Snake bite to other snake : ଗୋଟିଏ ସାପ ଆଉ ଗୋଟିଏ ସାପକୁ କାମୁଡ଼ିଲେ କ’ଣ ହେବ ?
Advertisement

Snake bite to other snake : ଗୋଟିଏ ସାପ ଆଉ ଗୋଟିଏ ସାପକୁ କାମୁଡ଼ିଲେ କ’ଣ ହେବ ?

  ଯଦି ସମାନ ପ୍ରଜାତିର ଗୋଟିଏ ବିଷାକ୍ତ ସାପ ଅନ୍ୟ ଏକ ବିଷାକ୍ତ ସାପକୁ  କାମୁଡ଼େ,ତେବେ ତାହାର ପ୍ରଭାବ କ’ଣ ହେବ?

SOCIAL MEDIA

Snake bite to other snake : 

ଯଦି ସମାନ ପ୍ରଜାତିର ଗୋଟିଏ ବିଷାକ୍ତ ସାପ ଅନ୍ୟ ଏକ ବିଷାକ୍ତ ସାପକୁ  କାମୁଡ଼େ,ତେବେ ତାହାର ପ୍ରଭାବ କ’ଣ ହେବ? ଏଭଳି ପ୍ରଶ୍ନ କେବେ ନା କେବେ ଆପଣଙ୍କ ମନକୁ ଆସିଥିବ । ଆସନ୍ତୁ ଆଜି ତା’ର ଉତ୍ତର ଖୋଜିବା । ରିସର୍ଚ୍ଚଗେଟ୍ ସାଇଟ୍ ଅନୁସାରେ ଏହାର ଉତ୍ତର ଉଭୟ ‘ହଁ’ ଏବଂ ‘ନା‘ ହେବ। ଯଦି ସମାନ ପ୍ରଜାତିର ସାପ ଲଢେଇ କିମ୍ବା ଯୌନ ସମ୍ପର୍କ ସ୍ଥାପନ ସମୟରେ ପରସ୍ପରକୁ କାମୁଡନ୍ତି, ତେବେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ  ।

ସମ୍ଭବତଃ ଏଇଥିପାଇଁ ଯେ,ସାପମାନେ ନିଜ ପ୍ରଜାତିର ବିଷ ପ୍ରଭାବରୁ ସୁରକ୍ଷିତ କିମ୍ବା ନିଜ ମଧ୍ଯରେ ସେମାନେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରିଛନ୍ତି । ଲଢେଇ ଏବଂ ଅନ୍ୟକାରଣରୁ ସମାନ ପ୍ରଜାତିର ସାପ ପରସ୍ପରକୁ କାମୁଡିଥାନ୍ତି କିନ୍ତୁ ସେମାନେ ଏହି କାରଣରୁ ମରନ୍ତି ନାହିଁ ।

ତେବେ ଯଦି ଭିନ୍ନ ପ୍ରଜାତିର ବିଷାକ୍ତ ସାପ ଆଉ ଗୋଟିଏ ଭିନ୍ନ ପ୍ରଜାତିର ସାପକୁ କାମୁଡ଼େ, ତେବେ  ନିଶ୍ଚିତ ଭାବରେ ଜଣେ କିମ୍ବା ଉଭୟ ପ୍ରାଣ ହରାଇବେ । ତେବେ ବିଶେଷଜ୍ଞମାନେ କୁହନ୍ତି ଯେ ଗୋଟିଏ ପ୍ରଜାତିର ସାପ ଅନ୍ୟ ପ୍ରଜାତିର ସାପ ସହିତ ଯୌନ ସମ୍ପର୍କ ସ୍ଥାପନ କରିବା କିମ୍ବା କାମୁଡିବା ଘଟଣା ଖୁବ୍ କ୍ୱଚିତ ଘଟିଥାଏ । କିନ୍ତୁ ଯଦି ଭିନ୍ନ ପ୍ରଜାତିର ଦୁଇଟି ବିଷାକ୍ତ ସାପ ପରସ୍ପରକୁ କାମୁଡ଼ନ୍ତି, ତେବେ ଉଭୟ ପରସ୍ପରର ଶରୀରରେ ବିଷ ଛାଡିଦେବେ ଯାହା ଉଭୟଙ୍କ ପାଇଁ ସାଂଘାତିକ ପ୍ରମାଣିତ ହେବ ଏବଂ ସେମାନେ ମରିଯିବେ ।

ଏହା ଏଇଥିପାଇଁ ହେବ ଯେ,ଭିନ୍ନ ପ୍ରଜାତିର ସାପ ପରସ୍ପରର ବିଷ ବିରୋଧରେ ପ୍ରତିରୋଧକ ଶକ୍ତି ବିକାଶ କରିବାର ସୁଯୋଗ ପାଇନାହାଁନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ସାପମାନେ ସେମାନଙ୍କ ନିଜ ପ୍ରଜାତିର ବିଷ ପ୍ରତି ପ୍ରତିରୋଧକ ଶକ୍ତି ସୃଷ୍ଟି କରିଛନ୍ତି । କିନ୍ତୁ ଭିନ୍ନ ପ୍ରଜାତିର ସାପ ବିଷର ପ୍ରତିରୋଧକ ଶକ୍ତି ତିଆରି  କରିପାରିନାହାନ୍ତି ।  ସାପ ଗ୍ରନ୍ଥିରେ ଥିବା ବିଷ ପ୍ରଜାତି ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

ଉତ୍ତର କଲୋରଡୋ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନର ପ୍ରଫେସର ତଥା ବିଷାକ୍ତ ସର୍ପ ବିଶେଷଜ୍ଞ ଷ୍ଟିଫେନ୍ ମ୍ୟାକେସି କୁହନ୍ତି ଯେ,"ଗୋଟିଏ ପ୍ରଜାତିର ସାପର ରକ୍ତରେ ଆଣ୍ଟିବଡି ରହିଥାଏ। ତେଣୁ ସେମାନଙ୍କୁ ନିଜ ବିଷ କିମ୍ବା ନିଜ ପ୍ରଜାତିର ଅନ୍ୟ ସାପର ବିଷ ପ୍ରଭାବିତ କରେ ନାହିଁ ।

ଅନେକ ସମୟରେ ଯେବେଳେ ଗୋଟିଏ ସାପ ଅନ୍ୟ କୌଣସି ବିଷାକ୍ତ ପ୍ରାଣୀ ଖାଏ, ତେବେ ଏହା ସେମାନଙ୍କ ପାଇଁ କୌଣସି କ୍ଷତି କରେ ନାହିଁ । ସେମାନଙ୍କ ପେଟରେ ଥିବା ସ୍ୱତନ୍ତ୍ର ହଜମକାରୀ ରାସାୟନିକ ପଦାର୍ଥ ଏହି ବିଷକୁ ଶୀଘ୍ର ନଷ୍ଟ କରିଦିଏ । ଉଦାହରଣ ସ୍ୱରୂପ, ଯଦି ଏକ ବିଷାକ୍ତ ସାପ ମୂଷାକୁ କାମୁଡ଼େ ଏବଂ ତାହାର ଶରିରରେ ବିଷ ଛାଡ଼ିଥାଏ, ଆଉ ସେହି ମୃତ ମୂଷାକୁ  ଅନ୍ୟ ସାପକୁ ଖାଇବାକୁ ଦିଆଯାଏ,ତେବେ ମଧ୍ଯ ମୂଷା ଖାଇଥିବା ସାପ  ମରିବ ନାହିଁ ।

କିନ୍ତୁ ଯଦି ଅହିରାଜ ବା କିଙ୍ଗ୍ କୋବ୍ରା ଓ ଗୋଟିଏ ନାଗ ସାପ ପରସ୍ପରକୁ କାମୁଡ଼ନ୍ତି, ତେବେ ଉଭୟଙ୍କ ବିଷ ନିଶ୍ଚିତ ଭାବରେ ପରସ୍ପରକୁ ମାରିଦେବ ।କାରଣ  କାମୁଡ଼ିବା ସମୟରେ ଉଭୟ ପରସ୍ପରର ଶରୀରରେ ବହୁମାତ୍ରାରେ ବିଷ ଛାଡ଼ିବେ । ଅବଶ୍ୟ ବଡ଼ ବିଶାକ୍ତ ସାପ ଛୋଟ ସାପ ତୁଳନାରେ ଅଧିକ ସମୟ ବଂଚିବ କିନ୍ତୁ ଶେଷରେ ତାକୁ ମରିବାକୁ ପଡିବ । ଅହିରାଜ ସାପ ଲଢେଇରେ ଜିତିଗଲେ ମଧ୍ଯ ବିଜୟ ଉତ୍ସବ ମନାଇବା ପାଇଁ ଅଧିକ ସମୟ ବଂଚେ ନାହିଁ । କାରଣ ଉଭୟ ପରସ୍ପରକୁ ଏତେ ଥର ଚୋଟ ମାରିଥାନ୍ତି ଯେ, ମାତ୍ରାଧିକ ବିଷ ଶରିରକୁ ଚାଲିଯାଏ । ସୂଚନାଯୋଗ୍ୟ ଯେ, ଅହିରାଜ ଓ ନାଗ ଉଭୟ ଭିନ୍ନ ପ୍ରଜାତିର ସାପ ।