Indian navy officer:କେମିତି କତରରୁ ମିଳିଲା ଶୁଭଖବର ? ଜାଣନ୍ତୁ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ ହେବା ପଛର କାହାଣୀ ..
Advertisement
Article Detail0/zeeodisha/odisha2033550

Indian navy officer:କେମିତି କତରରୁ ମିଳିଲା ଶୁଭଖବର ? ଜାଣନ୍ତୁ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ ହେବା ପଛର କାହାଣୀ ..

ଆଜି ଭାରତ ପାଇଁ ଥିଲା ଆଶ୍ୱସ୍ତିର ଦିନ । କାରଣ କତରରେ  ଫସି ରହିଥିବା 8 ଜଣ ଭାରତୀୟ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ ରଖାଯିବା ଖବର ଆସିଛି । ଯାହା  ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ । କତାରର ଅମିର ଶେଖ ତମିମ ବିନ ହମାଦ ଅଲ ଥାନିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାରର  ପ୍ରଭାବ ଏବଂ ଶହ ଶହ

SOCIAL MEDIA

Indian navy officer:

ଆଜି ଭାରତ ପାଇଁ ଥିଲା ଆଶ୍ୱସ୍ତିର ଦିନ । କାରଣ କତରରେ  ଫସି ରହିଥିବା 8 ଜଣ ଭାରତୀୟ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ ରଖାଯିବା ଖବର ଆସିଛି । ଯାହା  ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ । କତାରର ଅମିର ଶେଖ ତମିମ ବିନ ହମାଦ ଅଲ ଥାନିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାରର  ପ୍ରଭାବ ଏବଂ ଶହ ଶହ ଫୋନ୍ କଲର ଫଳାଫଳ ହେଉଛି ଏହି ବିରାଟ ବିଜୟ ।  କୋର୍ଟ ମାମଲା ଉପରେ ରାୟ ଦେଇ  ପୂର୍ବତନ ସେନାଧିକାରୀଙ୍କ  ଦଣ୍ଡ ହ୍ରାସ କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ କତାରରେ ଆମର ରାଷ୍ଟ୍ରଦୂତ ଏବଂ ଅନ୍ୟ ଅଧିକାରୀମାନେ ଆଜି ପରିବାର ସଦସ୍ୟଙ୍କ ସହ ଅପିଲ କୋର୍ଟରେ ହାଜର ହୋଇଥିଲେ। ଆରମ୍ଭରୁ ଆମେ ସେମାନଙ୍କ ପାଖରେ ଥିଲୁ ଏବଂ ଭବିଷ୍ୟତରେ ମଧ୍ୟ ସମସ୍ତ ପ୍ରକାର କୂଟନୈତିକ ଏବଂ ଆଇନଗତ ସହାୟତା ଯୋଗାଇବା ଜାରି ରଖିବୁ । 

ମାମଲା କ’ଣ ?

ଗତ ମାସରେ, ଅକ୍ଟୋବର 26 ରେ କତାରର ନିମ୍ନ ଅଦାଲତ 8 ଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ସମସ୍ତ ପୂର୍ବତନ ସେନା ଅଧିକାରୀମାନେ ଦାହରା ଗ୍ଲୋବାଲ୍ ଟେକ୍ନୋଲୋଜି ଏବଂ କନସଲଟାନ୍ସି ସର୍ଭିସେସ୍ ପାଇଁ କାମ କରୁଥିଲେ ।  ଅଗଷ୍ଟ 2022 ରେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନେ ଇସ୍ରାଏଲୀ ଗୁଇନ୍ଦା ସଂଗଠନ ପାଇଁ କାମ କରୁଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ତେବେ କତାର ସରକାର ପକ୍ଷରୁ ଏନେଇ ଆଧିକାରିକ ଭାବେ କିଛି ମଧ୍ୟ କୁହାଯାଇନଥିଲା ।  କାତାରରେ ଗିରଫ ହୋଇଥିବା ପୂର୍ବତନ ନୌସୈନିକଙ୍କ ମଧ୍ୟରେ କ୍ୟାପଟେନ ନବତେଜ ସିଂ ଗିଲ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବୈଷ୍ଣବ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପାକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଏବଂ ନାବିକ ରାଗେଶ ଥିଲେ।

କତାର ଅମିରଙ୍କ ସହିତ ମୋଦିଙ୍କ ସାକ୍ଷାତ

ଚଳିତ ବର୍ଷ ଡିସେମ୍ବର ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କତାରର ଶାସକ ଅମିର ଶେଖ ତମିମ ବିନ ହମାଦ ଅଲ ଥାନିଙ୍କୁ ଭେଟିଥିଲେ। ସେତେବେଳେ ଆଲୋଚନାରେ ପୂର୍ବତନ ନୌସେନା ଅଧିକାରୀଙ୍କ  ମୃତ୍ୟୁଦଣ୍ଡ ପ୍ରସଙ୍ଗ ଉଠାଯାଇଥିଲା। ଏହି ବୈଠକ ପରେ କାତାର ପକ୍ଷରୁ ନମନିୟତାର ସଙ୍କେତ ଆସିଥିଲା ।  ଦ୍ୱିତୀୟ ଥର ପାଇଁ 8 ଜଣ ନାବିକଙ୍କୁ ଭାରତୀୟ ଦୂତାବାସ ଅଧିକାରୀଙ୍କ ସହିତ ସାକ୍ଷାତ ପାଇଁ ଅନୁମତି ମିଳିଥିଲା ।

ବୈଦେଶିକ ମନ୍ତ୍ରଣାଳୟ ବିବୃତ୍ତିରେ କ’ଣ କହିଛି?

ବୈଦେଶିକ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ କତାରରେ ଆମର ରାଷ୍ଟ୍ରଦୂତ ଏବଂ ଅନ୍ୟ ଅଧିକାରୀମାନେ ଆଜି ପରିବାର ସଦସ୍ୟଙ୍କ ସହ ଅପିଲ କୋର୍ଟରେ ହାଜର ହୋଇଥିଲେ। ଆରମ୍ଭରୁ ଆମେ ସେମାନଙ୍କ ପଛରେ ଛିଡ଼ା ହୋଇଛୁ ଏବଂ ଭବିଷ୍ୟତରେ ମଧ୍ୟ ସମସ୍ତ ପ୍ରକାର କୂଟନୈତିକ ଏବଂ ଆଇନଗତ ସହାୟତା ଯୋଗାଇବା ଜାରି ରଖିବୁ । କତାର କର୍ତ୍ତୃପକ୍ଷଙ୍କ ସହ ଆମେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବା ଜାରି ରଖିବୁ। ଯେହେତୁ ଏହି ମାମଲାର ପ୍ରକ୍ରିୟା ଗୋପନୀୟ ଏବଂ ସମ୍ବେଦନଶୀଳ, ତେଣୁ ଏହି ସମୟରେ ଆଉ କୌଣସି ମନ୍ତବ୍ୟ ଦେବା ଅନୁଚିତ । ମନ୍ତ୍ରଣାଳୟ କେବଳ କହିଛି ଯେ ପୂର୍ବତନ ନୌସେନା କର୍ମଚାରୀଙ୍କ ସହ ଜଡିତ ଏକ ମାମଲାରେ ସେମାନଙ୍କ ଦଣ୍ଡ ହ୍ରାସ କରାଯାଇଛି। ତଥାପି ସମ୍ପୂର୍ଣ୍ଣ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ।