Diamond Crossing of India: ଏଠାରେ ଚାରିପଟୁ ଆସିଥାଏ ଟ୍ରେନ୍; ହେଲେ କେବେ ହୋଇନାହିଁ ଦୁର୍ଘଟଣା
Advertisement
Article Detail0/zeeodisha/odisha1832109

Diamond Crossing of India: ଏଠାରେ ଚାରିପଟୁ ଆସିଥାଏ ଟ୍ରେନ୍; ହେଲେ କେବେ ହୋଇନାହିଁ ଦୁର୍ଘଟଣା

Indian Railway Diamond Crossing: ଦେଶରେ ଏପରି ଏକ ରେଲୱେ କ୍ରସିଂ ଅବସ୍ଥିତ ରହିଛି। ଯେଉଁଠି ଟ୍ରେନ ଚାରି ଦିଗରୁ ଆସିଥାଏ। ହେଲେ କେବେ ପରସ୍ପର ସହ ଧକ୍କା ହୋଇନଥାଏ।

Diamond Crossing of India: ଏଠାରେ ଚାରିପଟୁ ଆସିଥାଏ ଟ୍ରେନ୍; ହେଲେ କେବେ ହୋଇନାହିଁ ଦୁର୍ଘଟଣା

Nagpur Diamond Crossing: ଭାରତୀୟ ରେଳବାଇ ଦେଶର ଜୀବନ ରେଖା ଭାବରେ ଜଣାଶୁଣା। କାରଣ ରେଳବାଇ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ। ଭାରତୀୟ ରେଳ ସହ ଜଡ଼ିତ ଏପରି କିଛି ରୋଚକ ତଥ୍ୟ ରହିଛି ଯାହା ବିଷୟରେ ଲୋକେ ଜାଣନ୍ତି ନାହିଁ। ଯେପରିକି ରେଲୱେ ଟ୍ରାକ୍ ଏବଂ ରେଲୱେ ଲାଇନ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି। ରେଲଲୱେ ଟ୍ରାକ କେତେ ପ୍ରକାରର ହୋଇଥାଏ। ରେଳ ଧାରଣାରେ କାହିଁକି ପଥର ବିଛା ଯାଇଥାଏ। 

ଏପରି କୌତୁହଳପୂର୍ଣ୍ଣ ପ୍ରଶ୍ନ ମଧ୍ୟରେ ଆପଣ ଡବଲ୍ ଡାଇମଣ୍ଡ କ୍ରସିଂ (Double Diamond Crossing) ବିଷୟରେ ଶୁଣିଛନ୍ତି? ଯଦି ନୁହେଁ ତାହେଲେ ଆପଣ ଜାଣିରଖନ୍ତୁ। ଏବେ ଆମେ ଆପଣଙ୍କୁ ଡାଇମଣ୍ଡ କ୍ରସିଂ (Diamond Crossing) ବିଷୟରେ କହିବୁ ଯେଉଁଠାରୁ ଟ୍ରେନ୍ ଚାରି ଦିଗରୁ ଆସିଥାଏ। ହେଲେ କେବେ ଟ୍ରେନ କେବେ କୌଣସି ପରିସ୍ଥିତିରେ ପରସ୍ପର ସହ ଧକ୍କା ହୁଏ ନାହିଁ।

ଭାରତୀୟ ରେଳବାଇ ଦେଇଛି ସୂଚନା 
ଏ ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରଣାଳୟ (Railway Ministry of India) ପକ୍ଷରୁ କୁହାଯାଇଥିଲା ଯେ କଣ ଆପଣ ଜାଣିଛନ୍ତି ମହାରାଷ୍ଟ୍ର (Maharashtra) ନାଗପୁର (Nagpur) ଠାରେ ଡବଲ୍ ଡାଇମଣ୍ଡ କ୍ରସିଂ ନିର୍ମିତ ହୋଇଛି। ନାଗପୁର ଡାଇମଣ୍ଡ କ୍ରସିଂ (Nagpur Diamond Crossing) ବିଷୟରେ ଜାଣନ୍ତୁ। ଏହି ସୂଚନାପୂର୍ଣ୍ଣ ଟ୍ୱିଟ୍ ସହିତ ରେଳବାଇ (Indian Railway Diamond Crossing Tweet) ଦ୍ୱାରା ଏକ ଫଟୋ (Indian Railway Diamond Crossing Photo) ମଧ୍ୟ ସେୟାର କରାଯାଇଥିଲା। ଯେଉଁଥିରେ ଡବଲ୍ ଡାଇମଣ୍ଡ କ୍ରସିଂ ଦେଖିବାକୁ ମିଳୁଛି।

ଭାରତୀୟ ରେଳବାଇ (Indian Railway) ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ନାଗପୁର ଠାରେ କେବଳ ସାଧାରଣ ରେଲୱେ କ୍ରସିଂ (Railway Crossing) ନାହିଁ। ଏଠାରେ ଏକ ଡବଲ୍ ଡାଇମଣ୍ଡ କ୍ରସିଂ (Double Diamond Crossing Nagpur) ରହିଛି। ଯାହା ବହୁଳ ଭାବରେ ବ୍ୟବହୃତ ହେଉଥିବା ଏକ ରେଲୱେ କ୍ରସିଂ (Most Used Railway Crossing of India)। ଡବଲ୍ ଡାଇମଣ୍ଡ କ୍ରସିଂ ଠାରେ ରେଲୱେ ଟ୍ରାକ୍ ଉତ୍ତରରୁ ଦକ୍ଷିଣରୁ ଏବଂ ଅନ୍ୟ ଦୁଇଟି ପୂର୍ବରୁ ପଶ୍ଚିମ ଦିଗରୁ ଯାଇଥାଏ। ଯାହା ଏକ ଆୟତକାର କ୍ଷେତ୍ର ସୃଷ୍ଟି କରିଥାଏ।

ଚାରି ଦିଗରୁ ଆସିଥାଏ ଟ୍ରେନ; ହେଲେ କେବେ ହୁଏ ନାହିଁ ଧକ୍କା
ଭାରତୀୟ ରେଳବାଇ ପକ୍ଷରୁ ନାଗପୁର ଠାରେ ଅବସ୍ଥିତ ଡବଲ୍ ଡାଇମଣ୍ଡ କ୍ରସିଂ ଫଟୋ ଟ୍ୱିଟ କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଡବଲ୍ ଡାଇମଣ୍ଡ କ୍ରସିଂ ଠାରେ ଚାରୋଟି ରେଲୱେ ଟ୍ରାକ୍ ରହିଛି। ଯାହା ୨-୨ ହିସାବରେ ପରସ୍ପରକୁ ଅତିକ୍ରମ କରୁଛି। ଯାହାର ଆକୃତି ଏକ ହୀରା ଭଳି ଦେଖାଯାଉଛି। ଏହି କାରଣରୁ ଏହାର ନାମ ଡବଲ୍ ଡାଇମଣ୍ଡ କ୍ରସିଂ ରହିଛି। ଏହି ରେଲୱେ କ୍ରସିଂ ସହ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟ୍ରେନ୍ ଏଠାରେ ଚାରି ଦିଗକୁ ଯାତ୍ରା କରିପାରିବ। ପ୍ରାୟତଃ ଦେଖାଯାଏ ଯେ ରେଲୱେ ଟ୍ରାକ ସମାନ୍ତରାଳ ଭାବରେ ନିର୍ମିତ ହୋଇଥାଏ। ଏଭଳି ପରିସ୍ଥିତିରେ ଯଦି କେହି ଡବଲ୍ ଡାଇମଣ୍ଡ କ୍ରସିଂ ଦେଖନ୍ତି, ତାହେଲେ ସେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଡବଲ୍ ଡାଇମଣ୍ଡ କ୍ରସିଂ ପଛରେ ନାହିଁ କୌଣସି ଚମତ୍କାର ବରଂ ରହିଛି ବିଜ୍ଞାନ
ଡବଲ୍ ଡାଇମଣ୍ଡ ରେଲୱେ କ୍ରସିଂ ଫଟୋ ଦେଖି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଯଦି ଟ୍ରେନ୍ ଏଠାରେ ଚାରି ଦିଗକୁ ଯାତ୍ରା କରୁଛି ତାହେଲେ କ'ଣ ଦୁର୍ଘଟଣା ହେଉଛି? ଏହାର ଉତ୍ତର ହେଉଛି ନାଁ। ହଁ ଆଜ୍ଞା ସମୟ ପରିଚାଳନା (Indian Railway Time Management) ହେତୁ ଏହି କାର୍ଯ୍ୟ ସମ୍ଭବ ହୋଇପାରିଛି। ଏଠାରେ ରେଳବାଇ ଦ୍ୱାରା ହେଉଥିବା ସମୟ ପରିଚାଳନା ଏତେ ସଠିକ୍ ଯେ ଡବଲ୍ ଡାଇମଣ୍ଡ କ୍ରସିଂ ଠାରେ ଦୁର୍ଘଟଣା ଘଟିବାର ସମ୍ଭାବନା ନାହିଁ। ଡବଲ୍ ଡାଇମଣ୍ଡ ରେଲୱେ କ୍ରସିଂ ବିଷୟରେ ଜାଣିଥିବା ଲୋକେ ପ୍ରାୟତଃ ଏହାକୁ ଦେଖିବାକୁ ଆସିଥାନ୍ତି। ହେଲେ ଏହି ସମୟରେ ମଧ୍ୟ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ।