Biggest challenge to Israel: ହମାସ-ଇସ୍ରାଏଲ ଯୁଦ୍ଧ ଭିତରକୁ ‘ହୁତି’ ଆତଙ୍କବାଦୀଙ୍କ ଏଣ୍ଟ୍ରୀ,ଇହୁଦି ରାଷ୍ଟ୍ରକୁ ତ୍ରିପଲ୍ ‘ଏଚ’ ବିପଦ
Advertisement
Article Detail0/zeeodisha/odisha1940119

Biggest challenge to Israel: ହମାସ-ଇସ୍ରାଏଲ ଯୁଦ୍ଧ ଭିତରକୁ ‘ହୁତି’ ଆତଙ୍କବାଦୀଙ୍କ ଏଣ୍ଟ୍ରୀ,ଇହୁଦି ରାଷ୍ଟ୍ରକୁ ତ୍ରିପଲ୍ ‘ଏଚ’ ବିପଦ

  ଇସ୍ରାଏଲ,ହାମାସ ଏବଂ ହିଜବୁଲ ବିରୋଧରେ ଦୁଇଟି ଫ୍ରଣ୍ଟରେ ଯୁଦ୍ଧ ଲଢୁଥିବା ବେଳେ ପଶ୍ଚିମ ଏସିଆର ଯୁଦ୍ଧ ପଡିଆକୁ ଓହ୍ଲାଇଛି ୟେମେନର ହୁତି ଆତଙ୍କବାଦୀ ସଂଗଠନ । ହୁତି ଆତଙ୍କବାଦୀ ଦକ୍ଷୀଣ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି । ହାମାସ୍, ହିଜବୁଲ ଏବଂ ହୁତିକୁ ବିଶ୍ଲେଷକ  ଟ୍ରିପଲ୍ ’ଏଚ୍’ର ନାମ ଦେଇଛନ୍ତି । ତିନି ସ

SOCIAL MEDIA

Biggest challenge to Israel: 

ଇସ୍ରାଏଲ,ହାମାସ ଏବଂ ହିଜବୁଲ ବିରୋଧରେ ଦୁଇଟି ଫ୍ରଣ୍ଟରେ ଯୁଦ୍ଧ ଲଢୁଥିବା ବେଳେ ପଶ୍ଚିମ ଏସିଆର ଯୁଦ୍ଧ ପଡିଆକୁ ଓହ୍ଲାଇଛି ୟେମେନର ହୁତି ଆତଙ୍କବାଦୀ ସଂଗଠନ । ହୁତି ଆତଙ୍କବାଦୀ ଦକ୍ଷୀଣ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି । ହାମାସ୍, ହିଜବୁଲ ଏବଂ ହୁତିକୁ ବିଶ୍ଲେଷକ  ଟ୍ରିପଲ୍ ’ଏଚ୍’ର ନାମ ଦେଇଛନ୍ତି । ତିନି ସଂଗଠନଙ୍କ ମେଣ୍ଟ ଏବେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ସୋମବାର ଦିନ ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଦକ୍ଷିଣ ଇସ୍ରାଏଲ ବିରୁଦ୍ଧରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ଏହା ସହିତ ହୁତି ବିଦ୍ରୋହୀମାନେ ମଧ୍ୟ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଗାଜାରେ ହାମାସର ବେସ ଧ୍ୱଂସ କରିବାରେ ନିୟୋଜିତ ଇସ୍ରାଏଲୀ ସୈନିକଙ୍କୁ  ଲେବାନନର ହିଜବୁଲ ଆତଙ୍କବାଦୀଙ୍କ ସହିତ ବର୍ତ୍ତମାନ ହୁତି ଆତଙ୍କବାଦୀଙ୍କର ମଧ୍ଯ ମୁକାବିଲା କରିବାକୁ ପଡିବ ।

 ସାନାରୁ ଇସ୍ରାଏଲକୁ ଟାର୍ଗେଟ

ୟେମେନର ହୁତି ବିଦ୍ରୋହୀମାନେ ସାନାରୁ ଇସ୍ରାଏଲକୁ ଟାର୍ଗେଟ କରିଛନ୍ତି। ହୁତି ବିଦ୍ରୋହୀମାନେ ୧୫ଶହ କିଲୋମିଟର ଦୂରରୁ ଇସ୍ରାଏଲକୁ ଟାର୍ଗେଟ୍ କରୁଛନ୍ତି ।  ସାଉଦି ଆରବ ଗତ ଆଠ ବର୍ଷ ଧରି ହୁତି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଆସୁଛି। ଇସ୍ରାଏଲ ଆକ୍ରମଣ ପରଠାରୁ ହୁତିମାନେ ପାଲେଷ୍ଟାଇନୀୟମାନଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି । ହମାସ-ଇସ୍ରାଏଲ ଯୁଦ୍ଧ ପରେ ଆଠ ବର୍ଷ ଧରି ନିଷ୍କ୍ରିୟ ଥିବା ହୁତି ବିଦ୍ରୋହୀ ପୁଣି ସକ୍ରିୟ ହୋଇଛନ୍ତି ।  ଟାଇମ୍ସ ଅଫ୍ ଇସ୍ରାଏଲ୍ ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ଡ୍ରୋନ୍ ସହିତ ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିବା ସଂଗଠନର ମୁଖପାତ୍ର ୟାହିଆ ସାରିଆ ଦାବି କରିଛି । ସାରିଆ କହିଛନ୍ତି ଯେ ୟେମେନର ଲୋକଙ୍କ ଦାବି ଅନୁଯାୟୀ ଏହି ଅପରେସନ୍ କରାଯାଇଛି।

 

ତିନି ବିଦ୍ରୋହୀ ଗୋଷ୍ଠୀଙ୍କୁ ଇରାନ ସମର୍ଥନ

ହୁତି ଆନୁସାରେ ଯୁଦ୍ଧ ଆରମ୍ଭ ପରଠାରୁ ଇସ୍ରାଏଲ ବିରୁଦ୍ଧରେ ସଂଗଠନର ଏହା ତୃତୀୟ ଆକ୍ରମଣ  । ଅନ୍ୟପକ୍ଷରେ ରକେଟ୍ ମାଡ଼ ଆରମ୍ଭ  ହେବା ମାତ୍ରେ ଇସ୍ରାଏଲର ଏଲାଟରେ ସାଇରନ୍ ବାଜିଥିଲା  ଏବଂ ତାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆଇରନ୍ ଡୋମ୍ ପ୍ରତିଆକ୍ରମଣ କରିଥିଲା । ଆଇରନ୍ ଡୋମ୍ ମିଶାଇଲ ମାଡରେ ହୁତି ରକେଟ୍ ଆକାଶରେ ହିଁ ନଷ୍ଟ ହୋଇଯାଇଥିଲା । ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ପଠାଯାଇଥିବା ଜେଟକୁ ଗୁଳି କରି ଖସାଇ ଦିଆଯାଇଛି । ସୂଚନାଯୋଗ୍ଯ ଯେ, ହୁତି, ହାମାସ୍ ଏବଂ ହିଜବୁଲାକୁ  ଇସ୍ରାଏଲର ଶତ୍ରୁ ଇରାନର ସମର୍ଥନ ରହିଛି।

ଆମେରିକା,ଇସ୍ରାଏଲର ମୃତ୍ୟୁ

ହୁତି ସଂଗଠନର ମୁଳ ଲକ୍ଷ୍ୟ ହେଉଛି ଆମେରିକା ଓ ଇସ୍ରାଏଲର ଧ୍ୱଂସ । ହୁତିର ସ୍ଲୋଗାନ ହେଉଛି 'ଆମେରିକାର ମୃତ୍ୟୁ, ଇସ୍ରାଏଲର ମୃତ୍ୟୁ, ଇହୁଦୀମାନଙ୍କୁ ଅଭିଶାପ ଏବଂ ଇସଲାମର ବିଜୟ'। ହୁତି ସରକାର ପ୍ରଧାନମନ୍ତ୍ରୀ ଅବଦେଲାଜିଜ୍ ବିନ୍ ହାବଟୋର ଦିନକ ପୂର୍ବରୁ ଆକ୍ରମଣରେ ବ୍ୟବହୃତ ଡ୍ରୋନ୍ ୟେମେନରୁ ଆସିଥିବା କହିଥିଲେ। ହୁତି ବିଦ୍ରୋହୀମାନେ୨୦୧୪ ରେ ୟେମେନର ରାଜଧାନୀ ସାନାକୁ କବଜା କରି ଦେଶର ବଡ଼ ଅଂଶକୁ ନିୟନ୍ତ୍ରଣ କରିଥିଲେ। ସେମାନେ ହାମାସ ସହିତ ମିଶି ଇସ୍ରାଏଲ ବିରୁଦ୍ଧରେ ନୂଆ ଫ୍ରଣ୍ଟ୍ ଖୋଲିଛନ୍ତି ।