Vikram Vedha Box Office Collection Day 2: ଦ୍ବିତୀୟ ଦିନରେ ଏତିକି କୋଟି ରୋଜଗାର କଲା ବିକ୍ରମ ବେଧା
Advertisement
Article Detail0/zeeodisha/odisha1376777

Vikram Vedha Box Office Collection Day 2: ଦ୍ବିତୀୟ ଦିନରେ ଏତିକି କୋଟି ରୋଜଗାର କଲା ବିକ୍ରମ ବେଧା

Vikram Vedha Box Office Collection Day 2: ବକ୍ସ ଅଫିସରେ ଧମାଲ କରୁଛି  ଫିଲ୍ମ ବିକ୍ରମ ବେଧା । ପ୍ରଥମ ଦିନରେ ବକ୍ସ ଅଫିସରେ ଫିଲ୍ମଟି  ପାଖାପାଖି ୧୦.୫୮ କୋଟି ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନରେ ଫିଲ୍ମଟି ୧୩.୨୫ କୋଟି କଲେକସନ୍‌ କରିଛି । 

ସୌଜନ୍ୟ : ସୋସିଆଲ ମିଡିଆ

Vikram Vedha Box Office Collection Day 2 : ବକ୍ସ ଅଫିସରେ ଧମାଲ କରୁଛି  ଫିଲ୍ମ ବିକ୍ରମ ବେଧା । ପ୍ରଥମ ଦିନରେ ବକ୍ସ ଅଫିସରେ ଫିଲ୍ମଟି  ପାଖାପାଖି ୧୦.୫୮ କୋଟି ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନରେ ଫିଲ୍ମଟି ୧୩.୨୫ କୋଟି କଲେକସନ୍‌ କରିଛି ।  ଅର୍ଥାତ ଦୁଇ ଦିନର ଫିଲ୍ମଟି ୨୪ କୋଟି ରୋଜଗାର କରିଛି । ତେବେ, ଚଳିତ ସପ୍ତାହ ମଧ୍ୟରେ ଫିଲ୍ମଟି ପାଖାପାଖି ୪୦ କୋଟି ରୋଜଗାର କରିବ ବୋଲି ଆଶା କରାଯାଉଛି । ବିଶ୍ୱାସ କରାଯାଉଥିଲା ଯେ ଏହି ଜବରଦସ୍ତ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର କାର୍ତ୍ତିକ ଆର୍ଯ୍ୟନଙ୍କ ଚଳଚ୍ଚିତ୍ର ଭୁଲ ଭୁଲେଆଁ-୨ ର ରେକର୍ଡ ଭାଙ୍ଗିବ। ହେଲେ ଏହା ହୋଇପାରିଲା ନାହିଁ। 

ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କୁ ତିନିଟି ଲୁକରେ ଦେଖିବାକୁ ମିଳିଛି । ହ୍ରିତିକଙ୍କ ବ୍ୟତୀତ ସୈଫ ଅଲି ଖାନ ଏବଂ ରାଧିକା ଆପତେ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।  ବିକ୍ରମ ବେଧା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ରିମେକ୍ । ଯାହା ୨୦୧୭ ତାମିଲ ଭାଷାରେ ରିଲିଜ ହୋଇଥିଲା।  ବିକ୍ରମ ବେଧାର ଫିଲ୍ମର ନିର୍ଦ୍ଦେଶକ ପୁସ୍କର ଗାୟତ୍ରୀ ରହିଛନ୍ତି । ଫିଲ୍ମଟିର ବଜେଟ ରହିଛି ୧.୭୫ ବିଲିୟନ୍ ।  ଯଦି ହ୍ରିତିକ ରୋଶନଙ୍କ କାମର କଥା କହିବା । ତେବେ ଏହି ଅଭିନେତାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି।  ବିକ୍ରମ ବେଧା(Vikram Vedha ) ବ୍ୟତିତ ତାଙ୍କ ହାତରେ ଫାଇଟର(Fighter),  କ୍ରିସ ୪(Krrish 4) ଓ  ଓ୍ବାର୍ ୨ (War 2) ଭଳି ଫିଲ୍ମରେ ସେ ନଜର ଆସିବେ। ସେହିପରି, ସୈଫ୍ ଅଲ୍ଲୀଙ୍କ କାମର କଥା ଯଦି କହିବା ,ସୈଫଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । ଆଦିପୁରୁଷ, ଗୋ ଗୋଆ ଗନ୍ ସିକ୍ବିଏଲ,ହଣ୍ଟର ଭଳି  ମୁଭିରେ ସେ ନଜର ଆସିବେ । 

ଏହାବି ପଢନ୍ତୁ : Actor Arun Govil : ‘ରାମ’ଙ୍କୁ ଦେଖି ଭାବ ବିହ୍ବଳ ହୋଇଗଲେ ଫ୍ୟାନ୍ସ , ଭୋ ଭୋ ହୋଇ କାନ୍ଦିଲେ ଆଉ କହିଲେ....

ସୈଫ୍ ଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷ (Adipurush) । ଏହା ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ ଉପରେ ଆଧାରିତ।  ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ପ୍ରଭାସ।  ଅଭିନେତ୍ରୀ କିର୍ତ୍ତୀ ସାନନ୍ (Kriti Sanon) ସୀତା ମାତା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସେଫ୍ ଅଲ୍ଲୀ ଖାନ୍ (Saif Ali Khan) ଓ ସନ୍ନି ସିଂ(Sunny Singh) ମଧ୍ୟ ନଜର ଆସିବେ। ସେଫ୍ ରାବଣ (Saif Ali Khan) ଭୂମିକାରେ ଏ ଫିଲ୍ମରେ ଅଭିନୟ କରିଥିବା ବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି।  ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ । ତେବେ, ପ୍ରଭାସଙ୍କ ବାହୁବଳୀ ପରି ଆଦିପୁରୁଷ (Adipurush)  ଫିଲ୍ମ ମଧ୍ୟ ବକ୍ସ ଅଫିସରେ ହିଟ୍ କରିବ ବୋଲି ଆଶା କରାଯାଉଛି ।