Aashiqui-3ରେ କାର୍ତ୍ତିକ ଆର୍ୟାନ: ପାଗଳ ପ୍ରେମୀ ଦୃଶ୍ୟରେ ଆସିବେ ନଜର
Advertisement

Aashiqui-3ରେ କାର୍ତ୍ତିକ ଆର୍ୟାନ: ପାଗଳ ପ୍ରେମୀ ଦୃଶ୍ୟରେ ଆସିବେ ନଜର

Aashiqui-3:  ବଲିଉଡ୍‌ର ହ୍ୟାଣ୍ଡସମ ବୟ କାର୍ତ୍ତିକ ଆର୍ୟାନ (Kartik Aaryan)। ଗୋଟିଏ ପରେ ଗୋଟିଏ ବ୍ଲକବଷ୍ଟର ଫିଲ୍ମ ଦେଇ ଇଣ୍ଡଷ୍ଟ୍ରିରେ ସେ ହୋଇପାରିଛନ୍ତି ଜଣେ ପ୍ରମୁଖ ଅଭିନେତା । ତେବେ ମିଳିଥିବା ସୂଚନା ଅନୁଯାୟୀ କାର୍ତ୍ତିକଙ୍କ ହାତରେ ଆଉ ଏକ ବଡ ଫିଲ୍ମ ଅଛି। ତାଙ୍କୁ ଅଫର କରାଯାଇଛି ଅନୁରାଗ ବସୁଙ୍କ (Anurag Basu)ର ଏକ ବଡ ଫିଲ୍ମ (Big Film) ।

  • Aashiqui-3:  ବଲିଉଡ୍‌ର ହ୍ୟାଣ୍ଡସମ ବୟ କାର୍ତ୍ତିକ ଆର୍ୟାନ (Kartik Aaryan)। ଗୋଟିଏ ପରେ ଗୋଟିଏ ବ୍ଲକବଷ୍ଟର ଫିଲ୍ମ ଦେଇ ଇଣ୍ଡଷ୍ଟ୍ରିରେ ସେ ହୋଇପାରିଛନ୍ତି ଜଣେ ପ୍ରମୁଖ ଅଭିନେତା । ତାଙ୍କ ହାତରେ ବର୍ତ୍ତମାନ ରହିଛି ଅନେକ ବଡ଼ ବଡ଼ ପ୍ରୋଜେକ୍ଟ । ‘ଭୁଲ ଭୁଲେୟାଁ-୨’ର ବଡ ସଫଳତା ପରେ ସେ ‘ସତ୍ୟପ୍ରେମ କି କଥା’ର ସୁଟିଂ ଆରମ୍ଭ କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ କାର୍ତ୍ତିକଙ୍କ ହାତରେ ଆଉ ଏକ ବଡ ଫିଲ୍ମ ଅଛି। ତାଙ୍କୁ ଅଫର କରାଯାଇଛି ଅନୁରାଗ ବସୁଙ୍କ (Anurag Basu)ର ଏକ ବଡ ଫିଲ୍ମ (Big Film) ।
  • ଅନ୍ୟପଟେ ଦର୍ଶକମାନେ ମଧ୍ୟ ଆଶିକି -୨ ପରେ ଆଶିକି -୩ କୁ  ଅପେକ୍ଷା କରିଛନ୍ତି । ଏହି ହିଟ୍ ସିକ୍ୱେଲ୍‌କୁ ନେଇ ଅନେକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ୟଙ୍ଗ ଆଇକନ୍ କାର୍ତ୍ତିକ ଆର୍ୟାନ୍ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଭାବରେ ମନୋନୀତ ହୋଇଛନ୍ତି । କାର୍ତ୍ତିକ ଆର୍ଯ୍ୟନ ଆଶିକି-୩ ପାଇଁ ଅନୁରାଗ ବସୁଙ୍କ ସହ ସହଯୋଗ କରିବାକୁ ଯାଉଛନ୍ତି ।ଏହି ଚଳଚ୍ଚିତ୍ର ସାଇନ୍ କରିଥିବାରୁ କାର୍ତ୍ତିକ ଆର୍ୟାନ୍ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।  ଅନୁରାଗ ବସୁ, ପ୍ରୀତମ, ଭୂଷଣ କୁମାର ଏବଂ ମୁକେଶ ଭଟ୍ଟଙ୍କ ସହ ଏକ ଚିତ୍ର ସେୟାର କରି ଆନିଷ୍ଠାନିକ ଭାବେ ଘୋଷଣା କରିଛନ୍ତି । କ୍ୟାପସନରେ ସେ ଲେଖିଛନ୍ତି, "ଟିମ୍ 'ଏ', ଏବଂ ପରେ ପରେ ଏକ ହୃଦୟ ଇମୋଟିକନ୍ । ଆହୁରି ମଧ୍ୟ, ସେ ଆଶିକି-୩ର ପ୍ରଥମ ଲୁକ୍ ଉନ୍ମୋଚନ କରିଥିଲେ । ସେ ଇନଷ୍ଟାଗ୍ରାମରେ ଏକ କ୍ଲିପ୍ ସେୟାର କରି ପୃଷ୍ଠଭୂମିରେ ଅବ ତେରେ ବିନ୍ ଗୀତ ଯୋଡିଥିଲେ। ସେ ଏହି କ୍ଲିପ୍‌ର କ୍ୟାପସନରେ ଲେଖିଛନ୍ତି ଯେ "ଅବ ତେରେ ବିନ୍ ଜୀ ଲେଙ୍ଗେ ହମ୍ ଜେହେର ଜିନ୍ଦେଗି କା ପି ଲେଙ୍ଗେ ହମ୍ # ଆଶିକ୍-୩ ଏହା ହୃଦୟ ବିଦାରକ ହେବାକୁ ଯାଉଛି !! ବସୁ ଦାଙ୍କ ସହିତ ମୋର ପ୍ରଥମ" ।
  • କାର୍ତ୍ତିକ ଆର୍ୟାନ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟଗୁଡିକ ସେୟାର କରିବା ପରେ, ତାଙ୍କର ଫ୍ୟାନ୍ସ ଓ ଫଲୋଅର୍ସ ମାନେ କମେଣ୍ଟ ବକ୍ସ ଭର୍ତ୍ତୀ କରିଦେଇଛନ୍ତି । ଫରାହ ଖାନ ମନ୍ତବ୍ୟ ଦେଇ ଲେଖିଛନ୍ତି....ଅଭିନନ୍ଦନ, ହାନସାଲ ମେହେଟ୍ଟା ଲେଖିଛନ୍ତି, ଏହାଠାରୁ ଅଧିକ ମେଲୋଡିୟସ୍ ଗୀତ ଗାଇ ପାରିବେ ନାହିଁ ! ଏବଂ ଅଭିକା ଗୋର ଲେଖିଛନ୍ତି, "ଅଭିନନ୍ଦନ! ବହୁତ ଭଲ" ।
  • ବଲିଉଡର ରୋମାଣ୍ଟିକ୍ ଫିଲ୍ମ ଆଶିକିର ଏହା ପାର୍ଟ-୩ ଏବଂ ଏଥିରେ କାର୍ତ୍ତିକ ଆର୍ୟାନ୍ ଲଭର୍ ବଏ ଷ୍ଟାଇଲରେ ଦେଖିବାକୁ ମିଳିବେ । ଅନୁରାଗ ବସୁ ଆଶିକି-୩ର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ମୁଖ୍ୟ ଅଭିନେତ୍ରୀଙ୍କ ବିଷୟରେ ନିର୍ମାତା କୌଣସି ସୂଚନା ଦେଇନାହାଁନ୍ତି । ଏହା ବ୍ୟତୀତ ଆଶିକି-୩ର ସୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ମ୍ୟୁଜିକାଲ୍ ରୋମାଣ୍ଟିକ୍ ଫିଲ୍ମ ପାଇଁ ସଙ୍ଗୀତ ଦେବେ ପ୍ରୀତମ୍ ।
  • ତେବେ ଆପଣଙ୍କୁ ଜଣାଇଦେବାକୁ ଚାହିଁବୁ,୧୯୯୦ ରେ ମୁକ୍ତିଲାଭ କରିଥିବା ମୂଳ ଆଶିକି ରେ ମହେଶ ଭଟ୍ଟ ଅଭିନୟ କରିଥିଲେ ଏବଂ ଏଥିରେ ରାହୁଲ ରୟ ଏବଂ ଅନୁ ଅଗ୍ରୱାଲ ମଧ୍ୟ ଅଭିନୟ କରିଥିଲେ। ଦ୍ୱିତୀୟ ଆଶିକି ରେ ୨୦୧୩ ରେ ଶ୍ରଦ୍ଧା କପୁର ଏବଂ ଆଦିତ୍ୟ ରୟ କାପୁରଙ୍କ ଅଭିନୀତ ଏହି ଫିଲ୍ମକୁ ମୋହିତ ସୌରୀ ପୁନର୍ଜୀବିତ କରିଥିଲେ ।
  • ଏହି ସମୟରେ, ଏକ ସାକ୍ଷାତକାରରେ କାର୍ତ୍ତିକ ଆର୍ୟାନ୍ ଆଶିକ୍-୩ ବିଷୟରେ କହିଥିଲେ ଏବଂ ତାଙ୍କର ଉତ୍ସାହ ବାଣ୍ଟିଥିଲେ । ସେ କହିଛନ୍ତି, "ସମୟାତୀତ କ୍ଲାସିକ୍ 'ଆଶିକି' ଏକ ଏମିତି ଜିନିଷ ଯାହାକୁ ଦଖି ମୁଁ ବଡ଼ ହୋଇଛି ଏବଂ 'ଆଶିକି-୩' ରେ କାମ କରିବା ଏକ ସ୍ୱପ୍ନ ସାକାର ହେବା ଭଳି ଘଟଣା ଅଟେ। ଏହି ସୁଯୋଗ ପାଇଁ ମୁଁ ଭୂଷଣ କୁମାର ଏବଂ ମୁକେଶ ଭଟ୍ଟଙ୍କ ସହ କାମ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରିବା ସହିତ ସମସ୍ତଙ୍କୁ ଅନ୍ତରରୁ  ଧନ୍ୟବାଦ ଜ୍ଞାପନ କରୁଛି । ଅନୁରାଗ ବସୁଙ୍କ କାର୍ଯ୍ୟର ମୁଁ  ଜଣେ ବଡ଼ ପ୍ରଶଂସକ ଏବଂ ଏହି ଫିଲ୍ମରେ ତାଙ୍କ ସହ କାମ କରିବା ନିଶ୍ଚିତ ଭାବରେ ମୋତେ ଆଗକୁ ଯିବାରେ ସହାୟକ ହେବ ।''

Trending Photos

ପ୍ରତୀକାତ୍ମକ

Aashiqui-3:  ବଲିଉଡ୍‌ର ହ୍ୟାଣ୍ଡସମ ବୟ କାର୍ତ୍ତିକ ଆର୍ୟାନ (Kartik Aaryan)। ଗୋଟିଏ ପରେ ଗୋଟିଏ ବ୍ଲକବଷ୍ଟର ଫିଲ୍ମ ଦେଇ ଇଣ୍ଡଷ୍ଟ୍ରିରେ ସେ ହୋଇପାରିଛନ୍ତି ଜଣେ ପ୍ରମୁଖ ଅଭିନେତା । ତାଙ୍କ ହାତରେ ବର୍ତ୍ତମାନ ରହିଛି ଅନେକ ବଡ଼ ବଡ଼ ପ୍ରୋଜେକ୍ଟ । ‘ଭୁଲ ଭୁଲେୟାଁ-୨’ର ବଡ ସଫଳତା ପରେ ସେ ‘ସତ୍ୟପ୍ରେମ କି କଥା’ର ସୁଟିଂ ଆରମ୍ଭ କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ କାର୍ତ୍ତିକଙ୍କ ହାତରେ ଆଉ ଏକ ବଡ ଫିଲ୍ମ ଅଛି। ତାଙ୍କୁ ଅଫର କରାଯାଇଛି ଅନୁରାଗ ବସୁଙ୍କ (Anurag Basu)ର ଏକ ବଡ ଫିଲ୍ମ (Big Film) ।

ଅନ୍ୟପଟେ ଦର୍ଶକମାନେ ମଧ୍ୟ ଆଶିକି -୨ ପରେ ଆଶିକି -୩ କୁ  ଅପେକ୍ଷା କରିଛନ୍ତି । ଏହି ହିଟ୍ ସିକ୍ୱେଲ୍‌କୁ ନେଇ ଅନେକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ୟଙ୍ଗ ଆଇକନ୍ କାର୍ତ୍ତିକ ଆର୍ୟାନ୍ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଭାବରେ ମନୋନୀତ ହୋଇଛନ୍ତି । କାର୍ତ୍ତିକ ଆର୍ଯ୍ୟନ ଆଶିକି-୩ ପାଇଁ ଅନୁରାଗ ବସୁଙ୍କ ସହ ସହଯୋଗ କରିବାକୁ ଯାଉଛନ୍ତି ।ଏହି ଚଳଚ୍ଚିତ୍ର ସାଇନ୍ କରିଥିବାରୁ କାର୍ତ୍ତିକ ଆର୍ୟାନ୍ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।  ଅନୁରାଗ ବସୁ, ପ୍ରୀତମ, ଭୂଷଣ କୁମାର ଏବଂ ମୁକେଶ ଭଟ୍ଟଙ୍କ ସହ ଏକ ଚିତ୍ର ସେୟାର କରି ଆନିଷ୍ଠାନିକ ଭାବେ ଘୋଷଣା କରିଛନ୍ତି । କ୍ୟାପସନରେ ସେ ଲେଖିଛନ୍ତି, "ଟିମ୍ 'ଏ', ଏବଂ ପରେ ପରେ ଏକ ହୃଦୟ ଇମୋଟିକନ୍ । ଆହୁରି ମଧ୍ୟ, ସେ ଆଶିକି-୩ର ପ୍ରଥମ ଲୁକ୍ ଉନ୍ମୋଚନ କରିଥିଲେ । ସେ ଇନଷ୍ଟାଗ୍ରାମରେ ଏକ କ୍ଲିପ୍ ସେୟାର କରି ପୃଷ୍ଠଭୂମିରେ ଅବ ତେରେ ବିନ୍ ଗୀତ ଯୋଡିଥିଲେ। ସେ ଏହି କ୍ଲିପ୍‌ର କ୍ୟାପସନରେ ଲେଖିଛନ୍ତି ଯେ "ଅବ ତେରେ ବିନ୍ ଜୀ ଲେଙ୍ଗେ ହମ୍ ଜେହେର ଜିନ୍ଦେଗି କା ପି ଲେଙ୍ଗେ ହମ୍ # ଆଶିକ୍-୩ ଏହା ହୃଦୟ ବିଦାରକ ହେବାକୁ ଯାଉଛି !! ବସୁ ଦାଙ୍କ ସହିତ ମୋର ପ୍ରଥମ" ।

କାର୍ତ୍ତିକ ଆର୍ୟାନ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟଗୁଡିକ ସେୟାର କରିବା ପରେ, ତାଙ୍କର ଫ୍ୟାନ୍ସ ଓ ଫଲୋଅର୍ସ ମାନେ କମେଣ୍ଟ ବକ୍ସ ଭର୍ତ୍ତୀ କରିଦେଇଛନ୍ତି । ଫରାହ ଖାନ ମନ୍ତବ୍ୟ ଦେଇ ଲେଖିଛନ୍ତି....ଅଭିନନ୍ଦନ, ହାନସାଲ ମେହେଟ୍ଟା ଲେଖିଛନ୍ତି, ଏହାଠାରୁ ଅଧିକ ମେଲୋଡିୟସ୍ ଗୀତ ଗାଇ ପାରିବେ ନାହିଁ ! ଏବଂ ଅଭିକା ଗୋର ଲେଖିଛନ୍ତି, "ଅଭିନନ୍ଦନ! ବହୁତ ଭଲ" ।

ବଲିଉଡର ରୋମାଣ୍ଟିକ୍ ଫିଲ୍ମ ଆଶିକିର ଏହା ପାର୍ଟ-୩ ଏବଂ ଏଥିରେ କାର୍ତ୍ତିକ ଆର୍ୟାନ୍ ଲଭର୍ ବଏ ଷ୍ଟାଇଲରେ ଦେଖିବାକୁ ମିଳିବେ । ଅନୁରାଗ ବସୁ ଆଶିକି-୩ର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ମୁଖ୍ୟ ଅଭିନେତ୍ରୀଙ୍କ ବିଷୟରେ ନିର୍ମାତା କୌଣସି ସୂଚନା ଦେଇନାହାଁନ୍ତି । ଏହା ବ୍ୟତୀତ ଆଶିକି-୩ର ସୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ମ୍ୟୁଜିକାଲ୍ ରୋମାଣ୍ଟିକ୍ ଫିଲ୍ମ ପାଇଁ ସଙ୍ଗୀତ ଦେବେ ପ୍ରୀତମ୍ ।

ତେବେ ଆପଣଙ୍କୁ ଜଣାଇଦେବାକୁ ଚାହିଁବୁ,୧୯୯୦ ରେ ମୁକ୍ତିଲାଭ କରିଥିବା ମୂଳ ଆଶିକି ରେ ମହେଶ ଭଟ୍ଟ ଅଭିନୟ କରିଥିଲେ ଏବଂ ଏଥିରେ ରାହୁଲ ରୟ ଏବଂ ଅନୁ ଅଗ୍ରୱାଲ ମଧ୍ୟ ଅଭିନୟ କରିଥିଲେ। ଦ୍ୱିତୀୟ ଆଶିକି ରେ ୨୦୧୩ ରେ ଶ୍ରଦ୍ଧା କପୁର ଏବଂ ଆଦିତ୍ୟ ରୟ କାପୁରଙ୍କ ଅଭିନୀତ ଏହି ଫିଲ୍ମକୁ ମୋହିତ ସୌରୀ ପୁନର୍ଜୀବିତ କରିଥିଲେ ।

ଏହି ସମୟରେ, ଏକ ସାକ୍ଷାତକାରରେ କାର୍ତ୍ତିକ ଆର୍ୟାନ୍ ଆଶିକ୍-୩ ବିଷୟରେ କହିଥିଲେ ଏବଂ ତାଙ୍କର ଉତ୍ସାହ ବାଣ୍ଟିଥିଲେ । ସେ କହିଛନ୍ତି, "ସମୟାତୀତ କ୍ଲାସିକ୍ 'ଆଶିକି' ଏକ ଏମିତି ଜିନିଷ ଯାହାକୁ ଦଖି ମୁଁ ବଡ଼ ହୋଇଛି ଏବଂ 'ଆଶିକି-୩' ରେ କାମ କରିବା ଏକ ସ୍ୱପ୍ନ ସାକାର ହେବା ଭଳି ଘଟଣା ଅଟେ। ଏହି ସୁଯୋଗ ପାଇଁ ମୁଁ ଭୂଷଣ କୁମାର ଏବଂ ମୁକେଶ ଭଟ୍ଟଙ୍କ ସହ କାମ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରିବା ସହିତ ସମସ୍ତଙ୍କୁ ଅନ୍ତରରୁ  ଧନ୍ୟବାଦ ଜ୍ଞାପନ କରୁଛି । ଅନୁରାଗ ବସୁଙ୍କ କାର୍ଯ୍ୟର ମୁଁ  ଜଣେ ବଡ଼ ପ୍ରଶଂସକ ଏବଂ ଏହି ଫିଲ୍ମରେ ତାଙ୍କ ସହ କାମ କରିବା ନିଶ୍ଚିତ ଭାବରେ ମୋତେ ଆଗକୁ ଯିବାରେ ସହାୟକ ହେବ ।