Sushmita Sen Lalit Modi Relationship: ପୁଣି ଚର୍ଚ୍ଚାରେ ଲଲିତ ମୋଦୀ ଓ ସୁସ୍ମିତା ସେନ୍‌, ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha1475817

Sushmita Sen Lalit Modi Relationship: ପୁଣି ଚର୍ଚ୍ଚାରେ ଲଲିତ ମୋଦୀ ଓ ସୁସ୍ମିତା ସେନ୍‌, ଜାଣନ୍ତୁ କାହିଁକି

Sushmita Sen Lalit Modi Relationship: ଆଉ ଦିନ କେଇଟା ପରେ ଶେଷ ହେବ ବର୍ଷ, ଆସିବ ନୂଆ ବର୍ଷ । ବର୍ଷ ଶେଷକୁ ବସିଥିବା ବେଳେ ବର୍ତ୍ତମାନ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରେଟିଙ୍କ ନାଁ ସାମ୍ନାକୁ ଆସିଛି। 

 Sushmita Sen Lalit Modi Relationship: ପୁଣି ଚର୍ଚ୍ଚାରେ ଲଲିତ ମୋଦୀ ଓ ସୁସ୍ମିତା ସେନ୍‌, ଜାଣନ୍ତୁ କାହିଁକି

Sushmita Sen Lalit Modi Relationship: ଆଉ ଦିନ କେଇଟା ପରେ ଶେଷ ହେବ ବର୍ଷ, ଆସିବ ନୂଆ ବର୍ଷ । ବର୍ଷ ଶେଷକୁ ବସିଥିବା ବେଳେ ବର୍ତ୍ତମାନ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରେଟିଙ୍କ ନାଁ ସାମ୍ନାକୁ ଆସିଛି। ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ୍, ଓ ଦୀପିକା ପାଦୁକୋନଙ୍କ ଭଳି ନାମ ବର୍ଷସାରା ହେଡଲାଇନରେ ଥିଲା, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେମାନେ ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀଙ୍କ ମଧ୍ୟରେ ନାହାଁନ୍ତି । ଏହି ବର୍ଷ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ସେଲିବ୍ରେଟି ଜଣକ ହେଲେ ପୂର୍ବତନ ମିସ୍ ୟୁନିଭର୍ସ, ଅଭିନେତ୍ରୀ ତଥା ମଡେଲ ସୁସ୍ମିତା ସେନ୍ , ତେବେ, ତାଙ୍କ ବ୍ୟତୀତ ଅନ୍ୟ କେହି ସେଲିବ୍ରେଟି ଏହି ତାଲିକାରେ ନାହାଁନ୍ତି। 

ଲଲିତ ମୋଦୀ ଚତୁର୍ଥ ସ୍ଥାନରେ ଅଛନ୍ତି :
ଖବର ଅନୁଯାୟୀ, ଚଳିତ ବର୍ଷ ସୁସ୍ମିତା ସେନ୍ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି। ଗୁଗୁଲର ଏହି ତାଲିକାରେ ସେ ଏକମାତ୍ର ଅଭିନେତ୍ରୀ ଅଟନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏ ବର୍ଷ କାହିଁକି ଅଧିକ ଖୋଜା ଯାଇଥିଲା ଉଭୟଙ୍କୁ । ଚଳିତ ବର୍ଷ ଲଲିତ ମୋଦୀଙ୍କ ସୁସ୍ମିତାଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ଥିଲେ ଉଭୟ । ଗୁଗୁଲ୍ ତାଲିକାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ବିଷୟ ସାମ୍ନାକୁ ଆସିଛି। ଏହି ତାଲିକାରେ ଲଲିତ ମୋଦୀ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଯଦିଓ ଅଭିନେତ୍ରୀ ଏ ବାବଦରେ କୈଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।ଚଳିତ ବର୍ଷ ଗୁଗୁଲରେ ବହୁ ଖୋଜା ଯାଇଥିବା ଲୋକଙ୍କ ମଧ୍ୟରେ ନୁପୁର ଶର୍ମା ଅଛନ୍ତି ଏବଂ ସେହିପରି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । 

ମାତ୍ର ୧୮ବର୍ଷ ବୟସରେ ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ ବିଜୟୀ ହୋଇଥିଲେ ସୁସ୍ମିତା । ଏହାସହ ଭାରତକୁ ପ୍ରଥମ ଥର ପାଇଁ ଏହି ଟାଇଟଲ ମିଳିଥିଲା । ଏହାପରେ ୧୯୯୬ରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ ସୁସ୍ମିତା । ଫିଲ୍ମ ‘ଦସ୍ତକ’ରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ଅଭିନେତ୍ରୀ ସୁସ୍ମିତାଙ୍କ ନାଁ ଫିଲ୍ମ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟିଙ୍କ ନାଁ ସହ ଯୋଡି ହୋଇଛି ।  ଜୁଲାଇ ୧୪ରେ ଲଲିତ ମୋଦୀ ଘୋଷଣା କରିଥିଲେ ଯେ ସେ ସୁସ୍ମିତା ସେନ୍‌ଙ୍କୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କ ଅନ୍ତରଙ୍ଗ ଫଟୋ ସେୟାର କରି ସମସ୍ତଙ୍କୁ ସେ ଚକିତ କରି ଦେଇଥିଲେ। ଏହାପରେ ସେ ତାଙ୍କ ଇନଷ୍ଟାଗ୍ରାମ ଡିପିରେ ସୁସ୍ମିତାଙ୍କ ସହ ତାଙ୍କ ଫଟୋ ରଖିଥିଲେ। ସେ ତାଙ୍କର ଇନଷ୍ଟାଗ୍ରାମ ବାୟୋକୁ ମଧ୍ୟ ବଦଳାଇଥିଲେ। ସେଥିରେ ସେତେବେଳେ ଲେଖାଥିଲା ଯେ ‘ଆଇପିଲ୍‌ ଟି-୨୦ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପ୍ରତିଷ୍ଠାତା ଶେଷରେ ସୁସ୍ମିତାଙ୍କ ସହ ଏକ ନୂତନ ଜୀବନ ଆରମ୍ଭ କଲେ।’ତେବେ ପରେ ଲଲିତ ମୋଦୀ ନିଜର ଇନଷ୍ଟାଗ୍ରାମ ଡିପି ଏବଂ ବାୟୋକୁ ପୁଣି ଥରେ ବଦଳାଇ ଦେଇଥିଲେ ଏବଂ ସୁସ୍ମିତାଙ୍କ ନାମକୁ ମଧ୍ୟ ହଟାଇ ଦେଇଥିଲେ । ତେଣୁ ସେମାନଙ୍କ ବିଚ୍ଛେଦ ଗୁଜବ ସତ୍ୟ ହୋଇପାରେ ବୋଲି କୁହାଯାଉଛି।