Hamas Guide Book: ପଣବନ୍ଦୀଙ୍କୁ ଶକ୍ ଦିଅ,ସମସ୍ୟା ସୃଷ୍ଟିକାରୀଙ୍କୁ ହତ୍ୟା କର
Advertisement
Article Detail0/zeeodisha/odisha1928061

Hamas Guide Book: ପଣବନ୍ଦୀଙ୍କୁ ଶକ୍ ଦିଅ,ସମସ୍ୟା ସୃଷ୍ଟିକାରୀଙ୍କୁ ହତ୍ୟା କର

  ହମାସର ଗାଇଡ୍ ବୁକ୍ ପଣବନ୍ଦୀଙ୍କୁ ଶକ୍ ଦିଅ,ସମସ୍ୟା ସୃଷ୍ଟିକାରୀଙ୍କୁ ହତ୍ୟା କର ହମାସ ପାଖରେ ଏବେ ଦେଢଶହରୁ ଅଧିକ ଇସ୍ରାଏଲୀ ପଣବନ୍ଦୀ ଅଛନ୍ତି । ଏହି ପଣବନ୍ଦୀଙ୍କ ଜୀବନ ବଦଳରେ ହମାସ ଇସ୍ରାଏଲ ସହିତ ଡିଲ୍ କରିବାକୁ ଚାହୁଁଛି । ଇସ୍ରାଏଲ ଉପରେ ମନୋବୈଜ୍ଞାନିକ ଚାପ ପ୍ରୟୋଗ କରିବାକୁ ହମାସ ସେମାନଙ୍କ ଭିଡିଓ ମଧ୍ଯ ପୋଷ୍ଟ କର

SOCIAL MEDIA

Hamas Guide Book: 

ହମାସର ଗାଇଡ୍ ବୁକ୍

ପଣବନ୍ଦୀଙ୍କୁ ଶକ୍ ଦିଅ,ସମସ୍ୟା ସୃଷ୍ଟିକାରୀଙ୍କୁ ହତ୍ୟା କର

ହମାସ ପାଖରେ ଏବେ ଦେଢଶହରୁ ଅଧିକ ଇସ୍ରାଏଲୀ ପଣବନ୍ଦୀ ଅଛନ୍ତି । ଏହି ପଣବନ୍ଦୀଙ୍କ ଜୀବନ ବଦଳରେ ହମାସ ଇସ୍ରାଏଲ ସହିତ ଡିଲ୍ କରିବାକୁ ଚାହୁଁଛି । ଇସ୍ରାଏଲ ଉପରେ ମନୋବୈଜ୍ଞାନିକ ଚାପ ପ୍ରୟୋଗ କରିବାକୁ ହମାସ ସେମାନଙ୍କ ଭିଡିଓ ମଧ୍ଯ ପୋଷ୍ଟ କରୁଛି । ଯାହାର ଲକ୍ଷ୍ୟ ହେଉଛି ଇସ୍ରାଏଲୀ ସରକାରକୁ ଚାପରେ ଆଣ୍ଢେଇବାକୁ ବାଧ୍ଯ କରିବା । ତେବେ ଇସ୍ରାଏଲର ନୀତି ହେଉଛି କୌଣସି ପରିସ୍ଥିତିରେ ମଧ୍ଯ ଆତଙ୍କବାଦୀଙ୍କ ସହିତ ସାଲିସ କରାଯିବ ନାହିଁ । ଅକ୍ଟୋବର ୭ ଆକ୍ରମଣ ପରେ ଧିରେ ଧିରେ ହମାସର ରଣନୀତି ସାମ୍ନାକୁ ଆସିବାରେ ଲାଗିଛି । ହମାସ ଅଧିକରୁ ଅଧିକ ହିଂସା ଚାହୁଁଥିଲା । ପଣବନ୍ଦୀଙ୍କୁ ପରବର୍ତ୍ତି କାଳରେ ମୁଲଚାଲ କରିବା ପାଇଁ ବ୍ୟବହାର କରିବା ହମାସର ଲକ୍ଷ୍ଯ ଥିଲା । ତେଣୁ ଆକ୍ରମଣ କାଳରେ ଯଦି ଗୋଟିଏ ଗୋଷ୍ଠୀ କେବଳ ଆକ୍ରମଣ କରୁଥିଲେ ତେବେ ଆଉ ଗୋଟିଏ ଗୋଷ୍ଠୀ କୁରିୟର ଭାବେ କାର୍ଯ୍ୟ କରୁଥିଲା । ହମାସର ଏହି କୁରିୟର ସେବା ଇସ୍ରାଏଲୀ ବନ୍ଦୀଙ୍କୁ ନେଇ ଗାଜା ପଟ୍ଟି ଯାଉଥିଲା । ସେଠାରେ ସେମାନଙ୍କୁ ଅନ୍ୟଏକ ଗୋଷ୍ଠୀ ହାତରେ ଅର୍ପଣ କରି ପୁଣିଥରେ ଇସ୍ରାଏଲୀ ସୀମାକୁ ଆସି ନୂଆ ପଣବନ୍ଦୀ ନେଉଥିଲା । ସବୁକିଛି ନିର୍ଧାରିତ ଭାବେ ହେଉଥିଲା । ପଣବନ୍ଦୀ କେମିତି ନିଆଯିବ,ସେମାନଙ୍କ ସହିତ କେମିତି ବ୍ୟବହାର କରାଯିବ ଓ କାହାକୁ ମାରିବ କାହାକୁ ରଖାଯିବ ସେନେଇ ବି ଆତଙ୍କବାଦୀଙ୍କ ପାଇଁ ଗାଇଡ୍ ଲାଇନ୍ ହମାସ ତିଆରି କରିଥିଲା । ଯାହାକୁ ଏବେ ହମାସର ପଣବନ୍ଦୀ ଗାଇଡ୍ ବୁକ୍ କୁହାଯାଉଛି ।

ହମାସର ଗାଇଡ୍ ବୁକ୍

କିଛି ନିହତ ହମାସ ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଆଠ ପୃଷ୍ଠିଆ ଗାଇଡ୍ ବୁକ୍ ମିଳିଛି । ଯେଉଁଥିରେ ଆତଙ୍କବାଦୀ ପଣବନ୍ଦୀଙ୍କୁ ନେବା ବେଳେ କ’ଣ କରିବେ କ’ଣ କରିବେ ନାହିଁ ସେବାବଦରେ ବିଶଦ ନିର୍ଦ୍ଦେଶ ରହିଛି ।ଏହି ବୁକଲେଟରେ ଆତଙ୍କବାଦୀଙ୍କୁ ଅରାଜକତା ସୃଷ୍ଟି କରିବାକୁ କୁହାଯାଇଛି। ଏହା ବ୍ୟତୀତ ସେମାନଙ୍କୁ କାମୁଫ୍ଲେଜ୍ ଏବଂ ଲୁଚି ରହିବାକୁ ପରାମର୍ଶ ଦିଆଯାଇଛି । ଏହି ପୁସ୍ତିକା  ଅନୁଯାୟୀ ଆତଙ୍କବାଦୀମାନେ ଆକ୍ରମଣ ହୋଇଥିବା ସ୍ଥାନ ଛାଡି ଚାଲିଯିବା ଜରୁରୀ ନୁହେଁ। ବଂର ସେଠାରେ ସେମାନେ ଲୁଚି ରହିବ ପରବର୍ତ୍ତି କାଳରେ ଅଧିକ ଆକ୍ରମଣ କରିବା ଦରକାର ।

ବୁକଲେଟରେ ଆତଙ୍କବାଦୀଙ୍କୁ ନରସଂହାର ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାନୁଆଲରେ ଲେଖାଅଛି, ଏଭଳି ପଣବନ୍ଦୀଙ୍କୁ ହତ୍ୟା କରିବାକୁ ପରାମର୍ଶ ଦିଆଯାଇଛି "ଯିଏ ବିପଦ ସୃଷ୍ଟି କରିପାରେ କିମ୍ବା ବିଭ୍ରାଟ ସୃଷ୍ଟି କରିପାରେ । ଆହୁରି ମଧ୍ଯ ଗୁଳି, ଗ୍ରେନେଡ ଏବଂ ହିଂସା ମାଧ୍ୟମରେ ଅରାଜକତା ସୃଷ୍ଟି କରିବାକୁ ଏଥିରେ କୁହାଯାଇଛି । ପରବର୍ତ୍ତୀ ଅଧ୍ୟାୟରେ  କାର୍ ବୋମା ମାଧ୍ଯମରେ କେମିତି ଆତଙ୍କ ସୃଷ୍ଟି କରାଯିବ ସେବାବଦରେ କୁହାଯାଇଛି ।ପଣବନ୍ଦୀ ଭାବେ ନିଆଯାଇଥିବା ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ହାତ ଓ ଗୋଡ ବନ୍ଧା ହେବା ଉଚିତ ବୋଲି ବୁକଲେଟରେ ପରାମର୍ଶ ଦିଆଯାଇଛି। ଆତଙ୍କବାଦୀଙ୍କୁ ପାରାମିଚର ସୁରକ୍ଷିତ କରିବାକୁ କିଛି  ଯୋଦ୍ଧାମାନଙ୍କୁ ଫାଟକରେ ନିୟୋଜିତ କରାଯିବାକୁ ପରାମର୍ଶ ଦିଆଯାଇଛି ।

ପଣବନ୍ଦୀଙ୍କୁ ଇଲେକ୍ଟ୍ରିକ୍ ଶକ୍ ଦିଅ

ମାନୁଏଲ ଆହୁରି ମଧ୍ୟ କହିଛନ୍ତି ଯେ ବାକି ଲୋକଙ୍କୁ ଚୁପ୍ ରଖିବା ପାଇଁ ସେମାନଙ୍କୁ ଆଖିରେ ପଟି ବନ୍ଧାଯାଉ । ବନ୍ଧକମାନଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରାଯିବାକୁ ପରାମର୍ଶ ଦିଆଯାଇଛ । ଏହା ବ୍ୟତୀତ  ପଣବନ୍ଦୀଙ୍କୁ କାବୁରେ ରଖିବା ପାଇଁ ଓ ସେମାନଙ୍କୁ ସେମାନଙ୍କ କଥାରେ ସହମତ ହେବାକୁ ଇଲେକ୍ଟ୍ରିକ୍ ଶକ୍ ଦେବାକୁ କୁହାଯାଇଛି ।  ହମାସ୍ ଅନେକ ଶିଶୁ ଏବଂ ବୃଦ୍ଧ ଲୋକଙ୍କୁ ବନ୍ଧକ ଭାବରେ ରଖିଛି