ହାପି ବର୍ଥ ଡେ ଭିକ୍କି କୌଶଲ
Advertisement
Article Detail0/zeeodisha/odisha1186333

ହାପି ବର୍ଥ ଡେ ଭିକ୍କି କୌଶଲ

ଭିକ୍କି କୌଶଲଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ । ଆସିଷ୍ଟାଣ୍ଟ କଳାକାର ଭାବେ ସେ ବଲିଉଡରେ ପାଦ ଥାପିଥିଲେ , ହେଲେ ଏବେ ସେ ବଲିଉଡର ନମ୍ବର ୱାନ ହିରୋ ତାଲିକାରେ ସାମିଲ ପାରିଛନ୍ତି । ନିଜ କଠିନ ପରିଶ୍ରମ ବଳରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରନ୍ତି

ହାପି ବର୍ଥ ଡେ ଭିକ୍କି କୌଶଲ

ନୂଆଦିଲ୍ଲୀ: ବଲିଉଡ୍  ଅଭିନେତା ଭିକ୍କି କୌଶଲ (Vicky Kaushal) । ଆଜି ତାଙ୍କର ୩୪ ତମ ଜନ୍ମ ଦିନ ପାଳନ କରିଛନ୍ତି ।  ମ୍ୟାରେଜ ପରେ ପ୍ରଥମ ଥର ନିଜ ୱାଇଫ କଟ୍ରିନାଙ୍କ ସହ ଭିକ୍କି ପାଳିଲେ ଜନ୍ମ ଦିନ । ଗତ ବର୍ଷ ଡିସେମ୍ବର ମାସ ୯ ତାରିଖରେ ଭିକ୍କି-କଟ୍ରିନା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟ ଏବେ ନ୍ୟୁୟର୍କରେ ଅଛନ୍ତି । ଆଜି ସୋସିଆଲ  ମିଡିଆରେ ଅନେକ ଫ୍ୟାନ୍ସ ଆଉ ସେଲିବ୍ରିଟି ଭିକ୍କିଙ୍କ ବର୍ଥ ଡେ ୱିସ୍ ଜଣାଇଛନ୍ତି ।  ଭିକ୍କି    'ଗ୍ୟାଙ୍ଗସ ଅଫ ୱାସେପୁର' (Gangs of Wasseypur) ରେ ସହକାରୀ ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍  ଆରମ୍ଭ କରିଥିଲେ।  

ଭିକ୍କି କୌଶଲଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ । ଆସିଷ୍ଟାଣ୍ଟ କଳାକାର ଭାବେ ସେ ବଲିଉଡରେ ପାଦ ଥାପିଥିଲେ , ହେଲେ ଏବେ ସେ ବଲିଉଡର ନମ୍ବର ୱାନ ହିରୋ ତାଲିକାରେ ସାମିଲ ପାରିଛନ୍ତି । ନିଜ କଠିନ ପରିଶ୍ରମ ବଳରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । ୨୦୧୫ ମସିହାରେ ସେ ମସାନ୍ (Masaan) ଫିଲ୍ମରେ ଲିଡ୍ ରୋଲ୍ ପ୍ଲେ କରିଥିଲେ । ଏହାପରେ ରମନ୍ ରାଘବ (Raman Raghav)ଭଳି ଫିଲ୍ମରେ କାମ କରିଥିଲେ ।୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ରାଜି (Razi)  ଆଉ ସଞ୍ଜୁ  (Sanju) ପରେ ଲାଇମଲାଇଟକୁ ଆସିଥିଲେ ଭିକ୍କି । ୨୦୧୯ରେ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ (Uri-The Surgical Strike)  ରେ ସେ ନିଜ ଜୋସ୍ ହାଇ କରିବା ସହ ଏଣ୍ଟରଟେନମେଣ୍ଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହାପରେ କେବଳ ସଫଳତାର ପାହାଚ ଚଢି ଚାଲିଛନ୍ତି ଉରି ବାବୁ ।

Also Read: ମାଆ ବନିବାକୁ ଯାଉଛନ୍ତି କଟ୍ରିନା ! ଭିକ୍କି କହିଲେ ସତ କଥା

ଅନ୍ୟ ଅଭିନେତାଙ୍କ ପରି ଭିକ୍କି କୌଶଲ (Vicky Kaushal) ବି ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ସେ ନିଜର ଡେଲି ଅପଡେଟ୍ ସୋସିଆଲ ମିଡିଆରେ ସେୟାର କରନ୍ତି । ସୋସିଆଲ ମିଡିଆରେ ଭିକ୍କିଙ୍କ ଫ୍ୟାନ୍ ଫଲୋଇଂ ମଧ୍ୟ ବେଶ ଅଧିକ । ଇନଷ୍ଟାଗ୍ରାମରେ ଭିକ୍କିଙ୍କ ଫଲେୋର୍ସ ସଂଖ୍ୟା ୧୩.୬ ମିଲିୟନ ରହିଛି । ତାଙ୍କର ଗୋଟିଏ ଗୋଟିଏ ଫଟୋ ଏବଂ ପୋଷ୍ଟରେ ଲକ୍ଷାଧିକ ଲାଇକ୍ସ ଆଉ କମେଣ୍ଟ ଆସେ । ଭିକ୍କି କୌଶଲ ନିଜ ଜିମିଂ ହେଉ ବା ଫିଲ୍ମ ସେଟ୍ ସବୁସ୍ଥାନରୁ ନିଜ ଫଟୋ ନିଜ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି ଭିକ୍କି ।।ଭିକ୍କି କୌଶଲଙ୍କ ହାତରେ ଅନେକ ଫିଲ୍ମର ଅଫର ରହିଛି । ଗୋବିନ୍ଦା ନାମ ମେରା (Govinda Naam Mera) ଏବଂ ଲୁକ୍କାଚୁପି-୨ (Lukka Chupi-2) ଚଳିତ ବର୍ଷ ରିଲିଜ ଅପେକ୍ଷାରେ ରହିଛି । ଭିକ୍କି ଯେକୌଣସି ଭୂମିକାରେ ପୁରା ପୁରି ଭାବେ ନିଜକୁ ଫିଟ୍ କରନ୍ତି । ପରଦା ଉପରେ ତାଙ୍କର ଦମଦାର ଅଭିନୟ ସମସ୍ତଙ୍କୁ ପସନ୍ଦ ଆସେ ।

Also Read: ମହେଶ ବାବୁଙ୍କୁ କଡ଼ା ଜବାବ ଦେଲେ ସୁନୀଲ ସେଟ୍ଟୀ , କହିଲେ 'ବାପ୍ ହମେଶା ବାପ୍ ରହେଗା '

ବଲିଉଡର ଏହି ଅଭିନେତାଙ୍କୁ ମଧ୍ୟ ଅନେକ ରିଜେକସନର ସାମ୍ନା କରିବାକୁ ପଡ଼ିଥିଲା । ଫିଲ୍ମ ମସାନ ପୂର୍ବରୁ ସେ ରାକେଶ ଓମପ୍ରକାଶ ମେହରାଙ୍କ ନିର୍ଦ୍ଦେଶିତ ଫିଲ୍ମ ଭାଗ୍ ମିଲଖା ଭାଗ୍ ପାଇଁ ଅଡିସନ ଦେଇଥିଲେ । ହେଲେ ପରେ ତାଙ୍କୁ ରିଜେକ୍ଟ କରିଦିଆଯାଇଥିଲା ।ଏପରିକି ଅନେକ ଫିଲ୍ମରେ ତାଙ୍କୁ ସେକେଣ୍ଡ ଲିଡ୍ ରୋଲର ଅଫର ମିଳିଥିଲେ ମଧ୍ୟ ଫିଲ୍ମ କରିବାକୁ ମନା କରିଦେଇଥିଲେ ଭିକ୍କି କୌଶଲ । ଫିଲ୍ମ 83ରେ ଭିକ୍କିଙ୍କୁ ମହିନ୍ଦ୍ର ଅମରନାଙ୍କ ଭୂମିକାରେ ଅଭିନୟ କରିବାକୁ ଅଫର ଦିଆଯାଇଥିଲା , ମାତ୍ର ଭିକ୍କି ସେକେଣ୍ଡ ଲିଡ୍ ରୋଲ ପ୍ଲେ କରିବାକୁ ମନା କରିଦେଇଥିଲେ ।