No Confidence Motion କ'ଣ? ଏହା କେବେ କେବେ ଆସିଛି, ଜାଣନ୍ତୁ କେତେଥର ହୋଇଛି ପାସ୍ ଓ ଫେଲ୍
Advertisement
Article Detail0/zeeodisha/odisha1815643

No Confidence Motion କ'ଣ? ଏହା କେବେ କେବେ ଆସିଛି, ଜାଣନ୍ତୁ କେତେଥର ହୋଇଛି ପାସ୍ ଓ ଫେଲ୍

Parliament Monsoon Session: କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ (No Confidence Motion) ମଙ୍ଗଳବାର ଦିନ (୮ ଅଗଷ୍ଟ) ଅର୍ଥାତ୍ ଆଜିଠାରୁ ସଂସଦରେ ଆଲୋଚନା ହେଉଛି । ତିନି ଦିନରେ ୧୮ ଘଣ୍ଟା ପାଇଁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ ଓ ୧୦ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ ଦେଇପାରିନ୍ତି ।

ଅନାସ୍ଥା ପ୍ରସ୍ତାବ କ'ଣ? (ସୌ: ସୋସିଆଲ ମିଡିଆ)

No Confidence Motion: କଂଗ୍ରେସ ସାଂସଦ ଗୌରବ ଗୋଗୋଇ (Congress MP Gaurav Gogoi) ଓ ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତିର ନାମା ନାଗେଶ୍ୱରା ରାଓ (Nama Nageswara Rao) ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ନୋଟିସ୍ ଦେଇଥିଲେ । ତେବେ ସଂଖ୍ୟା ଗେମ୍ ଦୃଷ୍ଟିରୁ ସରକାରଙ୍କ ପାଇଁ କୌଣସି ବିପଦ ନାହିଁ । ଏହା ହେଉଛି ଦ୍ୱିତୀୟ ଥର, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ସରକାର ଏକ ଅନାସ୍ଥା ପ୍ରସ୍ତାବ ସମ୍ମୁଖୀନ ହେଉଛନ୍ତି । ଶେଷ ଅବଧିରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏକ ଅନାସ୍ଥା ପ୍ରସ୍ତାବ ଆଣିଥିଲା, ଯାହା ବିରୋଧରେ ୩୩୦ ଭୋଟ୍ ଦିଆଯାଇଥିଲା । ବର୍ତ୍ତମାନ ଆସନ୍ତୁ ଜାଣିବା କ’ଣ ଅନାସ୍ଥା ପ୍ରସ୍ତାବ କ'ଣ? ଯାହାକୁ ନେଇ ଏତେ ଆଲୋଚନା ହେଉଛି-

ଅନାସ୍ଥା ପ୍ରସ୍ତାବ କ'ଣ? (what is no confidence motion)
ଯଦି କୌଣସି ପ୍ରସଙ୍ଗରେ ବିରୋଧୀଙ୍କ ଅସନ୍ତୋଷ ଥାଏ, ତେବେ ଲୋକସଭା ସାଂସଦ ଏକ ନୋଟିସ ଦେଇଥାନ୍ତି । ଉଦାହରଣ ସ୍ୱରୂପ, ଏଥର ମଣିପୁରରେ ହୋଇଥିବା ହିଂସାକୁ ନେଇ ବିରୋଧୀ ରାଗିଛନ୍ତି ଓ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିୟାନ ଦାବି କରୁଛନ୍ତି । ସରକାରଙ୍କୁ ଘେରିବା ପାଇଁ ସେମାନେ ଅନାସ୍ଥା ପ୍ରସ୍ତାବକୁ ଆଣିଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଏହାକୁ ସ୍ୱିକାର କରିଛନ୍ତି ଓ ଆଜିଠାରୁ ବିତର୍କ ଆରମ୍ଭ ହୋଇଛି । ଅନସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୫୦ ସାଂସଦଙ୍କ ସମର୍ଥନ ଆବଶ୍ୟକ । ଗୌରବ ଗୋଗୋଇଙ୍କ ନୋଟିସରେ ୫୦ ଜଣ ସାଂସଦଙ୍କ ସମର୍ଥନ ରହିଛି । ଚର୍ଚ୍ଚା ପରେ ଏହା ଉପରେ ଭୋଟ୍ ଦିଆଯିବ ।

କେବେ ଅଣାଯାଏ ଅନାସ୍ଥା ପ୍ରସ୍ତାବ?
ସମ୍ବିଧାନର ଧାରା-୭୫ ଅନୁଯାୟୀ ସରକାର ଅର୍ଥାତ୍ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦ ଲୋକସଭା ପାଇଁ ଉତ୍ତରଦାୟୀ ଅଟନ୍ତି । ଲୋକ ପ୍ରତିନିଧୀମାନେ ଲୋକସଭାରେ ବସିଥାନ୍ତି, ତେଣୁ ସରକାରଙ୍କୁ ବିଶ୍ୱାସ ପାଇବା ଆବଶ୍ୟକ । ଏଭଳି ପରିସ୍ଥିତିରେ ଯଦି କୌଣସି ବିରୋଧୀ ଦଳ ଅନୁଭବ କରନ୍ତି ଯେ ସରକାରଙ୍କ ସଂଖ୍ୟାଗରିଷ୍ଠତା ନାହିଁ କିମ୍ବା ସରକାର ଗୃହ ଉପରେ ବିଶ୍ୱାସ ହରାଇଛନ୍ତି, ତେବେ ସେମାନେ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି । ଏହାକୁ ଭିତ୍ତି କରି ଲୋକସଭାର ନିୟମ ୧୯୮ (୧) ରୁ ୧୯୮ (୫) ଅନୁଯାୟୀ ବିରୋଧୀ ଦଳ ଲୋକସଭାର ବାଚସ୍ପତିଙ୍କ ନିକଟରେ ସରକାରଙ୍କ ଉପରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିପାରିବେ ବୋଲି କୁହାଯାଇଛି ।

୧୯୭୯ ରେ ଭାଙ୍ଗିଯାଇଥିଲା ମୋରଜୀ ଦେଶାଇଙ୍କ ସରକାର
ସ୍ୱାଧୀନତା ପରଠାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ୨୭ ଥର ଅନାସ୍ଥା ପ୍ରସ୍ତାବ ଅଣାଯାଇଛି, ମାତ୍ର ଥରେ ସଫଳ ହୋଇଛି । ଜୁଲାଇ ୧୯୭୯ ରେ, ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଭୋଟ୍ ଦେବା ପୂର୍ବରୁ ଇସ୍ତଫା ଦେଇଥିଲେ, ଯେଉଁ କାରଣରୁ ତାଙ୍କ ସରକାରର ପତନ ହୋଇଥିଲା । ଶେଷଥର ୨୦ ଜୁଲାଇ ୨୦୧୮ ରେ ଅନାସ୍ଥା ପ୍ରସ୍ତାବ ଆସିଥିଲା ​। କଂଗ୍ରେସ ଦଳ ସରକାରଙ୍କ ବିରୋଧରେ ୨୩ ଥର ଅନାସ୍ଥା ପ୍ରସ୍ତାବ ପ୍ରସ୍ତାବ ଆସିଛି । ଯଦିଓ ୧୦ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କ ବିରୋଧରେ କୌଣସି ଅନାସ୍ଥା ପ୍ରସ୍ତାବ ଅଣାଯାଇ ନାହିଁ । ଏହା ବ୍ୟତୀତ ଜନତା ପାର୍ଟି ବିରୋଧରେ ୨ଥର ଅନାସ୍ଥା ପ୍ରସ୍ତାବ ଅଣାଯାଇଥିବାବେଳେ, ବିଜେପି ସରକାରଙ୍କ ବିରୋଧରେ ୨ଥର ଅନାସ୍ଥା ପ୍ରସ୍ତାବ ଅଣାଯାଇଛି ।

NDA ଓ I.N.D.I.A ର କିପରି ରହିଛି ସ୍ଥିତି?
ଲୋକସଭାରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ସଂଖ୍ୟାଗରିଷ୍ଠତା ରହିଛି । ମୋଟ ୫୩୮ ସାଂସଦଙ୍କ ମଧ୍ୟରୁ ୩୬୫ ଜଣ ସରକାରଙ୍କ ସହ ଅଛନ୍ତି ଓ ଏହାକୁ ବିରୋଧ କରୁଥିବା ସାଂସଦଙ୍କ ସଂଖ୍ୟା ୧୫୬ ଅଟେ । ତେଣୁ ନମ୍ବର ଗେମ୍ ଦୃଷ୍ଟିରୁ ବିରୋଧୀ ସରକାରଙ୍କୁ ଅସୁବିଧାରେ ପକାଇବା ସ୍ଥିତିରେ ନାହାଁନ୍ତି । ଏହି ପଦକ୍ଷେପ ସହିତ ବିରୋଧୀ ସରକାରଙ୍କ ସହ ଚର୍ଚ୍ଚା କରି ଘେରିବାକୁ ସୁଯୋଗ ପାଇବେ । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ରହିପାରନ୍ତି ।

ଏହା ବି ପଢ଼ନ୍ତୁ: Data Protection Bill 2023: ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ୨୦୨୩ କ'ଣ? ଆପଣଙ୍କ ପାଇଁ କ'ଣ ରହିଛି ଏଥିରେ ଖାସ୍

ଏହା ବି ପଢ଼ନ୍ତୁ: Indian Railway: ଚଳନ୍ତା ଟ୍ରେନରେ ଯଦି କେହି ଗୁରୁତର ଅସୁସ୍ଥ ହୋଇଯାଆନ୍ତି ତେବେ କ'ଣ ହେବ? କିପରି ପାଇଥାନ୍ତି ଚିକିତ୍ସା