Winter Tips:୫ ଶୀତକାଳୀନ ଖାଦ୍ୟ,ଯାହା ଦୂର କରେ ଦୁର୍ବଳତା
Advertisement

Winter Tips:୫ ଶୀତକାଳୀନ ଖାଦ୍ୟ,ଯାହା ଦୂର କରେ ଦୁର୍ବଳତା

ଥଣ୍ଡା ଋତୁ ଆସିବା ମାତ୍ରେ ଅନେକ ସମସ୍ୟା ନେଇ ଆସେ । ଆଉ ତା ଭିତରେ ସ୍ବାସ୍ଥ୍ୟକୁ ଫିଟ୍ ରଖିବା କୌଣସି ଏକ ବଡ଼ ଚ୍ୟାଲେଞ୍ଚ ଠାରୁ କମ୍ ନୁହେଁ । ଏଥିପାଇଁ ସୁସ୍ଥ ଜୀବନଶୈଳୀ ସହ ଠିକ୍ ଖାଦ୍ୟ ପାନୀୟ ମଧ୍ୟ ଆବଶ୍ୟକ । ଋତୁ ଅନୁସାରେ ଖାଦ୍ୟ ଖାଇବା ଦ୍ବାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଏନର୍ଜି ମିଳେ । ଆଉ ଅସୁସ୍ଥ ହେବାର କମ ସମ୍ଭାବନା ଥାଏ ।

SOCIAL MEDIA

Winter Tips:

ଥଣ୍ଡା ଋତୁ ଆସିବା ମାତ୍ରେ ଅନେକ ସମସ୍ୟା ନେଇ ଆସେ । ଆଉ ତା ଭିତରେ ସ୍ବାସ୍ଥ୍ୟକୁ ଫିଟ୍ ରଖିବା କୌଣସି ଏକ ବଡ଼ ଚ୍ୟାଲେଞ୍ଚ ଠାରୁ କମ୍ ନୁହେଁ । ଏଥିପାଇଁ ସୁସ୍ଥ ଜୀବନଶୈଳୀ ସହ ଠିକ୍ ଖାଦ୍ୟ ପାନୀୟ ମଧ୍ୟ ଆବଶ୍ୟକ । ଋତୁ ଅନୁସାରେ ଖାଦ୍ୟ ଖାଇବା ଦ୍ବାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଏନର୍ଜି ମିଳେ । ଆଉ ଅସୁସ୍ଥ ହେବାର କମ ସମ୍ଭାବନା ଥାଏ । ଥଣ୍ଡା ଆରମ୍ଭ ହେବା ମାତ୍ରେ ସର୍ଦ୍ଦି କାଶ ଆରମ୍ଭ ହୋଇଯାଏ । ଏହି ଋତୁରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି କାରଣରୁ ଏବଂ ସୁସ୍ଥ ଖାଦ୍ୟ ନଖାଇବା କାରଣରୁ ଇନଫେକ୍ସନ ଏବଂ ରୋଗର ଆଶଙ୍କା ବଢ଼ିଯାଏ । ଏଥିପାଇଁ ଥଣ୍ଡା ଋତୁରେ ଶରୀରକୁ ଏନର୍ଜି ଏବଂ ଗରମ ରଖିବା ଭଳି ଖାଦ୍ୟ ଖାଇବା ଉଚିତ୍ । ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତନୁସାରେ ଥଣ୍ଡା ଋତୁରେ କଣ ଖାଇବା ଦରକାର ।

ବାଜରା ରୁଟି

ଥଣ୍ଡା ଋତୁରେ ବାଜରା ରୁଟି ଖାଇବା ଦ୍ବାରା ସ୍ବାସ୍ଥ୍ୟକୁ ଲାଭଦାୟକ ହୋଇଥାଏ । ବାଜରା ରୁଟି ଖାଇବା ଦ୍ବାରା ଶରୀର ଗରମ ରହିଥାଏ । ଆଉ ଶରୀରକୁ ଶକ୍ତି ମିଳେ । ବାଜରାରେ କ୍ୟାଲସିୟମ, ଭିଟାମିନ, ଫାଇବର ଏବଂ ପ୍ରୋଟିନ ପର୍ଯ୍ୟାପ୍ତ ମାତ୍ରାରେ ଥାଏ । ଯାହା ଶରୀରକୁ ଏନର୍ଜି ଏବଂ ଶକ୍ତି ଯୋଗାଇଥାଏ ।

ଖଜୁରୀ

ଥଣ୍ଡା ଋତୁରେ ଖଜୁରୀ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ । ଆଉ ଶରୀର ଗରମ ରହିଥାଏ । ଖଜୁରୀରେ ଭିଟାମିନ ଏ, ଭିଟାମିନ ବି, ମ୍ୟାଗ୍ନେସିୟମ, ପୋଟାସିୟମ ପର୍ଯ୍ୟାପ୍ତ ମାତ୍ରାରେ ଥାଏ । ଥଣ୍ଡାରେ ଖଜୁରୀ ଖାଇବା ଦ୍ବାରା ଶରୀର ଗରମ ରୁହେ ଆଉ ବଳ ଯୋଗାଏ । ଏଥିରେ ଥିବା ଫାଇବର ପାଚନ ପ୍ରକ୍ରିୟାକୁ ସଠିକ୍ ରଖିଥାଏ ।

ଶିଳାଜୀତ

ଥଣ୍ଡାରେ ଶରୀରକୁ ଶକ୍ତି ଦେବା ଏବଂ ଥଣ୍ଡାରୁ ବଂଚିବା ପାଇଁ ଶିଳାଜୀତ ଖାଇବା ଲାଭଦାୟକ । ଶିଳାଜୀତରେ ଥିବା ଜିଙ୍କ୍, ଜିନସେଙ୍ଗ ଭଳି ତତ୍ତ୍ବ ଏବଂ ଗୁଣ ଶରୀରକୁ ବଳ ଯୋଗାଇବା ସହ ଥଣ୍ଡାରୁ ରକ୍ଷା କରେ । ଥଣ୍ଡାରେ ଶୀଳାଜିତ ମହୁ ଏବଂ କ୍ଷୀର ସହିତ ଖାଇବା ଦ୍ବାରା ଆବଶ୍ୟକ ।

କ୍ଷୀର ଓ ମହୁ

ଥଣ୍ଡା ଋତୁରେ ମହୁ ଓ କ୍ଷୀର ଖାଇବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ । ଗରମ କ୍ଷୀରରେ ମହୁ ମିଶାଇ ପିଇବା ଦ୍ବାରା ଅନେକ ଫାଇଦା ମିଳେ । ଏଥିରେ ଥିବା ଗୁଣ ଶରୀର ସର୍ଦ୍ଦି କାଶ ଏବଂ ଇନଫେକ୍ସନରୁ ରକ୍ଷା ଦିଏ । ଥଣ୍ଡା ଋତୁରେ ଶରୀରକୁ ଶକ୍ତି ଏବଂ ଗରମ ରଖିବା ପାଇଁ ମହୁ ଓ କ୍ଷୀର ସେବନ ଲାଭଦାୟକ ।

ଗୁଡ଼

ଥଣ୍ଡାରେ ଗୁଡ଼ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଗୁଡ଼ ଖାଇବା ଦ୍ବାରା ଶରୀରରେ ଆଇରନ, କପର, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ ଭଳି ତତ୍ତ୍ବ ପର୍ଯ୍ୟାପ୍ତ ପରିମାଣରେ ମିଳେ । ଗରମ କ୍ଷୀରରେ ଗୁଡ଼ ପକାଇ ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।