Maldives Politics: ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିନେଲା ଚୀନ; ଭାରତ ପାଇଁ ବଢିଲା ଚିନ୍ତା
Advertisement
Article Detail0/zeeodisha/odisha1897529

Maldives Politics: ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିନେଲା ଚୀନ; ଭାରତ ପାଇଁ ବଢିଲା ଚିନ୍ତା

Maldivian Presidential Election 2023 Result: ଭାରତ ମହାସାଗରରେ ଅବସ୍ଥିତ ଦ୍ୱୀପ ରାଷ୍ଟ୍ର ମାଳଦ୍ୱୀପରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଭାରତ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ପୋଷଣ କରୁଥିବା ବର୍ତ୍ତମାନର ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହଙ୍କ ପରାଜୟ ଭାରତ ଲାଗି ଚିନ୍ତାର କାରଣ ହୋଇପାରେ। କାରଣ ଏହି ନିର୍ବାଚନରେ ଚୀନ୍ ସମର୍ଥକ ଭାବେ ଜଣାଶୁଣା ମହମ୍ମଦ ମୁଇଜୁ ବିଜୟୀ ହୋଇଛନ୍ତି।

Maldives Politics: ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିନେଲା ଚୀନ; ଭାରତ ପାଇଁ ବଢିଲା ଚିନ୍ତା

Maldivian Presidential Election 2023: ଭାରତ ମହାସାଗରରେ ଅବସ୍ଥିତ ଦ୍ୱୀପରାଷ୍ଟ୍ର ମାଳଦୀପ ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରି ନେଇଛି ଚୀନ। ଅନ୍ୟପଟେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଭାରତ ଲାଗି କୌଣସି ଝଟକା ଠାରୁ କମ ନୁହେଁ। ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ତଥା ଚୀନ୍ ସମର୍ଥକ ଭାବେ ଜଣାଶୁଣା ମହମ୍ମଦ ମୁଇଜୁ ବାଜି ମାରିଛନ୍ତି। ମାଳଦ୍ୱୀପ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୁଇଜୁ, ମାଳଦ୍ୱୀପ ପ୍ରୋଗ୍ରେସିଭ ପାର୍ଟି ପ୍ରାର୍ଥୀ ତଥା ଭାରତୀୟ ସମର୍ଥକ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହଙ୍କୁ ପରାସ୍ତ କରିଛନ୍ତି। 

ମାଳଦ୍ୱୀପ ରାଜଧାନୀ ମାଲେ ସହରର ମେୟର ରହିଥିବା ମହମ୍ମଦ ମୁଇଜୁ ଦୀର୍ଘ ଦିନ ଧରି ଚୀନ୍ ସହିତ ଦୃଢ ସହ ସମ୍ପର୍କ ରଖିବା ସପକ୍ଷରେ ରହି ଆସିଛନ୍ତି। ୨୦୨୩ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିବା ପରେ ରାଷ୍ଟ୍ରପତି ମହମ୍ମଦ ସୋଲିହ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ବିରୋଧି ମହମ୍ମଦ ମୁଇଜୁଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇ ଦେଶର ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟପଟେ ରାଷ୍ଟ୍ରପତି ମହ୍ମଦ ମୁଇଜୁ କହିଛନ୍ତି ଯେ ଲୋକେ ତାଙ୍କ ନିଷ୍ପତ୍ତି ସ୍ପଷ୍ଟ ଭାବରେ ନେଇଛନ୍ତି।

ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 
ପଡୋଶୀ  ମାଳଦୀପ ଠାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ମହମ୍ମଦ ମୁଇଜୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମାଳଦ୍ୱୀପ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ମହମ୍ମଦ ମୁଇଜୁଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ସମୟ ପରୀକ୍ଷିତ ଭାରତ-ମାଳଦ୍ୱୀପ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ଭାରତ ମହାସାଗରରେ ଆମର ସାମଗ୍ରିକ ସହଯୋଗକୁ ବୃଦ୍ଧି କରିବାକୁ ଭାରତ ପ୍ରତିବଦ୍ଧ।

ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଥିଲା ଭାରତ-ଚୀନ୍ 
ବର୍ତ୍ତମାନର ମାଳଦ୍ୱୀପ  ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ ଯିଏ ୨୦୧୮ ବର୍ଷରେ ନିର୍ବାଚିତ ହୋଇଥିଲେ। ହେଲେ ମହମ୍ମଦ ମୁଇଜୁ ତାଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ମାଲଦ୍ୱୀପ ଠାରେ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ସେ ଭାରତକୁ ସ୍ୱାଧିନତା ଦେଇଥିଲା। ଏହି ନିର୍ବାଚନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଏଥିରୁ ବୁଝାପଡ଼ିବ ଯେ ଉଭୟ ଭାରତ ଏବଂ ଚୀନ୍ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଉପରେ ସତର୍କ ନଜର ରଖିଥିଲେ। ଏହି ନିର୍ବାଚନ ଏକ ଭର୍ଚୁଆଲ୍ ଜନମତ ସଂଗ୍ରହରେ ​​ପରିଣତ ହୋଇଥିଲା। ମିହାରୁ ନ୍ୟୁଜ୍ ଅନୁଯାୟୀ ବର୍ତ୍ତମାନର ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ ୪୬% ଏବଂ ମହମ୍ମଦ ମୁଇଜୁ ୫୩% ଭୋଟ୍ ପାଇଛନ୍ତି। ମୁଇଜୁ ସୋଲିହଙ୍କୁ ଏକ ବୃହତ ବ୍ୟବଧାନରେ ପରାସ୍ତ କରିଛନ୍ତି।

ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଭାରତ ପାଇଁ ଚିନ୍ତାର ବିଷୟ?
ଭାରତ ବିରୋଧି ଭାଷଣ ସତ୍ତ୍ୱେ ମହମ୍ମଦ ମୁଇଜୁ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବା ପାଇଁ ବୈଦେଶିକ ନୀତି ବଦଳାଇବା ଦିଗରେ ଆଗେଇବ ବୋଲି ମନେହୁଏ ନାହିଁ। ତଥାପି, ଏହା ନିଶ୍ଚିତ ଭାବରେ ସମ୍ଭବ ହୋଇପାରେ ଯେ ବର୍ତ୍ତମାନ ମାଲଦ୍ୱୀପ ଠାରେ ଚୀନ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବିରୋଧ ହ୍ରାସ ହେବାର ସମ୍ଭାବନା ରହିଛି। ଏହା ସ୍ଥିର ହୋଇଯାଇଛି ଯେ ମହମ୍ମଦ ମୁଇଜୁଙ୍କ ବିଜୟ ଦ୍ୱାରା ଚୀନ୍ ଫାଇଦାରେ ରହିବ। ଯାହା ଭାରତର ବଢୁଥିବା ପ୍ରଭାବ ମଧ୍ୟରେ ଏହି ରଣନୀତିକ ଦେଶ ସହ ନିବିଡ଼ ସମ୍ପର୍କକୁ ନଜରରେ ରଖିଛି। ପଡ଼ୋଶୀ ଦେଶରେ ପ୍ରଭାବ ବିସ୍ତାର କରିବାକୁ ନେଇ ଭାରତ-ଚୀନ୍ ମଧ୍ୟ ଚାଲିଥିବା ପ୍ରତିଯୋଗିତାର ଏକ ଲମ୍ବା ଇତିହାସ ରହିଛି।

ଚୀନ୍ ପ୍ରାରମ୍ଭରେ ବେଲ୍ଟ ଏବଂ ରୋଡ୍ ଇନିସିଏଟିଭ୍ ମାଧ୍ୟମରେ ପ୍ରଦାନ କରାଯାଇଥିବା ଆର୍ଥିକ ସମ୍ବଳ ଏବଂ ଋଣ ସହିତ ଏହାର ପ୍ରଭାବ ପ୍ରୟୋଗ କରି ସେହି ଦେଶକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରିଥିଲା। ତଥାପି ନିକଟ ଅତୀତରେ ଭାରତ ଏହି କ୍ଷେତ୍ରରେ ଆଗୁଆ ସତର୍କ ହଇଉଠିଛି। ଉଦାହରଣ ସ୍ୱରୂପ, ଗତ ବର୍ଷ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଅର୍ଥିନୈତିକ ସଂକଟ ପରେ ଭାରତ କୋଟି କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲା। 

ସେହିପରି ୨୦୧୮ ନିର୍ବାଚନରେ ମହମ୍ମଦ ସୋଲିହ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଭାରତ, ମାଳଦ୍ୱୀପ ଠାରେ ନିଜର ଉପସ୍ଥିତି ବଢାଇ ଅନେକ ପ୍ରକଳ୍ପ ଆରମ୍ଭ କରିଥିଲା। ଯାହା ଚୀନ ସମର୍ଥିତ ପୂର୍ବତନ ମାଳଦ୍ୱୀପ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍ ଙ୍କ  ପ୍ରଶାସନର ସମାପ୍ତି ବୋଲି ଦର୍ଶାଇଥିଲା। ୨୦୨୩ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ପ୍ରାର୍ଥୀ ମହମ୍ମଦ ​​ମୁଇଜୁ ଅଭିଯୋଗ କରିଛନ୍ତି ଯେ ମହମ୍ମଦ ସୋଲିହ ମାଳଦ୍ୱୀପ ଠାରେ ଠାରେ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ସେ ଭାରତକୁ ସ୍ୱାଧିନତା ଦେଇଥିଲା।

ମହମ୍ମଦ ମୁଇଜୁଙ୍କ ଦଳ, ପିପୁଲ୍ସ ନ୍ୟାସନାଲ କଂଗ୍ରେସ ଚୀନ୍ ସମର୍ଥକ ଭାବରେ ଜଣାଶୁଣା। ମାଳଦ୍ୱୀପର ଏହି ରାଜନୈତିକ ଦଳକୁ ଚୀନ୍ ଦ୍ୱାରା ଆର୍ଥିକ ଅନୁଦାନ ମିଳୁଥିବାର କୁହାଯାଏ। ଏଭଳି ପରିସ୍ଥିତିରେ ମହମ୍ମଦ ମୁଇଜୁ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ କହିଥିଲେ ଯେ ଯଦି ସେ ରାଷ୍ଟ୍ରପତି ନିର୍ବାଚନରେ ​​ଜିତନ୍ତି ତାହେଲେ ସେ ମାଲଦ୍ୱୀପରୁ ଭାରତୀୟ ସୈନ୍ୟଙ୍କୁ ହଟାଇବେ ଏବଂ ଦେଶର ବାଣିଜ୍ୟ ସମ୍ପର୍କକୁ ସନ୍ତୁଳିତ କରି ରଖିବେ। ଯାହା ଏ ପର୍ଯ୍ୟନ୍ତ ଭାରତ ସପକ୍ଷରେ ରହିଛି। ପୂର୍ବ ଏବଂ ପଶ୍ଚିମ ମଧ୍ୟରେ ମୁଖ୍ୟ ପରିବହନ ପଥରେ ଅବସ୍ଥିତ ଭାରତ ମହାସାଗରରେ ୧୨୦୦ ଦ୍ୱୀପପୁଞ୍ଜକୁ ନେଇ ମାଳଦ୍ୱୀପ ଗଠିତ।