଚଳାଇବାକୁ ଏକ ପ୍ରତିଯୋଗୀତା ଚାଲିଛି। ହେଲେ ବିଶ୍ୱରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ବର୍ତ୍ତମାନ କୌଣସି ରେଳସେବା ଉପଲବ୍ଧ ନାହିଁ। 

 

Countries Without Trains: ବୁଲେଟ୍ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି ଭାରତ, ହେଲେ ଏହି ଦେଶରେ ଆଜି ପର୍ଯ୍ୟନ୍ତ ଚାଲିନାହିଁ ଟ୍ରେନ

Countries Without Railway Line: ଲୋକେ ଦୀର୍ଘ ଦୂରତା ଯାତ୍ରା କରିବାକୁ ଟ୍ରେନର ସାହାଯ୍ୟ ନେବାକୁ ପସନ୍ଦ କରିଥାନ୍ତି। ରେଳଗାଡ଼ିରେ ବସିବା, ଶୋଇବା ଏବଂ ବୁଲିବା ପାଇଁ ସୁବିଧା ରହିଛି। ଯେଉଁ କାରଣରୁ ରେଳଯାତ୍ରା କରୁଥିବା ଲୋକେ ବିରକ୍ତ ହୁଅନ୍ତି ନାହିଁ।। ଏହି କାରଣରୁ ପ୍ରତ୍ୟେକ ଦେଶ ନିଜର ଟ୍ରେନ୍ ନେଟୱାର୍କ ବିସ୍ତାର କରିବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। ଭାରତ ବର୍ଷରେ ମଧ୍ୟ ପରବର୍ତ୍ତୀ ପିଢିର ବନ୍ଦେ ଭାରତ ଟ୍ରେନ୍ ପରେ ବୁଲେଟ୍ ଟ୍ରେନ୍ ଚଳାଇବା ଲାଗି କାର୍ଯ୍ୟକାରୀ ହୋଇଥିବା ଯୋଜନା ଉପରେ କାମ ଦ୍ରୁତ ଗତିରେ ଚାଲିଛି। ହେଲେ କ'ଣ ଆପଣ ଜାଣିଛନ୍ତି ଆଜିର ଆଧୁନିକ ବିଜ୍ଞାନ ଯୁଗରେ ବିଶ୍ୱର ଏପରି ଅନେକ ଦେଶ ଅଛି ଯେଉଁଠାରେ ବର୍ତ୍ତମାନ ସମୟରେ କୌଣସି ରେଳ ସୁବିଧା ଉପଲବ୍ଧ ନାହିଁ। ହେଲେ ସେହି ଦେଶର ନାଗରିକ କିପରି ଦୀର୍ଘ ଦୂରତା ଯାତ୍ରା କରନ୍ତି ସେ ସମ୍ପର୍କରେ ଆମେ ଆପଣଙ୍କୁ ଅନେକ କୌତୁହଳପୂର୍ଣ୍ଣ ସୂଚନା ଦେବୁ। 

ପୂର୍ବ ତିମୋର ନାହିଁ ରେଳ ନେଟୱାର୍କ 
ଦୁନିଆରେ ଟ୍ରେନ୍ ନେଟୱାର୍କ ବିନା ଅନେକ ଦେଶ ରହିଛି। ଏହି ଦେଶ ମଧ୍ୟରୁ ଗୋଟିଏ ହେଉଛି ଦକ୍ଷିଣ-ପୂର୍ବ ଏସୀୟାରେ ଅବସ୍ଥିତ ପୂର୍ବ ତିମୋର। ଦୁନିଆର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଅନ୍ୟତମ ହେଉଛି ପୂର୍ବ ତିମୋର। ହେଲେ ଏହି ଦେଶରେ ପରିବହନର ଏକମାତ୍ର ମାଧ୍ୟମ ହେଉଛି ସଡ଼କ। ଯାହାର ସ୍ଥିତି ଭଳ ନାହିଁ। ଇଣ୍ଡୋନେସିଆ ଠାରୁ ଅଲଗା ହେବା ପରେ ଏହି ଦେଶ ଆଜି ପର୍ଯ୍ୟନ୍ତ ଦାରିଦ୍ର ତଥା ବେକାରୀ ସମସ୍ୟାରୁ ବାହାରି ପାରି ନାହିଁ।

Also Read: Fastest Train: ବିଶ୍ୱର ସବୁଠାରୁ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ; ଯିଏ ଚକ ନୁହେଁ ବରଂ ଚୁମ୍ବକ ସହାୟତାରେ କରିଥାଏ ଯାତ୍ରା

ଦେଶରେ ଟ୍ରେନ୍ ନେଟୱାର୍କ ତିଆରି କରିପାରିଲା ନାହିଁ କୁଏତ
ଆରବ ଜଗତରେ ଅବସ୍ଥିତ ଏକ ଛୋଟ ଦେଶ ହେଉଛି କୁଏତ। ହେଲେ ତୈଳ ସମ୍ପଦରେ ସମୃଦ୍ଧ କୁଏତ ଭଳି ଦେଶରେ ଆଜି ପର୍ଯ୍ୟନ୍ତ କୌଣସି ରେଳ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ପାରିନାହିଁ। କୁଏତ ଅଧିବାସୀ କିମ୍ବା ସେଠାରେ ବସବାସ କରୁଥିବା ଅନ୍ୟ ଦେଶର ନାଗରିକ କେବଳ ସଡ଼କ ପରିବହନ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିଥାନ୍ତି। କୁଏତ ଭଳି ଦେଶରେ ଭାରତ ଭଳି ବିମାନ ପରିବହନ ସେବା ମଧ୍ୟ ଉପଲବ୍ଧ ରହିଛି। ହେଲେ କୌଣସି ରେଲୱେ ନେଟୱାର୍କ ନାହିଁ। ବର୍ତ୍ତମାନ କୁଏତ ରାଜଧାନୀ କୁଏତ ସିଟି ଠାରୁ ଓମାନ ପର୍ଯ୍ୟନ୍ତ ୧୨୦୦ ମାଇଲ ଲମ୍ଫ ଗଲ୍ଫ ରେଳ ନେଟୱାର୍କ କାମ ଆରମ୍ଭ ହୋଇଯାଇଛି।

ଫ୍ରାନ୍ସ ରେଳସେବା ବ୍ୟବହାର କରିଥାନ୍ତି ଆଣ୍ଡୋରା ନାଗରିକ
ୟୁରୋପୀୟ ମହାଦେଶରେ ଅବସ୍ଥିତ ଆଣ୍ଡୋରା ହେଉଛି ବିଶ୍ୱର ୧୬ ତମ କ୍ଷୁଦ୍ର ଦେଶ। ଭୌଗୋଳିତ ଆୟତନ ଦୃଷ୍ଟିକୋଣରୁ ଆଣ୍ଡୋର ଏତେ କ୍ଷୁଦ୍ର ଯେ ଯାହାକୁ ଗ୍ଲୋବ କିମ୍ବା ମାନଚିତ୍ରରେ ଦେଖିବା ସମ୍ଭବ ହୁଏ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦେଶରେ ଆଜି ପର୍ଯ୍ୟନ୍ତ କୌଣସି ଟ୍ରେନ୍ ଚାଲିନାହିଁ କିମ୍ବା ରେଳ ଷ୍ଟେସନ୍ ନିର୍ମାଣ ହୋଇ ପାରିନାହିଁ। ଏହି ଦେଶର ନିକଟତମ ରେଳ ଷ୍ଟେସନ ପଡୋଶୀ ଦେଶ ଫ୍ରାନ୍ସ ଠାରେ ଅଛି। ସେଠାରେ ପହଞ୍ଚିବା ପାଇଁ ଲୋକେ ବସ୍ ବ୍ୟବହାର କରିଥାନ୍ତି। ଏହା ପରେ ଟ୍ରେନ ଯୋଗେ ଯାତ୍ରା କରିବାର ସୁବିଧା ପାଇଥାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଆଣ୍ଡୋରା ନାଗରିକ ଟ୍ରେନ ଯାତ୍ରା କରିବା ପାଇଁ ଫ୍ରାନ୍ସ ରେଳସେବା ବ୍ୟବହାର କରିଥାନ୍ତି।

ପୁନର୍ବାର ରେଳ ସେବା ଆରମ୍ଭ ହୋଇପାରିଲା ନାହିଁ  ସାଇପ୍ରସ
ୟୁରୋପୀୟ ଦେଶ ସାଇପ୍ରସ ଠାରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଟ୍ରେନ୍ ଚାଲୁ ନାହିଁ। ଯଦିଓ ୧୯୦୫ ମସିହାରୁ ୧୯୫୧ ପର୍ଯ୍ୟନ୍ତ ସାଇପ୍ରସ ଠାରେ ରେଳ ନେଟୱାର୍କ ରହିଥିଲା। ଯାହା ୧୯୭୪ ମସିହାରେ ବନ୍ଦ ହୋଇଯାଇଥିଲା। ସେବେଠାରୁ ଟ୍ରେନ୍ ସେବା ଆଜି ପର୍ଯ୍ୟନ୍ତ ଏଠାରେ ଆରମ୍ଭ ହୋଇନାହିଁ।

Also Read: Sky Train: ଭୂମି ନୁହେଁ ଆକାଶରେ ଉଡ଼ିଥାଏ ଏହି ଟ୍ରେନ, ବିନା ଭୟରେ ଲୋକ କରିଥାନ୍ତି ଯାତ୍ରା

ଗୃହଯୁଦ୍ଧ ସମୟରେ ଟ୍ରେନ ଟ୍ରାକ ଉପାଡି ଦେଇଥିଲେ ଲୋକ
ଆଫ୍ରିକା ମହାଦେଶରେ ଅବସ୍ଥିତ ଲିବିୟା ହେଉଛି ଏପରି ଏକ ଦେଶ, ଯେଉଁଠାରେ ଲୋକେ ଟ୍ରେନ୍ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦିଓ ପୂର୍ବରୁ ଏଠାରେ ଏକ ରେଳ ନେଟୱାର୍କ ରହିଥିଲା ଏବଂ ସେଠାରେ ଅନେକ ଟ୍ରେନ୍ ଚଳାଚଳ କରୁଥିଲା। ହେଲେ ଗୃହଯୁଦ୍ଧ ସମୟରେ ଟ୍ରେନ ଟ୍ରାକ ଉପାଡି ଦିଆଯାଇଥିଲା। ଏହା ପରେ ୧୯୬୫ ମସିହା ପର ଠାରୁ ସେଠାରେ କୌଣସି ରେଳ ନେଟୱାର୍କ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଯଦିଓ ବର୍ତ୍ତମାନ ସେଠାରେ ଟ୍ରେନ୍ ସେବା ପୁନର୍ବାର ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି।

ଟ୍ରେନ୍ ସେବାରୁ ବଞ୍ଚିତ ରହିଛି ଭୁଟାନ
ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଭାରତର ପଡ଼ୋଶୀ ଭୂଟାନ ମଧ୍ୟ ରେଳସେବା ପାଇବାରୁ ବଞ୍ଚିତ ହୋଇଛି। ଭାରତ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ ରହିଥିବା ଦେଶ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପଡୋଶୀ ଭୁଟାନ ଠାରେ ଗୋଟିଏ ହେଲେ ଟ୍ରେନ୍ ଚଳାଚଳ କରୁନାହିଁ। ଏହାର କାରଣ ହେଉଛି ଭୁଟାନ ଭଳି ଦେଶର ଅଧିକାଂଶ ଜମି ପାର୍ବତ୍ୟାଞ୍ଚଳରେ ରହିଛି।  ଏବେ ଭୁଟାନ ଭାରତ ସହିତ ରେଳ ନେଟୱାର୍କ ଯୋଡ଼ି ହେବାର ଖବର ଆସୁଛି। ଏହା ପରେ ଯାଇ ଏହି ଦେଶକୁ ରେଳ ନେଟୱାର୍କ ମାଧ୍ୟମରେ ଯୋଡ଼ାଯିବ।