Urfi Javed: ପୂର୍ବତନ ପ୍ରେମିକ ବିଷୟରେ ବଡ ଖୁଲାସା କଲେ ଉର୍ଫି, କହିଲେ ସେ ମୋତେ ନେଇ...
Advertisement

Urfi Javed: ପୂର୍ବତନ ପ୍ରେମିକ ବିଷୟରେ ବଡ ଖୁଲାସା କଲେ ଉର୍ଫି, କହିଲେ ସେ ମୋତେ ନେଇ...

Urfi Javed: ଟିଭି ଅଭିନେତ୍ରୀ ତଥା ମଡେଲ ଉର୍ଫି ଜାଭେଦ୍ । ଅଭିନୟ ପାଇଁ ନୁହେଁ ବୋଲ୍ଡନେସ ପାଇଁ ସେ ଅଧିକ ପରିଚିତ । ଉର୍ଫି ନିଜର ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ କିନ୍ତୁ ନିଜ ପୂର୍ବତନ ପ୍ରେମିକଙ୍କୁ ନେଇ କିଛି ଖୁଲାସା କରିଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Urfi Javed: ଟିଭି ଅଭିନେତ୍ରୀ ତଥା ମଡେଲ ଉର୍ଫି ଜାଭେଦ୍ ।  ଅଭିନୟ ପାଇଁ ନୁହେଁ ବୋଲ୍ଡନେସ ପାଇଁ ସେ ଅଧିକ ପରିଚିତ । ଉର୍ଫି ନିଜର ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ କିନ୍ତୁ ନିଜ ପୂର୍ବତନ ପ୍ରେମିକଙ୍କୁ ନେଇ କିଛି ଖୁଲାସା କରିଛନ୍ତି ।  ଉର୍ଫିଙ୍କ ପୂର୍ବତନ ପ୍ରେମିକ ପାରାସ କଲନାଓ୍ବାତ( paras kalnawat)। ପାରାସ ଜଣେ ଭଲ ଅଭିନେତା । 

ପାରାସ କଲନାଓ୍ବାତ ଜଣେ ଛୋଟ ପିଲା ବୋଲି କହିଲେ ଉର୍ଫି : 

ଟେଲି ଚକରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିକଟରେ ଉର୍ଫି ନିଜର ପୂର୍ବତନ ପ୍ରେମିକ ତଥା ଅଭିନେତା ପାରାସ ସହ ତାଙ୍କ ସମ୍ପର୍କ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି,  'ଆମେ ଏକାଠି ହେବାର ମାତ୍ର ମାସେ ପରେ ତାଙ୍କ ସହ ବ୍ରେକଅପ୍ କରିବାକୁ ମୁଁ ଚାହୁଁଥିଲି। ସେ ଏକ ଛୋଟ ଛୁଆ ପରି ମୋତେ ଲାଗୁଥିଲେ। ତାଙ୍କର ଏ ଗୁଣ ମୋତେ ଟିକେ ବି ପସନ୍ଦ ଲାଗୁ ନ ଥିଲା। ଅଧିକାଂଶ ସମୟରେ ସେ ମୋତେ ନେଇ ଅଧିକ ପଜେସିଭ ହୋଇ ପଡୁଥିଲା '। 

ଏହାବି ପଢନ୍ତୁ : Janhvi Kapoor: ଜାହ୍ନବୀଙ୍କ ହାତରୁ ପପକର୍ଣ୍ଣ କିଣିବା ପାଇଁ ଫ୍ୟାନ୍ସଙ୍କ ଲମ୍ବା ଲାଇନ୍

ଏହାବି ପଢନ୍ତୁ : Happy Birthday Aishwarya Rai Bachchan: ବିବାହ ପରେ ବିବାଦ ଘେରକୁ କେମିତି ଟାଣି ହୋଇଥିଲେ ଐଶ୍ୱର୍ଯ୍ୟା,ଜାଣନ୍ତୁ

ଏହାବି ପଢନ୍ତୁ : Urfi Javed: ପୁଣି ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଉର୍ଫି, ସୋସିଆଲ ମିଡିଆରେ ନିଆଁ ଲଗାଇଲା ଏହି ଫଟୋ

ଉର୍ଫି ପାରାସ ପରସ୍ପର ପୁଣି ରିଲେସନସିପରେ ଅଛନ୍ତି କି ?

ଗତ କିଛି ଦିନ ହେବ ଉର୍ଫି ଓ ତାଙ୍କ ପୂର୍ବତନ ପ୍ରେମିକ ପୁଣି ଥରେ ରିଲେସନସିପରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ପରପ୍ପରକୁ ଉଭୟ ଡେଟ ମଧ୍ୟ କରୁଛନ୍ତି । ଏହି ସବୁ ଉଡା ଖବର ଉପରେ ଉର୍ଫି ମଧ୍ୟ କଡା ଜବାବ ରଖିଛନ୍ତି । ସେ କହିଛନ୍ତି ପୂର୍ବପରି ଉଭୟଙ୍କ ମଧ୍ୟରେ ସେଭଳି କିଛି ସମ୍ପର୍କ ନାହିଁ । ଆମେ ଦୁହେଁ କେବେଳ ଭଲ ବନ୍ଧୁ । କିନ୍ତୁ ପାରାସ ମୋ ପାଖକୁ ପୁଣି ଥରେ ଫେରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଉର୍ଫି । 

ଏହି ସୁଟିଂସେଟରୁ ଉର୍ଫି-ପାରାସଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା : 

ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଉର୍ଫି ଜାଭେଦ୍ ଏବଂ ପାରାସ୍ କଲନାଓ୍ବାତ ପ୍ରଥମ ସାକ୍ଷାତ 'ମେରୀ ଦୁର୍ଗା'ର ସେଟରେ ହୋଇଥିଲା। ପ୍ରଥମେ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା । ତେବେ, ଏହି ଲବଷ୍ଟୋରୀ ବେଶି ଦିନ ତିଷ୍ଠି ପାରି ନ ଥିଲା।  ପାରାସ ମଧ୍ୟ ନିକଟରେ ଏକ ଟକ ଶୋ' ରେ ଉର୍ଫି ଓ ତାଙ୍କ ସମ୍ପର୍କକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଉର୍ଫିଙ୍କ ସହ ତାଙ୍କ ସମ୍ପର୍କ ଏକ 'ବଚପନ କି ଗଲତି' ।