Urvashi Rautela: ଋଷଭଙ୍କ ପାଇଁ ଏମିତି କାମ କଲେ ଉର୍ବଶୀ, ୟୁଜର୍ସ କହିଲେ କ୍ରିକେଟର ଅଛନ୍ତି ଜୀବିତ
Advertisement
Article Detail0/zeeodisha/odisha1509910

Urvashi Rautela: ଋଷଭଙ୍କ ପାଇଁ ଏମିତି କାମ କଲେ ଉର୍ବଶୀ, ୟୁଜର୍ସ କହିଲେ କ୍ରିକେଟର ଅଛନ୍ତି ଜୀବିତ

Urvashi Rautela: କାର ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ଋଷଭ ପନ୍ତ ବତ୍ତମାନ ଡେରାଡୁନର ମାସ୍କ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ପନ୍ତଙ୍କ ଚିକିତ୍ସାରେ ପାଞ୍ଚ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି । ଏହି ଡାକ୍ତରୀ ଟିମରେ ସର୍ଜନ, ଅର୍ଥୋପେଡିକ୍ ସର୍ଜନ ସମେତ ଅନେକ ବିଶେଷଜ୍ଞ ଡାକ୍ତର ସାମିଲ ଅଛନ୍ତି।

Urvashi Rautela:  ଋଷଭଙ୍କ ପାଇଁ ଏମିତି କାମ କଲେ ଉର୍ବଶୀ, ୟୁଜର୍ସ କହିଲେ କ୍ରିକେଟର ଅଛନ୍ତି ଜୀବିତ

Urvashi Rautela: କାର ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ଋଷଭ ପନ୍ତ ବତ୍ତମାନ ଡେରାଡୁନର ମାସ୍କ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ପନ୍ତଙ୍କ ଚିକିତ୍ସାରେ ପାଞ୍ଚ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି । ଏହି ଡାକ୍ତରୀ ଟିମରେ ସର୍ଜନ, ଅର୍ଥୋପେଡିକ୍ ସର୍ଜନ ସମେତ ଅନେକ ବିଶେଷଜ୍ଞ ଡାକ୍ତର ସାମିଲ ଅଛନ୍ତି। ଏନେଇ ଋଷଭଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କ୍ରୀଡାପ୍ରେମୀ । କେବେଳ ସେତିକି ନୁହେଁ, ଦିର୍ଘଦିନ ଧରି ଋଷଭଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ଅଭିନେତ୍ରୀ ଉର୍ବଶ୍ରୀ ରୌତଲା ମଧ୍ୟ ଋଷଭଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି । ଏନେଇ ଶୁକ୍ରବାର ଦିନ ଅର୍ଥାତ ଯେଉଁଦିନ ଋଷଭଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେହିଦିନ ସେ ନିଜ ଇନଷ୍ଟାରେ କ୍ରିକେଟରଙ୍କ ପାଇଁ ଏକ ପୋଷ୍ଟ ମଧ୍ୟ କରିଥିଲେ ଉର୍ବଶ୍ରୀ। ତେବେ, ଏହାରି ଭିତରେ ଏକ ଖବର ଆସିଛି ଯେ, ଉର୍ବଶୀ ରୌତଲା  କୁଆଡେ ଋଷଭ ପନ୍ଥଙ୍କୁ ଭେଟିବାକୁ ଯାଉଛନ୍ତି। ଏନେଇ ଏୟାର ପୋର୍ଟରେ ତାଙ୍କୁ ଦେଖିବାକୁ ମିଳିଥିଲା ବୋଲି ଚର୍ଚ୍ଚା ହେଉଛି ।

ଉର୍ବଶୀ ରୌତଲାଙ୍କ ଭିଡିଓ ଭାଇରାଲ ହୋଇଛି:

ଉର୍ବଶୀ ରୌତଲା ବିମାନ ବନ୍ଦର ଯାଇଥିବାର ଏକ ଭିଡିଓ ଭାଇରାଲ ହେଉଛି । ସେ ଏକ ବ୍ଲାକ କର୍ଲର ବଡିକନ୍ ଡ୍ରେସ (black colored bodycon dress) ପିନ୍ଧିଥିବା ଦେଖିବାକୁ ମିଳିଥିଲା ​। ଏଥିରେ ଅଭିନେତ୍ରୀ ଜଣକ ଖୁବ ହଟ ଦିଶୁଥିଲେ। ଅଭିନେତ୍ରୀ ଜଣକ ବିମାନ ବନ୍ଦରରେ ପହଞ୍ଚିଥିବାର ଭିଡିଓ ସାମ୍ନାକୁ ଆସିବା ପରେ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

ୟୁଜର୍ସମାନେ ଅଜବ ପ୍ରଶ୍ନ ପଚାରିଛନ୍ତି :

ଭାଇରାଲ ହେଉଥିବା ଏହି ଭିଡିଓ ଉପରେ ଅନେକ ୟୁଜର୍ସ କଡା ମନ୍ତବ୍ୟ ଦେଇଛନ୍ତି, ଜଣେ ୟୁଜର୍ସ ଲେଖିଛନ୍ତି , ମାଡାମ୍ ଆପଣ ଋଷଭ ଭାଇଙ୍କୁ ଦେଖିବାକୁ ମାକ୍ସ ହସପିଟାଲ ଯାଉଛନ୍ତି କି ?'ସେହିପରି ଅନ୍ୟଜଣେ ଲେଖିଛନ୍ତି ଯେ,ଋଷଭ ଭାଇ ଜୀବିତ ଅଛନ୍ତି ଆପଣ କଣ ପାଇଁ କଳା ପୋଷାକ ପିନ୍ଧିଛନ୍ତି ବୋଲି ପଚାରିଛନ୍ତି  ?'ସେହିପରି,ଏହା ବ୍ୟତୀତ ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ଯେ 'ଏତେ ପ୍ରସ୍ତୁତ ହୋଇ ଡାକ୍ତରଖାନା ଯିବାର ଆବଶ୍ୟକତା ନାହିଁ। '

 

୨୦୧୮ ମସିହାରେ ଋଷଭ ଉର୍ବଶୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା :

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ୨୦୧୮ ମସିହାରେ,ଋଷଭ ପନ୍ତଙ୍କ ସହ ଉର୍ବଶୀ ରୌତେଲାଙ୍କ ଡେଟିଂ ଖବର ସାମ୍ନାକୁ ଆସିଥିଲା । ଏହାପରେ ଉଭୟଙ୍କୁ ଏକାଠି ଅନେକ ଇଭେଣ୍ଟରେ ମଧ୍ୟ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ପରେ ଋଷଭ ପନ୍ଥ ଉଭୟଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଥିଲେ, ଏହାକୁ ଉଡା ଖବର ବୋଲି କହିଥିଲେ । ଏବଂ ତାଙ୍କ ପ୍ରେମିକା ଇଶା ନେଗିଙ୍କ ସହ ତାଙ୍କର ସମ୍ପର୍କ ଥିବା ମଧ୍ୟ କହିଥିଲେ। ପରେ ଦିର୍ଘ ଦିନର ବ୍ୟବଧାନ ପରେ ଅର୍ଥାତ ୨୦୨୨ରେ ଉର୍ବଶୀ ରୌତେଲା ପନ୍ତଙ୍କ ନାଁ ନ ନେଇ ଏକ ସାକ୍ଷାତକାର ତାଙ୍କୁ ନେଇ ଏକ ବିବୃତ୍ତି ଦେଇଥିଲେ, ସେହି ଦିନଠାରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଦୁହେଁ ପରସ୍ପରର ନାଁ ନ ନେଇ ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ କିଛିନା କିଛି ପୋଷ୍ଟ କରିବା ଆରମ୍ଭ କରିଦେଇଥିଲେ ,ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।