Russia Ukraine War: ଯୁଦ୍ଧ ବେଳେ ଆଡଲଫ୍ ହିଟଲର-ନେପୋଲିଅନ୍ ବୋନାପାର୍ଟଙ୍କ ଉଦାହରଣ କାହିଁକି ଦେଉଛନ୍ତି ପୁତିନ?
Advertisement

Russia Ukraine War: ଯୁଦ୍ଧ ବେଳେ ଆଡଲଫ୍ ହିଟଲର-ନେପୋଲିଅନ୍ ବୋନାପାର୍ଟଙ୍କ ଉଦାହରଣ କାହିଁକି ଦେଉଛନ୍ତି ପୁତିନ?

Vladimir Putin Warning to NATO: ପ୍ରାୟ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ବେଳେ  ପାଶ୍ଚାତ୍ୟ ଦେଶର ରାଜନେତାଙ୍କୁ ନାଜି ଜର୍ମାନୀର ଆଡଲଫ୍ ହିଟଲର ଏବଂ ଫ୍ରାନ୍ସର ନାପୋଲିଅନ୍ ବୋନାପାର୍ଟଙ୍କ ଇତିହାସ ମନେ ରଖିବାକୁ କହିଛନ୍ତି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ।

Russia Ukraine War: ଯୁଦ୍ଧ ବେଳେ ଆଡଲଫ୍ ହିଟଲର-ନେପୋଲିଅନ୍ ବୋନାପାର୍ଟଙ୍କ ଉଦାହରଣ କାହିଁକି ଦେଉଛନ୍ତି ପୁତିନ?

Russian President Vladimir Putin: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଗତ ୨୦୨୪ ତାରିଖରେ ୨ ବର୍ଷ ପୂରଣ ହୋଇସାରିଛି। ହେଲେ ଅନ୍ୟପକ୍ଷରେ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପାଶ୍ଚାତ୍ୟ ଦେଶଙ୍କୁ ଆଣବିକ ଯୁଦ୍ଧ ବିଷୟରେ ଚେତାବନୀ ଦେଇଛନ୍ତି। ଗୁରୁବାର ଦେଶକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ ଋଷୀୟ ଅସ୍ତ୍ରଶସ୍ତ୍ର ପାଶ୍ଚାତ୍ୟ ଦେଶରେ ଉପସଲବ୍ଧ ରହିଛି। ଏକଥା ସେମାନେ ବୁଝିବା ଆବଶ୍ୟକ। ଆମେରିକା ନେତୃତ୍ୱାଧିନ ନାଟୋ ଦେଶଙ୍କୁ ଧମକ ଦେଇ ରାଷ୍ଟ୍ରପତି ପୁତିନ କହିଛନ୍ତି ଯେ ଯଦି ସେମାନେ ୟୁକ୍ରେନକୁ ସୈନ୍ୟ ପଠାନ୍ତି ତାହେଲେ ପରମାଣୁ ଯୁଦ୍ଧ ହେବ। ନ୍ୟୁଜ ଏଜେନ୍ସି AFP ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ପୁତିନ ଗୁରୁବାର କହିଛନ୍ତି ଯେ ପାଶ୍ଚାତ୍ୟ ଯାହା କିଛି କରନ୍ତି ତାହା ଦ୍ୱାରା ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ସହ ସଭ୍ୟତାର ବିନାଶ ହେବାର ପ୍ରକୃତ ବିପଦ ସୃଷ୍ଟି କରିଥାଏ। ଦେଶର ସଂସଦକୁ ସମ୍ବୋଧିତ କରିବା ବେଳେ ଋଷୀୟ ରାଷ୍ଟ୍ରପତି ତାତି ଉଠିଥିଲେ। ଏହି ଅବସରରେ ରାଷ୍ଟ୍ରପତି ପୁତିନ ପାଶ୍ଚାତ୍ୟ ଦେଶର ରାଜନେତାଙ୍କୁ ନାଜି ଜର୍ମାନୀର ଆଡଲଫ୍ ହିଟଲର ଏବଂ ଫ୍ରାନ୍ସର ନାପୋଲିଅନ୍ ବୋନାପାର୍ଟଙ୍କ ଇତିହାସ ମନେ ରଖିବାକୁ କହିଥିଲେ। ଉଭୟ ହିଟଲର ଏବଂ ନେପୋଲିଅନ୍ ଋଷିଆ ଦଖଲ କରିବାକୁ ଯାଇ ବିଫଳ ହୋଇଥିଲେ। ରାଷ୍ଟ୍ରପତି ପୁତିନ ଚେତବାନୀ ଦେବା ଉଦ୍ଦେଶ୍ୟରେ କହିଛନ୍ତି ବର୍ତ୍ତମାନ ସମୟରେ ଏହାର ପରିଣାମ ଅଧିକ ଦୁଃଖଦାୟକ ହେବ। କାରଣ ପାଶ୍ଚାତ୍ୟ ଦେଶ ଯୁଦ୍ଧକୁ ଏକ କାର୍ଟୁନ୍ ଶୋ ବୋଲି ଭାବୁଛନ୍ତି।

ଚଳିତ ସପ୍ତାହରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କହିଥିଲେ ଯେ ୟୁକ୍ରେନରେ ପାଶ୍ଚାତ୍ୟ ଦେଶ ପକ୍ଷରୁ ସୈନ୍ୟ ମୁତୟନକୁ ମନା କରାଯାଇ ପାରିବ ନାହିଁ। ଏହାର ଜବାବରେ ରାଷ୍ଟ୍ରପତି ପୁତିନ ପାଶ୍ଚାତ୍ୟ ଦେଶ ଉଦ୍ଦେଶ୍ୟରେ ସ୍ପଷ୍ଟ ଭାବରେ କହିଛନ୍ତି  ୟୁକ୍ରେନରେ ସୈନ୍ୟ ନିୟୋଜନ କରିବାକୁ ଚାହୁଁଥିବା ଦେଶକୁ ଦୁଃଖଦ ପରିଣାମର ସାମ୍ନା କରିବାକୁ ହେବ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିବୃତ୍ତି ପରେ ଆମେରିକା ଏବଂ ଅନ୍ୟ ୟୁରୋପୀୟ ଦେଶ କହିଥିଲେ ଯେ ୟୁକ୍ରେନକୁ ସୈନ୍ୟ ପଠାଇବା ପାଇଁ କୌଣସି ଯୋଜନା ହୋଇନାହିଁ। ଭ୍ଲାଦମିର ପୁତିନଙ୍କ ପୂର୍ବରୁ ରଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ମଧ୍ୟ ଚେତାବନୀ ଦେଇଥିଲା ଯେ, ଏପରି ପଦକ୍ଷେପ ଋଷିଆ ଏବଂ ନାଟୋ ମଧ୍ୟରେ ଯୁଦ୍ଧ ଆରମ୍ଭ କରିଦେବ।

ଆମ ପାଖରେ ମଧ୍ୟ ରହିଛି ଅସ୍ତ୍ରଶସ୍ତ୍ର: ପୁତିନ 
ଋଷୀୟ ମସ୍କୋ ଟାଇମ୍ସ ଅନୁଯାୟୀ ରାଷ୍ଟ୍ରପତି ପୁତିନ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧରେ ହସ୍ତକ୍ଷେପର ପରିଣାମ ଅତ୍ୟନ୍ତ ଦୁଃଖଦ ହେବ।  ସେମାନେ ଅର୍ଥାତ ପାଶ୍ଚାତ୍ୟ ବୁଝିବା ଆବଶ୍ୟକ ଏବଂ ମୁଁ ସେମାନଙ୍କୁ କହିସାରିଛି ଯେ ଆମ ପାଖରେ ମଧ୍ୟ ଅସ୍ତ୍ରଶସ୍ତ୍ର ରହିଛି। ସେମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହତିଆର ଋଷିଆ ପାଖରେ ରହିଛି। ଯାହା ସେମାନଙ୍କ ଅଞ୍ଚଳରେ ରହିଥିବା ଯେ କୌଣସି ଲକ୍ଷ୍ୟକୁ ଚାର୍ଗେଟ କରିପାରିବ। ଋଷିଆର ଆଣବିକ ଶକ୍ତି ନିଶ୍ଚିତ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ହାଇପରସୋନିକ୍ ଡେଗର୍ ବିମାନ ବ୍ୟବସ୍ଥା କେବଳ ସେବା ନୁହେଁ ବରଂ ସ୍ୱତନ୍ତ୍ର ସାମରିକ ଅଭିଯାନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟକୁ ସଠିକ୍ ଭାବେ ନିୟୋଜିତ କରିବା ପାଇଁ ବ୍ୟବହାର କରାଯାଉଛି।

ୟୁରୋପ ଉପରେ ଆକ୍ରମଣ କରିବ କି ଋଷିଆ? 
ରାଷ୍ଟ୍ରପତି ପୁତିନ ତାଙ୍କର ବାର୍ଷିକ ସମ୍ବୋଧନରେ ପାଶ୍ଚାତ୍ୟ ଦେଶଙ୍କୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଥିଲେ ଯେ ପାଶ୍ଚାତ୍ୟ ଦେଶ ଦାବି କରୁଛନ୍ତି ଯେ ଋଷିଆ ୟୁରୋପ ଉପରେ ଆକ୍ରମଣ କରିପାରେ। ହେଲେ ଆପଣ ଏବଂ ମୁଁ ଭାବୁଛି ଯେ ସେମାନେ ନିରର୍ଥକ କଥା କହୁଛନ୍ତି। ଆମେରିକା ନେତୃତ୍ୱାଧିନ ନାଟୋ ମେଣ୍ଟର ସମ୍ପ୍ରସାରଣ ଉପରେ ପ୍ରତିକ୍ରିୟା ରଷୀୟ ରାଷ୍ଟ୍ରପତି କହିଛନ୍ତି ଯେ ଫିନଲ୍ୟାଣ୍ଡ ଏବଂ ସ୍ୱୀଡେନ ନାଟୋ ମେଣ୍ଟର ଅଂଶ ହେବା ପରେ ଋଷିଆ ପଶ୍ଚିମ ଭାଗରେ ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିବ। ରାଷ୍ଟ୍ରପତି ପୁତିନ ଦାବି କରିଛନ୍ତି ଯେ ପାଶ୍ଚାତ୍ୟ ଦେଶ ଋଷିଆକୁ ଭିତରୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ ୱାଶିଂଟନ, ମସ୍କୋର ରଣନୈତିକ ପରାଜୟ ଚାହୁଁଛି। ଆମେ ବୁଝିପାରୁଛୁ ଯେ ପାଶ୍ଚାତ୍ୟ ଦେଶ ଆମକୁ ଏକ ଅସ୍ତ୍ର ଦୌଡ଼ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛି। ସେମାନେ ଆମକୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ୧୯୮୦ ଦଶକରେ ସୋଭିଏତ୍ ସଂଘ ବିରୋଧରେ ବ୍ୟବହାର କରିଥିବା କୌଶଳକୁ ପୁନରାବୃତ୍ତି କରିବାକୁ ଚେଷ୍ଟା କରୁଛନ୍ତି।

କେଉଁ ତାକତ ବଳରେ ପାଶ୍ଚାତ୍ୟ ଦେଶଙ୍କୁ ଧମକାଉଛନ୍ତି ପୁତିନ?
ରାଷ୍ଟ୍ରପତି ପୁତିନ ପାଶ୍ଚାତ୍ୟ ଦେଶଙ୍କୁ କୌଣସି ଖାଲି ଧମକ ଦେଇନାହାଁନ୍ତି। ଋଷିଆ ପାଖରେ ଯେତିକି ପରମାଣୁ ଅସ୍ତ୍ର ରହିଛି ତାହା ଅନ୍ୟ କୌଣସି ଦେଶ ପାଖରେ ନାହିଁ। ଫେଡେରେସନ୍ ଅଫ୍ ଆମେରିକାନ ସାଇଣ୍ଟିଷ୍ଟସ୍ ପକ୍ଷରୁ ଗତ ବର୍ଷ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ ଋଷିଆ ପାଖରେ ମୋଟ ୫୮୮୯ ପରମାଣୁ ଅସ୍ତ୍ର ରହିଛି। ଆଣବିକ ଅସ୍ତ୍ରଶସ୍ତ୍ରର ଏହି ଭଣ୍ଡାର ଋଷୀୟ ରାଷ୍ଟ୍ରପତିଙ୍କୁ ଅଧିକ ଶକ୍ତିଶାଳୀ କରୁଛି। ଋଷିଆ ମଧ୍ୟ ବେଲାଋଷ ଠାରେ କିଛି ପରମାଣୁ କ୍ଷେପଣାସ୍ତ୍ର ରଖିଛି। ହେଲେ ସେମାନଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ। ଆଣବିକ ଅସ୍ତ୍ର ପ୍ରସଙ୍ଗରେ ନାଟୋ ମେଣ୍ଟର ନେତୃତ୍ୱ ନେଉଥିବା ଆମେରିକା ମଧ୍ୟ ପଛରେ ପଡ଼ିନାହିଁ। ଆମେରିକା ପାଖରେ ୫୨୪୪ ପରମାଣୁ ଅସ୍ତ୍ର ରହିଥିବାର ଅନୁମାନ କରାଯାଉଛି। ଆମେରିକା ଇଟାଲୀ, ତୁର୍କୀ, ବେଲଜିୟମ, ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ ଠାରେ ମଧ୍ୟ ଆଣବିକ ଅସ୍ତ୍ର ରଖିଛି। ଅନ୍ୟ ନାଟୋ ସଦସ୍ୟଙ୍କ ମଧ୍ୟରେ ଫ୍ରାନ୍ସ ପାଖରେ ୨୮୯ ଏବଂ ବ୍ରିଟେନ ପାଖରେ ୨୨୫ ପରମାଣୁ ଅସ୍ତ୍ର ରହିଥିବାର ଅନୁମାନ କରାଯାଉଛି।

କାହିଁକି ଋଷିଆ ଦଖଲ କରିବାକୁ ଯାଇ ବିଫଳ ହୋଇଥିଲେ ହିଟଲର-ନେପୋଲିଅନ୍?
ଜର୍ମାନୀ ଏବଂ ଫ୍ରାନ୍ସ ପକ୍ଷରୁ ହୋଇଥିବା ବିଫଳ ଆକ୍ରମଣ ମାଧ୍ୟମରେ ରାଷ୍ଟ୍ରପତି ପୁତିନ ପାଶ୍ଚାତ୍ୟ ଦେଶଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ୧୮୧୨ ମସିହାରେ ନେପୋଲିଅନ୍ ବୋନାପାର୍ଟ ଋଷିଆ ସାମ୍ରାଜ୍ୟ ଉପରେ ଆକ୍ରମଣ କରିଥିଲେ। ହେଲେ ଏହାର କିଛି ମାସ ମଧ୍ୟରେ ନେପୋଲିଅନଙ୍କ ସୈନ୍ୟ ବାହିନୀର ଅବସ୍ଥା ଖରାପ ହୋଇଗଲା। ଋଷିଆ ଭଳି ଦେଶର ଆୟତନ ଏତେ ବଡ଼ ଯେ ଫ୍ରାନ୍ସ ସମ୍ରାଟ ନେପୋଲିଆନ ମଧ୍ୟ ତାଙ୍କ ସୈନ୍ୟ ବାହିନୀ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ପାରିଲେ ନାହିଁ। ହଜାର ହଜାର ସୈନିକ ଅନାହାରର ଶିକାର ହୋଇଥିଲେ। ଯେତେବେଳେ ୬ ଲକ୍ଷରୁ ଅଧିକ ସୈନିକଙ୍କ ସହ ପଦଯାତ୍ରା କରିଥିବା ଫ୍ରାନ୍ସ ସେନା ଯେତେବେଳେ ଫେରିଲା, ସେତେବେଳେ କେବଳ ୧.୧୨ ଲକ୍ଷ ସୈନିକ ବଞ୍ଚି ରହିଥିଲେ। ଏହି ସଂଘର୍ଷରେ ଏକ ଲକ୍ଷ ସୈନିକଙ୍କ ମୃତ୍ୟୁ ହୋଇଥିଲା। ହେଲେ ଅନ୍ୟାନ୍ୟ କାରଣରୁ ୨ ଲକ୍ଷରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଥିଲା। ମାରାତ୍ମକ ପାଗକୁ ସେମାନେ ସହ୍ୟ କରିପାରିଲେ ନାହିଁ।

ଫ୍ରାନ୍ସ ସମ୍ରାଟ ନେପୋଲିଅନ୍ ବୋନାପାର୍ଟଙ୍କ ଭଳି ୧୯୪୧ ମସିହାରେ ମଧ୍ୟ ନାଜି ଜର୍ମାନୀ ଶାସକ ଆଡଲଫ୍ ହିଟଲର ମଧ୍ୟ ଋଷିଆ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଋଷିଆ ଉପରେ ଜର୍ମାନୀ ଦ୍ୱାରା ହୋଇଥିବା ଆକ୍ରମଣକୁ 'ଅପରେସନ୍ ବାରବୋସା' କୁହାଯାଏ। ପ୍ରାରମ୍ଭରେ ଜର୍ମାନ ସେନା ସଫଳ ହୋଇଥିଲା। କାରଣ ଋଷିଆ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇନଥିଲା। ହେଲେ ସେତେବେଳର ସୋଭିଏତ ସଂଘର ଶାସକ ଜୋସେଫ ଷ୍ଟାଲିନ କୌଣସି ମୂଲ୍ୟରେ ପରାଜୟ ଗ୍ରହଣ କଲେ ନାହିଁ।  ରାଜଧାନୀ ମସ୍କୋ ଠାରୁ ପ୍ରାୟ ୨୦ ମାଇଲ ଦୂରରେ ଏହି ଆକ୍ରମଣକୁ ରୋକିବା ପାଇଁ ଋଷିଆ ନିଜର ସମସ୍ତ ଶକ୍ତି ବ୍ୟବହାର କରିଥିଲା। ସେତେବେଳେ ଡିସେମ୍ବର ମାସ ଚାଲିଥିଲା। ପ୍ରବଳ ଶୀତରେ ଋଷିଆ ସୈନ୍ୟ ବାହିନୀ ପାଲଟା ନାଜି ଜର୍ମାନୀ ସେନାର ଯୋଜନାକୁ ଖଣ୍ଡନ କରିଥିଲେ। ରାଷ୍ଟ୍ରପତି ପୁତିନ ପାଶ୍ଚାତ୍ୟ ଦେଶକୁ ନେପୋଲିଅନ୍ ବୋନାପାର୍ଟ ଏବଂ ଆଡଲଫ୍ ହିଟଲର ଭୋଗିଥିବା ସମସ୍ୟା ସମ୍ପର୍କରେ ଜଣାଇ ଦେଇଛନ୍ତି। ସେ ପାଶ୍ଚାତ୍ୟ ଦେଶଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ଋଷିଆ ଉପରେ ଆକ୍ରମଣ କରନ୍ତି ତାହେଲେ ସେମାନେ ମଧ୍ୟ ସମାନ ପରିଣାମର ସାମ୍ନା କରିବେ।