ପୁଣି ଚର୍ଚ୍ଚାରେ ଦିଲବର ଗାର୍ଲ ସୁସ୍ମିତା ସେନ, ଲଲିତ ମୋଦି ସହ ଫଟୋ ସେୟାର କରି ଲେଖିଲେ ...
Advertisement
Article Detail0/zeeodisha/odisha1267489

ପୁଣି ଚର୍ଚ୍ଚାରେ ଦିଲବର ଗାର୍ଲ ସୁସ୍ମିତା ସେନ, ଲଲିତ ମୋଦି ସହ ଫଟୋ ସେୟାର କରି ଲେଖିଲେ ...

 ସୁସ୍ମିତା ସେନ୍ ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ କରିଛନ୍ତି ଯାହା ଖୁବ ଶୀଘ୍ର ଭାଇରାଲ ହୋଇଛି । ଫଟୋ ସେୟାର ହେବା ମାତ୍ର ଚର୍ଚ୍ଚାର ବିଷୟ ପାଲଟିଛି । 

ପ୍ରତିକାତ୍ମକ ଫଟୋ

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ ବ୍ୟବସାୟୀ ଲଲିତ ମୋଦିଙ୍କ ସହ ସମ୍ପର୍କ ଅଫିସିଆଲ ହେବା ପରଠାରୁ ସୁସ୍ ଟକ୍ ଅଫ ଦି ଟାଉନ ରହିଆସିଛନ୍ତି । ବର୍ତ୍ତମାନ ସୁସ୍ମିତା ସେନ୍ ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ କରିଛନ୍ତି ଯାହା ଖୁବ ଶୀଘ୍ର ଭାଇରାଲ ହୋଇଛି । ଏଥର ସୁସ୍ମିତା ନିଜ ସୁପର ବୋଲ୍ଡ ଫଟୋ ଫ୍ୟାନ୍ସଙ୍କ ପାଇଁ ସେୟାର କରି ଖାସ କ୍ୟାପସନ୍ ବି ଦେଇଛନ୍ତି । ଏହି ଫଟୋ ସେୟାର ହେବା ମାତ୍ର ଚର୍ଚ୍ଚାର ବିଷୟ ପାଲଟିଛି । 

ସୁସ୍ମିତାଙ୍କ ସେୟାର ଫଟୋ-
ଅଭିନେତ୍ରୀଙ୍କ ଏହି ଫଟୋ ବିଷୟରେ କହିବାକୁ ଗଲେ ସୁସ୍ମିତାଙ୍କ ଏହି ଫଟୋରେ ବହୁତ ଖୁସି ଦେଖାଯାଉଛନ୍ତି । ଏହା ସହ ତାଙ୍କ ଚେହେରା ଖୁବ ଗ୍ଲୋ ବି କରୁଛି । ସୁସ୍ମିତାଙ୍କ ଫ୍ରଣ୍ଟ କଟ୍ ଟପ୍ ସହ ସନଗ୍ଲାସ୍ସେ ପ୍ରଂଶସକଙ୍କୁ ଖୁବ ପସନ୍ଦ ଆସୁଛି । ସୁସ୍ ଙ୍କ ଫଟୋର କ୍ୟାପସନ ମଧ୍ୟ ପ୍ରଶଂସକଙ୍କୁ ପସନ୍ଦ ଆସୁଛି । ସେ ଏହି କ୍ୟାପସନରେ ଲେଖିଛନ୍ତି କି ଆଇ ଲଭ ୟୁ ଗାୟ୍ସ । 

fallback

ବିନ୍ଦାସ ଅନ୍ଦାଜ ପାଇଁ ଫେମସ୍ ସୁସ୍ମିତା-
ସୁସ୍ମିତା ସେନଙ୍କ ଏହି ପୋଷ୍ଟରୁ ଏହା ସ୍ପଷ୍ଟ ହେଉଛି ଯେ ଅଭିନେତ୍ରୀ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନରେ ବହୁତ ଖୁସି ଅଛନ୍ତି ଏବଂ ଏହାକୁ ଖୋଲାଖୋଲି ଭାବେ ସେ ଏନଜୟ କରୁଛନ୍ତି । ପ୍ରଶଂସକ ସୁସ୍ମିତାଙ୍କ ବିନ୍ଦାସ ଲାଇଫଷ୍ଟାଇଲକୁ ଖୁବ ପସନ୍ଦ କରିଥାଆନ୍ତି । ଏହା  ସହ  ତାଙ୍କ ଏପରି ଲାଇଫ ଷ୍ଟାଇଲ ପାଇଁ  ସେ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି । 

fallbackAlso Read ; ହୃଦଘାତରୁ ରକ୍ଷା କରିବ ଏହି ୫ଟି ଦେଶୀ ଜିନିଷ,ପ୍ରାକୃତିକ ଉପାୟ ଆପଣାନ୍ତୁ ସୁସ୍ଥ ରୁହନ୍ତୁ

ସୁସ୍ମିତାଙ୍କ ସମ୍ପର୍କକୁ ନେଇ ଟ୍ରୋଲ-
ବିଗତଦିନରେ ଲଲିତ ମୋଦି, ସୁସ୍ମିତା ସେନଙ୍କ ସହ ସୋସିଆଲ ମିଡିଆରେ ଏକ ଫୋଟ ପୋଷ୍ଟ କରି ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ ଆଉ ଯାହା ପରେ ଖୁବ କଣ୍ଟ୍ରୋଭରସି ଦେଖିବାକୁ ମିଳିଥିଲା । ପ୍ରଶଂସକଙ୍କୁ ଉଭୟଙ୍କ ସମ୍ପର୍କ ବିଲକୁଲ ପସନ୍ଦ ଆସି ନ ଥିଲା ଏବଂ ଉଭୟଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥିଲା । ଲୋକେ ସୁସ୍ମିତାଙ୍କୁ ଲୋଭୀ, ଏବଂ ଗ୍ଲୋଡ ଡିଗର୍ କହିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ଅନେକ ଲୋକେ ଏହା ମଧ୍ୟ କହିବାକୁ ପଛାଇ ନ ଥିଲେ କି ସୁସ୍ମିତା ପଇସା ପାଇଁ ଲଲିତ ମୋଦି ସହ ସମ୍ପର୍କ ରଖିଛନ୍ତି । ଏସବୁ ପରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଟ୍ରୋଲରଙ୍କୁ ଉଚିତ୍ ଜବାବ ଦେଇଛନ୍ତି ।