Ollywood News: ସାମ୍ୱାଦିକାଙ୍କୁ ମାଡ ମାରିବା ଘଟଣାରେ ଟୁଟୁ ନାୟକ ଗିରଫ
Advertisement
Article Detail0/zeeodisha/odisha1944306

Ollywood News: ସାମ୍ୱାଦିକାଙ୍କୁ ମାଡ ମାରିବା ଘଟଣାରେ ଟୁଟୁ ନାୟକ ଗିରଫ

Ollywood News: ସାମ୍ୱାଦିକା ଦେବସ୍ମିତା ରାଉତଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହେଲେ ନିଜକୁ ଓଡ଼ିଆ ସିନେମା ପ୍ରଯୋଜକ ବୋଲି ଦାବି କରୁଥିବା ଟୁଟୁ ନାୟକ । ଖାରବେଳ ନଗର ଥାନା ପୋଲିସ୍ ଟୁଟୁଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି । ଟୁଟୁ ଥାନାରେ ପହଞ୍ଚିବା ପରେ ପୋଲିସ ଟୁଟୁଙ୍କୁ ପଚରାଉଚରା ଜାରି ରଖିଛି ।

Ollywood News: ସାମ୍ୱାଦିକାଙ୍କୁ ମାଡ ମାରିବା ଘଟଣାରେ ଟୁଟୁ ନାୟକ ଗିରଫ

Ollywood News: ଶୁକ୍ରବାର ଦିନ ନୂଆ ଓଡ଼ିଆ ସିନେମା 'ପ୍ରଥା' ରିଲିଜ୍ ସମୟରେ ସାମ୍ୱାଦିକା ଦେବସ୍ମିତା ରାଉତଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହେଲେ ନିଜକୁ ଓଡ଼ିଆ ସିନେମା ପ୍ରଯୋଜକ ବୋଲି ଦାବି କରୁଥିବା ଟୁଟୁ ନାୟକ । ଖାରବେଳ ନଗର ଥାନା ପୋଲିସ୍ ଟୁଟୁଙ୍କୁ ଅଟକ ରଖିଥିବା ନେଇ ସୂଚନା ମିଳିଛି । ଟୁଟୁ ଥାନାରେ ପହଞ୍ଚିବା ପରେ ପୋଲିସ ଟୁଟୁଙ୍କୁ ପଚରାଉଚରା ଜାରି ରଖିଛି ।

ସଞ୍ଜୟ ନାୟକ (ଟୁଟୁ ନାୟକ) ସାମ୍ୱାଦିକା ଦେବସ୍ମିତା ରାଉତଙ୍କୁ ସର୍ବସମ୍ମୁଖରେ ଅସଦାଚାରଣ କରିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଦେବସ୍ମିତା । ସିନେମା ଶିଳ୍ପର ଜଣେ ବରିଷ୍ଠ ବ୍ୟକ୍ତିଙ୍କ ଏପରି ସ୍ୱଭାବକୁ ନାପସନ୍ଦ କରିଥିଲେ ବିଭିନ୍ନ ବରିଷ୍ଠ ସାମ୍ୱାଦିକ ଓ ରାଜନେତା । ଟୁଟୁଙ୍କୁ ଗିରଫ କରିବା ଉଚିତ ଏବଂ ସେ ସାମ୍ୱାଦିକାଙ୍କୁ କ୍ଷମା ମାଗିବା ନେଇ ସୋସିଆଲ ମିଡିଆରେ ଦାବି ହୋଇଥିଲା । ଔଷଧ ବିକଳରେ ଟାଟିଆ କାମୁଡିବା ପରି ଅନ୍ୟ କାହା ଉପରେ ଥିବା ରାଗକୁ ଜଣେ କାର୍ଯ୍ୟରତ ମହିଳା ସାମ୍ୱାଦିକାଙ୍କ ଉପରେ ସୁଝାଇଛନ୍ତି ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଥିଲା । ସିନେମା ସମ୍ପର୍କରେ ପ୍ରତିକ୍ରିୟା ଆଣିବା ସମୟରେ ଟୁଟୁ ନାୟକ ବିରକ୍ତ ପ୍ରକାଶ କରିବା ସହିତ ସାମ୍ୱାଦିକାଙ୍କୁ ଏକ ଚାପୁଡା ମାରିଥିଲେ ଫଳରେ ସାମ୍ୱାଦିକାଙ୍କ ହାତରୁ ବୁମ୍ ଖସି ତଳେ ପଡିଯାଇଥିଲା । ବୁମ୍ ଉଠାଇବା ତ ଦୂରର କଥା ତା ପରେ ମଧ୍ୟ କ୍ରୋଧରେ ବିଳିବିଳି ହୋଇ ସ୍ଥାନ ଛାଡି ଚାଲିଯାଇଥିଲେ ଟୁଟୁ ନାୟକ । ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସାମ୍ୱାଦିକା ଦେବସ୍ମିତା ରାଉତ । ସେ ଅଭିଯୋଗରେ ଲେଖିଥିଲେ ଯେ, ମତେ କାହିଁକି ଟୁଟୁ ନାୟକ ମାଡ ମାରିଲେ ସେ ବିଷୟରେ ମୁଁ ଜାଣିନାହିଁ । ସର୍ବସାଧାରଣ ସ୍ଥାନରେ ମତେ ମାଡ ମରାଯାଇଥିବାରୁ ମୋର  ମର୍ଯ୍ୟାଦା ହାନୀ ହୋଇଛି ତେଣୁ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ଲିଖିତ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ କାଷ୍ଟି କାଉଚ ଅଭିଯୋଗରେ ଛନ୍ଦି ହୋଇଥିଲେ ଅଭିଯୁକ୍ତ ଟୁଟୁ ନାୟକ । ପରେ ଅରିନ୍ଦମ ରୟଙ୍କ ସିନେମା 'ରାମ' ଏବଂ ମନୋଜ ମିଶ୍ରଙ୍କ ସିନେମା 'ମାଇଣ୍ଡ୍ ଗେମ୍'କୁ ନେଇ ଦେଇଥିବା ବୟାନ କାରଣରୁ ଅଧିକ ଚର୍ଚ୍ଚାକୁ ଆସିଥିଲେ ଟୁଟୁ । ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ଓଡ଼ିଆ ସିନେମାରୁ ବ୍ୟାନ କରାଯିବା ନେଇ ଗଣମାଧ୍ୟମରେ ମୁହଁ ଖୋଲିଥିଲେ ଯାହା ତାଙ୍କ ପାଇଁ ମହଙ୍ଗା ପଡିଥିଲା । ପଶ୍ଚିମ ଓଡ଼ିଶାର ଅନେକ କଳାକାର ଘଟଣାକୁ ନିନ୍ଦା କରିଥିଲେ ।

Also Read- ୭୧ ଲକ୍ଷ ଭାରତୀୟ ଆକାଉଣ୍ଟକୁ ନିଷିଦ୍ଧ କରିଛି WhatsApp, ଆପଣ କରୁନାହାଁନ୍ତି ତ ଏହି ଭୁଲ୍ ?