Sunny Leone: ସନ୍ନି ଲିଓନିଙ୍କ ସହ କଥା ହେବାକୁ ଚାହୁଁଛନ୍ତି...? ଏମିତି ହେବ ସ୍ୱପ୍ନ ସାକାର
Advertisement
Article Detail0/zeeodisha/odisha2062366

Sunny Leone: ସନ୍ନି ଲିଓନିଙ୍କ ସହ କଥା ହେବାକୁ ଚାହୁଁଛନ୍ତି...? ଏମିତି ହେବ ସ୍ୱପ୍ନ ସାକାର

Chat & video call with Sunny Leone: ଅନେକ ଲୋକ ପ୍ରାଇମ ମେମ୍ୱରସିପ ନେଇ ବିଭିନ୍ନ ପ୍ରକାରର ସୁବିଧା ପାଇପାରିବେ । କିଛି ଭାଗ୍ୟଶାଳୀ ବ୍ୟକ୍ତିଙ୍କୁ ସନ୍ନିଙ୍କ ସହ ବ୍ୟକ୍ତିଗତ ଭାବରେ ଭେଟିବାର ସୁଯୋଗ ମିଳିବ । କିଛି ଭାଗ୍ୟଶାଳୀ ବିଜେତାଙ୍କୁ ସମ୍ମାନିତ ମଧ୍ୟ କରାଯିବ ।

Sunny Leone: ସନ୍ନି ଲିଓନିଙ୍କ ସହ କଥା ହେବାକୁ ଚାହୁଁଛନ୍ତି...? ଏମିତି ହେବ ସ୍ୱପ୍ନ ସାକାର

Chat & video call with Sunny Leone: ଅଧିକାଂଶ ଯୁବବର୍ଗଙ୍କ ପସନ୍ଦର ସେଲିବ୍ରିଟିଙ୍କ ପ୍ରଥମ ଅଫିସିଆଲ୍ AI କ୍ଲୋନ୍ ଉନ୍ମୋଚନ କରାଯାଇଛି । ଏହି ଉନ୍ନତ ଜେନେରେଟିଭ୍ AI ପାଇଁ ବିଶ୍ୱ ମାନଚିତ୍ରରେ ଭାରତର ସ୍ଥିତି ମଜବୁତ ହୋଇଥିବା କୁହାଯାଉଛି । ନିକଟରେ ମୁମ୍ବାଇରେ ଆରମ୍ଭ ହୋଇଥିବା ଅଫିସିଆଲ୍ AI ପ୍ରତିକୃତି ହେଉଛି ବଲିଉଡର ଚର୍ଚ୍ଚିତ ହଟ୍ ଅଭିନେତ୍ରୀ ସନ୍ନି ଲିଓନ୍ । ସାରା ବିଶ୍ୱରେ ସନ୍ନିଙ୍କର ଲୋକପ୍ରିୟତା ରହିଥିବାବେଳେ ଏହି ଖବର ନିଶ୍ଚିତ ଭାବରେ ସନ୍ନିଙ୍କ ଫ୍ୟାନ୍ସଙ୍କୁ ଖୁସି ଦେବ । ମୁମ୍ବାଇରେ ଏକ ବଡ କାର୍ଯ୍ୟକ୍ରମରେ ଅଭିନେତ୍ରୀ କାମୋଟୋଙ୍କ ଉପସ୍ଥିତିରେ ନିଜର ଅଫିସିଆଲ୍ ଏଆଇ କ୍ଲୋନ୍ ଲଞ୍ଚ କରାଯାଇଛି । ସନ୍ନିଙ୍କ ଅଫିସିଆଲ୍ ଏଇ କ୍ଲୋନର ଉନ୍ମୋଚନ ଆଡଭାନ୍ସ ଜେନେରେଟିଭ୍ AI ଟେକ୍ନୋଲୋଜି ମାଧ୍ୟମରେ ରାଜସ୍ୱ ଉତ୍ପାଦନ କ୍ଷେତ୍ରରେ ନୂଆ ସମ୍ଭାବନା ଆଣିବ ବୋଲି କୁହାଯାଉଛି ।

ବ୍ୟକ୍ତିଗତ ତଥ୍ୟ ମାଧ୍ୟମରେ କେବଳ କିଛି କ୍ଲିକ୍, ଡାଟା ଏବଂ ଟ୍ରେନିଂ ପରେ Kamoto.AI ଯେକୈଣସି ବ୍ୟକ୍ତିଙ୍କ ଭର୍ଚୁଆଲ୍ AI ପ୍ରତିକୃତି ସୃଷ୍ଟି କରିପାରିବାରେ ସକ୍ଷମ ଅଟେ । ସନ୍ନିଙ୍କ AI କ୍ଲୋନ୍ ଇଣ୍ଟରାକ୍ଟିଭ୍ ଏବଂ ବ୍ୟକ୍ତିଗତ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହେବ । ଯେଉଁଥିରେ ସନ୍ନିଙ୍କ ଚେହେରା ଦେଖିବା ସହ ସ୍ୱର ମଧ୍ୟ ଆପଣ ଶୁଣିବାକୁ ସକ୍ଷମ ହେବେ । 

ସନିଙ୍କ କ୍ଲୋନ୍  Kamoto ମାଧ୍ୟମରେ ଚାଟ୍ କିମ୍ବା ଭଏସ୍ କଲ୍ ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ । app.kamoto.ai ରେ ଏପରି ସୁବିଧା ମିଳିବ । ଏହା ବ୍ୟତୀତ, ଅନେକ ଲୋକ ପ୍ରାଇମ ମେମ୍ୱରସିପ ନେଇ ବିଭିନ୍ନ ପ୍ରକାରର ସୁବିଧା ପାଇପାରିବେ । କିଛି ଭାଗ୍ୟଶାଳୀ ବ୍ୟକ୍ତିଙ୍କୁ ସନ୍ନିଙ୍କ ସହ ବ୍ୟକ୍ତିଗତ ଭାବରେ ଭେଟିବାର ସୁଯୋଗ ମିଳିବ । କିଛି ଭାଗ୍ୟଶାଳୀ ବିଜେତାଙ୍କୁ ସମ୍ମାନିତ ମଧ୍ୟ କରାଯିବ ।

"ଜେନେରେଟିଭ୍ AI କୁ ଅଗଣିତ ଉପାୟରେ ବ୍ୟବହାର କରାଯାଇପାରିବ, ଏବଂ ସନ୍ନି ଲିଓନ ପରି ସର୍ବଭାରତୀୟ ସେଲିବ୍ରେଟିଙ୍କର ଏହା ସର୍ବପ୍ରଥମ ଅଫିସିଆଲ୍ AI କ୍ଲୋନ୍ ଭାବରେ ବିବେଚନା କରାଯାଉଛି । ଲାଇସେନ୍ସପ୍ରାପ୍ତ AI ପ୍ରତିକୃତି ସୃଷ୍ଟି କରିବା ସମୟରେ ସମସ୍ତ ସୁରକ୍ଷା ବିଷୟରେ ଯାଞ୍ଚ କରାଯାଇଥାଏ । ତେଣୁ ଏଥିରେ ବିପଦ କମ୍ ରହିଥାଏ । ତେବେ ଏହା ପରେ ଅନ୍ୟ ସେଲିବ୍ରେଟିଙ୍କ ଲାଇସେନ୍ସପ୍ରାପ୍ତ AI କ୍ଲୋନଗୁଡ଼ିକର ଲାଇନ୍ଅପ୍ ହେବ ବୋଲି କାମୋଟୋ.ଏଆଇ ସିଇଓ ତୋଶେନ୍ଦ୍ର ସୂଚନା ଦେଇଛନ୍ତି ।

Also Read- ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ନିଆଁରେ ଫସି ରହିଥିବା ଲୋକଙ୍କୁ ସିଡ଼ିରେ କରାଗଲା ଉଦ୍ଧାର

Also Read- Atomic Battery: ବିନା ଚାର୍ଜରେ ୫୦ ବର୍ଷ ଯାଏଁ ଯୋଗାଇବ ଶକ୍ତି