ମାଳଦ୍ୱୀପରେ କେତେ ସଂଖ୍ୟକ ଭାରତୀୟ ସୈନିକ ଅଛନ୍ତି ? କିଏ ସେମାନଙ୍କୁ ସେଠାରୁ ବାହାର କରିବାକୁ ଚାହୁଁଛି ?
Advertisement
Article Detail0/zeeodisha/odisha1902741

ମାଳଦ୍ୱୀପରେ କେତେ ସଂଖ୍ୟକ ଭାରତୀୟ ସୈନିକ ଅଛନ୍ତି ? କିଏ ସେମାନଙ୍କୁ ସେଠାରୁ ବାହାର କରିବାକୁ ଚାହୁଁଛି ?

ମାଳଦ୍ୱୀପରେ ମୁତୟନ ଥିବା ଭାରତୀୟ ସୈନିକଙ୍କୁ ନେଇ ସେହି ଦେଶରେ ବିବାଦ ଆରମ୍ଭ ହୋଇଯାଇଛି । ଭାରତୀୟ ସୈନିକଙ୍କୁ ତୁରନ୍ତ ଦେଶ ଛାଡି଼ବାକୁ କୁହାଯିବା ବୋଲି ନୂଆ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କହିଛନ୍ତି । ରାଷ୍ଟ୍ରପତି ଭାବେ ଶପଥ ନେବା ପରଠାରୁ ମୁଇଜୁ ତାଙ୍କ ରଙ୍ଗ ଦେଖାଇବା ଆରମ୍ଭ କରିଛନ୍ତି । ଭାରତ ବିରୋଧୀ ମନୋଭାବ ପାଇଁ ମୁଇଜୁ ପରିଚିତ । ତେବେ ପ୍ରଶ୍ନ ହେଉଛି ମ

SOCIAL MEDIA

ମାଳଦ୍ୱୀପରେ ମୁତୟନ ଥିବା ଭାରତୀୟ ସୈନିକଙ୍କୁ ନେଇ ସେହି ଦେଶରେ ବିବାଦ ଆରମ୍ଭ ହୋଇଯାଇଛି । ଭାରତୀୟ ସୈନିକଙ୍କୁ ତୁରନ୍ତ ଦେଶ ଛାଡି଼ବାକୁ କୁହାଯିବା ବୋଲି ନୂଆ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କହିଛନ୍ତି । ରାଷ୍ଟ୍ରପତି ଭାବେ ଶପଥ ନେବା ପରଠାରୁ ମୁଇଜୁ ତାଙ୍କ ରଙ୍ଗ ଦେଖାଇବା ଆରମ୍ଭ କରିଛନ୍ତି । ଭାରତ ବିରୋଧୀ ମନୋଭାବ ପାଇଁ ମୁଇଜୁ ପରିଚିତ । ତେବେ ପ୍ରଶ୍ନ ହେଉଛି ମୁଇଜୁ କ’ଣ ପାଇଁ ନିଜ ଦେଶରେ ଭାରତୀୟ ସୈନିକଙ୍କ ଉପସ୍ଥିତି ଚାହୁଁନାହାନ୍ତି ଓ ତାଙ୍କର ଏଭଳି ମନୋଭାବ ପଛରେ କିଏ ଅଛି ?

ମୁଇଜୁଙ୍କ ଚୀନ୍ ପ୍ରେମ ଭାରତକୁ ଅଛପା ନାହିଁ । ମୁଇଜୁ ଚୀନ କମ୍ୟୁନିଷ୍ଟ୍ ପାର୍ଟି ଇଶାରାରେ ଚାଲନ୍ତି । କ୍ଷମତାକୁ ଆସିବା ଆଗରୁ ସେ ଚୀନ ସ୍ୱାର୍ଥ କଥା କହୁଥିଲେ । ଏବେ କ୍ଷମତାକୁ ଆସିବା ପରେ ଭାରତୀୟ ସୈନିକଙ୍କୁ ହଟାଯିବ ବୋଲି କହି ସାରିଲେଣି । ସେ କହୁଛନ୍ତି ଯେ, ମାଳଦ୍ୱୀପର ନାଗରିକ ନିଜ ଦେଶରେ ବିଦେଶୀ ସୈନିକଙ୍କ ଉପସ୍ଥିତି ଚାହୁଁନାହାନ୍ତି । ତେଣୁ ଭାରତୀୟ ସୈନିକଙ୍କୁ ନିଜ ଦେଶକୁ ଫେରିଯିବାକୁ କୁହାଯିବ । ତେବେ ଏଇଠି ପ୍ରଶ୍ନ ଉଠିବ ଯେ, ଯଦି ମାଳଦ୍ୱୀପରେ ଭାରତୀୟ ସୈନିକଙ୍କ ଉପସ୍ଥିତିକୁ ବିରୋଧ କରାଯାଉଥିଲା ତେବେ ସେମାନେ ଆଗରୁ ସେଠାରେ କେମିତି ଥିଲେ ।

ମୁଇଜୁଙ୍କ ପୂର୍ବରୁ ମହମ୍ମଦ ସୋଲିହ ମାଳଦ୍ୱୀପର ରାଷ୍ଟ୍ରପତି ଥିଲେ । ତାଙ୍କ କାର୍ଯ୍ୟକାଳରେ ଭାରତ ମାଳଦ୍ୱୀପ ସଂପର୍କ ବୃଦ୍ଧି ପାଇଥିଲା ।  ଭାରତ ମାଳଦ୍ୱୀପରେ ବଡ଼ ଧରଣର ନିବେଶ କରିବା ସହିତ ଭିତ୍ତିଭୂମି ବିକାଶରେ ମାଳଦ୍ୱୀପକୁ ସାହାଯ୍ୟ କରିଥିଲା । ଏପରିକି ମାଳଦ୍ୱୀପକୁ ଭାରତ ଦୁଇଟି ହେଲିକପ୍ଟର ଓ ଗୋଟିଏ ଡୋନିୟର ଏୟାରକ୍ରାଫ୍ଟ ଉପହାର ଭାବେ ଦେଇଥିଲା । ଯାହା ଜରୁରୀକାଳିନ ମେଡିକାଲ ସେବା,ଉଦ୍ଧାର କାର୍ଯ୍ୟ ଓ ସମୁଦ୍ର ସୀମା ନୀରିକ୍ଷଣରେ ବ୍ୟବହୃତ ହେଉଥିଲା । ତେବେ ମୁଇଜୁ ଇଣ୍ଡିଆ ଆଉଟ୍ ସ୍ଲୋଗାନ ଦେଇ କ୍ଷମତାକୁ ଆସିଛନ୍ତି । କୁହାଯାଉଛି ଯେ, ତାଙ୍କୁ ନିର୍ବାଚନରେ ଚିନ୍ ଫଣ୍ଡିଂ ମିଳିଛି । ଏବେ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଋଣ ଶୁଝାଇବାକୁ ସେ ଭାରତୀୟ ସୈନିକଙ୍କୁ ନିଜ ଦେଶରୁ ବାହାର କରିବାକୁ ଅଣ୍ଟା ଭିଡିଲେଣି ।

ଏଇଠି ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ମାଳଦ୍ୱୀପରେ କେତେଜଣ ଭାରତୀୟ ସୈନିକ ଅଛନ୍ତି ଓ ଭାରତ ପାଇଁ ମାଳଦ୍ୱୀପ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ? ପ୍ରଥମ ପ୍ରଶ୍ନର ଉତ୍ତର ହେଉଛି ମାଳଦ୍ୱୀପରେ ମାତ୍ର ୭୬ ଜଣ ଭାରତୀୟ ସୈନିକ ଅଛନ୍ତି ।

ଭାରତ ପାଇଁ ମାଳଦ୍ୱୀପର ସାମରିକ ଓ ରଣନୈତିକ ମହତ୍ୱ ରହିଛି ।  ଭାରତ ମହାସଗର ଦେଇ ଯାଉଥିବା ସବୁ ମାଲବାହକ ଜାହଜ ମାଳଦ୍ୱୀପ ଦେଇ ଯାଇଥାନ୍ତି । ଏକପ୍ରକାର ଏହା ଭାରତ ମହାସାଗରର କେନ୍ଦ୍ର ବିନ୍ଦୁ । ଭାରତ ମହାସାଗରରେ ନିଜ ପ୍ରଭୁତ୍ୱ ବିସ୍ତାର କରିବାକୁ ଚୀନ୍ ମାଳଦ୍ୱୀପକୁ ନିଜ ପଟକୁ ଆଣିବାକୁ ଚେଷ୍ଟା କରି ଆସୁଛି । ଥରେ ମାଳଦ୍ୱୀପରେ ଚୀନ୍ ବେସ ପ୍ରତିଷ୍ଠା ହେଲେ ଏହା ଭାରତ ପାଇଁ ବିପଦପୂର୍ଣ୍ଣ ହେବ । କାରଣ ଲାକ୍ଷଦ୍ୱୀପରୁ ମାଳଦ୍ୱୀପର ଦୂରତା ମାତ୍ର ୭ଶହ କିଲୋମିଟର । ଏମିତିରେ ଚୀନ୍ ଭାରତର ସାମରିକ ଗତିବିଧି ଉପରେ ସହଜରେ ନଜର ରଖିପାରିବ । ତେବେ ପୂର୍ବବର୍ତ୍ତି ସରକାର ଅମଳରେ ଚୀନ୍ ଏହି ଷଡ଼ଯନ୍ତ୍ରରେ ସଫଳ ହୋଇନଥିଲା । ଏବେ ମୁଇଜୁଙ୍କୁ ଶଖି କଣ୍ଢେଇ ଭାବେ ବ୍ୟବହାର କରି ଚୀନ୍ ଭାରତ ମହାସାଗରରେ ଭାରତକୁ ଚେକମେଟ୍ କରିବାକୁ ଚାହୁଁଛି । ସାମ୍ନାକୁ ନଆସି ଚୀନ୍ ମାଳଦ୍ୱୀପ କାନ୍ଧରେ ବନ୍ଧୁକ ରଖି ଭାରତକୁ ଟାର୍ଗେଟ୍ କରିବାକୁ ଚାହୁଁଛି ।