The Kerala Story: ବିବାଦ ଭିତରେ “ଦି କେରଳ ଷ୍ଟୋରୀ” କୁ ନେଇ ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ଘୋଷଣା
Advertisement

The Kerala Story: ବିବାଦ ଭିତରେ “ଦି କେରଳ ଷ୍ଟୋରୀ” କୁ ନେଇ ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ଘୋଷଣା

The Kerala Story:  “ଦି କେରଳ ଷ୍ଟୋରୀ”କୁ ଟ୍ୟାକ୍ସ ଫ୍ରି  ଘୋଷଣା କରିଛନ୍ତି ମଧ୍ଯପ୍ରଦେଶ ସରକାର। 'ଦି କେରଳ ଷ୍ଟୋରି' କାହାଣୀ କେରଳର ତିନି ହିନ୍ଦୁ ଝିଅଙ୍କ ଉପରେ ପର୍ଯ୍ୟବେସିତ । କିପରି ସେମାନଙ୍କୁ ଚରମପନ୍ଥୀ ମାର୍ଗକୁ ଅଣାଯାଇ ଧର୍ମାନ୍ତରିତ କରିବା ପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟରେ ଭର୍ତ୍ତି କରାଯାଇଛି ତାହାକୁ ନେଇ କାହାଣୀଟି ଗତିଶୀଳ ।

ସୌ(ସୋସିଆଲ ମିଡିଆ)

The Kerala Story: ବହୁ ବାଦ ବିଦାଦ ପରେ ଶୁକ୍ରବାର ଦିନ ବଡ଼ ପରଦାରେ ରିଲିଜ ହୋଇଛି “ଦି କେରଳ ଷ୍ଟୋରୀ” (The Kerala Story)। ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଏହାକୁ ନେଇ ବିବାଦ ଲାଗି ରହିଥିଲା । ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘ ଦିନ ବିବାଦରେ ରହିଥିବା ଏହି ଚଳଚ୍ଚିତ୍ରକୁ ଟ୍ୟାକ୍ସ ଫ୍ରି (Tax free) ଘୋଷଣା କରିଛନ୍ତି ମଧ୍ଯପ୍ରଦେଶ ସରକାର (Madhya Pradesh Government) । ପ୍ରକାଶ ଥାଉ କି, ବିଜେପି ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ମଧ୍ଯପ୍ରଦେଶ ମୁଖ୍ୟମନ୍ତ୍ରୀ  ଶିବରାଜ ସିଂ ଚୌହ୍ବାନଙ୍କୁ ଫିଲ୍ମକୁ କର ମୁକ୍ତ କରିବା ନେଇ ପ୍ରସ୍ତାବ ଦେଇଥିଲେ । ଏକ ଟ୍ବିଇଟ ଭିଡ଼ିଓ ମାଧ୍ଯମରେ ମଧ୍ଯପ୍ରଦେଶ ସରକାର ଏହି ଫିଲ୍ମକୁ ଚଚ୍ଚଚିତ୍ରକୁ ଟ୍ୟାକ୍ସ ଫ୍ରି  ଘୋଷଣା କରିଛନ୍ତି । ଟ୍ବିଇଟ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ (CM Shivraj Singh Chouhan Chief minister of Madhya Pradesh) ଲେଖିଥିଲେ ଯେ, ଆତଙ୍କବାଦର ଭୟାବହ ସତ୍ୟତାକୁ ଉନ୍ମକ୍ତ କରିଥିବା “ଦି କେରଳ ଷ୍ଟୋରୀ” ଚଳଚ୍ଚିତ୍ରକୁ ମଧ୍ଯପ୍ରଦେଶ ସରକାର କର ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ସ୍ପର୍ଶକାତର ବିଷୟବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । 'ଦି କେରଳ ଷ୍ଟୋରି' କାହାଣୀ କେରଳର ତିନି ହିନ୍ଦୁ ଝିଅଙ୍କ ଉପରେ ପର୍ଯ୍ୟବେସିତ । କିପରି ସେମାନଙ୍କୁ ଚରମପନ୍ଥୀ ମାର୍ଗକୁ ଅଣାଯାଇ ଧର୍ମାନ୍ତରିତ କରିବା ପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟରେ ଭର୍ତ୍ତି କରାଯାଇଛି ତାହାକୁ ନେଇ କାହାଣୀଟି ଗତିଶୀଳ ।

ସେପଟେ ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । କର୍ଣ୍ଣାଟକରେ ଚାଲିଥିବା ନିର୍ବାଚନରେ  ସମୟରେ ଯେତେବେଳେ ​​ଏହି ଚଳଚ୍ଚିତ୍ରର ନାମ ଶୁଣିବାକୁ ମିଳିଥିଲା ​​ସେ ସମୟରେ ପ୍ରଧାନମନ୍ତ୍ରୀ ମୋଦି (Modi Government) ମଧ୍ଯ ଫିଲ୍ମର ପ୍ରଶଂସା କରିଥିଲେ। ବିବାଦ ମଧ୍ୟରେ ରିଲିଜ ହୋଇଥିବା 'ଦି କେରଳ ଷ୍ଟୋରି' (The Kerala Story) ପ୍ରଥମ ଦିନରେ ୮.୩ କୋଟି ଟଙ୍କା ରୋଜଗାର କରିଛି । ପ୍ରାୟ ୨୮ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମର ଆରମ୍ଭ ଅତ୍ୟନ୍ତ ଚମତ୍କାର ବୋଲି ବିବେଚନା କରାଯାଇପାରେ । ଫିଲ୍ମ ରିଲିଜକୁ ନେଇ ହାଇକୋର୍ଟରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, କିନ୍ତୁ କୋର୍ଟ ଏହି ପିଟିସନକୁ ପ୍ରତ୍ୟାଖ୍ୟାନ କରିଥିଲେ । ବର୍ତ୍ତମାନ ଏହି ଫିଲ୍ମ ରିଲିଜ୍ ହେବା ସହିତ ଏକ ଜବରଦସ୍ତ ରୋଜଗାର ମଧ୍ୟ କରିଛି । ପ୍ରଥମ ଦିନ ବକ୍ସ ଅଫିସ କଲେକ୍ସନରେ ଏହି ଫିଲ୍ମ ଅକ୍ଷୟ କୁମାର ଓ କାର୍ତ୍ତିକ ଆର୍ଯ୍ୟଙ୍କ ଫିଲ୍ମକୁ ମଧ୍ୟ ପଛରେ ପକାଇଛି ।

'ଦି କେରଳ ଷ୍ଟୋରି''ଷ୍ଟାର୍ କାଷ୍ଟ୍ 

'ଦି କେରଳ ଷ୍ଟୋରି'ରେ ସୁଦୀପ୍ତୋ ସେନ୍ ନିର୍ଦ୍ଦେଶିତ ଓ ବିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ । ଏହି ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ ଆଲୋଚନା କଲେ ଏଥିରେ ଅଦା ଶର୍ମା (Adah Sharma), ଯୋଗିତା ବିହାନୀ, ସିଦ୍ଧ ଇଡନାନୀ ଓ ସୋନିଆ ବାଲାନି ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ପିଲ୍ମରେ ଅଦା ଶର୍ମାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି ।

Also Read-MS Dhoni the untold story: ପୁଣିଥରେ ବଡ଼ ପରଦାରେ ରିଲିଜ ହେବ ଏମ.ଏସ୍ ଧୋନୀ, ଜାଣନ୍ତୁ କେବେ?

Also Read- The Kerala Story Box Office Collection: 'ଦି କେରଳ ଷ୍ଟୋରି' ପ୍ରଥମ ଦିନରେ ଭାଙ୍ଗିଲା ଅନେକ ରେକର୍ଡ; ରୋଜଗାର କଲା ଏତିକି କୋଟି ଟଙ୍କା

Also Read-SRK Jacket Price: କିଙ୍ଗଖାନଙ୍କ ସିଗନେଚର ଥିବା ଜ୍ୟାକେଟର ମୂଲ୍ୟ ଜାଣନ୍ତୁ କେତେ, କିଣିବାକୁ ଲାଗିଛି ଗହଳି