Bollywood : ଅନୁଷ୍କା ଶର୍ମାଙ୍କ ଭାଉଜ ହେବେ ବଲିଉଡର ଏହି ଅଭିନେତ୍ରୀ !
Advertisement
Article Detail0/zeeodisha/odisha1510489

Bollywood : ଅନୁଷ୍କା ଶର୍ମାଙ୍କ ଭାଉଜ ହେବେ ବଲିଉଡର ଏହି ଅଭିନେତ୍ରୀ !

Tripti Dimri Karnesh Sharma: ବଲିଉଡ ଅଭିନେତ୍ରୀ ତୃପ୍ତି ଡିମରି ସୋସିଆଲ ମିଡିଆରେ ନିଜର ପ୍ରେମ ସମ୍ପର୍କକୁ ସର୍ବସାଧାରଣରେ ଘୋଷଣା କରିଛନ୍ତି। ଏହି ଅଭିନେତ୍ରୀ ବଲିଉଡର ନାୟିକା ଅନୁଷ୍କା ଶର୍ମାଙ୍କ ଭାଇଙ୍କୁ ଡେଟ କରୁଛନ୍ତି।

Bollywood : ଅନୁଷ୍କା ଶର୍ମାଙ୍କ ଭାଉଜ ହେବେ ବଲିଉଡର ଏହି ଅଭିନେତ୍ରୀ !

Tripti Dimri Karnesh Sharma: ବଲିଉଡ ଅଭିନେତ୍ରୀ ତୃପ୍ତି ଡିମରି ସୋସିଆଲ ମିଡିଆରେ ନିଜର ପ୍ରେମ ସମ୍ପର୍କକୁ ସର୍ବସାଧାରଣରେ ଘୋଷଣା କରିଛନ୍ତି। ଏହି ଅଭିନେତ୍ରୀ ବଲିଉଡର ନାୟିକା ଅନୁଷ୍କା ଶର୍ମାଙ୍କ ଭାଇଙ୍କୁ ଡେଟ କରୁଛନ୍ତି। ଇନଷ୍ଟାଗ୍ରାମରେ ଚଳଚ୍ଚିତ୍ର ନିର୍ମାତା କର୍ନେଶ ଶର୍ମାଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରି ତୃପ୍ତି ତାଙ୍କୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି ।

ସୋସିଆଲ ମିଡିଆରେ ଘୋଷଣା :
ଗତ କିଛି ବର୍ଷ ଧରି ତୃପ୍ତି ଏବଂ କର୍ଣ୍ଣେଶଙ୍କ ପରପ୍ପରକୁ ଡେଟ କରୁଥିବା ଖବର ଚର୍ଚ୍ଚା ହେଉଥିଲା । ଏବଂ ଏପରିକି ଏହି ଖବରକୁ କିଛି ଲୋକେ ଗୁଜବ ବୋଲି କହୁଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁହେଁ ଏହି ଖବରକୁ ନିଶ୍ଚିତ କରିନାହାଁନ୍ତି କିମ୍ବା ଅସ୍ୱୀକାର କରିନାହାଁନ୍ତି। ଏହି ସମୟରେ ତୃପ୍ତି ଇନଷ୍ଟାଗ୍ରାମରେ କର୍ନେଶ ଶର୍ମାଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି।

ମାଇଁ ହାର୍ଟ ଲେଖି ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି ତୃପ୍ତି :
ଶୁକ୍ରବାର ରାତିରେ ଉଭୟ ତୃପ୍ତି ଏବଂ କର୍ଣ୍ଣେଶ ଇନଷ୍ଟାଗ୍ରାମ ଷ୍ଟୋରୀରେ ଚଳଚ୍ଚିତ୍ର ନିର୍ମାତା ସୌରଭ ମଲହୋତ୍ରାଙ୍କ ଦ୍ୱାରା କ୍ଲିକ୍ ହୋଇଥିବା ଏକ  ଫଟୋଟି ସେୟାର କରିଛନ୍ତି। ଫଟୋରେ ଦୁହେଁ ପରସ୍ପରକୁ ଜୋରରେ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ସୌରଭ କ୍ୟାପସନ୍ ଭାବରେ 'ମୋ ହାର୍ଟସ୍ (ଇମୋଜି)' ଲେଖିଥିଲେ, ସମାନ ଫଟୋ ମଧ୍ୟ ତୃପ୍ତି ମଧ୍ୟ ସେୟାର କରିଛନ୍ତି । 

କର୍ଣ୍ଣେଶ ଶର୍ମା ଅନୁଷ୍କାଙ୍କ ଭାଇ :

 କର୍ଣ୍ଣେଶ ଶର୍ମା ହେଉଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭାଇ।  ଫିଲ୍ମ 'ବୁଲବୁଲ'ରେ ଡେବ୍ୟୁ କରିଥିଲେ ତୃପ୍ତି । ତେବେ ଏହି ଫିଲ୍ମର ପ୍ରଯୋଜକ ଥିଲେ କର୍ଣ୍ଣେଶ । ଏବଂ ତାଙ୍କର ସଦ୍ୟତମ ଚଳଚ୍ଚିତ୍ର 'କାଲା'ର ପ୍ରଯୋଜକ ମଧ୍ୟ ସେ ଥିଲେ। ଉଭୟ ଚଳଚ୍ଚିତ୍ର ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା। ଏହାପୂର୍ବରୁ ଉଭୟ ତୃପ୍ତି ଏବଂ କର୍ଣ୍ଣେଷ ଇନଷ୍ଟାଗ୍ରାମରେ ପରସ୍ପର ସହ ବହୁ ଫଟୋ ମଧ୍ୟ ସେୟାର କରିଥିଲେ ।  

fallback
ତୃପ୍ତିଙ୍କ କ୍ୟାରିଅର୍ ଏହିପରି କିଛି ଥିଲା :

ତୃପ୍ତି ୨୦୧୭ ରେ 'ପୋଷ୍ଟର ବଏଜ୍' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ପରେ 'ଲୈଲା ମଜନୁ'ରେ ଅଭିନୟ କରିଥିଲେ।  ଖବର ଅନୁଯାୟୀ, ତୃପ୍ତି ଏବଂ କର୍ଣ୍ଣେଶ 'ବୁଲବୁଲ'ର ସେଟରେ ଡେଟିଂ ଆରମ୍ଭ କରିଥିଲେ। ତେବେ ଖୁବଶିଘ୍ର ଏମାନଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି । ତୃପ୍ତି ବଲିଉଡରେ  ଅନେକ କାମ କରିସାରିଲେଣୀ ।  ଏବଂ ତାଙ୍କ ଅଭିନୟ ପାଇଁ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ସ୍ୱର୍ଗତ ଅଭିନେତା ଇରଫାନଙ୍କ ପୁଅ ବାବିଲ ଖାନ ମଧ୍ୟ ଏହି ଚଳଚ୍ଚିତ୍ରରେ ଡେବ୍ୟୁ କରିଛନ୍ତି।

ଏହାବି ପଢନ୍ତୁ : Sana Saeed : ରିଲ ନୁହେଁ ରିୟଲ ଲାଇଫରେ ନିର୍ବନ୍ଧ କଲେ ଶାହରୁକ ଖାନଙ୍କ ଅନସ୍କ୍ରିନ ଝିଅ ଅଞ୍ଜଲୀ

ଏହାବି ପଢନ୍ତୁ : Sunmeera Nagesh: କାହିଁକି ସନମୀରାଙ୍କ ସାଙ୍ଗିଆକୁ ନେଇ ଆଜିବି ଦ୍ବନ୍ଦରେ ଫ୍ୟାନ୍ସ ? ଜାଣନ୍ତୁ କାରଣ

ଏହାବି ପଢନ୍ତୁ : Tunisha Sharma Suicide Case: ସାମ୍ନାକୁ ଆସିଲା ଛାତି ଥରାଇବା ଭଳି ତଥ୍ୟ, ସିଜାନଙ୍କ ଓକିଲ କଲେ ବଡ ଖୁଲାସା