Sonu Sood Video: ଟାୟାରରେ ପଙ୍କଚର୍ ମାରିଲେ ସୋନୁ ସୁଦ୍, ଦେଖନ୍ତୁ ଭିଡି଼ଓ
Advertisement
Article Detail0/zeeodisha/odisha1894181

Sonu Sood Video: ଟାୟାରରେ ପଙ୍କଚର୍ ମାରିଲେ ସୋନୁ ସୁଦ୍, ଦେଖନ୍ତୁ ଭିଡି଼ଓ

Sonu Sood: ବଲିଉଡ୍ ଅଭିନେତା ସୋନୁ ସୁଦ (Sonu Sood)। କୋରୋନାର କାଳରେ ଲୋକଙ୍କୁ ସାହାଯ୍ୟ କରି ଦେଶବାସୀଙ୍କ ହୃଦୟ ଜିତିଥିଲେ ସେ। ଆଜିକା ଦିନରେ ସୋନୁଙ୍କୁ କୌଣସି ପରିଚୟର ଆଉ ଆବଶ୍ୟକତା ନାହିଁ।   ହେଲେ ଏହାରି ଭିତରେ, ସୋନୁଙ୍କ ଆଉ ଭିଡିଓ ସାମ୍ନାକୁ ଆସିଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Sonu Sood: ବଲିଉଡ୍ ଅଭିନେତା ସୋନୁ ସୁଦ (Sonu Sood)। କୋରୋନାର କାଳରେ ଲୋକଙ୍କୁ ସାହାଯ୍ୟ କରି ଦେଶବାସୀଙ୍କ ହୃଦୟ ଜିତିଥିଲେ ସେ। ଆଜିକା ଦିନରେ ସୋନୁଙ୍କୁ କୌଣସି ପରିଚୟର ଆଉ ଆବଶ୍ୟକତା ନାହିଁ।  ସୋନୁ ସୁଦ୍ ଏବେ ଘରେ ଘରେ ପରିଚିତ । ତେବେ, ବର୍ତ୍ତମାନ ସୋନୁ ନିଜ ଆଗାମୀ ଫିଲ୍ମର ସୁଟିଂ (Fateh) 'ଫତେ' ପାଇଁ ହାଇଦ୍ରାବାଦରେ ଅଛନ୍ତି । ହେଲେ ଏହାରି ଭିତରେ, ସୋନୁଙ୍କ ଆଉ ଭିଡିଓ ସାମ୍ନାକୁ ଆସିଛି। ସୋନୁ ନିଜ ଇନଷ୍ଟାଗ୍ରାମରେ ଏହି ଭିଡ଼ି଼ଓ ସେୟାର କରିଛନ୍ତି । 

 

 
 
 
 

 
 
 
 
 
 
 
 
 
 
 

A post shared by Sonu Sood (@sonu_sood)

ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସୋନୁ ହାଇଦ୍ରାବାଦର ଏକ ସାଇକେଲ ମରାମତି କରାଯାଉଥିବା ଦୋକାନରେ ପହଞ୍ଚିଛନ୍ତି । ଏବଂ ସାଇକେଲ ରିପାରିଂ କରୁଥିବା ମେକାନିକ୍ ସହ କଥା ହୋଇଛନ୍ତି । ଏବଂ ତାଙ୍କୁ ପଚାରୁଛନ୍ତି ଆପଣ କିପରି ସାଇକେଲ ପଙ୍କଚର ମାରନ୍ତି । ପରେ ସୋନୁ ଏକ ଟାୟାର ଧରି  ପଙ୍କଚର ମାରୁଛନ୍ତି । ଟାୟାରକୁ ପ୍ରଥମେ ପାଣିରେ ବୁଡ଼ାଇ ଧୋଇ ପରେ ସେଥିରେ ଏକ ଲେପ ଦେଉଛନ୍ତି । ଏବଂ ମେକନିକଙ୍କୁ ପଚାରୁଛନ୍ତି ଆପଣ ଗୋଟିଏ ପଙ୍କଚର ମାରିବା ପାଇଁ କେତେ ଟଙ୍କା ନେଉଛନ୍ତି । ଆଉ ଏଥିରେ ଉତ୍ତର ଦେଇ ମେକାନିକ୍ ଜଣକ କହୁଛନ୍ତି ୫୦ ଟଙ୍କା । ପରେ ସୋନୁ କହୁଛନ୍ତି ମୁଁ ଯେବେ, ଛୋଟ ଥିଲି । ସେତେବେଳେ ମାତ୍ର ୫ ଟଙ୍କା ଦେଇ ପଙ୍କର ମାରୁଥିଲେ। ତେବେ, ସୋନୁଙ୍କ ଏହି ଭିଡି଼ଓ ବର୍ତ୍ତମାନ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ସୋନୁଙ୍କ ଏହି ଭିଡି଼ଓ ଦେଖିବା ପରେ ଫ୍ୟାନ୍ସମାନେ ଅନେକ ପ୍ରଂଶସା ମଧ୍ୟ କରୁଛନ୍ତି ।  ଜଣେ ୟୁଜର୍ସ ଲେଖିଛନ୍ତି,  'ଯଦିଓ ଆପଣଙ୍କୁ ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଦେଖିବାକୁ ମିଳେ , କିନ୍ତୁ ବାସ୍ତବ ଜୀବନରେ ଆପଣ ପ୍ରକୃତ ହିରୋ ।'  ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ' ସାର୍, ଆପଣ ସମସ୍ତଙ୍କର ପ୍ରିୟ ଅଟନ୍ତି, ମୁଁ ତୁମର ଜଣେ ବଡ଼ ପ୍ରଶଂସକ ।'

ନିକଟରେ ସେ ବିହାର 'ଗ୍ରାଜୁଏଟ ଚାଇବାଲି'ଙ୍କୁ ସାହାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥଲେ। ବିହାରର ବାସିନ୍ଦା ପ୍ରିୟଙ୍କା ଗୁପ୍ତା ।  ଗ୍ରାଜୁଏଟ ହେବା ପରେ ପ୍ରିୟଙ୍କାଙ୍କୁ କୌଣସି ଚାକିରୀ ମିଳି ନ ଥିଲା । ପରେ ସେ ନିଜ ସମ୍ଭଳରେ ଏକ ଚା' ଦୋକାନ ଖୋଲିଥିଲେ।  ହେଲେ କିଛି ମାସ ପରେ ପାଟନା ମ୍ୟୁନିସିପାଲିଟି କର୍ପୋରେସନ ତାଙ୍କ ଷ୍ଟଲକୁ ଜବରଦଖଲ ବିରୋଧୀ ଅଭିଯାନର ବନ୍ଦ କରି ଦେଇଥିଲା।  ଏହି କାରଣରୁ ଭାଙ୍ଗି ପଡିଥିଲେ ପ୍ରିୟଙ୍କା । ଏନେଇ ସେ ସୋସିଆଲ ମିଡିଆରେ କାନ୍ଦି ସାହାଯ୍ୟ ପାଇଁ ନିବେଦନ କରିଥିଲେ।  ବିହାରର ଗୋପାଳଗଞ୍ଜରେ ପ୍ରିୟଙ୍କାଙ୍କ ଦୋକାନର ପ୍ରଥମ ଫ୍ରାଞ୍ଚାଇଜ୍ ଖୁବଶୀଘ୍ର ଖୋଲିବାକୁ ଯାଉଛି।' ତେବେ,ଏହା ସୋନୁଙ୍କ ଉଦ୍ୟମରେ ସମ୍ଭବ ହୋଇ ପାରିଛି ।