କ’ଣ ଫେଲ୍ ହେଲା ମୋସାଦ ?
Advertisement
Article Detail0/zeeodisha/odisha1905508

କ’ଣ ଫେଲ୍ ହେଲା ମୋସାଦ ?

ମୋସାଦ୍,ବିଶ୍ୱର ଦୁର୍ଦ୍ଧସ ଗୁଇନ୍ଦା ଏଜେନ୍ସି । ଏହାକୁ ଇସ୍ରାଏଲର ଛାମୁଁଆ ସୁରକ୍ଷା ଏଜେନ୍ସି ବୋଲି ମଧ୍ଯ କୁହାଯାଏ । କାରଣ ଇସ୍ରାଏଲ ଉପରେ ହୋଇଥିବା ପ୍ରତି ଆକ୍ରମଣର ପ୍ରତିଶୋଧ ନେବା ସହିତ ଅନେକ ଆକ୍ରମଣକୁ ଏହା ପ୍ରତିହତ କରିଛି । ମୋସାଦକୁ ଦୁନିଆର ସବୁ ଦେଶର ସରକାର ଡରନ୍ତି । ମୋସାଦକୁ ଦୁନିଆର ସବୁ ଆତଙ୍କବାଦୀ ଡରନ୍ତି । କାରଣ ଏହା କେବେ କିଛି ଭୁଲେନା କିମ୍ବ

SOCIAL MEDIA

ମୋସାଦ୍,ବିଶ୍ୱର ଦୁର୍ଦ୍ଧସ ଗୁଇନ୍ଦା ଏଜେନ୍ସି । ଏହାକୁ ଇସ୍ରାଏଲର ଛାମୁଁଆ ସୁରକ୍ଷା ଏଜେନ୍ସି ବୋଲି ମଧ୍ଯ କୁହାଯାଏ । କାରଣ ଇସ୍ରାଏଲ ଉପରେ ହୋଇଥିବା ପ୍ରତି ଆକ୍ରମଣର ପ୍ରତିଶୋଧ ନେବା ସହିତ ଅନେକ ଆକ୍ରମଣକୁ ଏହା ପ୍ରତିହତ କରିଛି । ମୋସାଦକୁ ଦୁନିଆର ସବୁ ଦେଶର ସରକାର ଡରନ୍ତି । ମୋସାଦକୁ ଦୁନିଆର ସବୁ ଆତଙ୍କବାଦୀ ଡରନ୍ତି । କାରଣ ଏହା କେବେ କିଛି ଭୁଲେନା କିମ୍ବା କେବେ କାହାରିକି କ୍ଷମା କରେନା । ମୋସାଦର ମୋଟୋ ହେଉଛି ତୁମେ ଜଣେ ଇସ୍ରାଏଲୀକୁ ଯଦି ହତ୍ୟା କରିଛ ତେବେ ଆମେ ତୁମକୁ ଖୋଜି ବାହାର କରିବୁ,ମାରିବୁ । ତେଣିକି ଯେତେବର୍ଷ ଲାଗୁ । ଆମେ ତୁମକୁ ଖୋଜି ବାହାର କରିବୁ । ସେଇ ମୋସାଦ ହମାସର ଏତେବଡ଼ ଆକ୍ରମଣର ପ୍ଲାନିଂ ବାବଦରେ କେମିତି କିଛି ଜାଣି ପାରିଲା ନାହିଁ ? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହା ତ’ ସତ ଯେ, ଏବେ ମୋସାଦ ଶନିବାର ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ୍ ମାନଙ୍କୁ ଖୋଜି ବାହାର କରିବ କିନ୍ତୁ ପ୍ରଶ୍ନ ହେଲା ମୋସାଦ କ’ଣ ଫେଲ୍ ମାରିଛି ? ମୋସାଦର ପୁରୁଣା ଧାର କ’ଣ ଆଉ ନାହିଁ ?

 

ହମାସର ଅପରେସନ୍ ଅଲ୍ ଅକ୍ସ ଫ୍ଲଡ୍

ଶନିବାର ଇସ୍ରାଏଲ ଦେଖିଛି ତା’ ଇତିହାସର ଆଉ ଗୋଟିଏ ବଡ଼ ଆକ୍ରମଣ । ଏମିତିରେ ୧୯୪୮ରେ ଜନ୍ମରୁ ହିଁ ଇସ୍ରାଏଲ ଯୁଦ୍ଧ ଦେଖିଛି । କିନ୍ତୁ ଶନିବାରର ଆକ୍ରମଣ କିଛି ଭିନ୍ନ ଥିଲା । ମାତ୍ର ୧୫ ମିନିଟରେ ୫ ହଜାର ରକେଟ୍ ଇସ୍ରାଏଲ ଉପରେ ପଡ଼ିୁଥିଲା । ଇସ୍ରାଏଲୀ ସେନା ସମ୍ଭାଳିବା ପୂର୍ବରୁ ହମାସ ଆତଙ୍କବାଦୀ ଇସ୍ରାଏଲର ବିଭିନ୍ନ ସହର ମଧ୍ଯକୁ ଧସେଇ ପସିଥିଲେ । ସେମାନଙ୍କ ଆକ୍ରମଣରେ ଶନିବାର ରାତି ସୁଧା ୨୨ ଜଣ ସୈନିକ ପ୍ରାଣ ହରାଇଥିଲେ । ଅବଶ୍ୟ ଇଏ ଅଲଗା ୫ ହଜାର ରକେଟ୍ ମଧ୍ଯରୁ ଅଧିକାଂଶକୁ ଇସ୍ରାଏଲି ଆଇରନ୍ ଡୋମ୍ ସୁରକ୍ଷା ପ୍ରଣାଳୀ ଆକାଶରେ ହିଁ ଉଡାଇ ଦେଇଥିଲା । କିନ୍ତୁ ଯେତିକି ଟାର୍ଗେଟ୍ ହିଟ୍ କରିଥିଲା ସେତିକି ଇସ୍ରାଏଲକୁ ଆଉ ଗୋଟିଏ ଯୁଦ୍ଧ ଭିତରକୁ ଟାଣିବା ପାଇଁ ଯଥେଷ୍ଟ ଥିଲା ।

 

ମୋସାଦକୁ ନେଇ ଉଠିଲା ପ୍ରଶ୍ନ

ଇସ୍ରାଏଲକୁ ଜନ୍ମରୁ ମାରିଦେବା ପାଇଁ ଆରବର ସବୁରାଷ୍ଟ୍ର ଏକାଠି ହୋଇଥିଲେ । କିନ୍ତୁ ଇସ୍ରାଏଲ ସେମାନଙ୍କୁ ଖାଲି ପରାସ୍ତ କରିନଥିଲା ଓଲଟା ଆରବ ଭୁମିର ବିରାଟ ଭାଗ ମାଡି ବସିଥିଲା ।ଆଉ ଏହି ସଫଳତାର ଶ୍ରେୟ ଗୁଇନ୍ଦା ଏଜେନ୍ସି ମୋସାଦକୁ ବି ଯାଏ । ଆରବ ଓ ଆତଙ୍କବାଦୀଙ୍କ ଦୁନିଆରେ ମୋସାଦ ହେଉଛି ସୈତାନର ଅନ୍ୟନାମ । ଆତଙ୍କବାଦୀଙ୍କ ବାବଦରେ ତଥ୍ଯ ଏକାଠି କରିବା ଓ ସେମାନଙ୍କୁ ଖୋଜି ମାରିବାରେ ମୋସାଦ ସମକକ୍ଷ କେହି ନାହାନ୍ତି । କିନ୍ତୁ ଶନିବାରର ଆକ୍ରମଣ ମୋସାଦର ସ୍ୱର୍ଣ୍ଣିମ ରେକର୍ଡରେ କଳା ଦାଗ ହୋଇ ଯାଇଛି । ଏବେ ପ୍ରଶ୍ନ ଉଠୁଛି ଯେ, ଏତେ ବଡ଼ ଆକ୍ରମଣ ପାଇଁ ଢେର ଦିନ ଆଗରୁ ପ୍ଲାନିଂ ହୋଇଥିବ । କିନ୍ତୁ ପ୍ଲାନିଂ ବାବଦରେ ମୋସାଦ କେମିତି କିଛି ସୁରାକ ପାଇଲା ନାହିଁ । ପାଲେଷ୍ଟାଇନର ଅଲଗା ଅଲଗା ଅଂଚଳରେ ଇସ୍ରାଏଲୀ ଗୁଇନ୍ଦା ଏଜେନ୍ସି ସକ୍ରୀୟ ଅଛନ୍ତି । ଯେଉଁମାନଙ୍କ ମଧ୍ଯରେ ଅଛି ମିଲିଟାରି ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳ,ସିନ୍ ବେଟ୍ ଓ ମୋସାଦ । ତଥାପି କେମିତି ମୋସାଦ କିଛି ଆଗୁଆ ସୂଚନା ପାଇଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

ହମାସକୁ ଅର୍ଥ କିଏ ଦେଉଛି ?

ଇସ୍ରାଏଲର ଘୋଷିତ ଶତ୍ରୁ ହେଉଛନ୍ତି ଆରବ ଦୁନିଆର ଇସଲାମିକ ରାଷ୍ଟ୍ର । ପାକିସ୍ତାନ ଭଳି ଅଣ ଆରବ ଦେଶ ମଧ୍ଯ ଇସ୍ରାଏଲର ଧ୍ୱଂସ ଚାହାନ୍ତି । ହମାସର ସବୁଠାରୁ ବଡ଼ ଦାତା ହେଉଛି କତ୍ତର । କତ୍ତର ବ୍ୟତିତ ସାଉଦି ଆରବ, ଇରାନ ଓ ଅନ୍ୟ ଆରବ ରାଷ୍ଟ୍ର ମଧ୍ଯ ହମାସକୁ ଆର୍ଥିକ ସାହାଯ୍ୟ ଦେଇଥାନ୍ତି । ଏହାଛଡା ପାଲେଷ୍ଟାଇନର ବିକାଶ ପାଇଁ ଆସୁଥିବା ବିଦେଶୀ ଅର୍ଥକୁ ମଧ୍ଯ ହମାସ ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଆକ୍ରମଣ ପାଇଁ ବ୍ୟବହାର କରେ ।