South Superstar Vijay Deverakonda : କାହିଁକି ଗ୍ରାଉଣ୍ତରେ ବନ୍ଧୁକ ଚଳାଇଲେ ବିଜୟ , ଦେଖନ୍ତୁ ଭିଡିଓ
Advertisement
Article Detail0/zeeodisha/odisha1403733

South Superstar Vijay Deverakonda : କାହିଁକି ଗ୍ରାଉଣ୍ତରେ ବନ୍ଧୁକ ଚଳାଇଲେ ବିଜୟ , ଦେଖନ୍ତୁ ଭିଡିଓ

South Superstar Vijay Deverakonda : ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରାକୋଣ୍ଡା (South Superstar Vijay Deverakonda)।  'ଅର୍ଜୁନ୍ ରେଡ୍ଡୀ' ଓ  'ଗୀତ ଗୋବିନ୍ଦମ' ଫିଲ୍ମ ଦେଇଛି ତାଙ୍କୁ ସ୍ବତନ୍ତ୍ର ପରିଚୟ । 

South Superstar Vijay Deverakonda : କାହିଁକି ଗ୍ରାଉଣ୍ତରେ ବନ୍ଧୁକ ଚଳାଇଲେ ବିଜୟ , ଦେଖନ୍ତୁ ଭିଡିଓ

South Superstar Vijay Deverakonda : ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରାକୋଣ୍ଡା (South Superstar Vijay Deverakonda)।  'ଅର୍ଜୁନ୍ ରେଡ୍ଡୀ' ଓ  'ଗୀତ ଗୋବିନ୍ଦମ' ଫିଲ୍ମ ଦେଇଛି ତାଙ୍କୁ ସ୍ବତନ୍ତ୍ର ପରିଚୟ । ଗୀତ ଗୋବିନ୍ଦମ ଫିଲ୍ମରେ ଦର୍ଶକ ବିଜୟ ଓ ରଶ୍ମିକା ମନ୍ଦନାଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରିଥିଲେ । ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ବିଜୟ ଦେବରାକୋଣ୍ଡାଙ୍କ ଏକ ଭିଡିଓ ଖୁବଯୋରେ ବର୍ତ୍ତମାନ ବେଶ ଭାଇରଲା ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ବିଜୟ  ଗ୍ରାଉଣ୍ତରେ ଏକ ଯବାନ ଡ୍ରେସରେ ଅଛନ୍ତି, ଆଉ  ହାତରେ ବନ୍ଧୁକ ଧରି ଗୁଳି ଚାଳନା କରୁଛନ୍ତି ,ତାହା ପୁଣି ଯବାନଙ୍କ ଗହଣରେ । ତେବେ , ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଭିନେତା ଜଣକ ଖୁବ ଉତ୍ସାହର ସହକାରେ ଏ କାର୍ଯ୍ୟକୁ ସମ୍ପାଦନ କରୁଛନ୍ତି । ଏହି ଭିଡିଓକୁ ସେ ନିଜ ଇନଷ୍ଟାରେ ସେୟାର କରିଛନ୍ତି ।  ଏଥିରେ ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି , ' ଦିସ୍ ଦିଓ୍ବାଲି ଗନ୍ସ, ଗନ୍ସ , ଗନ୍ସ, ନାଇଟ ପେଟ୍ରୋଲସ, ଗେମସ୍, ସଙ୍ଗ, ଡ୍ୟାନ୍ସ, ବୋଟରେସ, ସରଭାଇବାଲ ତ୍ରିଲ୍ସ, ଗ୍ରେଟ ମୋମୋରିଜ୍ #ଜୟ ହିନ୍ଦ # ଜୟ ଯଓ୍ବାନ '।

ଯଦି ଆମେ ବିଜୟ ଦେବରାକୋଣ୍ଡା ୱାର୍କଫ୍ରଣ୍ଟର କଥା କହିବା ତେବେ, ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ତାଙ୍କୁ ଶେଷଥର ପାଇଁ ଫିଲ୍ମ 'ଲିଗର'ରେ  ଦେଖିବାକୁ ମିଳିଥିଲା। ଯେଉଁଥିରେ ବଲିଉଡ ଷ୍ଟାର ଅନନ୍ୟା ପାଣ୍ତେଙ୍କ ସହ ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଏତେ ସଫଳତା ହାସଲ କରି ନ ଥିଲା। ତେହେ ବିଜୟଙ୍କ ଆଗାମୀ ଫିଲ୍ମ ଗୁଡିକ ହେଲା , ଜେଜିଏମ୍- ଜନା ଗନା ମନା, ଖୁସି , ହିରୋ ଭଳି ଫିଲ୍ମରେ ନଜର ଆସିବେ । 

 ଏହାବି ପଢନ୍ତୁ :  Kangana Ranaut : ଆଗକୁ ଆସୁଛି କଣ୍ଟ୍ରୋଭର୍ସି କୁଇନଙ୍କ ବଡ ବଜେଟ ଫିଲ୍ମ, ଲିଡ୍ ରୋଲରେ ଆସିବେ ନଜର !

 

 
 
 
 

 
 
 
 
 
 
 
 
 
 
 

A post shared by Vijay Deverakonda (@thedeverakonda)

 

ଗତ କିଛି ଦିନ ତଳେ,  ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା (Rashmika Mandanna ) ଓ ବିଜୟ ଦେବରକୋଣ୍ଡା (Vijay Deverakonda) ପରପ୍ପରକୁ ଡେଟ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହି ଲବବାର୍ଡ ନିକଟରେ ମାଲଦ୍ବୀପରେ ଛୁଟି କାଟି ଫେରିଛନ୍ତି । ଏନେଇ ରଶ୍ମିକା ମାଲଦ୍ବୀପ ଭ୍ୟାକେସନର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ଫ୍ୟାନ୍ସଙ୍କ କାଫି କମେଣ୍ଟ ଓ ଲାଇକ୍ ମଧ୍ୟ ଆସିଛି । ରଶ୍ମିକା ଓ ବିଜୟ ଯେତେବେଳେ ଉଭୟେ ୨୦୧୮ରେ ତେଲୁଗୁ ଚଳଚ୍ଚିତ୍ର  ଗୀତା ଗୋବିନ୍ଦମରେ କାମ କରୁଥିଲେ । ସେତେବେଳ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେହି ଫିଲ୍ମରେ ଉଭୟେ ଲିଡ୍ ରୋଲରେ ନଜର ଆସିଥିଲେ। ଉଭୟଙ୍କ କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।  ରଶ୍ମିକା ପରବର୍ତ୍ତୀ ସମୟରେ ଫିଲ୍ମ ଆନିମଲରେ ନଜର ଆସିବେ। ସେହି ଫିଲ୍ମରେ ସେ ଅଭିନେତା ରଣବୀର କପୁରଙ୍କ ସହ ଅଭିନୟ କରିଛନ୍ତି । ସେ ମିଶନ ମଜନୁ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ । ତାଙ୍କ ସହ ଲିଡ୍ ରୋଲରେ ନଜର ଆସିବେ ସିଦ୍ଧାର୍ଥ ମାଲହୋତ୍ରା ।