Migraine in winter:ଶୀତ କାରଣରୁ ଅଚାନକ ଆସୁଛି ମାଇଗ୍ରେନ୍ ଜନିତ ମୁଣ୍ଡବିନ୍ଧା ? ଆପଣାନ୍ତୁ ଏହି ଉପାୟ
Advertisement

Migraine in winter:ଶୀତ କାରଣରୁ ଅଚାନକ ଆସୁଛି ମାଇଗ୍ରେନ୍ ଜନିତ ମୁଣ୍ଡବିନ୍ଧା ? ଆପଣାନ୍ତୁ ଏହି ଉପାୟ

ମାଇଗ୍ରେନରେ ପୀଡିତ ଲୋକମାନଙ୍କର ଅଧିକାଂଶ ସମୟରେ ଜୋରରେ ମୁଣ୍ଡ ବିନ୍ଧିଥାଏ । ଯେତେବେଳେ ସେମାନେ ଚାପଗ୍ରସ୍ତ ହୁଅନ୍ତି ଅଥବା ସ୍ଲିପିଂ ପ୍ୟାଟର୍ଣ୍ଣ ବା ଶୋଇବା ଧାର ବଦଳିଯାଏ ସେତେବେଳେ ଏହା ଆହୁରି ବଢିଯାଇଥାଏ । ଏହା ବ୍ୟତୀତ  ପାଣିପାଗରେ ପରିବର୍ତ୍ତନ ମଧ୍ୟ  ମାଇଗ୍ରେନକୁ ମଧ୍ୟ ଟ୍ରିଗର କରିପାରେ ବା ବଢାଇପାରେ ।  ଶ

SOCIAL MEDIA

Migraine in winter:

ମାଇଗ୍ରେନରେ ପୀଡିତ ଲୋକମାନଙ୍କର ଅଧିକାଂଶ ସମୟରେ ଜୋରରେ ମୁଣ୍ଡ ବିନ୍ଧିଥାଏ । ଯେତେବେଳେ ସେମାନେ ଚାପଗ୍ରସ୍ତ ହୁଅନ୍ତି ଅଥବା ସ୍ଲିପିଂ ପ୍ୟାଟର୍ଣ୍ଣ ବା ଶୋଇବା ଧାର ବଦଳିଯାଏ ସେତେବେଳେ ଏହା ଆହୁରି ବଢିଯାଇଥାଏ । ଏହା ବ୍ୟତୀତ  ପାଣିପାଗରେ ପରିବର୍ତ୍ତନ ମଧ୍ୟ  ମାଇଗ୍ରେନକୁ ମଧ୍ୟ ଟ୍ରିଗର କରିପାରେ ବା ବଢାଇପାରେ ।  ଶୀତଦିନେ ତାପମାତ୍ରା ହ୍ରାସ ପାଇବା ମାତ୍ରେ ମାଇଗ୍ରେନ୍ ପୀଡିତଙ୍କ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇପାରେ ଏବଂ ଏହା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଭାବିତ କରିଥାଏ । ତେଣୁ ମାଇଗ୍ରେନରେ ପୀଡିତ ଲୋକମାନେ ଶୀତଦିନେ ଅଧିକ ଧ୍ୟାନ ଦେବା ଆବଶ୍ୟକ କରନ୍ତି ।

ମାଇଗ୍ରେନ୍ ହେଉଛି ଏକ ସ୍ନାୟୁଗତ ବ୍ୟାଧି, ଯାହା ଅନେକ କାରଣରୁ ସୃଷ୍ଟି ହୋଇପାରେ  । ମାଇଗ୍ରେନ ଯନ୍ତ୍ରଣା ବୃଦ୍ଧି ପାଇଁ ପାଣିପାଗର ପରିବର୍ତ୍ତନ ଏକ ସାଧାରଣ କାରଣ । ତେବେ ଏହାର ଲକ୍ଷଣ ବ୍ୟକ୍ତିଠାରୁ ବ୍ୟକ୍ତି ଭିନ୍ନ ହୋଇପାରେ । ବର୍ତ୍ତମାନ ପାଇଁ ଆସନ୍ତୁ ଜାଣିବା କିପରି ଆମେ ଶୀତଋତୁରେ ମାଇଗ୍ରେନ୍ ଯନ୍ତ୍ରଣାରୁ ସୁରକ୍ଷିତ ରହିପାରିବା ।

ଶୋଇବା ଶୈଳୀ ବଜାୟ ରଖନ୍ତୁ

ପାଣିପାଗର ପରିବର୍ତ୍ତନ ହେତୁ ସ୍ଲିପିଂ ପ୍ୟାଟର୍ଣ୍ଣ ବାଧିତ ହୋଇଥାଏ । ଯେଉଁ କାରଣରୁ ମାଇଗ୍ରେନ୍ ଟ୍ରିଗର ହୋଇପାରେ । ତେଣୁ ଆପଣଙ୍କର ଶୋଇବା ସମୟକୁ ସଠିକ୍ ରଖନ୍ତୁ ଏବଂ ପ୍ରତିଦିନ ଅତି କମରେ 7 ରୁ 8 ଘଣ୍ଟା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନିଦ ନିଅନ୍ତୁ ।  ଭଲ ନିଦ ପାଇଁ ଏକ ଭଲ ପରିବେଶ ସୃଷ୍ଟି କରନ୍ତୁ । ଏମିତି ଏକ କୋଠରୀ ବାଛନ୍ତୁ ଯାହା ଶାନ୍ତ ହୋଇଥିବ ଏବଂ ଯାହାର ତାପମାତ୍ରା ସାଧାରଣ ହୋଇଥିବ  ।  ଏହା ମଧ୍ୟ ସୁନିଶ୍ଚିତ କରନ୍ତୁ ଯେ ଶୋଇବା ସମୟରେ ଆପଣଙ୍କ ରୁମର  ଆଲୋକ  ଯେମିତି ଆପଣଙ୍କ ହିସାବରେ ଥିବ । ଅର୍ଥାତ ଯଦି ଆପଣ ବିନା ଆଲୁଅରେ ଶୋଇବାରେ ଅଭ୍ୟସ୍ତ ତେବେ ଲାଇଟ୍ ଲିଭାଇ ଶୁଅନ୍ତୁ କିମ୍ବା ଯଦି ଆପଣ ଆଲୁଅ ଲଗାଇ ଶୁଅନ୍ତି ତେବେ ଆଲୁଅ ଲଗାଇ ଶୁଅନ୍ତୁ ।

ଶରୀରକୁ ହାଇଡ୍ରେଟ୍ ରଖନ୍ତୁ

ଡିହାଇଡ୍ରେସନ୍ ମଧ୍ୟ ଏକ ସାଧାରଣ କାରଣ ଯାହା ମାଇଗ୍ରେନ୍ ଯନ୍ତ୍ରଣା ବଢାଇପାରେ ।  ତେଣୁ ଶରୀରକୁ ହାଇଡ୍ରେଟ୍ ରଖିବା ଜରୁରୀ । ଲୋକମାନେ ଶୀତଦିନେ ପାଣି ପିଇବା କମ କରିଦିଅନ୍ତି  କିନ୍ତୁ ଏହି ଭୁଲ ଆପଣଙ୍କୁ କ୍ଷତି ପହଞ୍ଚାଏ । ମାଇଗ୍ରେନରେ ପୀଡିତ ଲୋକମାନେ ଏହାପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ଏବଂ ପ୍ରଚୁର ଜଳ ପିଇବା ଉଚିତ । ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଆପଣ ଯଥେଷ୍ଟ ତରଳ ଜିନିଷ ନେଇପାରିବେ ।

ସୂର୍ଯ୍ୟଲୋକରୁ ଆଖିକୁ  ରକ୍ଷା କରନ୍ତୁ

ଶୀତଦିନେ ସୂର୍ଯ୍ୟକିରଣ ଗ୍ରହଣ କରିବା ଅତ୍ୟନ୍ତ ଲାଭଦାୟକ ଅଟେ । କିନ୍ତୁ ଯଦି ଆପଣଙ୍କର ମାଇଗ୍ରେନ୍ ସମସ୍ୟା ଅଛି ତେବେ ଆଖିକୁ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରୁ ରକ୍ଷା କରନ୍ତୁ । ଅଚାନକ ଆଲୋକ ପରିବର୍ତ୍ତନ ଭଳି ସ୍ଥିତି,ଯେମିତିକି ହଠାତ ଅନ୍ଧକାରରୁ ଉଜ୍ଜ୍ୱଳ ଆଲୋକକୁ ଆସିବା, ମାଇଗ୍ରେନ୍ ଯନ୍ତ୍ରଣା ବଢାଇଥାଏ ।  ଯଦି ଆପଣ କ୍ରମାଗତ ଭାବରେ କମ୍ପ୍ୟୁଟରରେ କାମ କରନ୍ତି ତେବେ ମଝିରେ ମଝିରେ  ବ୍ରେକ୍ ନିଅନ୍ତୁ ଏବଂ ସ୍କ୍ରିନ୍ ସମୟକୁ କମ୍ ରଖିବାକୁ ଚେଷ୍ଟା କରନ୍ତୁ ।

ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ

ଋତୁରେ ପରିବର୍ତ୍ତନ ହେତୁ ଯଦି ଆପଣଙ୍କର ଦୈନିକ କାର୍ଯ୍ୟ ମାଇଗ୍ରେନ୍ର ଟ୍ରିଗର ଦ୍ୱାରା ପ୍ରଭାବିତ ହୁଏ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଯାହାଦ୍ୱାରା ଆପଣ କେଉଁ ଋତୁରେ ମାଇଗ୍ରେନ୍ ସମସ୍ୟାରେ ଆକ୍ରାନ୍ତ ହୋଇପାରନ୍ତି ତାହା ଜାଣିପାରିବେ ।