Which types of men like women: କେଉଁଭଳି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା,ଅଧ୍ୟୟନରୁ ଆସିଲା ଏମିତି ଉତ୍ତର
Advertisement

Which types of men like women: କେଉଁଭଳି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା,ଅଧ୍ୟୟନରୁ ଆସିଲା ଏମିତି ଉତ୍ତର

  ସେମାନେ କେଉଁ ପ୍ରକାରର ପୁରୁଷଙ୍କୁ ବିବାହ କରିବାକୁ ଚାହାଁନ୍ତି ଏବଂ କେଉଁ ପ୍ରକାରର ପୁରୁଷ ସହିତ ସେ କେବଳ ଏକ ଡେଟରେ ଯିବାକୁ ଚାହାଁନ୍ତି, ଏଗୁଡ଼ିକ ହେଉଛି ଏମିତି କିଛି ପ୍ରଶ୍ନ ଯାହାକୁ ନେଇ ସବୁବେଳେ ଆଲୋଚନା ହୋଇ ଆସୁଛି । ପୁରୁଷଙ୍କ ମଧ୍ଯରେ ଏହା ଏଭଳି ଏକ ମିଲିୟନ ଡଲାର ପ୍ରଶ୍ନ ଯାହାର ଡିକୋଡ୍ ସେମାନ କ

SOCIAL MEDIA

 Which types of men like women: 

ସେମାନେ କେଉଁ ପ୍ରକାରର ପୁରୁଷଙ୍କୁ ବିବାହ କରିବାକୁ ଚାହାଁନ୍ତି ଏବଂ କେଉଁ ପ୍ରକାରର ପୁରୁଷ ସହିତ ସେ କେବଳ ଏକ ଡେଟରେ ଯିବାକୁ ଚାହାଁନ୍ତି, ଏଗୁଡ଼ିକ ହେଉଛି ଏମିତି କିଛି ପ୍ରଶ୍ନ ଯାହାକୁ ନେଇ ସବୁବେଳେ ଆଲୋଚନା ହୋଇ ଆସୁଛି । ପୁରୁଷଙ୍କ ମଧ୍ଯରେ ଏହା ଏଭଳି ଏକ ମିଲିୟନ ଡଲାର ପ୍ରଶ୍ନ ଯାହାର ଡିକୋଡ୍ ସେମାନ କରିବାକୁ ସବୁବେଳେ ଚାହାନ୍ତି । ଯେହେତୁ ଏହି ପ୍ରଶ୍ନକୁ ନେଇ କେତେବେଳେ ଗମ୍ଭୀର ଆଲୋଚନା ହୁଏ ତ’ କେତେବେଳେ ହାଲୁକାଫୁଲୁକା ଆଲୋଚନା ହୁଏ ତେଣୁ ଏହାକୁ ନେଇ ଗମ୍ଭୀର ଅଧ୍ଯୟନ ହେବା କିଛି ଆଶ୍ଚର୍ଯ୍ୟକର ନୁହେଁ । ଆମେରିକାରେ ମହିଳାଙ୍କ ପସନ୍ଦ କ’ଣ ? ଏହା ଉପରେ ହୋଇଥିବା ଏକ ଅଧ୍ୟୟନରୁ ଏହି ପ୍ରଶ୍ନକୁ ଡିକୋଡ୍ କରାଯାଇଛି । ଅଧ୍ଯୟନରୁ ଜଣା ପଡ଼ିଛି ଯେ, ମହିଳାମାନେ ଏକ ସ୍ୱଳ୍ପ ମିଆଦି ସମ୍ପର୍କରେ ଶାରୀରିକ ଭାବେ ଶକ୍ତିଶାଳୀ ପୁରୁଷଙ୍କୁ ପସନ୍ଦ କରନ୍ତି । କିନ୍ତୁ ବିବାହ ପ୍ରଶ୍ନ ଉଠିଲେ ସେମାନେ  ସାଧାରଣତଃ ଖୁସିବାସିଆ ପୁରୁଷମାନଙ୍କୁ ପସନ୍ଦ କରନ୍ତି ।

 

'ପର୍ସନାଲ ରିଲେସନ୍ସ' ରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡ଼ିଛି ଯେ,ଦୀର୍ଘକାଳିକ ସମ୍ପର୍କ ସେତେବେଳେ ସଫଳ  ହୁଏ ଯେତେବେଳେ ସାଥୀଙ୍କ ସେନ୍ସ ଅଫ୍ ହ୍ୟୁମର ଭଲ ଥାଏ ବା ସାଥୀ ଖୁସିବାସିଆ ହୋଇଥାନ୍ତି । ଆମେରିକାର ଆରକାନାସ୍ ୟୁନିଭରସିଟିର ଫୁଲବ୍ରାଇଟ୍ କଲେଜ୍ ଅଫ୍ ଆର୍ଟ ଆଣ୍ଡ ସାଇନ୍ସର ସାଇକୋଲୋଜି ପ୍ରଫେସର ମିଚ୍ ବ୍ରାଉନ୍ କହିଛନ୍ତି ଯେ ଆମର ତଥ୍ୟ ଦର୍ଶାଉଛି ଯେ ମହିଳାମାନେ ନିଜ ପସନ୍ଦ ଅନୁଯାୟୀ ଶକ୍ତିଶାଳୀ ପୁରୁଷ ଏବଂ ଖୁସିବାସିଆ ପୁରୁଷଙ୍କ ମଧ୍ୟରେ ଚୟନ କରନ୍ତି । ସରଳ ଭାଷାରେ କହିଲେ,ସେମାନେ କିଛି କାରଣକୁ ଧ୍ୟାନରେ ରଖି ନିଜ ସାଥୀକୁ ବାଛନ୍ତି । ମହିଳାମାନେ ସ୍ୱଳ୍ପ ମିଆଦି ସମ୍ପର୍କ ପାଇଁ ଶକ୍ତିଶାଳୀ ପୁରୁଷଙ୍କୁ ପସନ୍ଦ କରନ୍ତି ଯେମିତି ସାମୟିକ ଡେଟିଂ ଏବଂ ଦୀର୍ଘମିଆଦୀ ସମ୍ପର୍କ ବା ବିବାହ ପାଇଁ ସେନ୍ସ ଅଫ୍ ହ୍ୟୁମର ଥିବା ବ୍ୟକ୍ତିଙ୍କୁ ବାଛନ୍ତି ।

କେଉଁ କାରଣଗୁଡିକ ସାମାଜିକ ଧାରଣା ଏବଂ ପାରସ୍ପରିକ ପସନ୍ଦକୁ ପ୍ରଭାବିତ କରେ ତାହା ବୁଝିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନର କୌତୁହଳପ୍ରଦ ତଥ୍ୟ ଦର୍ଶାଏ ଯେ ସ୍ୱଳ୍ପ ମିଆଦି (ସର୍ଟ ଟର୍ମ୍) ଏବଂ ଦୀର୍ଘମିଆଦୀ (ଲଙ୍ଗ୍ ଟର୍ମ୍) ସାଥୀମାନଙ୍କ ପାଇଁ ଲୋକଙ୍କର ପ୍ରାଥମିକତା ଏବଂ ପସନ୍ଦ କିପରି ଭିନ୍ନ ରହିଛି । ଯେଉଁଠି ମହିଳା ସର୍ଟ୍ ଟର୍ମ ସମ୍ପର୍କ ପାଇଁ ଶାରିରିକ ଭାବେ ଶକ୍ତିଶାଳୀ ପୁରୁଷଙ୍କୁ ପ୍ରାଥମିକତା ଦିଅନ୍ତି ସେଠି ବିବାହ ପାଇଁ ସେନ୍ସ ଅଫ୍ ହ୍ୟୁମର ଥିବା ସାଥିଙ୍କୁ ପ୍ରାଥମିକତା ଦିଅନ୍ତି ।

ଅଧ୍ୟୟନ ପାଇଁ, ବୃହତ ବିଶ୍ୱବିଦ୍ୟାଳୟରେ ଉଭୟ ହେଟେରୋଜକ୍ସୁଆଲ୍ ଏବଂ ବାଇସେକ୍ସୁଆଲ୍ ପରିଚୟ ରଖୁଥିବା ମହିଳାମାନଙ୍କୁ ଏଥିରେ  ଅନ୍ତର୍ଭୁକ୍ତ  କରାଯାଇଥିଲା । ଏଥିରେ 394 ମହିଳାଙ୍କ ଠାରୁ ପ୍ରଶ୍ନ ଏବଂ ଉତ୍ତର ପଚରାଯାଇଥିଲା  । ସର୍ଭେରେ ସାମିଲ ଥିବା ଅଧିକାଂଶ ମହିଳାଙ୍କର ବୟସ ପ୍ରାୟ 19 ବର୍ଷ ଥିଲା । ପ୍ରଜନନ ବିଷୟରେ, ମହିଳାମାନେ ଶାରୀରିକ ଭାବରେ ଶକ୍ତିଶାଳୀ ଏବଂ ମାନସିକ ଗୁଣ ଥିବା ସାଥୀଙ୍କ ଆବଶ୍ୟକତା ବିଷୟରେ ମଧ୍ୟ ନିଜର ମତ ପ୍ରକାଶ କରିଥିଲେ । ମହିଳାମାନେ ଏଭଳି ଜଣେ ସାଥୀ ବାଛିବାକୁ ଚାହାଁନ୍ତି ଯିଏ ଶାରୀରିକ ଭାବରେ ଆକର୍ଷଣୀୟ ଏବଂ ସକରାତ୍ମକ ଆଚରଣଗତ ଗୁଣର ଅଧିକାରୀ ହୋଇଥିବେ । ତଥାପି, ଏପରି ସାଥୀ ଖୋଜିବାରେ ଅସୁବିଧା ହେତୁ ପ୍ରାଥମିକତା ବେଳେବେଳେ ବଦଳିଯାଏ ବୋଲି ସେମାନେ କହିଥିଲେ ।

ବାସ୍ତବରେ, ଏହି ଅଧ୍ୟୟନ ମାଧ୍ୟମରେ  ଏହା ଜାଣିବାର ପ୍ରଚେଷ୍ଟା ଥିଲା ଯେ, ସ୍ୱଳ୍ପ ମିଆଦି ଏବଂ ଦୀର୍ଘମିଆଦୀ ପ୍ରସଙ୍ଗରେ ମହିଳାମାନେ କିପରି ନିଜ ସାଥୀ ଚୟନ କରନ୍ତି, ସେମାନେ କେଉଁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି ଏବଂ ସେମାନଙ୍କର ପ୍ରାଥମିକତା କ’ଣ?

ତଥାପି, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଶାରୀରିକ ଶକ୍ତି ଏବଂ ସେନ୍ସ ଅଫ୍ ହ୍ୟୁମରକୁ ନେଇ ମହିଳାମାନଙ୍କର ଭିନ୍ନ ମତ ରହିଛି ଏବଂ ସର୍ଭେର ଭାଗ ନେଇଥିବା  ସମସ୍ତ ମହିଳା ମଧ୍ଯ ସମାନ ମତ ରଖନ୍ତି ନାହିଁ । ବ୍ରାଉନଙ୍କ ଅନୁସାରେ, ସତ ହେଉଛି ପୁରୁଷ ସାଥୀ ଚୟନକୁ ନେଇ ମହିଳାଙ୍କର ନିଜସ୍ୱ ଭିନ୍ନଭିନ୍ନ ମତ ରହିଛି ।