China pneumonia outbreak: ଚୀନରୁ ଆସିଲା ଭୟଙ୍କର ଭିଡିଓ,ମନେ ପକାଇଦେଲା କରୋନା କାଳ
Advertisement

China pneumonia outbreak: ଚୀନରୁ ଆସିଲା ଭୟଙ୍କର ଭିଡିଓ,ମନେ ପକାଇଦେଲା କରୋନା କାଳ

  ଫୁସଫୁସ ସହିତ ଜଡ଼ିତ ରହସ୍ୟମୟ ରୋଗକୁ ନେଇ ବିଶ୍ୱ ଚିନ୍ତିତ ଥିବା ବେଲେ କରୋନାର ଘର ଚୀନରୁ ଆସୁଥିବା ଭିଡିଓ ଡରାଇଲାଣି । ଚୀନ ସୋସିଆଲ ମିଡିଆରେ ସେୟାର ହେଉଥିବା ଭିଡିଓ ସବୁ କରୋନା କାଳକୁ ମନେ ପକାଇ ଦେଉଛି । କରୋନାର ସୋସିଆଲ ଡିଷ୍ଟାନ୍ସ ପୁଣି ଫେରିବ ବୋଲି ଚର୍ଚ୍ଚା ହେଲାଣି । ଚୀନର ରହସ୍ୟମୟୀ ନିମୋନିଆ ଦ୍ୱାରା ବିଶ

SOCIAL MEDIA

China pneumonia outbreak: 

ଫୁସଫୁସ ସହିତ ଜଡ଼ିତ ରହସ୍ୟମୟ ରୋଗକୁ ନେଇ ବିଶ୍ୱ ଚିନ୍ତିତ ଥିବା ବେଲେ କରୋନାର ଘର ଚୀନରୁ ଆସୁଥିବା ଭିଡିଓ ଡରାଇଲାଣି । ଚୀନ ସୋସିଆଲ ମିଡିଆରେ ସେୟାର ହେଉଥିବା ଭିଡିଓ ସବୁ କରୋନା କାଳକୁ ମନେ ପକାଇ ଦେଉଛି । କରୋନାର ସୋସିଆଲ ଡିଷ୍ଟାନ୍ସ ପୁଣି ଫେରିବ ବୋଲି ଚର୍ଚ୍ଚା ହେଲାଣି ।

ଚୀନର ରହସ୍ୟମୟୀ ନିମୋନିଆ ଦ୍ୱାରା ବିଶେଷକରି ପିଲାମାନେ ଆକ୍ରାନ୍ତ ହେଉଛନ୍ତି । ଦେଶର ହସ୍ପିଟାଲ ଗୁଡିକରେ ପିଲାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ପିଲାଙ୍କ ପାଠପଢା ବାଧିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ‘ହୋମୱାର୍କ୍ ଜୋନ୍’ ତିଆରି ହୋଇଛି । ଉତ୍ତର ଚୀନରେ ଥିବା ହସ୍ପିଟାଲ ଗୁଡ଼ିକରେ ଏଭଳି ହୋମୱାର୍କ ଜୋନ୍ ତିଆରି ହୋଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ  ଏହି ଭଳି ଭିଡିଓକୁ ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଆସୁଛି । କିଛି ଏହାକୁ ସମର୍ଥନ କରୁଛନ୍ତି ତ କିଛି ଏହାକୁ ବିରୋଧ କରୁଛନ୍ତି । ବିରୋଧକାରୀଙ୍କ କହିବା ହେଉଛି ଛୋଟଛୋଟ ପିଲା ସାଂଘାତିକ ଭାବେ ବେମାର ଥିବା ବେଳେ ସେମାନଙ୍କ ଉପରେ ପାଠପଢାର ଅତିରିକ୍ତ ବୋଝ ଲଦି ଦିଆଯାଉଛି । ଅନ୍ୟପକ୍ଷରେ ଏହାକୁ ସମର୍ଥନ କରୁଥିବା ୟୁଜର୍ସଙ୍କ ମତ ହେଉଛି ଯେ,ଯେଉଁମାନେ ପଢିବାକୁ ଚାହୁଁଛନ୍ତି ସେମାନେ ଯଦି ପଢୁଛନ୍ତି ତେବେ ଏଥିରେ କିଛି ଖରାପ ନାହିଁ । ସୂଚନାଯୋଗ୍ୟ ଯେ, ଭିଡିଓରେ ସାଲାଇନ୍ ଲାଗିଥିବା ପିଲା ପାଠ ପଢୁଥିବା ଦେଖିବାକୁ ମିଳିଛି । ଉତ୍ତର ଚୀନ ସହିତ ଜିୟାଂସୁ ଓ ଅନହୁଇ ପ୍ରଦେଶରେ ମଧ୍ଯ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।

ହସ୍ପିଟାଲରୁ ଆସୁଥିବା ଭିଡିଓରେ ହୋମୱାର୍କ ଜୋନରେ ପିଲାଙ୍କ ପଢିବା ପାଇଁ ଟେବୁଲ,ଚୌକିର ବ୍ୟବସ୍ଥା କରାଯାଇଛି । ପିଲାଙ୍କ ହାତରେ ସାଲାଇନ୍ ଲାଗିଥିବା ବେଳେ ସେମନଙ୍କୁ ପଢୁଥିବ ଦେଖିବାକୁ ମିଳିଛି । ଦ ମର୍ଣ୍ଣିଂ ପୋଷ୍ଟକୁ ସାକ୍ଷାତକାର ଦେଇ ଜଣେ ଅଭିଭାବକ କହିଛନ୍ତି ଯେ, ହସ୍ପିଟାଲରେ ମୋ ପିଲାକୁ ପଢାଇବାର କୌଣସି ଲକ୍ଷ୍ୟ ନଥିଲା କିନ୍ତୁ ହସ୍ପିଟାଲ କର୍ତ୍ତୁପକ୍ଷ ପରିସରରେ ପଢିବା ପାଇଁ ଯେଉଁଭଳି ବାତାବରଣ କରିଛନ୍ତି ତାକୁ ଦେଖି ମୁଁ ମୋ ପିଲାକୁ ପଢିବାକୁ କହିଥିଲି । ଏହି ବ୍ୟବସ୍ଥା ପାଇଁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଭଳି ଆଉ ଜଣେ ଅଭିଭାବକ ମଧ୍ଯ ଏହି ବ୍ୟବସ୍ଥାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ମୋ ପିଲା ସ୍କୁଲରେ ଯେମିତି ପଛରେ ପଡିନଯିବ ସେଥିପାଇଁ ମୁଁ ତାକୁ ହୋମୱାର୍କ ଜୋନରେ ହୋମୱାର୍କ କରିବାକୁ କହିଥିଲି ।

ତେବେ ସମସ୍ତେ ଏହାକୁ ସମର୍ଥନ କରୁନାହାନ୍ତି । ଚୀନ୍ ସୋସିଆଲ ମିଡିଆ ସାଇଟ୍ Douyinରେ କିଛି ଏହାକୁ ବିରୋଧ କରୁଛନ୍ତି । ଜଣେ ୟୁଜର୍ସ କହିଛନ୍ତି ଯେ, ଏହା ଦ୍ୱାରା ପିଲାଙ୍କ ଉପରେ ଅଯଥା ମାନସିକ ଚାପ ସୃଷ୍ଟି କରାଯାଉଛି ।