Taapsee Pannu: ମାଆ ଲକ୍ଷ୍ମୀଙ୍କୁ ଅପମାନ୍ ଦେଇ ଥାନାକୁ ଟଣା ହେବେ ତାପସୀ ! ରୁଜୁ ହେଲା ମାମଲା
Advertisement
Article Detail0/zeeodisha/odisha1629986

Taapsee Pannu: ମାଆ ଲକ୍ଷ୍ମୀଙ୍କୁ ଅପମାନ୍ ଦେଇ ଥାନାକୁ ଟଣା ହେବେ ତାପସୀ ! ରୁଜୁ ହେଲା ମାମଲା

Taapsee Pannu: ଅଭିନେତ୍ରୀ ତାପସୀ ପନ୍ନୁ (Taapsee Pannu)।  ସାଉଥ୍ ତଥା ବଲିଉଡ ନିଜର ଅଭିନୟ ପାଇଁ ଦର୍ଶକଙ୍କ ମନ ଜିଣି ପାରିଛନ୍ତି । ତାଙ୍କୁ ଅନ୍ୟ ବଡ଼ ତାରକା ଅଭିନେତା ମାନଙ୍କ ମଧ୍ୟରେ ଗଣାଯାଏ । ତାପସୀ (Taapsee Pannu) ପରଦାରେ ଯେତିକି ନଜର ଆସନ୍ତି,ସୋସିଆଲ ମିଡିଆରେ ମଧ୍ୟ ସେତିକି ସକ୍ରିୟ ରହିଥାନ୍ତି । ଏସବୁ ବ୍ୟତିତ ଅନେକ ସମୟରେ ସେ କିଛି ନା କିଛି ବିବାଦରେ ଫସି ରହିଥାନ୍ତି । ଖବର ଅନୁଯାୟୀ ଅଭିନେତ୍ରୀ ତାପସୀ ପାନ୍ନୁ ଏବେ ଏକ ବଡ଼ ବିବାଦରେ ଫସିଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

କିଛି ଦିନ ତଳେ ତାପସୀ ଲାକମି ଫ୍ୟାସନ୍ ୱିକ୍ ର‌୍ୟାମ୍ପୱାର୍କ ଫଟୋ ସେୟାର କରିଥିଲେ । ଏଥିରେ ସେ ରେଡ୍ କଲରର ଡିପ୍ ନେକ୍ ଗାଉନ୍ ଇଭନିଙ୍ଗ୍ ଗାଉନ୍ ପିନ୍ଧିଥିଲେ, ଯାହା ତାଙ୍କୁ ଅଧିକ ସୁନ୍ଦର କରୁଥିଲା । ପ୍ରଶଂସକମାନେ ତାଙ୍କ ଲୁକ୍‌କୁ ପ୍ରଶଂସା କରିଥିଲେ, କିନ୍ତୁ ସେ ପିନ୍ଧିଥିବା ନେକ୍‌ଲେସ୍ ଉପରେ ଲୋକମାନେ ଆପତ୍ତି କରିଥିଲେ । ତାପସୀ ପନ୍ନୁ ଏକ ଡିପ୍ ନେଟ୍ ଡ୍ରେସ୍ ସହିତ ମାତା ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତିରେ(Goddess Lakshmi) ନିର୍ମିତ ହାର (necklace ) ପିନ୍ଧିଥିଲେ ।

ତାପସୀଙ୍କର ଏହି ଫଟୋ ଉପରେ ଅନେକ ୟୁଜର୍ସ ଆପତ୍ତି କରିଥିଲେ (goddess lakshmi necklace )। ଏବେ ଏହାକୁ ନେଇ ତାପସୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଛତ୍ରୀପୁରା ପୋଲିସ ଷ୍ଟେସନ ଏସ୍‌ଏଚ୍‌ଓ କପିଲ ଶର୍ମା କହିଛନ୍ତି ମାମାଲା ରୁଜୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ଏହି ମାମଲାରେ “ଆବେଦନକାରୀ ଦର୍ଶାଇଛନ୍ତି ଯେ ସେହି ନେକ୍‌ଲେସ୍ ସହିତ ପ୍ରକାଶିତ ଏକ ମଡର୍ଣ୍ଣ ପୋଷାକରେ ପିନ୍ଧିବା ଦ୍ୱାରା ତାଙ୍କର ଧାର୍ମିକ ଭାବନା ତଥା ସନାତନ ଧର୍ମର ଭାବମୂର୍ତ୍ତିକୁ ଆଘାତ ଲାଗିଛି । ତେବେ ଏହି ମାମାଲରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।”

A post shared by Taapsee Pannu (@taapsee)

Also Read : Celebrities Suicide: ଆତ୍ମହତ୍ୟା ଫାଶରେ ଏହି ସବୁ ସେଲିବ୍ରିଟି, ଦେଖନ୍ତୁ ଫଟୋ

Also Read : Exercise & Health: ସପ୍ତାହକୁ କେତେ ଦିନ ବ୍ୟାୟାମ କରିବା ଉଚିତ୍ ? ଜାଣନ୍ତୁ କ'ଣ କହୁଛନ୍ତି ହେଲଥ୍ ଏକ୍ସପର୍ଟ

ନିକଟରେ ତାପସୀ ପନ୍ନୁଙ୍କୁ ଅଗ୍ରଣୀ ଆୟୁର୍ବେଦିକ ଫେମଟେକ୍‌ ବ୍ରାଣ୍ଡ ‘ଗାଇନୋବେଦ’ ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହି ଡାଇରେକ୍ଟ ଟୁ କଞ୍ଜ୍ୟୁମର୍‌ ବ୍ରାଣ୍ଡ କ୍ଲିନିକାଲ୍‌ ଗବେଷଣା କରାଯାଇଥିବା ବିରଳ ଚେରମୂଳରେ ତିଆରି ନିଜର ଅତ୍ୟନ୍ତ ପ୍ରଭାବଶାଳୀ ଆୟୁର୍ବେଦିକ ଔଷଧଗୁଡ଼ିକ ପାଇଁ ଗ୍ରାହକଙ୍କ ଭଲପାଇବା ଓ ସମର୍ଥନ ପାଇଆସିଛି। ଏ ସମ୍ପର୍କରେ ଗାଇନୋବେଦର ପ୍ରତିଷ୍ଠାତା ତଥା ସିଇଓ ବିଶାଲ ଗୁପ୍ତା କହିଛନ୍ତି, ମହିଳାଙ୍କ ଋତୁସ୍ରାବଜନିତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗାଇନୋବେଦକୁ ବିଶ୍ୱରେ ମହିଳାଙ୍କର ପ୍ରଥମ ପସନ୍ଦର ବ୍ରାଣ୍ଡ୍‌ କରିବା ଆମର ଲକ୍ଷ୍ୟ।