Urfi Javed: ଉର୍ଫିଙ୍କୁ ଦୋଳିରେ ଝୁଲାଉଥିଲେ ୮ ଜଣ, ଆଉ ତା'ପରେ ଯାହା ହେଲା...
Advertisement
Article Detail0/zeeodisha/odisha1411161

Urfi Javed: ଉର୍ଫିଙ୍କୁ ଦୋଳିରେ ଝୁଲାଉଥିଲେ ୮ ଜଣ, ଆଉ ତା'ପରେ ଯାହା ହେଲା...

ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ ।  ଅଡ୍ ଫ୍ୟାଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଟେଲି ଇଣ୍ତଷ୍ଟ୍ରିରୁ କ୍ୟାରିୟର ଆରମ୍ଭ କରିଥିବା ଉର୍ଫି ଏବେ ଫ୍ୟାଶନ କୁଇନ୍ ।  ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ ନିଜ ଅଡ୍ ଫ୍ୟାସନ ଓ ବୋଲ୍ଡନେସ ହେତୁ ସର୍ବଦା ଟ୍ରୋଲ ଶିକାର ହୁଅନ୍ତି । ଉର୍ଫିଙ୍କ ନାଁରେ ଏକ ସଙ୍ଗୀନ ଅଭିଯୋଗ ସା

Urfi Javed: ଉର୍ଫିଙ୍କୁ ଦୋଳିରେ ଝୁଲାଉଥିଲେ ୮ ଜଣ, ଆଉ ତା'ପରେ ଯାହା ହେଲା...

Urfi Javed: ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ ।  ଅଡ୍ ଫ୍ୟାଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଟେଲି ଇଣ୍ତଷ୍ଟ୍ରିରୁ କ୍ୟାରିୟର ଆରମ୍ଭ କରିଥିବା ଉର୍ଫି ଏବେ ଫ୍ୟାଶନ କୁଇନ୍ ।  ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ ନିଜ ଅଡ୍ ଫ୍ୟାସନ ଓ ବୋଲ୍ଡନେସ ହେତୁ ସର୍ବଦା ଟ୍ରୋଲ ଶିକାର ହୁଅନ୍ତି । ଉର୍ଫିଙ୍କ ନାଁରେ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ତାହା ଫୁଣି ତାଙ୍କ ମ୍ୟୁଜିକ ଭିଡିଓ ' ହାଏ ହାଏ ୟେ ମଜବୁରୀ' (Haaye Haaye Ye Majboori) କୁ ନେଇ ।  ଉର୍ଫିଙ୍କ ନାଁରେ ଦିଲ୍ଲୀ ପୋଲିସ ଷ୍ଟେସନରେ ଏକ ଏତଲା ହୋଇଛି । ତେବେ ଏହି ମାମଲା ଉର୍ଫିଙ୍କ ନାଁରେ କିଏ ଦେଇଛି ତାହା ସ୍ପଷ୍ଟ ହୋଇନି । ଅଶ୍ଲିଳତାକୁ ପ୍ରୋତ୍ସାହନ ଦେଉଥିବା  ନେଇ ତାଙ୍କ ନାଁରେ ଏତଲା ହୋଇଛି । ସେପଟେ ଏହି ଘଟଣା ନେଇ ଉର୍ଫିଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । 

ଉର୍ଫିଙ୍କ ଏହି ମ୍ୟୁଜିକ ଭିଡିଓଟି ୧୧ ଅକ୍ଟୋବରରେ ୟୁଟ୍ବୁବରେ ରିଲିଜ ହୋଇଛି । ଗୀତଟି ରିଲିଜ୍ ହେବା ଦିନଠାରୁ ଟ୍ରେଣ୍ଡିଂ କରୁଛି । ଏହି ଗୀତଟି ଗୋଟିଏ ଦିନରେ ପ୍ରାୟ ୮ ମିଲିୟନ୍ ଭ୍ୟୁ କରିଛି । ପୁଣିଥରେ ଏହି ଗୀତରେ ଉର୍ଫି ତାଙ୍କ ବୋଲ୍ଡ ଷ୍ଟାଇଲରେ ନଜର ଆସିଛନ୍ତି। ଏହି ଗୀତରେ ଉର୍ଫି ଏକ ରେଡ କର୍ଲରର ଶାଢୀ ପିନ୍ଧି ଥିବା ଦେଖିବାକୁ ମିଳିଛି । ଏହି ଗୀତର ସୁଟିଂ ସମୟରେ ଉର୍ଫି ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଦୋଳିରୁ ଖସି ପଡିଥିଲେ ଉର୍ଫି । ହେଲେ ସୌଭାଗ୍ୟବସତ ତାଙ୍କର ବଡ ଧରଣର କ୍ଷତ ହୋଇ ନ ଥିଲା। ଉର୍ଫିଙ୍କ ବିଷୟରେ କହିବାକୁ ଗଲେ ସେ ଅନେକ ଟିଭି ଶୋ’ରେ କାମ କରିଛନ୍ତି କିନ୍ତୁ ତାଙ୍କୁ ଗତ ବର୍ଷ ବିଗବସ୍ ottରେ ନଜର ଆସିଥିଲେ । ପ୍ରଥମ ସପ୍ତାହରେ ଉର୍ଫି ଶୋ’ରୁ ବାହାରିଥିଲେ। ବାହାରକୁ ଆସିବା ପରେ ଉର୍ଫି ତାଙ୍କ ଫ୍ୟାଶନ ଇନ୍ସିଂ ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲେ।

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

 

ଏହାବି ପଢନ୍ତୁ :Ram Setu Box Office Collection Day 1: ବକ୍ସ ଅଫିସରେ 'ଥ୍ୟାଙ୍କଗଡ'କୁ ପଛରେ ପକାଇଲା 'ରାମସେତୁ', ପ୍ରଥମ ଦିନରେ ଇନକମ୍ କଲା ଏତିକି କୋଟି

 

ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ ପୂର୍ବରୁ ଘଣ୍ଟାରେ ତିଆରି ସ୍କର୍ଟ, ଭଙ୍ଗା କାଚ, ଅଖା, ସେପଟିପିନ ଓ ବ୍ଲେଟରେ ତିଆରି ହୋଇଥିବା ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆଗକୁ ମଧ୍ୟ ଆସିଛନ୍ତି। ତେବେ ଗତ କିଛି ଦିନ ତଳେ ,ଉର୍ଫି ନିଜର ଏକ ଭିଡିଓ ଇନଷ୍ଟାରେ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଉର୍ଫି ଏକ ଡିସକୋ ବଲରେ ନିଜ ମୁହଁ ଘୋଡାଇବା ସହ ଛାତିକୁ ଡିସକୋ ବଲରେ ସଜେଇ ଥିଲେ । ତେବେ ସେ ଏଭଳି କିଛି ଫ୍ୟାଶନ ଆପଣେଇ ସବୁବେଳେ ବି ଟାଉନ୍ ରେ ଚର୍ଚ୍ଚାରେ ରୁହନ୍ତି । ତେବେ, ଉର୍ଫିଙ୍କ ଏ ଅଡ ଫ୍ୟାସନ ପାଇଁ କିଛି ଅଭିନେତ୍ରୀ ମଧ୍ୟ ତାଙ୍କୁ ଅନେକ ସମୟରେ ଟ୍ରୋଲ କରନ୍ତି , ତ ଆଉ କିଛି ଅଭିନେତା ଓ ଅଭିନେତ୍ରୀ ଉର୍ଫିଙ୍କ ଡ୍ରେସିଙ୍ଗ ଷ୍ଟାଇଲକୁ ଖୁବ୍ ପସନ୍ଦ କରିନ୍ତି। ଗତ କିଛି ଦିନ ତଳେ ଉର୍ଫିଙ୍କ ଫ୍ୟାସନକୁ ତାରିଫ କରିଥିଲେ ରଣବୀର ସିଂ। ଉର୍ଫିଙ୍କୁ ଫ୍ୟାନସ ଆଇନକ୍ ବୋଲି କହିଥିଲେ ରଣବୀର।