ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ
Advertisement
Article Detail0/zeeodisha/odisha2318572

ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ

ସ୍ଥିତି ଏପରି ହୋଇଛି ଯେ ସ୍ପରସ୍ପରକୁ ପଥର ଫିଙ୍ଗାଫିଙ୍ଗି ମଧ୍ୟ କରିବାକୁ ପଛାଇନାହାନ୍ତି।

ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ

ଭୁବନେଶ୍ଵର: ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ଠାରେ ହଙ୍ଗାମା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ବିଜେପି କର୍ମୀ ଗୋବର ମାଡ଼ କଲେ ବିଜେପି ଯୁବମୋର୍ଚ୍ଚା କର୍ମୀ। ପ୍ରତିବାଦରେ ତାତିଲା ଯୁବ ଓ ଛାତ୍ର କଂଗ୍ରେସ। ସ୍ଥିତି ଏପରି ହୋଇଛି ଯେ ସ୍ପରସ୍ପରକୁ ପଥର ଫିଙ୍ଗାଫିଙ୍ଗି ମଧ୍ୟ କରିବାକୁ ପଛାଇନାହାନ୍ତି। ମାଷ୍ଟରକ୍ୟାଣ୍ଟିନ୍ ଛକରେ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି।

ଅନ୍ୟପଟେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହେବାରୁ ୭ ଜଣଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସର ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚାର ମୁଣ୍ଡ ଫାଟିଥିବା ଅଭିଯୋଗ । ଏନେଇ କ୍ୟାପିଟାଲ ଥାନାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏତଲା ଦିଆଯାଇଛି। 

ସୂଚନାଯୋଗ୍ୟ ଯେ, ଗତକାଲି ସଂସଦରେ ବିଜେପି ଓ ଆରଏସଏସକୁ ହିନ୍ଦୁ ବିରୋଧୀ କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତାଙ୍କର ଏହି ମନ୍ତବ୍ୟ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ବିଜେପି। ତେବେ ରାହୁଲଙ୍କ ସେହି ମନ୍ତବ୍ୟକୁ ନେଇ ଭୁବନେଶ୍ଵରରେ ଉଭୟ କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି।