magical places of the world: ବିଶ୍ୱର ଏପରି ୫ ରହସ୍ୟମୟ ସ୍ଥାନ; ଯେଉଁଠାରେ ମରୁଭୂମି ସହ ହୋଇଥାଏ ସମୁଦ୍ରର ମିଳନ
Advertisement

magical places of the world: ବିଶ୍ୱର ଏପରି ୫ ରହସ୍ୟମୟ ସ୍ଥାନ; ଯେଉଁଠାରେ ମରୁଭୂମି ସହ ହୋଇଥାଏ ସମୁଦ୍ରର ମିଳନ

Stunning Places Where the Desert Meets the Ocean: ବିଶ୍ୱରେ ଏପରି ୫ ସ୍ଥାନ ରହିଛି  ଯେଉଁଠାରେ ସମୁଦ୍ର ସହିତ ମରୁଭୂମି ମିଶିଥାଏ। ଏହି କାରଣ ପାଇଁ ଏପରି ସ୍ଥାନ ବିଶ୍ୱରେ ଜଣାଶୁଣା ପର୍ଯ୍ୟଟନସ୍ଥଳ ହୋଇପାରିଛି।

 

magical places of the world: ବିଶ୍ୱର ଏପରି ୫ ରହସ୍ୟମୟ ସ୍ଥାନ; ଯେଉଁଠାରେ ମରୁଭୂମି ସହ ହୋଇଥାଏ ସମୁଦ୍ରର ମିଳନ

magical places in the world where the ocean meets desert: ଦୁନିଆ ଯେତିକି ଆକର୍ଷଣୀୟ ସେତିକି ସୁନ୍ଦର ମଧ୍ୟ। ଆପଣ ପୃଥିବୀ ସହ ଜଡ଼ିତ ଅନେକ ମଜାଦାର ତଥ୍ୟ ବିଷୟରେ ଶୁଣିଥିବେ। ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଏବେ ଆମେ ଆପଣଙ୍କୁ ଏପରି ଏକ ମଜାଦାର କଥା କହିବାକୁ ଯାଉଛୁ। ଯାହାକୁ ଶୁଣିବା ପରେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଉଦାହରଣ ସ୍ୱରୂପ, ଶହ ଶହ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ନଦୀ ସମୁଦ୍ରରେ ମିଶି ଯାଇଥାଏ। ହେଲେ କେବେ ଆପଣ ଜାଣିଛନ୍ତି କୌଣସି ମରୁଭୂମି ସମୁଦ୍ରରେ ମିଶିଛି? ହୁଏତ ଆପଣ ଏ କଥା ଜାଣିନଥିବେ। ଆମେ ଆପଣଙ୍କୁ ଏହି ମଜାଦାର ତଥ୍ୟ ବିଷୟରେ କହୁଛୁ।

ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ଦେଖିବାକୁ ବହୁତ ସୁନ୍ଦର। ହେଲେ ଏହି ସ୍ଥାନର ଆକର୍ଷଣ ହେଉଛି ଏଠାକାର ରହସ୍ୟ। ଅଷ୍ଟ୍ରେଲିଆର ପର୍ଥ ସହର (Perth City Australia) ଏହାର ସୁନ୍ଦର ବେଳାଭୂମି (Perth City Sea Beach) ପାଇଁ ପ୍ରସିଦ୍ଧ। ଏହି ସମଗ୍ର ଅଞ୍ଚଳ ମରୁଭୂମିରୁ ଯାଇ ସମୁଦ୍ର ସହିତ ମିଶିଛି। ଏଠାକାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭାରତ ମହାସାଗରର (Indian Ocean) ଉଜ୍ଜ୍ୱଳ ନୀଳ ରଙ୍ଗର ଜଳ ନିକଟରେ ଅଗ୍ନି ପଥରର ଛାଇ। ଯାହା ବହୁତ ସୁନ୍ଦର ଦେଖାଯାଏ। ସମୁଦ୍ର ଏବଂ ମରୁଭୂମିର ଦୃଶ୍ୟ ଦେଖିବା ପାଇଁ ଏଠାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। 

ଆଫ୍ରିକା
ଆଫ୍ରିକା ମହାଦେଶର (African Continent) ଏପରି କିଛି ସ୍ଥାନ ରହିଛି ଯାହାର ପଶ୍ଚିମ ଦିଗରେ ସାହାରା ମରୁଭୂମି (Sahara Desert) ଏବଂ ପୂର୍ବ ଦିଗରେ ଆଟଲାଣ୍ଟିକ୍ ମହାସାଗର (Atlantic Ocean) ଏବଂ ଲୋହିତ ସାଗର (Red Sea) ଅବସ୍ଥିତ ରହିଛି। ଲାଲ ଏବଂ ହଳଦିଆ ରଙ୍ଗରେ ରଙ୍ଗାୟିତ ହୋଇଥିବା ସମତଳ ଭୂମି ସହିତ ଏଠାକାର ଘର ଏଠାରେ ବହୁତ ସୁନ୍ଦର ଦେଖାଯାଇଥାଏ। ଏହା ବ୍ୟତୀତ ଆଟଲାଣ୍ଟିକ୍ ମହାସାଗର ଏବଂ ଆଟଲାସ୍ ପର୍ବତ ମଧ୍ୟରେ ଶହ ଶହ ପୁରୁଣା ପଥର ସ୍ମାରକୀ ମଧ୍ୟ ରହିଛି। ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳୀ ଭାବରେ ବିଶ୍ୱରେ ଜଣାଶୁଣା।

ଚିଲି
ଉତ୍ତର ଚିଲିର ଏଣ୍ଟୋଫାଗାଷ୍ଟା ଅଞ୍ଚଳରେ (Antofagasta City Chile) ସମୁଦ୍ର ଏବଂ ମରୁଭୂମି ଏକାଠି ଦେଖିବାକୁ ମିଳେ। ଏହି ସ୍ଥାନ ଅନେକ ନାଇଟ୍ରେଟ୍ ଖଣି ସହର ଦ୍ୱାରା ଘେରି ହୋଇ ରହିଛି। ଏଠାରେ ଆପଣ ଲହର ଦ୍ୱାରା ଘେରି ହୋଇଥିବା ଲମ୍ୱା ବେଳାଭୂମି (Sea Beaches of Chile) ଏବଂ ପାହାଡ (Mountain Area of Chile) ଦେଖିବାକୁ ପାଇବେ। ଲସ୍ ଫ୍ଲାମେଙ୍କୋସ୍ ନ୍ୟାସନାଲ ରିଜର୍ଭ (Los Flamencos National Reserve) ଠାରେ ରହିଥିବା 'ଚନ୍ଦ୍ରର ଉପତ୍ୟକା' (Valley of the Moon Chile) ଏଠାକାର ମୁଖ୍ୟ ଆକର୍ଷଣ। ଏଠାକାର ରାତି କୌଣସି ଯାଦୁ ଠାରୁ କମ ନୁହେଁ।

ଆଣ୍ଟାର୍କଟିକା
ମରୁଭୂମି ନାମ ଶୁଣିଲେ ପ୍ରଥମେ  ଆପଣଙ୍କ ମନକୁ ଗରମ ବାଲି, ମୁଣ୍ଡଫଟା ଖରା, ଉଡ଼ୁଥିବା ଧୂଳି ଆପଣଙ୍କ ମନକୁ ଆସିଥାଏ। ହେଲେ ଆଣ୍ଟାର୍କଟିକା ମହାଦେଶରେ ଅବସ୍ଥିତ ମେରୁ ମରୁଭୂମି (Polar Desert of Antarctica) ବହୁତ ଭିନ୍ନ। ଏହି ମରୁଭୂମି ହେଉଛି ଅତ୍ୟଧିକ ଥଣ୍ଡା। ଯେଉଁଠାରେ ତୁଷାରପାତ ହୋଇଥାଏ। ଏଠାରେ ଆପଣ ଅନେକ ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ। ଆଣ୍ଟାର୍କଟିକା ଠାରେ ଅବସ୍ଥିତ ମରୁଭୂମି ସମଗ୍ର ମହାଦେଶରେ ବ୍ୟାପିଛି। ଯଦିଓ ଏହି ମରୁଭୂମିର ବରଫ ମ୍ୟାକମର୍ଡୋ ନାମକ ଶୁଖିଲା ଉପତ୍ୟକାରେ (McMurdo Dry Valley) ତରଳିଯାଏ ଏବଂ ଏହା ଆଣ୍ଟାର୍କଟିକା ଉପକୂଳର ନୀଳ ସମୁଦ୍ର ଜଳ ସହିତ ମିଶିଯାଏ। ଯଦି ଆପଣ ଏହି ସ୍ଥାନକୁ ଯାଆନ୍ତି, ତାହେଲେ ଆପଣ ସେଠାରୁ ଫେରିବାକୁ ଚାହିଁବେ ନାହିଁ।